Posted inଖେଳ

କାହାକୁ ବିବାହ କରିବେ ଜଶପ୍ରୀତ ବୁମ୍‌ରା

ଭାରତୀୟ ଦ୍ରୁତ ବୋଲର ଜସପ୍ରୀତ ବୁମ୍‌ରା ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଏହି କାରଣରୁ ସେ ଇଂଲଣ୍ଡ ବିପକ୍ଷ ଶେଷ ଟେଷ୍ଟ ନ ଖେଳିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କୁ ପୂର୍ବରୁ ଟି -୨୦ ସିରିଜରୁ ବିଶ୍ରାମ ଦିଆଯାଇଛି। ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜରେ ମଧ୍ୟ ସେ ଖେଳିବେ ନାହିଁ। ବୁମରା ବିବାହ କରିବାକୁ ଯାଉଛନ୍ତି। ଏଭଳି ପରିସ୍ଥିତିରେ ସେ ବିବାହ ସହ ଜଡିତ ପ୍ରସ୍ତୁତି ପାଇଁ ଛୁଟି ନେଇଛନ୍ତି। ତେବେ ସେ କାହାକୁ ବିବାହ କରିବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସାଉଥ୍‌ ଅଭିନେତ୍ରୀ ଅନୁପମା ପରମେଶ୍ୱରନ୍‌ ବିବାହ କରିବେ ବୋଲି ଆଲୋଚନା ହେଉଥିଲା। କିନ୍ତୁ ଅଭିନେତ୍ରୀଙ୍କ ପରିବାର ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ଅନୁପମା ଏବେ ଗୁଜରାଟରେ ନିଜ ଆଗାମୀ ଫିଲ୍ମ ଶୁଟିଂ ବ୍ୟସ୍ତ ଥିବା କହିଛନ୍ତି। ତେବେ ବୁମ୍‌ରା ଗୋଆର ସ୍ପୋର୍ଟସ ଆଙ୍କର୍‌ ସଞ୍ଜନା ଗଣେଷନଙ୍କୁ ବିବାହ କରିବେ ବୋଲି ର୍ଚ୍ଚା ହେଉଛି। ୨୮ ବର୍ଷିୟା ସଞ୍ଜନା ଅନେକ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟରେ ହୋଷ୍ଟିଂ ଦାୟିତ୍ୱ ତୁଲାଇଛନ୍ତି। ୨୦୧୯ ଆଇପିଏଲ୍‌ରେ କୋଲକତା ନାଇଟ୍‌ ରାଇଡର୍ସ ପକ୍ଷରୁ ମଧ୍ୟ ହୋଷ୍ଟିଂ କରିଥିଲେ। ୨୦୧୩ରେ ସେ ଫେମିନା ଗର୍ଜିୟସ୍‌ ଟାଇଟେଲ୍‌ ଜିତିଥିଲେ। ତେବେ ବୁମ୍‌ରାଙ୍କ ବିବାହ କେବେ ଓ କେଉଁଠାରେ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହି ବିବାହ କେବଳ ଅହମ୍ମଦାବାଦରେ ହେବ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ ଆଥ୍‌ଲେଟ ଦଳର ଗସ୍ତ ୧୪ରେ

ମାଡ୍ରାସ, ୪ା୭(ପି.ଟି.)-ଅଲିମ୍ପିକ୍ସରେ ଭାଗ ନେବା ଲାଗି ଭାରତର ପ୍ରଥମ ବ୍ୟାଚ୍‌ ଆଥ୍‌ଲେଟ ଦଳ ଜୁଲାଇ ୧୪ରେ ଏୟାର ଇଣ୍ଡିଆର ଏକ ସ୍ବତନ୍ତ୍ର ବିମାନ ଯୋଗେ ଟୋକିଓ...

ସଫଳତାର ରାଜ୍‌ ଖୋଲିଲେ ରାହୁଲ

ସେଞ୍ଚୁରିୟନ୍‌,୩୧।୧୨: ଭାରତୀୟ ଓପନର୍‌ କେ.ଏଲ ରାହୁଲ ଦୃଢ ପ୍ରଦର୍ଶନ କରୁଛନ୍ତି। ଏହି କାରଣରୁ ତାଙ୍କୁ ଟେଷ୍ଟ ଦଳର ଉପଅଧିନାୟକ କରାଯାଇଥିଲା। ସେଣ୍ଟୁରିୟନରେ ଦକ୍ଷିଣ ଆଫ୍ରିକା ବିପକ୍ଷ...

କୋଭିଡ୍‌-୧୯ ପ୍ରଭାବ: ବକ୍ସିଂ ଏସିଆନ ଚାମ୍ପିୟନଶିପ୍‌ ଘୁଞ୍ଚିଲା

ନୂଆଦିଲ୍ଲୀ,୧୮।୮(ପି.ଟି.): କୋଭିଡ୍‌-୧୯ ପ୍ରଭାବ କାରଣରୁ ଆଉ ଏକା ମେଗା ଇଭେଣ୍ଟକୁ ଘୁଞ୍ଚାଇ ଦିଆଯାଇଛି। ଆଗାମୀ ନଭେମ୍ବର- ଡିସେମ୍ବରରେ ଭାରତରେ ଆୟୋଜନ ହେବାକୁ ଥିବା ଏସିଆନ ବକ୍ସିଂ...

ଓଭାଲ ଟେଷ୍ଟ: ଇଂଲଣ୍ଡକୁ ହରାଇଲା ଟିମ୍‌ ଇଣ୍ଡିଆ

ଲଣ୍ଡନ,୬।୯: ପ୍ରଥମ ଇନିଂସରେ ୯୯ ରନ୍‌ରେ ପଛୁଆ ଥିବା ଟିମ୍‌ ଇଣ୍ଡିଆ ଶେଷରେ ବାଜିମାତ୍‌ କରିଛି। ଓଭାଲ ଟେଷ୍ଟର ପଞ୍ଚମ ଦିନରେ ୧୫୭ ରନ୍‌ରେ ଇଂଲଣ୍ଡକୁ...

ଭାରତ ଫେଭରାଇଟ

ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫି ହକିର ୭ମ ସଂସ୍କରଣ ଗୁରୁବାରଠାରୁ ଚେନ୍ନାଇରେ ଆରମ୍ଭ ହେବାକୁ ଯାଉଛି। ପ୍ରତିଯୋଗିତାରେ ଏସିଆର ୬ଟି ଶ୍ରେଷ୍ଠ ଦଳ ଅଂଶଗ୍ରହଣ କରିବେ। ବିଶ୍ୱ...

କୋଭିଡ୍‌-୧୯: ଜାତୀୟ ଫେଡେରେଶନଗୁଡିକୁ ୟୁଫାର ଅନୁଦାନ

ପ୍ୟାରିସ୍‌,୨୮।୪(ଏପି): କୋଭିଡ୍‌-୧୯ ମହାମାରୀ ଦ୍ୱାରା ସାରା ବିଶ୍ୱ ଫୁଟବଲ ପ୍ରଭାବିତ ହୋଇଥିବାରୁ ୟୁନିୟନ ଅଫ୍‌ ୟୁରୋପିଆନ ଫୁଟବଲ ଆସୋସିଏଶନ (ୟୁଫା) ତା’ର ଜାତୀୟ ଫେଡେରେଶଗୁଡିକୁ ସାହାଯ୍ୟର...

ବିଦ୍ୟୁତ୍‌ କାଟ୍‌କୁ ନେଇ ପ୍ରଶ୍ନ ଉଠାଇଲେ ଧୋନୀଙ୍କ ସ୍ତ୍ରୀ

ରାଞ୍ଚି,୨୬।୨: ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଥିବାବେଳେ ବିଦ୍ୟୁତ୍‌ କାଟ୍‌ ଲୋକଙ୍କ ସମସ୍ୟାକୁ ଆହୁରି ବଢାଇ ଦେଇଛି। ନିକଟରେ ଭାରତର ପୂର୍ବତନ କ୍ରିକେଟ ଅଧିନାୟକ ଏମଏସ...

ଅଷ୍ଟ୍ରେଲିଆ ସଫଳତା ପରେ ମୁଣ୍ଡନ ହେଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୩୧ା୧- ଅଷ୍ଟ୍ରେଲିଆରେ ମିଳିଥିବା ସଫଳତା ପରେ ଭାରତୀୟ ପେସର ଟି. ନଟରାଜନ ରବିବାର ନଣ୍ଡା ହୋଇଛନ୍ତି। ଏ ନେଇ ସୋସିଆଲ ମିଡିଆରେ ସେ ଏକ ଫଟୋ...

Advertisement
Archives

Model This Week