ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଯବାନଙ୍କ ଶେଷକୃତ୍ୟ

ଟିକିରି,୨୦ା୩: ଦିଲ୍ଲୀରେ ସିଆରପିଏଫ୍‌ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଭାବେ କାର୍ଯ୍ୟ କରୁଥିବା ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ କୋଡ଼ିପାରି ଗ୍ରାମର ଜେମ୍‌ସ ଦାସ ନାୟକଙ୍କର ଗୁରୁବାର ରାତିରେ ପରଲୋକ ଘଟିଥିଲା। ଶନିବାର ସନ୍ଧ୍ୟାରେ ତାଙ୍କ ମରଶରୀର କୋଡ଼ିପାରିରେ ପହଞ୍ଚିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି।
ସିଆର୍‌ପିଏଫ୍‌ ଡିଆଇଜି ବିଜୟ ସିଂ(ସମ୍ବଲପୁର ଜୋନ୍‌)ଙ୍କ ନେତୃତ୍ୱରେ ପୋଲିସ ସୁରକ୍ଷା ବଳୟରେ ଏକ ସ୍ବତନ୍ତ୍ର ଗାଡ଼ିରେ ଯବାନଙ୍କ ମରଶରୀର ଗାଁରେ ପହଞ୍ଚିଥିଲା। ସ୍ତ୍ରୀ, ୨ ବର୍ଷର ପୁତ୍ର, ମା’ ବାପା ଏବଂ ସମ୍ପର୍କୀୟଙ୍କ ଶେଷଦର୍ଶନ ପରେ ମରଶରୀରକୁ ଶୋଭାଯାତ୍ରାରେ ଗାଁ ଶ୍ମଶାନକୁ ନିଆଯାଇଥିଲା। ସେଠାରେ ଜେମ୍‌ସଙ୍କୁ କବର ଦିଆଯାଇଥିଲା। ଏହି ସମୟରେ କାଶୀପୁର ବ୍ଲକ୍‌ର ପ୍ରଶାସନିକ ଅଧିକାରୀ, ଦୋରାଗୁଡ଼ା ଥାନା ଅଧିକାରୀ, ଅଣ୍ଡିରାକଞ୍ଚ ଥାନା ଅଧିକାରୀ, ରାୟଗଡ଼ା ଜିଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା, ଉତ୍କଳ ଆଲୁମିନାର ଅଧିକାରୀଙ୍କ ସମେତ ବହୁ ରାଜନୈତିକ ବ୍ୟକ୍ତିବିଶେଷ ଏବଂ ବୁଦ୍ଧିଜୀବୀ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେହିପରି ରାସ୍ତାରେ ଅଞ୍ଚଳବାସୀ ଉପସ୍ଥିତ ରହି ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀଙ୍କ ଏସ୍‌ପିଓ ପାଇଁ ଶୁକ୍ରବାର ରନ୍‌ ଟେଷ୍ଟବେଳେ ଜେମ୍‌ସ ଟଳିପଡ଼ିଥିଲେ। ତାଙ୍କୁ ଦିଲ୍ଲୀସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ତାଙ୍କର ହୃଦ୍‌ଘାତରେ ପରଲୋକ ଘଟିଥିବା ଡାକ୍ତର ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରେନ୍‌ରେ ଭାସି ଯାଇଥିବା ଛାତ୍ରଙ୍କ ମୃତଦେହ ମିଳିଲା

ଭୁବନେଶ୍ୱର,୨୦ା୯(ବ୍ୟୁରୋ): ରାଜଧାନୀର ଖୋଲା ଡ୍ରେନ୍‌ରେ ରବିବାର ଅପରାହ୍ନରେ ଭାସି ଯାଇଥିବା ଦଶମ ଶ୍ରେଣୀ ଛାତ୍ର ଜ୍ୟୋତିପ୍ରକାଶ ବେହେରାଙ୍କ ମୃତଦେହକୁ ସୋମବାର ଉଦ୍ଧାର କରିଛି ଅଗ୍ନିଶମ ବାହିନୀ...

ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ବିରୋଧରେ ସାଂଘାତିକ ଅଭିଯୋଗ: ପାଚେରି ଗଢ଼ି ପ୍ରାକୃତିକ ସମ୍ପତ୍ତି ଜବରଦଖଲ

କଟକ ଅଫିସ, ୩୧ା୭: ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ବିରୋଧରେ ଉଠିଛି ସାଂଘାତିକ ଅଭିଯୋଗ। ନରାଜଠାରେ ଏହି ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସରେ ବେଆଇନ ଭାବେ ପାଚେରୀ ନିର୍ମାଣ କରାଯାଇଛି।...

୩ ଗୁହାଳ ଜଳିଗଲା : ୨୬ ଛେଳି, ୩ ଗୋରୁ ଜୀବନ୍ତ ଦଗ୍ଧ

ପଦ୍ମପୁର,୭।୯(ଡି.ଏନ୍‌.ଏ.) : ଭଦ୍ରକ ସଦର ବ୍ଲକ ଅଧୀନ ଗୋରାମାଟି ପଞ୍ଚାୟତର ଚଳପୁର ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୩ଟି ଗୁହାଳ ଜଳିଯାଇଛି। ଗ୍ରାମର...

ପୋଖରୀରେ ବୁଡ଼ି ଦୁଇ ଶିଶୁ ମୃତ

ରାଜକନିକା, ୧୨ା୩ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅନ୍ତର୍ଗତ ଡଙ୍କାରୀ ଗାଁର ଏକ ପୋଖରୀରେ ବୁଡି ଦୁଇ ଶିଶୁଙ୍କ ଶୁକ୍ରବାର ମୃତ୍ୟୁ ହୋଇଛି। ଏନେଇ...

କାମରେ ଲାଗୁନି ଆବର୍ଜନା ସଂଗ୍ରହ ଭାକ୍ୟୁମ ମେଶିନ

ବ୍ରହ୍ମପୁର ଅଫିସ୍‌,୧୬।୫: ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସହରକୁ ସ୍ବଚ୍ଛ ରଖିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ୨୦୨୨ ସ୍ବଚ୍ଛ ସର୍ବେକ୍ଷେଣ କ୍ଷେତ୍ରରେ ସ୍ବତନ୍ତ୍ର ସ୍ଥାନ...

ଛତିଶଗଡ଼ର ୧୭୧ ସ୍କୁଲରେ ସ୍ଥାନ ପାଇବ ଡ.ଓସାମାଙ୍କ ପ୍ରକଳ୍ପ

ରଘୁନାଥପୁର,୧୯ା୧୧(ଡି.ଏନ୍‌.ଏ.): ଛତିଶଗଡ଼ ରାୟପୁରଠାରେ ଜବାହରଲାଲ ନେହେରୁ ଅନ୍ତର୍ଜାତୀୟ ଶିକ୍ଷା ସମ୍ମିଳନୀ (ଭିଜନ ୨୦୩୦) ନଭେମ୍ବର ୧୪ରେ ଅନୁଷ୍ଠିତ ହୋଇଯାଇଛି। ଓଡିଶାରୁ ଏକମାତ୍ର ଶିକ୍ଷକ ଭାବେ ଏହି...

ଚୂନ ମାରି ଲୁଟୁଛନ୍ତି ଅଧିକାରୀ, ଠିକାଦାର

ମାଲକାନଗିରି,୧୮।୪ (ଡି.ଏନ.ଏ.): ଖରା ଦିନ ଆସିଲେ ମାଲକାନଗିରି ଜିଲାରେ ଜଳ କଷ୍ଟ ବଢିଥାଏ। ଜିଲାରେ ସବୁ ବର୍ଷ ଜଳ କଷ୍ଟ ଦେଖାଦେଉଥିବା ବେଳେ ଏହା ଦୂର କରିବା...

ମରାମତି ଦାବିରେ ରାଜପଥ ଅବରୋଧ

ବଅଁରପାଳ,୨୬।୧୧(ଡି.ଏନ.ଏ.) – ଅନୁଗୋଳ ଦେଇ ଯାଇଥିବା କଟକ-ସମ୍ବଲପୁର ୫୫ନଂ. ଜାତୟ ରାଜପଥର ବହୁ ସ୍ଥାନ ଶୋଚନୀୟ ହୋଇପଡିଛି। ଅନୁଗୋଳ ଠାରୁ ଜୋରଗଡ଼ିଆ ପର୍ଯ୍ୟନ୍ତ ଅନେକ ସ୍ଥାନରେ...

Advertisement
Archives

Model This Week