ଗନ୍ଧମାର୍ଦ୍ଧନରେ ଯବାନ-ମାଓବାଦୀ ଗୁଳି ବିନିମୟ: ୪ ମାଓବାଦୀ କ୍ୟାମ୍ପ ଠାବ

ବରଗଡ଼ ଅଫିସ,୯।୮: ବରଗଡ଼ ଜିଲା ପାଇକମାଳ ନିକଟ ଗନ୍ଧମାର୍ଦ୍ଧନ ସଂରକ୍ଷିତ ଜଙ୍ଗଲରେ ଶନିବାର ଯବାନ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଜଣାପଡିଛି। ତେବେ ଏଥିରେ କେହି ମୃତାହତ ହୋଇଥିବା ଏଯାବତ୍‌ ଜଣାପଡି ନାହିଁ। ଅନ୍ୟପକ୍ଷରେ ଗନ୍ଧମାର୍ଦ୍ଧନରୁ ୪ଟି ମାଓବାଦୀ କ୍ୟାମ୍ପ ଠାବ ହେବା ସହିତ ଫୁଟା, ଅଫୁଟା ଗୁଳି, ମାଓବାଦୀଙ୍କ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ ହୋଇଛି।
ରବିବାର ଜିଲା ପୋଲିସ ମୁଖ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ପି ପଦ୍ମିନୀ ସାହୁ ଏ ନେଇ ସୂଚନା ଦେଇ କହିଛନ୍ତି, ଗନ୍ଧମାର୍ଦ୍ଧନରେ ୧୦ରୁ ୧୫ଜଣ ସଶସ୍ତ୍ର ମାଓବାଦୀ ରହିଥିବା ସମ୍ପର୍କରେ ସୂଚନା ମିଳିଥିଲା। ଏହାପରେ ଏସ୍‌ଓଜି ଏବଂ ସିଆରପିଏଫ ଯବାନମାନେ ସର୍ଚ୍ଚ ଅପରେଶନ ଚଳାଇଥିଲେ। ଯବାନମାନଙ୍କୁ ଦେଖି ମାଓବାଦୀମାନେ ପ୍ରଥମେ ଗୁଳି ଚାଳନା କରିଥିଲେ। ଆତ୍ମସମର୍ପଣ ପାଇଁ ସେମାନଙ୍କୁ କୁହାଯାଇଥିଲା। ପରେ ମଧ୍ୟ ସେମାନେ ସେଥିରୁ ବିରତ ନ ହେବାରୁ ଆତ୍ମସୁରକ୍ଷା ପାଇଁ ଯବାନମାନେ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲେ ବୋଲି ଏସ୍‌ପି କହିଛନ୍ତି। ସେହିପରି ଗୁଳି ବିନିମୟରେ ଯବାନମାନେ ସୁରକ୍ଷିତ ଅଛନ୍ତି। ମାତ୍ର ମାଓବାଦୀମାନେ କେହି ମୃତାହତ ହୋଇଛନ୍ତି କି ନାହିଁ, ସେ ନେଇ ସର୍ଚ୍ଚ ଅପରେସନ ଚାଲିଛି ବୋଲି ଏସ୍‌ପି ସାହୁ ସୂଚନା ଦେଇଛନ୍ତି। ସମ୍ପୃକ୍ତ ମାଓବାଦୀମାନେ ବଲାଙ୍ଗୀର-ବରଗଡ-ମହାସମୁଦ ଡିଭିଜନର ଏବଂ ସେମାନଙ୍କ ମଧ୍ୟରେ କ୍ୟାଡର ମାଓବାଦୀମାନେ ମଧ୍ୟ ରହିଥିବା ଅନୁମାନ କରାଯାଉଛି ବୋଲି ଏସ୍‌ପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାତିଠୁ ବଳିଯାଇଛି ଜଳକଷ୍ଟ: ପାନୀୟଜଳ ଯୋଗାଣ ପ୍ରକଳ୍ପ ଅଚଳ

ବରଗଡ଼,୨୩।୫(ପ୍ରେମାନନ୍ଦ ଖମାରୀ):ବର୍ତ୍ତମାନ ତାତିର ପ୍ରକୋପ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। କେବଳ ବାହାରେ ନୁହେଁ, ଘରେ ରହିଲେ ମଧ୍ୟ ଜୀବନ ଦହଗଞ୍ଜ ହୋଇ ପଡ଼ୁଛି। ଏଭଳି ସ୍ଥିତିରେ…

ହଠାତ୍‌ ଚଳନ୍ତା କାର୍‌ରେ ଲାଗିଲା ନିଆଁ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୨୨।୫:ଜାତୀୟ ରାଜପଥ ହୁମା ହାଟ ପଡ଼ିଆ ନିକଟରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଧରାତିରେ ଏକ ଚଳନ୍ତା କାର୍‌ରେ ହଠାତ ନିଆଁ ଲାଗିଯିବାରୁ ତାହା ହୁତୁହୁତୁ ହୋଇ…

୨ ସାହି ମଧ୍ୟରେ ମହାଭାରତ: ଥାନା ସମ୍ମୁଖରେ ମାରପିଟ ହୋଇ…

ରାୟଗଡ଼ା,୨୩।୫( ସୁଜାତା ପାଢ଼ୀ): ରାୟଗଡ଼ ସହର ଥାନା ସମ୍ମୁଖରେ ଦୁଇ ଗୋଷ୍ଠୀର ଲୋକଙ୍କ ମଧ୍ୟରେ ମାରପିଟ ସହ ଅଶାନ୍ତି ଦେଖାଦେଇଛି । ଦୁଇ ସାହି ମଧ୍ୟରେ ବଚ୍‌ସା…

ଶୁଭିଲା ପ୍ରଚଣ୍ଡ ଶବ୍ଦ : ହଠାତ୍‌ ଘର କାନ୍ଥ ଫାଟି ଆଁ କରିଲା, ଜୀବନ ବିକଳରେ ଦୌଡ଼ି ଆସିଥିଲେ ପରିବାର ଲୋକେ

ଆନନ୍ଦପୁର, ୨୩।୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲାରୁ ଲୁହାପଥର ଚାଲାଣ ପାଇଁ ଜେଏସଡବ୍ଲୁ କମ୍ପାନୀ ପକ୍ଷରୁ ଏମ୍ପ୍ରୋକନ ଠିକା ସଂସ୍ଥା ଦ୍ୱାରା ୨୦ ନମ୍ବର ଜାତୀୟ ରାଜପଥ…

ଯୁକ୍ତ୨ ନାମଲେଖା ପାଇଁ ଏହିଦିନଠୁ ଆରମ୍ଭ ହେବ ଆବେଦନ

ଭୁବନେଶ୍ୱର,୨୩ା୫(ସୁଚିସ୍ମିତା ସାହୁ): ଯୁକ୍ତ ୨ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୨୬ ତାରିଖରୁ ଜୁନ୍‌ ୩୦ ଯାଏ ଛାତ୍ରୀଛାତ୍ର ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରିପାରିବେ।…

ବିଧାୟକ ରଣେନ୍ଦ୍ରଙ୍କ ଗାଡ଼ିକୁ ଅଣ୍ଡାମାଡ଼: ତା’ପରେ ଘଟିଲା…

ତିଗିରିଆ,୨୩ା୫(ଜାଫର ଖାଁ): କଟକ ଜିଲା ତିଗିରିଆ ପଞ୍ଚାୟତର ସମିତି ବୈଠକରେ ଯୋଗଦେବାକୁ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଆସୁଥିବାବେଳେ ପାଞ୍ଚଗଁା ଛକରେ ତାଙ୍କୁ ବିରୋଧ କରାଯାଇଛି। କେତେଜଣ…

ନାବାଳକଙ୍କୁ ଅସଦାଚରଣ: ପଡୋଶୀ ଘରର ନାବାଳକଙ୍କୁ ଘରକୁ ଡାକି….

ବଲାଙ୍ଗୀର, ୨୨ା୫ (ସୁନିଲ କୁମାର ମହାନ୍ତି): ଜଣେ ନାବାଳକଙ୍କୁ ଅସଦାଚରଣ ଅଭିେଯାଗରେ ପୁଇଁନ୍ତଳା ଥାନା ପୋଲିସ ଜଣେ ବ୍ୟକ୍ତିଙ୍କୁ ଥାନାକୁ ଆଣି ଅଟକ ରଖିଥିବା ଜଣାପଡିଛି। ବ୍ୟକ୍ତି…

ରାଜ୍ୟରେ ଶକ୍ତି ସଙ୍କଟ: ଆସନ୍ତା ୬ ମାସ ପାଇଁ ‘ଏସ୍‌ମା’ ଲାଗୁ କଲେ ସରକାର

ଭୁବନେଶ୍ୱର,୨୨।୫(ରବିନାରାୟଣ ଜେନା):  ରାଜ୍ୟରେ କିଭଳି ନିରବଚ୍ଛିନ୍ନ ବିଦ୍ୟୁତ୍‌ ସରବରାହ ହୋଇପାରିବ ଏବଂ କର୍ମଚାରୀମାନେ ଆନ୍ଦୋଳନକୁ ନ ଓହ୍ଲାଇବେ ତାକୁ ଦୃଷ୍ଟିରେ ରଖି ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri