Posted inଜାତୀୟ

ଦୁଃଖ ବଖାଣିଲେ ଭାଜପା ବିଧାୟକ

ଲକ୍ଷ୍ନୌ,୯।୫: ଏବେ ସାରା ଦେଶରେ କରୋନା କାୟା ବିସ୍ତାର କରିଛନ୍ତି। ପ୍ରତିଦିନ ଏହାଦ୍ୱାରା ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେଉଥିବାବେଳେ ହଜାର ହଜାର ଲୋକ ମୃତ୍ୟୁ ବରଣ କରୁଛନ୍ତି। ଉତ୍ତର ପ୍ରଦେଶରେ କରୋନା ସ୍ଥିତି ସଙ୍ଗିନ ରହିଛି। ଫିରୋଜାବାଦର ଜନପଦର ଜସରାନା ବିଧାୟକ ରାମଗୋପାଳ ଓରଫ ପପୁ ଲୋଧି ଗତ ଏପ୍ରିଲ ୩୦ରେ କରୋନା ସଂକ୍ରମିତ ହୋଇଥିଲେ। ତାଙ୍କ ସ୍ତ୍ରୀ ମଧ୍ୟ ଏହାର ଶିକାର ହୋଇଥିଲେ। କିଛି ଦିନ ଆଇସୋଲେସନରେ ରହିବା ପରେ ରାମଗୋପାଳ ସୁସ୍ଥ ହୋଇଥିଲେ କିନ୍ତୁ ତାଙ୍କ ସ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା। ଫଳରେ ତାଙ୍କ ଏସଏନ ମେଡିକାଲ କଲେଜ, ଆଗ୍ରାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ମେଡିକାଲରେ ଭର୍ତ୍ତି କରାଯିବା ସହଜ ନ ଥିଲା ବୋଲି ରାମଗୋପାଳ କହିଛନ୍ତି। ପ୍ରଥମେ ତାଙ୍କ ସ୍ତ୍ରୀଙ୍କୁ ପ୍ରାୟ ୩ ଘଣ୍ଟା କାଳ ବେଡ୍‌ ମିଳି ନ ଥିଲା। ଫଳରେ ହସ୍ପିଟାଲ ଚଟାଣରେ ତାଙ୍କ ଶୋଇବାକୁ ପଡିଥିଲା। ଜିଲାଅଧିକାରୀଙ୍କୁ କହିବା ପରେ ବହୁ କଷ୍ଟରେ ଗୋଟିଏ ବେଡ୍‌ ମିଳିଥିଲା। ଏହା ପରେ ଚିକିତ୍ସା ଆରମ୍ଭ ହୋଇଥିଲା। ଏବେ ମଧ୍ୟ ସ୍ତ୍ରୀଙ୍କ ଅବସ୍ଥା କେମିତି ଅଛି ସେ ଜାଣି ନ ଥିବା କହିଛନ୍ତି ରାମଗୋପାଳ। ଏସଏନ ମେଡିକାଲ କଲେଜରେ ଭଲ ଚିକିତ୍ସା ଦିଆଯାଉ ନ ଥିବା କହିଛନ୍ତି। ଯଦି ମୋ ସ୍ତ୍ରୀଙ୍କ ଅବସ୍ଥା ଏମିତି ତେବେ ସାଧାରଣ ଲୋକଙ୍କ ଅବସ୍ଥା କେମିତି ଥିବା ତାହା ସହଜରେ ଅନୁମେୟ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଲଭ ଶୌଚାଳୟରେ ଶ୍ରମିକଙ୍କ ଆଇସୋଲେଶନ

ଚାମ୍ବା (ହିମାଚଳପ୍ରଦେଶ),୩୦।୪ : ଦେଶରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ହିମାଚଳ ପ୍ରଦେଶରୁ ସାମ୍ନାକୁ ଆସିଛି ହୃଦୟ ବିଦାରକ ଚିତ୍ର। ସୁଲଭ...

ବିଚାର ବିଭାଗୀୟ ହାଜତକୁ ଗଲେ ଗାଳି ଦେଉଥିବା ମହିଳା

ନୋଏଡା,୨୧ ।୮: ଉତ୍ତର ପ୍ରଦେଶର ନୋଏଡାରେ ଗାର୍ଡଙ୍କୁ ଗାଳି ଦେଉଥିବା ମହିଳା ଭବ୍ୟା ରାୟଙ୍କୁ କୋର୍ଟ ୧୪ ଦିନିଆ ଜୁଡିସିଆଲ କଷ୍ଟୋଡିକୁ ପଠାଇ ଦେଇଛନ୍ତି ।...

ଏବେ ସେଲ୍‌ଫି ବି ମହଙ୍ଗା, ମନ୍ତ୍ରୀଙ୍କ ସହ ଫଟୋ ଉଠାଇଲେ ଦେବାକୁ ପଡ଼ିବ ୧୦୦ ଟଙ୍କା…

ଭୋପାଳ,୧୮।୭: ଦେଶରେ ପେଟ୍ରୋଲ୍‌ ଏବଂ ଗ୍ୟାସ୍‌ ସହିତ ଅନ୍ୟାନ୍ୟ ସାମଗ୍ରୀର ଦାମ୍‌ ବଢ଼ି ଚାଲିଛି। ଏପରିସ୍ଥଳେ ମଧ୍ୟପ୍ରଦେଶରେ ଏବେ ସେଲ୍‌ଫି ବି ମହଙ୍ଗା ହୋଇଛି। ମନ୍ତ୍ରୀଙ୍କ...

ରେକର୍ଡ କଲେ ଦିଲ୍ଲୀର କିଶୋର: ୨୦ ଦିନରେ ଦିଆଗଲାଣି ୭୫ ପ୍ରତିଶତ ଟିକା

ନୂଆଦିଲ୍ଲୀ,୨୫ ।୧: କରୋନା ଟିକାକରଣକୁ ନେଇ ଦିଲ୍ଲୀର କିଶୋରମାନେ ରେକର୍ଡ କରିଛନ୍ତି । ପ୍ରାୟ ୨୦ ଦିନ ମଧ୍ୟରେ ୭୫ ପ୍ରତିଶତ କିଶୋର କରୋନା ଭ୍ୟାକ୍ସିନର...

ରାହୁଲଙ୍କ ସୁରକ୍ଷାକୁ ନେଇ ବିବାଦ, ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇପାରନ୍ତି ମେହେବୁବା, ପ୍ରିୟଙ୍କା

ଜମ୍ମୁ-କଶ୍ମୀର,୨୮ ।୧: ଏବେ ଜମ୍ମୁ-କଶ୍ମୀରରେ ଚାଲିଛି କଂଗ୍ରେସର ଭାରତ ଯୋଡୋ ଯାତ୍ରା । ଶନିବାର ଏହି ଯାତ୍ରାରେ ପ୍ରିୟଙ୍କା ଗାନ୍ଧୀ ଯୋଗ ଦେଇ ପାରନ୍ତି ବୋଲି...

୩ ନାମ-ନିର୍ବାଚନୀ ଚିହ୍ନ ତାଲିକା ଦେଲେ ଉଦ୍ଧବ…

ମୁମ୍ବାଇ,୯।୧୦ : ଶିବସେନାଙ୍କ ନାମ ଏବଂ ନିର୍ବାଚନୀ ଚିହ୍ନକୁ ନେଇ ଉଦ୍ଧବ ଠାକରେ ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଶିବିରରେ ଚାଲିଥିବା ବିତର୍କ ମଧ୍ୟରେ ନିର୍ବାଚନ...

ଚୋକ୍‌ସି, ମାଲ୍ୟାଙ୍କ ସମେତ ଖିଲାପକାରୀଙ୍କୁ ଋଣ କ୍ଷମା

ନୂଆଦିଲ୍ଲୀ,୨୯।୪: ଦେଶରେ ଲକ୍‌ଡାଉନ୍‌ ଜାରି ରହିଥିବାରୁ ଅନାଦାୟ ଋଣ(ଏନ୍‌ପିଏ) ସ୍ତର ବଢ଼ିବା ଆଶଙ୍କା ରହିଛି। ଏଭଳି ସ୍ଥଳେ ବୃହତ୍‌ ପରିମାଣର ଋଣ ନେଇ ପରିଶୋଧ କରି...

ଏମ୍‌ଏନ୍‌ଏସ୍‌ ନେତାଙ୍କ ଉପରେ ଆକ୍ରମଣ

ମୁମ୍ବାଇ,୩।୩: ମହାରାଷ୍ଟ୍ର ନବନିର୍ମାଶ ସେନା (ଏମ୍‌ଏନ୍‌ଏସ୍‌) ନେତା ତଥା ପୂର୍ବତନ କାଉନସିଲର ସନ୍ଦୀପ ଦେଶପାଣ୍ଡେଙ୍କୁ ଶୁକ୍ରବାର ସକାଳେ ଏଠାରେ ସାଂଘାତିକ ଆକ୍ରମଣ କରାଯାଇଥିଲା। ତାଙ୍କୁ ଚାରି...

Advertisement
Archives

Model This Week