Posted inଜାତୀୟ

Jammu Kashmir Terror Attack: ଚିହ୍ନଟ ହେଲେ ଆତଙ୍କବାଦୀ, ଏବେ ଏୟାରଷ୍ଟ୍ରାଇକ୍‌…

ନୂଆଦିଲ୍ଲୀ,୨୩।୪: ଜମ୍ମୁ ଓ କଶ୍ମୀର ପୋଲିସ ପହଲଗାମ ଆତଙ୍କବାଦୀ ଆକ୍ରମଣର ତିନି ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସ୍କେଚ ଜାରି କରିଛି। ଏହି ସନ୍ଦିଗ୍ଧମାନଙ୍କୁ ଆସିଫ ଫୁଜି, ସୁଲେମାନ ଶାହ ଏବଂ ଆବୁ ତଲହା ଭାବରେ ଚିହ୍ନଟ କରାଯାଇଛି। ପୋଲିସ କହିଛି ଯେ ଆହତ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ସହ କଥାବାର୍ତ୍ତା ଆଧାରରେ ଏହି ସ୍କେଚ ପ୍ରସ୍ତୁତ କରାଯାଇଛି।

Sketch

ସନ୍ଦିଗ୍ଧ ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବାରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏହି ସ୍କେଚଗୁଡ଼ିକୁ ଅଞ୍ଚଳରେ ବ୍ୟାପକ ଭାବରେ ପ୍ରଚାର କରାଯାଉଛି। ତଦନ୍ତକାରୀ ସଂସ୍ଥାଗୁଡ଼ିକ ଏବେ ଏହି ସନ୍ଦିଗ୍ଧ ଲୋକଙ୍କ ଆଡ୍ଡା ଏବଂ ସମ୍ପର୍କଗୁଡ଼ିକର ତଦନ୍ତ କରୁଛନ୍ତି।

ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ପାକିସ୍ତାନ ତାର ବାୟୁସେନାକୁ ହାଇ ଆଲର୍ଟରେ ରଖିଛି। ପାକିସ୍ତାନୀ ବାୟୁସେନାର ଗୋଇନ୍ଦା ବିମାନ ଭାରତୀୟ ସୀମା ସଂଲଗ୍ନ ଅଞ୍ଚଳର ଆକାଶମାର୍ଗ ଉପରେ ନିରନ୍ତର ନଜର ରଖିଛି। ପାକିସ୍ତାନ ଭୟ କରୁଛି ଯେ, ଭାରତ ବାଲାକୋଟ ଏୟାରଷ୍ଟ୍ରାଇକ ପରି ପ୍ରତିଶୋଧ ନେଇପାରେ। ଭାରତୀୟ ସୁରକ୍ଷା ଏଜେନ୍ସିଗୁଡ଼ିକ ମଧ୍ୟ ସଜାଗ ଅଛନ୍ତି ଏବଂ ସୀମାବର୍ତ୍ତୀ ଅଞ୍ଚଳରେ ସତର୍କତା ବୃଦ୍ଧି କରାଯାଇଛି।

ଭାରତରେ ପାକିସ୍ତାନର ପୂର୍ବତନ ଉଚ୍ଚାୟୁକ୍ତ ଅବଦୁଲ ବସିଟ୍‌ ଏକ୍ସରେ ଟୁଇଟ କରିଛନ୍ତି। ସେ ଲେଖିଛନ୍ତି, ମୁଁ ସମ୍ପୂର୍ଣ୍ଣ ବିଶ୍ୱାସ ଯେ ଇସଲାମାବାଦ ଭାରତର ଯେକୌଣସି ଦୁଃସାହସିକ କାର୍ଯ୍ୟକୁ ପ୍ରତିହତ କରିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେଉଛି। ଏଥର ପାକିସ୍ତାନର ପ୍ରତିକ୍ରିୟା ବହୁତ କଠୋର ହେବ।

ସୂଚନାଯୋଗ୍ୟ, କିଛିଦିନର ନୀରବତା ପରେ ଜମ୍ମୁ-କଶ୍ମୀରରେ ପୁଣି ରକ୍ତମୁଖା ହୋଇଛନ୍ତି ଆତଙ୍କବାଦୀ। ପହଲଗାମ୍‌ ଜିଲାରେ ସେମାନେ ମଙ୍ଗଳବାର ଅପରାହ୍ନ ୩ଟାରେ ବଡ଼ଧରଣର ଆକ୍ରମଣ କରିଛନ୍ତି। ପ୍ରାକୃତିକ ଶୋଭାରାଜି ପାଇଁ ‘ମିନି ସୁଇଜରଲାଣ୍ଡ’ ଭାବେ ପରିଚିତ ଦକ୍ଷିଣ କଶ୍ମୀରର ମୁଖ୍ୟ ପର୍ଯ୍ୟଟନସ୍ଥଳ ବୈସରନ୍‌ରେ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଲଶ୍କର-ଇ-ତୋଇବା (ଏଲ୍‌ଇଟି) ସଦସ୍ୟମାନେ ଅନୂ୍ୟନ ୫୦ ରାଉଣ୍ଡ ଗୁଳି ଚଳାଇଛନ୍ତି। ଏହି ଅତର୍କିତ ଆକ୍ରମଣରେ ଜଣେ ଓଡ଼ିଆ ଓ ୨ ଜଣ ବିଦେଶୀଙ୍କ ସମେତ ୨୬ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ କେତେଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ କେତେଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି। ଆହତଙ୍କୁ ଉଦ୍ଧାର କରିବା ପାଇଁ ସେନା ହେଲିକପ୍ଟରକୁ ନିୟୋଜିତ କରାଯାଇଛି। ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ସାଉଦି ଗସ୍ତ ଛାଡ଼ି ଭାରତ ଫେରି ଆସିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ବିମାନ ବନ୍ଦରରେ ସଦ୍ୟତମ ପରିସ୍ଥିତି ସମ୍ପର୍କରେ ଏକ ବୈଠକ କରିଛନ୍ତି। ଏଥିରେ NSA ଅଜିତ ଡୋଭାଲ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ICCର ଟେଷ୍ଟ ରାଙ୍କିଂ ଜାରି; ଟପ୍‌-୧୦ରେ ୨ ଭାରତୀୟ ଖେଳାଳି, ଦେଖନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୧୧।୧୧: ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ICC) ବୁଧବାର ଟେଷ୍ଟ କ୍ରିକେଟ୍‌ର ସଦ୍ୟତମ ଖେଳାଳି ରାଙ୍କିଂ ଜାରି କରିଛି । ଏହି ରାଙ୍କିଂର ଟପ୍‌-୧୦ ବ୍ୟାଟରଙ୍କ ତାଲିକାରେ ଦୁଇ…

ସୋନିଆଙ୍କ ସହ ଐଶ୍ୱର୍ଯ୍ୟାଙ୍କ ୩୨ ବର୍ଷ ପୁରୁଣା ଭିଡିଓ ଭାଇରାଲ୍‌, ହାତରେ ଫୁଲ ଧରି କରିଥିଲେ….

ନୂଆଦିଲ୍ଲୀ,୧୧।୧୧: ସୋନିଆ ଗାନ୍ଧୀଙ୍କ ଏକ ପୁରୁଣା ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ ସୋନିଆଙ୍କ ସହ ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ…

ରୌପ୍ୟ ଜିତି ଓଡ଼ିଶା ଫେରିଲେ ପାୟଲ ନାଗ, ୧୦ ଲକ୍ଷ ଟଙ୍କା ପୁରସ୍କାର ଦେଲା ରାଜ୍ୟ କ୍ରୀଡ଼ା ବିଭାଗ

ଭୁବନେଶ୍ୱର,୧୧।୧୧: ଜାପାନର ନାଗୋୟାଠାରେ ଅନୁଷ୍ଠିତ ଏସିଆନ୍‌ ପାରା ଗେମ୍ସ-୨୦୨୬ର ମହିଳା ଆର୍ଚେରୀ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଥିଲେ ଓଡ଼ିଶାର ପାୟଲ ନାଗ । ସେ ବୁଧବାର…

ଇଂଲଣ୍ଡ ପାଇଁ ବଡ଼ ଝଟକା; ODI-T20 ସିରିଜରୁ ବାଦ୍ ପଡ଼ିଲେ…

ଲଣ୍ଡନ,୧୧।୧୧: ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଇଂଲଣ୍ଡ କ୍ରିକେଟ୍‌ ଦଳକୁ ଲାଗିଛି ବଡ଼ ଝଟ୍‌କା। ଦଳର ଷ୍ଟାର୍‌ ବ୍ୟାଟର୍‌ ଜାକବ୍‌ ବେଥେଲ୍‌ ଆହତ ହୋଇ ଅଷ୍ଟ୍ରେଲିଆ ଗସ୍ତରୁ ବାଦ୍‌…

କେଏଲ୍‌ ରାହୁଲଙ୍କ ସ୍ଥାନରେ କିଏ? ଭାରତ ପାଇଁ ୫-୬-୭ ନମ୍ବର ସ୍ଥାନରେ କିଏ ବ୍ୟାଟିଂ କରିବ ଜାଣନ୍ତୁ

ନୂଆଦିଲ୍ଲୀ,୧୧ା୧୧: ଭାରତୀୟ ଦିନିକିଆ ଦଳରେ କେଏଲ୍‌ ରାହୁଲଙ୍କ ସ୍ଥାନ ପୂରଣ କରିବା ସହଜ ନୁହେଁ। କାରଣ ସେ କେବଳ ୱିକେଟ୍‌କିପିଂ ନୁହେଁ, ବରଂ ଯେକୌଣସି ବ୍ୟାଟିଂ କ୍ରମରେ…

ଗ୍ରାହକଙ୍କୁ ଡବଲ ଝଟକା! Mother Dairy ପରେ ଲିଟର ପିଛା ୪ ଟଙ୍କା ବଢ଼ିଲା ଅମୁଲ କ୍ଷୀର

ନୂଆଦିଲ୍ଲୀ: ଏଣିକି ଚା’ ଓ କଫି ପିଇବା ମଧ୍ୟ ମହଙ୍ଗା ହେବାକୁ ଯାଉଛି । ପ୍ରଥମେ ମଦର ଡେରୀ କ୍ଷୀର ଦର ବୃଦ୍ଧି କରିଥିବା ବେଳେ ଏବେ…

କଟକ ବାଲିଯାତ୍ରା: ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି

କଟକ,୧୧ା୧୧: ଓଡ଼ିଶାର ଐତିହାସିକ ତଥା ଗୌରବମୟ ନୌବାଣିଜ୍ୟ ପରମ୍ପରାର ପ୍ରତୀକ ‘କଟକ ବାଲିଯାତ୍ରା’କୁ ନେଇ ଆସିଛି ଏକ ବଡ଼ ଖବର। ଚଳିତ ବର୍ଷର ବାଲିଯାତ୍ରା ଉଦ୍‌ଘାଟନୀ ସମାରୋହରେ…

୨୪ ଘଣ୍ଟାରେ ଲାଇନଚ୍ୟୁତ ହେଲା ୨ ଏକ୍ସପ୍ରେସ, ଆତଙ୍କିତ ଯାତ୍ରୀ

ଲକ୍ଷ୍ନୌ,୧୧।୧୧: ଉତ୍ତରପ୍ରଦେଶର କାନପୁରରେ ବୁଧବାର ଏକ ରେଳ ଦୁର୍ଘଟଣାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । କାନପୁର ସେଣ୍ଟ୍ରାଲ ଷ୍ଟେସନ୍‌ରୁ ବାହାରିବାର କିଛି ସମୟ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?