‘ଜନ୍ମେଜୟ ଜଣେ ଅଭ୍ୟାସଗତ ବିଶୃଙ୍ଖଳାକାରୀ’

ଚଣ୍ଡିଖୋଲ,୪ା୭(ପ୍ରଦୀପ୍ତ କୁମାର ପୃଷ୍ଟି): ଜନ୍ମେଜୟ ଲେଙ୍କା ଜଣେ ଅଭ୍ୟାସଗତ ବିଶୃଙ୍ଖଳାକାରୀ, ସେ କଂଗ୍ରେରେ ଥିବା ବେଳେ ଏମିତି ବିଶୃଙ୍ଖଳା ସୃଷ୍ଟି କରୁଥିଲେ । ଏବେ ବିଜେଡିରେ ବି ସେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ବୋଲି ବଡ଼ଚଣା ବିଜୁ ଜନତା ଦଳ ତରଫରୁ ଅଭିଯୋଗ କରାଯାଇଛି ।
ସୋମବାର ଅପରାହ୍ନରେ ଚଣ୍ଡିଖୋଲସ୍ଥିତ ଦଳୀୟ କାର୍ଯ୍ୟାଳୟ ପରିସରରେ ଏକ ଖବରଦାତା ସମ୍ମିଳନୀ ଆୟୋଜନ କରାଯାଇଥିଲା । ଏଥିରେ ବଡ଼ଚଣା ବିଜେଡି କର୍ମକର୍ତ୍ତାମାନେ କହିଥିଲେ, ବିଜୁ ଜନତା ଦଳ ଏକ ଶୃଙ୍ଖଳିତ ଦଳ । ଦୀର୍ଘଦିନ ଧରି ବଡ଼ଚଣାରେ କେବେ ବିଶୃଙ୍ଖଳା ଦେଖାଦେଇ ନ ଥିଲା। ଜନ୍ମେଜୟ ବିଜେଡିର ସାଧାରଣ ସମ୍ପାଦକ ହେବା ପରେ ଦଳୀୟ କର୍ମକର୍ତ୍ତାଙ୍କୁ ବାଦ ଦେଇ ବାରମ୍ବାର ଯୁବ ଛାତ୍ର ସମାବେଶ ନାମରେ ସମ୍ମିଳନୀ କରି ବଡ଼ଚଣାରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ସେ ଜଣେ ଅଭ୍ୟାସ ଗତ ବିଶୃଙ୍ଖଳାକାରୀ । ପୂର୍ବରୁ କଂଗ୍ରେସ ଦଳରେ ଥିବାବେଳେ ସେହିଭଳି ବିଶୃଙ୍ଖଳା ସୃଷ୍ଟି କରୁଥିଲେ। ଏବେ ବିଜୁଜନତା ଦଳକୁ ଆସି ଦଳର ଶୃଙ୍ଖଳା ଭଙ୍ଗ କରି ନିଜସ୍ବ ଢଙ୍ଗରେ ବିଶୃଙ୍ଖଳା କରୁଛନ୍ତି। ଏଥିନେଇ ଦଳୀୟ ଫୋରମ୍‌ରେ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅବଗତ କରାଯାଇଛି ବୋଲି ବଡ଼ଚଣା ବିଜେଡି ସଭାପତି ଅରବିନ୍ଦ ସାମଲ ପ୍ରକାଶ କରିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ଯୁବ ବିଜେଡି ସଭାପତି ଗଣେଶ୍ୱର ବରାଳ,ଛାତ୍ର ବିଜେଡି ସଭାପତି ଯଚିନ୍ଦ୍ର ନାୟକ, ଜିଲା ବିଜେଡି ଉପସଭାପତି ଅମର ମହାନ୍ତି, ସାରଦା ପ୍ରଶନ୍ନ ମହାନ୍ତି, ବ୍ଲକ ବିଜେଡି ସାଧାରଣ ସମ୍ପାଦକ ବିପିନ ବିହାରୀ ଜେନା, ଉପସଭାପତି ନିରଞ୍ଜନ ସେନାପତି, କୋଷାଧ୍ୟକ୍ଷ ମିହିର କୁମାର ସ୍ବାଇଁ, ଜୋନ୍‌ ସଭାପତି ସଞ୍ଜୟ ସ୍ବାଇଁ, ସମ୍ପାଦକ ମସୀର ଆଲାମ ପ୍ରମୁଖ ଏପରି ଅଭିଯୋଗ କରିଛନ୍ତି ।
ବଡ଼ଚଣାର ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଉଦ୍ୟମରେ ବଡ଼ଚଣାରେ ବ୍ୟାପକ ବିକାଶ ହୋଇଛି। ଏହି ବିକାଶରେ ଅନ୍ତରାୟ ସୃଷ୍ଟି କରିବାପାଇଁ ଜନ୍ମେଜୟ ବାରମ୍ବାର ଚେଷ୍ଟା କରୁଛନ୍ତି। ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ବିରୋଧରେ କାର୍ଯ୍ୟକ୍ରମ କରିଥିଲେ ମଧ୍ୟ ଦଳ ୩୨ହଜାରରୁ ଅଧିକ ଭୋଟ ପାଇଥିଲା। ସେହିଭଳି ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ସହିିତ ପର୍ଯ୍ୟଟନ କ୍ଷେତ୍ରର ବିକାଶରେ ବିଧାୟକ ଶତପଥୀ ଯେଉଁ ଉଦ୍ୟମ କରିଛନ୍ତି ତାହା ଅତୁଳନୀୟ। ଏହାକୁ ସହ୍ୟ କରି ନ ପାରି ଜନ୍ମେଜୟ ବିଭିନ୍ନ ସ୍ଥାନରେ ଯୁବ ଛାତ୍ର ସମାବେଶ ନାମରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ପୂର୍ବରୁ ବିଜୁ ଜନତାଦଳର ଦଳୀୟ କାର୍ଯ୍ୟକ୍ରମ ଓ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ କରି ଯାଜପୁର ଜିଲାରେ ରେକର୍ଡ଼ ସୃଷ୍ଟି କରିଛି। ଏହାକୁ କିଭଳି ଭାବେ ଭଣ୍ଡୁର କରାଯିବ ସେଥିପାଇଁ ଉଦ୍ୟମ କରିବାକୁ ଦଳ ସହ୍ୟ କରିପାରିବ ନାହିଁ। ଆଗାମୀ ଦିନରେ ଦଳୀୟ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବା ସହିତ ପ୍ରତ୍ୟେକ ପଞ୍ଚାୟତରେ ସମାବେଶ କରି ଏହାର ଦୃଢ ଜବାବ ଦିଆଯିବ ବୋଲି କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି ।
ଏହି ଅଭିଯୋଗ ସଂକ୍ରାନ୍ତରେ ଜନ୍ମେଜୟଙ୍କୁ ପ୍ରଶ୍ନ କରିବାରୁ ସେ କହିଛନ୍ତି, ମୁଁ କୌଣସି ସଭାରେ ଦଳ ବିରୋଧୀ କଥା କହି ନାହିଁ । ଆମ ଦଳ ବିଜେଡି ଓ ମୋର ନେତା ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବାକୁ ଯୁବ ଛାତ୍ରମାନେ ଆଗେଇ ଆସିବାକୁ ସବୁବେଳେ ଆହ୍ବାନ କରି ଆସିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

୨ ବର୍ଷର ବନବାସର ଘଟିଲା ଅନ୍ତ: ସ୍ମୃତିଙ୍କୁ ମିଳିଲା…

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଦ୍ୱାରା ଘୋଷଣା କରାଯାଇଥିବା ନୂତନ ଦଳରେ, ପୂର୍ବତନ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ…

ନୂଆ ଟିମ୍‌ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ନୀତିନ ନବୀନ, କହିଲେ…

ନୂଆଦିଲ୍ଲୀ,୧୭।୮: ନୂଆ ଟିମ୍‌ ଘୋଷଣା କରିବା ପରେ ଭାଜପା ସଭାପତି ନୀତିନ ନବୀନ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସଭାପତି ନବନିଯୁକ୍ତ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

ବ୍ରାହ୍ମଣୀରେ ଭୟଙ୍କର ବନ୍ୟା: ବିପଦ ସଙ୍କେତ ଡେଇଁ ୨୦ ଫୁଟରେ ପ୍ରବାହିତ ଜଳ, ଅଳଭା ଠାରେ ଘଳିଆ

ପଟ୍ଟାମୁଣ୍ଡାଇ,୧୭।୮ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିଛି। ବ୍ରାହ୍ମଣୀ ନଦୀର ବିପଦ…

ନୂଆ ଟିମ୍ ଘୋଷଣା କଲେ ନୀତିନ ନବୀନ; କିଏ ଏହି ଦୀପକ ମହସ୍କେ, ଯାହାଙ୍କୁ ମିଳିଲା ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୧୭।୮: ନୀତିନ ନବୀନ ତାଙ୍କ ନୂଆ ଟିମ୍‌ ଘୋଷଣା କରିଛନ୍ତି । ଏଥିରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହୋଇଛି ଦଳର ଆଇଟି ସେଲ୍‌ ମୁଖ୍ୟ ପଦରେ…

ପବିତ୍ର ଶ୍ରାବଣ ସୋମବାରକୁ ସଂକ୍ରାନ୍ତି ସଂଯୋଗ: ବିଭିନ୍ନ ମନ୍ଦିରରେ କାଉଡ଼ିଆଙ୍କ ପାଇଁ….

କଲ୍ୟାଣସିଂହପୁର, ୧୭।୮ (ଦୀପକ କୁମାର ପରିଡ଼ା): ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର ତଥା ସିଂହ ସଂକ୍ରାନ୍ତି ଅବସରରେ କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ପ୍ରମୁଖ ଶୈବପୀଠ ଓ…

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri