Posted inଖେଳ

୬ ମାସ ଯାଏ ଟିମ୍‌ରୁ ବାଦ୍‌ ପଡ଼ିପାରନ୍ତି ଜସପ୍ରିତ ବୁମ୍‌ରା

ନୂଆଦିଲ୍ଲୀ,୮।୧: ଚାମ୍ପିଅନ୍ସ ଟ୍ରଫି ଲାଗି ଜାନୁଆରୀ ୧୨ରେ ଦଳ ଘୋଷଣା ହେବ। ଏଥିରେ ଦ୍ରୁତ ବୋଲର୍‌ ଜସପ୍ରିତ ବୁମ୍‌ରା ଖେଳିବେ କି ନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ତାଙ୍କ ଆଘାତ ନେଇ ସ୍ଥିତି ସ୍ପଷ୍ଟ କରୁନାହିଁ ବିସିସିଆଇ।
ଗଣମାଧ୍ୟମ ରିପୋର୍ଟ ମୁତାବକ, ବୁମ୍‌ରାଙ୍କ ଭଳି ଆହତ ସମସ୍ୟା ସହ ଲଢ଼ୁଥିବା ବ୍ୟକ୍ତି ଏବଂ ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବାନୁଯାୟୀ ଯଦି ଏହା କେବଳ ବ୍ୟାକ୍‌ ସ୍ପାଜମ୍‌(ଯାହାକି ଟିମ୍‌ ମ୍ୟାନେଜମେଣ୍ଟ କହୁଛି), ତେବେ ବୁମ୍‌ରା ଚାମ୍ପିଅନ୍ସ ଟ୍ରଫି ଖେଳାଯିବା ମଧ୍ୟରେ ଫିଟ୍‌ ହୋଇଯିବେ। ହେଲେ ସୋସିଆଲ ମିଡିଆରେ ଶେୟାର କରାଯାଉଥିବା ଆଉ କିଛି ରିପୋର୍ଟ ମୁତାବକ ଯଦି ଏହା ଗ୍ରେଡ୍‌ ୧ ଶ୍ରେଣୀର ଆଘାତ ତେବେ ତାଙ୍କୁ ୬ ମାସ ଯାଏ ଦଳରୁ ବାହାରେ ରହିବାକୁ ହେବ।
ଏବେ ସବୁକିଛି ଆଘାତର ଶେଷ ଯାଞ୍ଚ ଉପରେ ନିର୍ଭର କରିବ। ଯଦି ଷ୍ଟ୍ରେସ୍‌ ଫ୍ୟାକ୍ଚର ହୋଇ ନ ଥାଏ ତେବେ ଜାନୁଆରୀ ଶେଷ ମଧ୍ୟରେ ସେ ମଇଦାନକୁ ଫେରିପାରନ୍ତି। ଅର୍ଥାତ ସେ ଚାମ୍ପିଅନ୍ସ ଟ୍ରଫିରେ ଖେଳୁଥିବା ନଜର ଆସିବେ।
ଏବେ ଦେଖିବାକୁ ହେବ ଯେ ବୁମ୍‌ରା କେବେ ମଇଦାନକୁ ଓହ୍ଲାଉଛନ୍ତି? ସେ ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜ ଖେଳିବେ ନାହିଁ ବୋଲି ସ୍ପଷ୍ଟ ହୋଇଛି। ହେଲେ ଚାମ୍ପିଅନ୍ସ ଟ୍ରଫିରୁ ସେ ବାଦ୍‌ ପଡ଼ିବେ କି ନାହିଁ ସେନେଇ କିଛି ଦିନରେ ଆଧିକାରୀକ ଭାବେ ସ୍ପଷ୍ଟ ହୋଇଯିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭୁବନେଶ୍ୱରକୁ ଫେରିବ ହକି ଫିଭର: ଫେବୃଆରୀ ୧୫ରୁ କଳିଙ୍ଗରେ ପ୍ରୋ-ଲିଗ୍‌

ଭୁବନେଶ୍ୱର, ୧୬।୧: ସମ୍ପ୍ରତି ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌) ଚାଲିଥିବାବେଳେ ଖୁବ୍‌ଶୀଘ୍ର ଭୁବନେଶ୍ୱରକୁ ଫେରିବାକୁ ଯାଉଛି ହକି ଫିଭର। କଳିଙ୍ଗ...

ଭାରତୀୟ ଦଳକୁ ମିଳିଲା ନୂଆ କୋଚ୍: ବିସିସିଆଇ ନେଲା ବଡ ନିଷ୍ପତ୍ତି, କଣ କରିବେ ଗମ୍ଭୀର…

ମୁମ୍ବାଇ,୧୬।୧: ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ନ୍ୟୁଜିଲାଣ୍ଡ ବିପକ୍ଷରେ ଘରେ ଏବଂ ଅଷ୍ଟ୍ରେଲିଆରେ ବିପକ୍ଷ ବିପର୍ଯ୍ୟୟ ପ୍ରଦର୍ଶନ ପରେ ଭାରତ...

ଋଷଭ ପନ୍ତ ହେବେ ଅଧିନାୟକ, ଶୁକ୍ରବାର କରାଯିବ ଦଳ ଘୋଷଣା

ନୂଆଦିଲ୍ଲୀ,୧୬।୧: ଭାରତୀୟ କ୍ରିକେଟରେ ଅଧିନାୟକଙ୍କୁ ନେଇ ଚର୍ଚ୍ଚା ଜାରି ରହିଛି। ରୋହିତ ଶର୍ମାଙ୍କ ପରେ ଟେଷ୍ଟ ଟିମ୍‌ର ଅଧିନାୟକ କିଏ ହେବ ଏହାକୁ ନେଇ ଆଲୋଚନା...

ଭାରତର ବ୍ୟାଟିଂ କୋଚ ହେବାକୁ ଚାହୁଁଛନ୍ତି ଏହି କ୍ରିକେଟର, ଗମ୍ଭୀରଙ୍କ ସହ ମିଶି…

ନୂଆଦିଲ୍ଲୀ,୧୬।୧: ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବା ଭାରତୀୟ ଦଳ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୩ ରେ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଥିଲା। ଏହି ପରାଜୟ...

‘ଫେକ ନ୍ୟୁଜ…,’ ବେଡ ରେଷ୍ଟ ଖବରକୁ ହସରେ ଉଡାଇ ଦେଲେ ବୁମରା

ନୂଆଦିଲ୍ଲୀ,୧୬।୧: ଟିମ ଇଣ୍ଡିଆର ଦ୍ରୁତ ବୋଲର ଜସପ୍ରିତ ବୁମରାଙ୍କ ବିଷୟରେ ଏମିତି ଏକ ଖବର ଆସିଥିଲା, ଯେଉଁଥିରେ କୁହାଯାଇଥିଲା ଯେ ତାଙ୍କୁ ବେଡ ରେଷ୍ଟ ନେବାକୁ...

ଅଭିନେତା ହୋଇ ବି କ୍ରିକେଟରୁ ମୋଟା ଅଙ୍କ ଆୟ କରନ୍ତି ସୈଫ, ଜାଣନ୍ତୁ କ’ଣ ଏହାର ମାଧ୍ୟମ

ମୁମ୍ବାଇ,୧୬।୧: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ ଫିଲ୍ମ ଜଗତର ସବୁଠାରୁ ଧନୀ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ। ଜାନୁଆରୀ ୨୦୨୫ ସୁଦ୍ଧା, ସୈଫ ଅଲ୍ଲୀ ଖାନଙ୍କ...

ଟିମ୍‌ ଇଣ୍ଡିଆକୁ ମିଳିପାରେ ନୂଆ କୋଚ୍‌, ଗମ୍ଭୀରଙ୍କ ଉପରେ BCCIର ଭରସା ନାହିଁ?

ନୂଆଦିଲ୍ଲୀ,୧୬।୧: ଅଷ୍ଟ୍ରେଲିଆ ଗସ୍ତରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଟିମ୍‌ ଇଣ୍ଡିଆ। କାରଣ ଦଳର ଅଧିକାଂଶ ବ୍ୟାଟ୍ସମ୍ୟାନ୍‌ ସିରିଜରେ ଫେଲ୍‌ ହୋଇଥିଲେ। ବିଶେଷକରି ବିରାଟ କୋହଲିଙ୍କ ଭଳି...

ସରଫରାଜ ଲିକ୍‌ କରିଛନ୍ତି ଡ୍ରେସିଂ ରୁମ୍‌ ଖବର?ଗମ୍ଭୀର ଯୁବ ବ୍ୟାଟ୍ସମ୍ୟାନଙ୍କ ଉପରେ ଆଣିଲେ ବଡ଼ ଅଭିଯୋଗ

ନୂଆଦିଲ୍ଲୀ,୧୫।୧: ଭାରତୀୟ କ୍ରିକେଟ ଟିମ୍‌ ଲାଗି ଅଷ୍ଟ୍ରେଲିଆ ଗସ୍ତ ବେଶ ବିବାଦୀୟ ଥିଲା। ସିରିଜର ପ୍ରଥମ ମ୍ୟାଚ୍‌ ଦଳ ଜିତିଥିଲେ ହେଁ ଲଗାତାର ଭାବେ ବାକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri