Posted inଖେଳ

ଟି-୨୦ରେ ନୂଆ ଇତିହାସ ଲେଖିଲେ କିରନ ପୋଲାର୍ଡ: ବିଶ୍ୱର ଦ୍ୱିତୀୟ ଖେଳାଳି ଭାବେ କଲେ ଏମିତି କାରନାମା

ନୂଆଦିଲ୍ଲୀ,୨୩।୧୧: ଟି-୨୦ କ୍ରିକେଟରେ ନୂଆ ଇତିହାସ ରଚିଛନ୍ତି ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଧୂଆଁଧାର ବ୍ୟାଟର କିରନ ପୋଲାର୍ଡ। ଟି-୨୦ ଫର୍ମାଟରେ ୧୫ ହଜାର ରନ ପୂରଣ କରିବାରେ ସେ ବିଶ୍ୱର ଦ୍ୱିତୀୟ ଖେଳାଳି ହୋଇଛନ୍ତି। ଏହି ତାଲିକାରେ ଇଂଲଣ୍ଡର ଜୋସ ବଟଲର ପ୍ରଥମ ସ୍ଥାନରେ ରହିଛନ୍ତି।

ବର୍ତ୍ତମାନ ଅନ୍ତର୍ଜାତୀୟ ଲିଗ ଟି-୨୦ରେ ଏମଆଇ ଏମିରେଟ୍ସର ନେତୃତ୍ୱ ନେଉଛନ୍ତି ପୋଲାର୍ଡ। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଡେଜର୍ଟ ଭାଇପର୍ସ ବିପକ୍ଷରେ ସେ ୧୫ ରନ କରି ଏହି ଐତିହାସିକ ମାଇଲଖୁଣ୍ଟ ଛୁଇଁଛନ୍ତି। ମ୍ୟାଚ ପୂର୍ବରୁ ତାଙ୍କୁ ୧୫ ହଜାର ରନ ପୂରଣ କରିବା ପାଇଁ ମାତ୍ର ୧ ରନ ଆବଶ୍ୟକ ଥିଲା।

ଏହି ମ୍ୟାଚ ପରେ ପୋଲାର୍ଡଙ୍କ ମୋଟ ଟି-୨୦ ରନ ସଂଖ୍ୟା ୧୫,୦୧୪ରେ ପହଞ୍ଚିଛି। ଅନ୍ୟପକ୍ଷରେ ଜୋସ ବଟଲରଙ୍କ ନାମରେ ୧୫,୦୬୨ ରନ ରହିଛି। ଅର୍ଥାତ୍‌ ବଟଲରଙ୍କଠାରୁ ପୋଲାର୍ଡ ମାତ୍ର ୪୮ ରନ ପଛରେ ଅଛନ୍ତି। ଆଗାମୀ ମ୍ୟାଚ୍‌ଗୁଡ଼ିକରେ ଏହି ବ୍ୟବଧାନ ଦୂର କରି ପୋଲାର୍ଡ ଏକ ନମ୍ବର ସ୍ଥାନ ହାସଲ କରିବାର ସୁଯୋଗ ରହିଛି।

ଟି-୨୦ରେ ସର୍ବାଧିକ ରନ କରିଥିବା ଶ୍ରେଷ୍ଠ ୧୦ ବ୍ୟାଟର

୧. ଜୋସ ବଟଲର ୧୫,୦୬୨ ରନ
୨. କିରନ ପୋଲାର୍ଡ ୧୫,୦୧୪ ରନ
୩. ଆଲେକ୍ସ ହେଲ୍ସ ୧୪,୫୮୧ ରନ
୪. କ୍ରିସ ଗେଲ ୧୪,୫୬୨ ରନ
୫. ଡେଭିଡ ୱାର୍ଣ୍ଣର ୧୪,୪୧୧ ରନ
୬. ବିରାଟ କୋହଲି ୧୪,୨୧୮ ରନ
୭. ଜେମ୍ସ ଭିନ୍ସ ୧୪,୨୧୮ ରନ
୮. ସୋଏବ ମଲିକ ୧୩,୫୭୧ ରନ
୯. କ୍ୱିଣ୍ଟନ ଡି’କକ ୧୩,୦୪୬ ରନ
୧୦. ଫାଫ ଡୁ ପ୍ଲେସିସ ୧୨,୭୮୪ ରନ

କିରନ ପୋଲାର୍ଡଙ୍କ ଟି-୨୦ କ୍ୟାରିୟର ମଧ୍ୟ ବେଶ ଚମତ୍କାର। ସେ ଏପର୍ଯ୍ୟନ୍ତ ୭୫୫ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ଏହା ସହ ସେ ଏହି ଫର୍ମାଟରେ ସର୍ବାଧିକ ମ୍ୟାଚ ଖେଳିଥିବା ଖେଳାଳି। ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ୱେଷ୍ଟଇଣ୍ଡିଜ୍‌ର ସୁନୀଲ ନାରାୟଣ ଅଛନ୍ତି। ସେ ୬୧୮ଟି ମ୍ୟାଚ ଖେଳିଛନ୍ତି।

ପୋଲାର୍ଡ ୬୭୨ଟି ଇନିଂସରେ ବ୍ୟାଟିଂ କରି ୩୧.୬୭ ହାରରେ ଏବଂ ୧୫୦.୮୪ ଷ୍ଟ୍ରାଇକ ରେଟ୍ରେ ୧୫,୦୧୪ ରନ ସଂଗ୍ରହ କରିଛନ୍ତି। ଏଥିରେ ୨ଟି ଶତକ ଓ ୭୧ଟି ଅର୍ଦ୍ଧଶତକ ରହିଛି। ତାଙ୍କର ସର୍ବାଧିକ ସ୍କୋର ହେଉଛି ୧୦୪ ରନ।

କେବଳ ବ୍ୟାଟିଂ ନୁହେଁ, ବୋଲିଂରେ ମଧ୍ୟ ପୋଲାର୍ଡଙ୍କ ରେକର୍ଡ ଉଲ୍ଲେଖନୀୟ। ସେ ୪୩୬ଟି ଇନିଂସରେ ବୋଲିଂ କରି ୨୫.୩୬ ହାରରେ ୩୪୧ଟି ଉଇକେଟ ନେଇଛନ୍ତି। ତାଙ୍କର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ୪/୧୫ ରହିଥିବା ବେଳେ ୮ ଥର ଇନିଂସରେ ୪ଟି ଉଇକେଟ ନେବାର ସଫଳତା ହାସଲ କରିଛନ୍ତି।

ଟି-୨୦ କ୍ରିକେଟ୍ରେ ନିଜର ଧମାକାଦାର ବ୍ୟାଟିଂ ଓ ଉପଯୋଗୀ ବୋଲିଂ ପାଇଁ ପରିଚିତ ପୋଲାର୍ଡ ଏବେ ଜୋସ ବଟଲରଙ୍କ ରେକର୍ଡ ଭାଙ୍ଗିବାଠାରୁ ମାତ୍ର ୪୮ ରନ ଦୂରରେ ଅଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ହଠାତ୍‌ ବଡ଼ ଧରଣର ହ୍ରାସ: ଗୋଟିଏ ଦିନରେ ବୁଡିଗଲା ନିବେଶକଙ୍କ ୩ ଲକ୍ଷ କୋଟି! ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୩।୧୧: ଭାରତୀୟ ଶେୟାର ବଜାରରେ ନିବେଶ କରୁଥିବା ଲୋକଙ୍କ ପାଇଁ ସୋମବାର ଦିନଟି କୌଣସି ବଡ଼ ଝଟ୍‌କାଠାରୁ କମ ନଥିଲା। ସକାଳେ କାରବାର ଆରମ୍ଭରେ ବଜାରରେ ଭଲ…

ତାମିଲନାଡୁ ରାଜନୀତିରେ ହଇଚଇ: ମୁଖ୍ୟମନ୍ତ୍ରୀ ବିଜୟଙ୍କ ପରେ ରାଜନୀତିକୁ ଆସିବେ ତ୍ରିଷା! ଜାରି ହେଲା…

ନୂଆଦିଲ୍ଲୀ,୨୩।୧୧: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ବନ୍ଧୁ ତଥା ଅଭିନେତ୍ରୀ ତ୍ରିଷା କୃଷ୍ଣନ କ’ଣ ରାଜନୀତିରେ ପାଦ ଥାପିବେ? ଏହାକୁ ନେଇ ଏବେ ଚର୍ଚ୍ଚା ଜୋର୍‌…

୧୧ ବର୍ଷ ପରେ ଟିମ ଇଣ୍ଡିଆ ସହ ଘଟିଲା ଅଜବ ସଂଯୋଗ: ୩୫୨ ରନ୍‌ କରିବା ପରେ ବି…

ନୂଆଦିଲ୍ଲୀ,୨୩।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୱେଲିଂଟନର ବେସିନ ରିଜର୍ଭ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ ଡ୍ର’ରେ ଶେଷ ହୋଇଛି। ପ୍ରଥମ ଇନିଂସରେ ୩୫୨ ରନର…

ପାୱାର ଟିଲରରେ ଚାଷ କରୁଥିବା ବେଳେ ଭୟଙ୍କର ଦୁର୍ଘଟଣା; ମେସିନ ଭିତରେ ପଶିଗଲା ଚାଷୀଙ୍କ ମୁଣ୍ଡ-ଗୋଡ଼, ତାପରେ…

ପଟ୍ଟାଙ୍ଗି,୨୩ା୧୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅଧିନସ୍ଥ ରାଲେଗଡା ପଞ୍ଚାୟତର କର୍ତ୍ତାଲାବା ଗ୍ରାମରେ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ନିଜ ଚାଷଜମିରେ…

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୨ ଜୀବନ, ୨ ଗୁରୁତର

ବାରିପଦା,୨୩।୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଯଶିପୁର ଥାନା ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥ ପାଣ୍ଠ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ୨ ବାଇକ୍‌…

କାର୍ତ୍ତିକ ମାସ ଶେଷ ସୋମବାର, ବଟେଶ୍ଵର ଶୈବପୀଠରେ ୫୦ ହଜାର ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୨୩ା୧୧(ବିଦ୍ୟାଧର ସାହୁ ): ପବିତ୍ର କାର୍ତ୍ତିକ ମାସ ଶେଷ ସୋମବାର ଅବସରରେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ କଣ୍ଟିଆ ଗଡ଼ ସ୍ଥିତ ପ୍ରସିଦ୍ଧ ବଟେଶ୍ୱର ପୀଠରେ…

‘ଜଳବାୟୁ ପରିବର୍ତ୍ତନ ଓ ବିପର୍ଯ୍ୟୟ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ’

ପୂର୍ବ ହିମାଳୟର ବିରଳ ତଥା ସଂକଟାପନ୍ନ ଜୈବ ବିବିଧତାର ସୁରକ୍ଷା କ୍ଷେତ୍ରରେ ଡ. ବରଖା ସୁବ୍ବା ଏକ ପରିଚିତ ନାମ। ଦାର୍ଜିଲିଂର ଚା’ ବଗିଚା ଏବଂ ଘଞ୍ଚ…

ଅଢ଼େଇ ବର୍ଷରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ୭୦୬ ସରକାରୀ ବାବୁ

ଭୁବନେଶ୍ୱର,୨୩।୧୧: ବିଧାନସଭା ଶୀତ ଅଧିବେଶନରେ ସୋମବାର ପ୍ରତାପ କେଶରୀ ଦେବଙ୍କ ଏକ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତରରେ ରାଜ୍ୟବାସୀଙ୍କୁ ଏକ ବଡ଼ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଲିଖିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?