Posted inଖେଳ

ଅଷ୍ଟ୍ରେଲିଆ ମାଟିରେ ବଡ଼ ରେକର୍ଡ କଲେ ଜସପ୍ରୀତ ବୁମ୍‌ରା

ପର୍ଥ,୨୩।୧୧: ପର୍ଥରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଖେଳାଯାଉଛି। ଟସ ଜିତି ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୧୫୦ ରନରେ ଅଲଆଉଟ ହେବା ପରେ ଅଷ୍ଟ୍ରେଲିଆ ଦଳ ଏହାର ପ୍ରଥମ ଇନିଂସରେ ୧୦୪ ରନ୍‌ରେ ଅଲଆଉଟ୍‌ ହୋଇଛି। ଫଳରେ ଭାରତ ପ୍ରଥମ ଦିନରେ ୪୬ ରନ୍‌ରେ ଆଗୁଆ ରହିଛି। ମ୍ୟାଚ୍‌ରେ ଜସପ୍ରୀତ ବୁମ୍‌ରା ୫ ଉଇକେଟ୍‌ ନେଇ ଏକ ରେକର୍ଡ କରିଛନ୍ତି।

ବୁମ୍‌ରା ଏପର୍ଯ୍ୟନ୍ତ ନାଥନ ମ୍ୟାକସ୍ବେନି, ଉସମାନ ଖ୍ବାଜା, ଷ୍ଟିଭ ସ୍ମିଥ, ପ୍ୟାଟ କମିନ୍ସ ଏବଂ ଆଲେକ୍ସ କେରିଙ୍କୁ ଆଉଟ୍‌ କରିଛନ୍ତି। ସେ ଅଷ୍ଟ୍ରେଲିଆ ମାଟିରେ ଏପର୍ଯ୍ୟନ୍ତ ୩୭ ଉଇକେଟ ନେଇଛନ୍ତି। ଏଥିମଧ୍ୟରେ ଦୁଇଟି ପାଞ୍ଚ ଉଇକେଟ ସାମିଳ ଅଛି। ଏହି ମ୍ୟାଚ ପୂର୍ବରୁ ବୁମରା ୨୦୧୮-୧୯ରେ ମେଲବୋର୍ନରେ ୩୩ ରନ ଦେଇ ୬ଟି ଉଇକେଟ ନେଇଥିଲେ। ଅଷ୍ଟ୍ରେଲିଆରେ ଜଣେ ଭାରତୀୟ ବୋଲରଙ୍କ ଦ୍ୱାରା ଶ୍ରେଷ୍ଠ ବୋଲିଂର ରେକର୍ଡ କପିଲ ଦେବଙ୍କ ନାମରେ ରହିଛି। ସେ ୧୦୬ ରନ ଦେଇ ୮ଟି ଉଇକେଟ ନେଇଥିଲେ। ଏଥିସହିତ କୁମ୍ବଲେ ୧୪୧ ରନ ଦେଇ ୮ଟି ଉଇକେଟ ନେଇ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲୀୟ ମାଟିରେ ସର୍ବାଧିକ ଉଇକେଟ ନେଇଥିବା ଭାରତୀୟ ହେଉଛନ୍ତି କପିଲ ଦେବ। ସେ ୫୧ ଉଇକେଟ ନେଇଥିବାବେଳେ କୁମ୍ବଲେ ୪୯ ଉଇକେଟ ନେଇ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଅଶ୍ୱିନ ୩୯ ଉଇକେଟ ନେଇ ତୃତୀୟ ସ୍ଥାନରେ ଅଛନ୍ତି। ବୁମ୍‌ରାଙ୍କୁ ଏହି ଗସ୍ତରେ ସମସ୍ତଙ୍କୁ ପଛରେ ପକାଇବାର ଏକ ସୁଯୋଗ ଅଛି।

ବୁମରା ମଧ୍ୟ ପର୍ଥ ଟେଷ୍ଟରେ ଟିମ ଇଣ୍ଡିଆର ଅଧିନାୟକ ଅଟନ୍ତି। ବିଦେଶରେ ଚାଲିଥିବା ଟେଷ୍ଟରେ ଜଣେ ଭାରତୀୟ ବୋଲରଙ୍କ ଦ୍ୱାରା ତାଙ୍କର ଦ୍ୱିତୀୟ ଶ୍ରେଷ୍ଠ ବୋଲିଂ ହୋଇଛି। କପିଲ ଦେବ ଏହି ତାଲିକାର ଶୀର୍ଷରେ ଅଛନ୍ତି। ସେ ବିଦେଶରେ ହୋଇଥିବା ଟେଷ୍ଟରେ ୧୦୬ ରନ ଦେଇ ୮ଟି ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଢିଲା ବୈଭବଙ୍କ ଅଡୁଆ: ଟିମ ଇଣ୍ଡିଆରୁ ପଡ଼ିବେ ବାଦ୍‌ ! ଆସିଲା ସାଂଘାତିକ ଖବର, ପ୍ରଶଂସକ ଶୁଣିଲେ…

ନୂଆଦିଲ୍ଲୀ,୨୩।୧୧: ଏସିଆ କପ ରାଇଜିଂ ଷ୍ଟାର୍ସରେ ଭାରତୀୟ ଦଳର ଆରମ୍ଭ ବିଶେଷ ଭଲ ରହିନାହିଁ। ନେପାଳ ବିପକ୍ଷ ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆ ସହଜ ବିଜୟ ହାସଲ…

୨୦୨୫ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀଙ୍କୁ ନୂଆ ଦାୟିତ୍ୱ, କେନ୍ଦୁଝରଗଡ଼ ପୌରପାଳିକାରେ ଯୋଗଦେଲେ ଜିତେନ୍ଦ୍ର

କେନ୍ଦୁଝର,୨୩ା୧୧ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ ପୌରପାଳିକାର ନିର୍ବାହୀ ଅଧିକାରୀ ଭାବେ ୨୦୨୫ ବ୍ୟାଚର ଆଇଏଏସ୍‌ ପ୍ରୋବେସନର ଜିତେନ୍ଦ୍ର କୁମାର ସୋମବାର କାର୍ଯ୍ୟରେ ଯୋଗ ଦେଇଛନ୍ତି ।…

ଶେୟାର ବଜାରରେ ହଠାତ୍‌ ବଡ଼ ଧରଣର ହ୍ରାସ: ଗୋଟିଏ ଦିନରେ ବୁଡିଗଲା ନିବେଶକଙ୍କ ୩ ଲକ୍ଷ କୋଟି! ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୩।୧୧: ଭାରତୀୟ ଶେୟାର ବଜାରରେ ନିବେଶ କରୁଥିବା ଲୋକଙ୍କ ପାଇଁ ସୋମବାର ଦିନଟି କୌଣସି ବଡ଼ ଝଟ୍‌କାଠାରୁ କମ ନଥିଲା। ସକାଳେ କାରବାର ଆରମ୍ଭରେ ବଜାରରେ ଭଲ…

ତାମିଲନାଡୁ ରାଜନୀତିରେ ହଇଚଇ: ମୁଖ୍ୟମନ୍ତ୍ରୀ ବିଜୟଙ୍କ ପରେ ରାଜନୀତିକୁ ଆସିବେ ତ୍ରିଷା! ଜାରି ହେଲା…

ନୂଆଦିଲ୍ଲୀ,୨୩।୧୧: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ବନ୍ଧୁ ତଥା ଅଭିନେତ୍ରୀ ତ୍ରିଷା କୃଷ୍ଣନ କ’ଣ ରାଜନୀତିରେ ପାଦ ଥାପିବେ? ଏହାକୁ ନେଇ ଏବେ ଚର୍ଚ୍ଚା ଜୋର୍‌…

ଟି-୨୦ରେ ନୂଆ ଇତିହାସ ଲେଖିଲେ କିରନ ପୋଲାର୍ଡ: ବିଶ୍ୱର ଦ୍ୱିତୀୟ ଖେଳାଳି ଭାବେ କଲେ ଏମିତି କାରନାମା

ନୂଆଦିଲ୍ଲୀ,୨୩।୧୧: ଟି-୨୦ କ୍ରିକେଟରେ ନୂଆ ଇତିହାସ ରଚିଛନ୍ତି ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଧୂଆଁଧାର ବ୍ୟାଟର କିରନ ପୋଲାର୍ଡ। ଟି-୨୦ ଫର୍ମାଟରେ ୧୫ ହଜାର ରନ ପୂରଣ କରିବାରେ ସେ…

୧୧ ବର୍ଷ ପରେ ଟିମ ଇଣ୍ଡିଆ ସହ ଘଟିଲା ଅଜବ ସଂଯୋଗ: ୩୫୨ ରନ୍‌ କରିବା ପରେ ବି…

ନୂଆଦିଲ୍ଲୀ,୨୩।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୱେଲିଂଟନର ବେସିନ ରିଜର୍ଭ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ ଡ୍ର’ରେ ଶେଷ ହୋଇଛି। ପ୍ରଥମ ଇନିଂସରେ ୩୫୨ ରନର…

ପାୱାର ଟିଲରରେ ଚାଷ କରୁଥିବା ବେଳେ ଭୟଙ୍କର ଦୁର୍ଘଟଣା; ମେସିନ ଭିତରେ ପଶିଗଲା ଚାଷୀଙ୍କ ମୁଣ୍ଡ-ଗୋଡ଼, ତାପରେ…

ପଟ୍ଟାଙ୍ଗି,୨୩ା୧୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅଧିନସ୍ଥ ରାଲେଗଡା ପଞ୍ଚାୟତର କର୍ତ୍ତାଲାବା ଗ୍ରାମରେ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ନିଜ ଚାଷଜମିରେ…

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୨ ଜୀବନ, ୨ ଗୁରୁତର

ବାରିପଦା,୨୩।୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଯଶିପୁର ଥାନା ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥ ପାଣ୍ଠ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ୨ ବାଇକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?