Posted inଖେଳ

ଏହି ଦିନ ହାତକୁ ଦି’ ହାତ ହେବେ ଜଶପ୍ରୀତ ବୁମ୍‌ରା

ଭାରତୀୟ ଦ୍ରୁତ ବୋଲର ଜଶପ୍ରୀତ ବୁମ୍‌ରାଙ୍କ ବିବାହ ଏବେ ଚର୍ଚ୍ଚାରେ ରହିଛି। ବୁମରା ମାର୍ଚ୍ଚ ୧୪-୧୫ ରେ ଗୋଆରେ ସ୍ପୋଟର୍‌ସ ଆଙ୍କର୍‌ ସଞ୍ଜନା ଗଣେଶଙ୍କୁ ବିବାହ କରିବେ। ତେବେ ଏପର୍ଯ୍ୟନ୍ତ ଉଭୟ ପକ୍ଷରୁ ଏହା ନିଶ୍ଚିତ କରାଯାଇନାହିଁ। କୋଭିଡ ପ୍ରୋଟୋକଲ ଅନୁଯାୟୀ କେବଳ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ଏହି ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବୁମ୍‌ରା ଏହି କାରଣରୁ ସେ ଇଂଲଣ୍ଡ ବିପକ୍ଷ ଶେଷ ଟେଷ୍ଟ ନ ଖେଳିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କୁ ପୂର୍ବରୁ ଟି -୨୦ ସିରିଜରୁ ବିଶ୍ରାମ ଦିଆଯାଇଛି। ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜରେ ମଧ୍ୟ ସେ ଖେଳିବେ ନାହିଁ। ୨୮ ବର୍ଷିୟା ସଞ୍ଜନା ଅନେକ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟରେ ହୋଷ୍ଟିଂ ଦାୟିତ୍ୱ ତୁଲାଇଛନ୍ତି। ୨୦୧୯ ଆଇପିଏଲ୍‌ରେ କୋଲକତା ନାଇଟ୍‌ ରାଇଡର୍ସ ପକ୍ଷରୁ ମଧ୍ୟ ହୋଷ୍ଟିଂ କରିଥିଲେ। ୨୦୧୩ରେ ସେ ଫେମିନା ଗର୍ଜିୟସ୍‌ ଟାଇଟେଲ୍‌ ଜିତିଥିଲେ। ଏହାପୂର୍ବରୁ ସାଉଥ୍‌ ଅଭିନେତ୍ରୀ ଅନୁପମା ପରମେଶ୍ୱରନ୍‌ଙ୍କୁ ବୁମ୍‌ରା ବିବାହ କରିବେ ବୋଲି ଆଲୋଚନା ହେଉଥିଲା। କିନ୍ତୁ ଅଭିନେତ୍ରୀଙ୍କ ପରିବାର ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ଅନୁପମା ଏବେ ଗୁଜରାଟରେ ନିଜ ଆଗାମୀ ଫିଲ୍ମ ଶୁଟିଂ ବ୍ୟସ୍ତ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦିଲ୍ଲୀ କ୍ୟାପିଟାଲ୍ସର ଶୋଚନୀୟ ପରାଜୟ

ମୁମ୍ବାଇ,୨୨।୪: ଜୋଶ୍‌ ବଟଲରଙ୍କ ଶତକ ସହାୟତାରେ ରାଜସ୍ଥାନ ରୟାଲ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୫ ରନରେ ପରାସ୍ତ...

ବିମାନବନ୍ଦରରେ ଧୋନୀଙ୍କ ବ୍ୟାଗ ଅଦଳ ବଦଳ

କୋଲକାତା,୧୧।୧୨- ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବ୍ୟକ୍ତିଗତ କାରଣ ଯୋଗୁ କୋଲକାତାରେ ପହଞ୍ଚିଛନ୍ତି। ସ୍ଥାନୀୟ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରେ...

ଦିଲ୍ଲୀ ୫ ଉଇକେଟରେ ବିଜୟୀ

ନୂଆଦିଲ୍ଲୀ,୨୧।୪(ପି.ଟି.)- ଆଇପିଏଲ୍‌ର ୩୭ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ୨ଟି ବଲ ବାକିଥାଇ ୫ ଉଇକେଟରେ କିଙ୍ଗ୍ସ ଇଲେଭେନକୁ ପରାସ୍ତ କରିଛି। ସ୍ଥାନୀୟ ଫିରୋଜ ଶାହା କୋଟଲା...

ପୃଥ୍ବୀ ‘ଥ୍ରୀ ଇନ୍‌ ଓ୍ବାନ୍‌’: ସେହ୍ବାଗ

କଲମ୍ବୋ,୧୯।୭: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଓପନର୍‌ ପୃଥ୍ବୀ ଶ’ଙ୍କ ଉଲ୍ଲେଖନୀୟ ବ୍ୟାଟିଂ ଦେଖିବାକୁ ମିଳିଥିଲା। ସେ ଆରମ୍ଭରୁ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରି...

ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୭୨ ରନ…

ଢାକା,୭।୧୨ : ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଏକଦିବସୀୟ ସିରିଜର ଦ୍ୱିତୀୟ ମ୍ୟାଚରେ ବାଂଲାଦେଶ ଅଧିନାୟକ ଲିଟୋନ ଦାସ ଟସ ଜିତି ପ୍ରଥମେ ବ୍ୟାଟିଂ...

କମନୱେଲଥ ଟିଟି: କ୍ରୀଡ଼ା ସଚିବଙ୍କ ସ୍ଥିତି ଅନୁଧ୍ୟାନ; ଆସିବେ ୧୬ ଦେଶର ଖେଳାଳି

କଟକ ଅଫିସ,୨୩।୬- କମନୱେଲଥ ଟେବୁଲ ଟେନିସ (ଟିଟି) ଚାମ୍ପିୟନଶିପ୍‌ର ୨୦୧୯ ସଂସ୍କରଣ ଜୁଲାଇ ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ କଟକର ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ...

ଯଦି କେଏଲ୍‌ଙ୍କୁ ସୁଯୋଗ ମିଳୁଛି, ଚହଲଙ୍କୁ କାହିଁକି ନୁହେଁ: ବିସିସିଆଇର ଚୟନକୁ ପକ୍ଷପାତ ବୋଲିି କହିଲେ ସେହଓ୍ବାଗ

ନୂଆଦିଲ୍ଲୀ,୨୪।୩: ଭାରତୀୟ ଦଳ ପାଇଁ ଖେଳାଳି ଚୟନ କରାଯାଉଥିବା ବେଳେ ପକ୍ଷପାତ କରାଯାଉଥିବା କହିଛନ୍ତି ପୂର୍ବ ଓପନର ବିରେନ୍ଦ୍ର ସେହଓ୍ବାଗ୍‌। ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା...

‘ମୁଁ ମରିଯାଇଛି ବୋଲି କହିଦେଲେ’ ସମାଲୋଚକ ମାନଙ୍କୁ କଟାକ୍ଷ କରି…

ଦୁବାଇ,୩୦।୮: ଟିମ୍‌ ଇଣ୍ଡିଆ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ବିରୋଧରେ ଅନେକ ଗୁଜବ ଶୁଣିବାକୁ ମିଳିଥାଏ। ତେବେ ସେ ଗୁଜବ ଉପରେ ଧ୍ୟାନ ଦିଅନ୍ତି ନାହିଁ ବୋଲି...

Advertisement
Archives

Model This Week