Posted inଜାତୀୟ

ଜମ୍ମୁ-କଶ୍ମୀର: ଗଣତି ପୂର୍ବରୁ ଭାଜପାକୁ ମିଳିଲା ୫ ବିଧାୟକ

ଶ୍ରୀନଗର,୬ା୧୦: ୯୦ ଆସନ ବିଶିଷ୍ଟ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ୩ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଛି, ଯାହାର ଫଳାଫଳ ଅକ୍ଟୋବର ୮ରେ ପ୍ରକାଶ ପାଇବ। ଭୋଟ ଗଣତିକୁ ୪୮ ଘଣ୍ଟା ବାକି ଥିବାବେଳେ କେନ୍ଦ୍ରଶାସିିତ ଅଞ୍ଚଳର ଉପରାଜ୍ୟପାଳ (ଏଲ୍‌ଜି) ମନୋଜ ସିହ୍ନାଙ୍କ ପ୍ରଶାସନ ବିଧାନସଭାକୁ ୫ ଜଣ ସଦସ୍ୟଙ୍କୁ ମନୋନୀତ କରିବାକୁ ଯାଉଥିବା ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। କୌଣସି ଦଳ ବା ମେଣ୍ଟ ସଂଖ୍ୟାଗରିଷ୍ଠତା ହାସଲ ନ କଲେ ଆସ୍ଥାଭୋଟରେ ଏହି ୫ ମନୋନୀତ ବିଧାୟକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ। କାରଣ ୯୦ ଆସନରେ ମ୍ୟାଜିକ୍‌ ନମ୍ବର ୪୬ ହୋଇଥିବାବେଳେ ଆଉ ୫ ବିଧାୟକଙ୍କୁ ମିଶାଇଲେ କୁହୁକ ସଂଖ୍ୟା ୪୮ରେ ପହଞ୍ଚତ୍ବ।

ଜମ୍ମୁ ଓ କଶ୍ମୀର ପୁନର୍ଗଠନ ଆଇନ, ୨୦୧୯ ଅନୁସାରେ ବିଧାନସଭାକୁ ବହୁ ସଂଖ୍ୟକ ମହିଳା ନିର୍ବାଚିତ ହୋଇଛନ୍ତି ବୋଲି ଉପରାଜ୍ୟପାଳ ମନେ ନ କଲେ ସେ ୨ ଜଣ ମହିଳାଙ୍କୁ ସଦସ୍ୟ ରୂପେ ମନୋନୀତ କରିପାରିବେ। ୨୦୨୩ ଜୁଲାଇ ୨୬ରେ ଏହି ଆଇନରେ ସଂଶୋଧନ ଅଣାଯାଇ ଆଉ ୩ ସଦସ୍ୟଙ୍କୁ ମନୋନୀତ କରିବା ପାଇଁ ଏଲ୍‌ଜିଙ୍କୁ କ୍ଷମତା ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣ ବିସ୍ଥାପିତ କଶ୍ମୀରୀ (ଜଣେ ମହିଳା ଓ ଜଣେ ପୁରୁଷ) ରହିବେ। ପାକିସ୍ତାନ-ଅଧିକୃତ କଶ୍ମୀର (ପିଓକେ)ରୁ ବିସ୍ଥାପିତ ଅନ୍ୟ ଜଣେ ସଦସ୍ୟ ବିଧାନସଭାରେ ପ୍ରତିନିଧିତ୍ୱ କରିବେ ବୋଲି ଉକ୍ତ ଆଇନରେ ସଂଶୋଧନ ଅଣାଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ପରାମର୍ଶକ୍ରମେ ମନୋନୀତ ହେବାକୁ ଥିବା ଏହି ୫ ସଦସ୍ୟ ନିର୍ବାଚିତ ବିଧାୟକଙ୍କ ଭଳି କ୍ଷମତା ଓ ସୁବିଧା ଉପଭୋଗ କରିବେ। ତେଣୁ ଉକ୍ତ ପ୍ରସଙ୍ଗରେ ବିବାଦ ଉପୁଜିଛି।

ହଜରତ୍‌ବଲ ନିର୍ବାଚନମଣ୍ଡଳୀରୁ ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ସଲମାନ ସାଗର କହିଛନ୍ତି, ମହିଳା, କଶ୍ମୀରୀ ପଣ୍ଡିତ ଓ ପିଓକେବାସୀଙ୍କୁ ବିଧାନସଭାରେ ଉପଯୁକ୍ତ ସୁଯୋଗ ଦେବା ନେଇ ଦୀର୍ଘ ବର୍ଷ ଧରି ଦାବି ହୋଇଆସୁଥିଲା। ପ୍ରତିନିଧିତ୍ୱ କ୍ଷେତ୍ରରେ କଥିତ ସମୁଦାୟଗୁଡ଼ିକ ପାଇଁ ଏହା ଏକ ମାଇଲଖୁଣ୍ଟ ହେବାକୁ ଯାଉଛି। କିନ୍ତୁ ଏବେ ଏହା ଏକ ପାଣ୍ଡୋରା ବାକ୍ସକୁ ଖୋଲିବାକୁ ଯାଉଛି। ସଲମାନଙ୍କ ମତରେ ଏହି ପଦକ୍ଷେପ ସରକାର ଗଠନକୁ ପ୍ରତ୍ୟକ୍ଷ ଭାବେ ପ୍ରଭାବିତ କରିବାକୁ ଥିବାରୁ ଏହା ଗଣତନ୍ତ୍ରର ହତ୍ୟା ସଦୃଶ। ଏଭଳି ସଂରକ୍ଷଣକୁ ବିସ୍ତାର କରାଗଲେ ଅଣନିର୍ବାଚିତ ପ୍ରତିନିଧି ଏଲ୍‌ଜିଙ୍କ ପରିବର୍ତ୍ତେ ନିର୍ବାଚିତ ସରକାରଙ୍କ ହାତରେ କ୍ଷମତା ରହିବା ଉଚିତ। ଏହା ଦୀର୍ଘ ୧ ଦଶନ୍ଧି ପରେ ଅନୁଷ୍ଠିତ ସମଗ୍ର ନିର୍ବାଚନୀ ପ୍ରକ୍ରିୟା ଉପରେ ପ୍ରଶ୍ନଚିହ୍ନ ଲଗାଇବ। ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତିଙ୍କ ନେତୃତ୍ୱାଧୀନ ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ଟିକେଟରେ ଚନାପୋରା ଆସନରୁ ଲଢ଼ିଥିବା ଇକ୍‌ବାଲ ତ୍ରମ୍ବୁ କହିଛନ୍ତି, ଏହି ପଦକ୍ଷେପ ଶାସକ ଦଳକୁ ସୁହାଇବା ପାଇଁ କରାଯାଇଛି। ଭାଜପା ପଛଦ୍ୱାର ଦେଇ ସରକାର ଗଠନ ପ୍ରକ୍ରିୟାରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଏଥିରୁ ବୁଝାପଡ଼ୁଛି।

ରାଜନୈତିକ ବିଶ୍ଳେଷକଙ୍କ ମତରେ ଏଭଳି ବ୍ୟବସ୍ଥା ପଣ୍ଡିଚେରୀର ବ୍ୟବସ୍ଥାପିକା ଢାଞ୍ଚା ସଦୃଶ, ଯେଉଁଠି ୪ ଜଣ ମନୋନୀତ ସଦସ୍ୟ ରହିଛନ୍ତି। ଅକ୍ଟୋବର ୮ରେ ଭୋଟ ଗଣତି ଶେଷ ହେବା ମାତ୍ରେ ୫ ସଦସ୍ୟ ତତ୍କାଳ ବିଧାନସଭାକୁ ପ୍ରବେଶ କରିବେ। ଏହା ପରେ ୧୫ ତାରିଖ ସୁଦ୍ଧା କେନ୍ଦ୍ରଶାସତ ଅଞ୍ଚଳରେ ନୂଆ ସରକାର ଗଠନ ପାଇଁ ବାଟ ଫିଟିବ। ଏନ୍‌ସି ମୁଖପାତ୍ର ଇମ୍ରାନ୍‌ ଡାରଙ୍କ ମତରେ ବିସ୍ଥାପିତ କଶ୍ମୀରୀ ଏବଂ ପିଓକେ ଶରଣାର୍ଥୀଙ୍କୁ ବିଧାନସଭାରେ ପ୍ରତିନିଧିତ୍ୱ ସୁଯୋଗ ପ୍ରଦାନକୁ ଏକ ଅସ୍ତ୍ର ରୂପେ ବ୍ୟବହାର କରାଯାଉଛି। କଂଗ୍ରେସ ମଧ୍ୟ ଅନୁରୂପ ମତ ଉପସ୍ଥାପନ କରିଛି। କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ସୁନୀଲ ଶର୍ମା କହିଛନ୍ତି, ଏହାଦ୍ୱାରା ୧୯୯୦ରେ ବିସ୍ଥାପିତ ହୋଇଥିବା କଶ୍ମୀରୀ ପଣ୍ଡିତଙ୍କ ଅଭିଯୋଗ ବିଧାନସଭାରେ ପହଞ୍ଚତ୍ବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ସଦସ୍ୟଙ୍କ ମନୋନୟନ ପ୍ରକ୍ରିୟା ଜନାଦେଶ ପାଇଥିବା ନିର୍ବାଚିତ ସରକାରଙ୍କ ଉପରେ ଛାଡ଼ିଦିଆଯିବା ଉଚିତ। ଜମ୍ମୁ-କଶ୍ମୀର ପ୍ରଦେଶ କଂଗ୍ରେସ ଉପସଭାପତି ରବୀନ୍ଦ୍ର ଶର୍ମା କହିଛନ୍ତି, ସରକାର ଗଠନ ପୂର୍ବରୁ ଏଲ୍‌ଜିଙ୍କ ବିଧାୟକ ମନୋନୟନକୁ ଆମେ ବିରୋଧ କରୁଛୁ। ଏଭଳି ଉଦ୍ୟମ ଗଣତନ୍ତ୍ର, ଜନାଦେଶ ଓ ଭାରତୀୟ ସମ୍ବିଧାନକୁ ହତ୍ୟା ସଦୃଶ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ପରାମର୍ଶ ଏବଂ ଉପରାଜ୍ୟପାଳଙ୍କ ଅନୁମୋଦନକ୍ରମେ ନିଆଯାଉଥିବା ପଦକ୍ଷେପ ଜମ୍ମୁ ଓ କଶ୍ମୀର ପୁନର୍ଗଠନ ଆଇନ ଅନ୍ୟପକ୍ଷେ ଜମ୍ମୁ-କଶ୍ମୀର ଭାଜପା ମୁଖ୍ୟ ରବୀନ୍ଦ୍ର ରୈନା କହିଛନ୍ତି, ଯାହା ବି କରାଯିବ ସବୁ ଜମ୍ମୁ-କଶ୍ମୀର ପୁନର୍ଗଠନ ଆଇନ ଅନୁସାରେ କରାଯିବ। କେହି ଆଇନର ଊର୍ଦ୍ଧ୍ୱରେ ନୁହନ୍ତି। ଇତିମଧ୍ୟରେ ଅନେକ ପ୍ରଭାବଶାଳୀ ବ୍ୟକ୍ତି, ଭାଜପା ନେତା ଏବଂ ପିଓକେ ଅଞ୍ଚଳର ପ୍ରମୁଖ ନେତା ବିଧାନସଭାକୁ ମନୋନୀତ ହୋଇ ନୂଆ ଆସନରେ ବସିବା ପାଇଁ ଲବି ଆରମ୍ଭ କରିଦେଇଛନ୍ତି।

ହରିୟାଣାରେ ଶନିବାର ମତଦାନ ଶେଷ ହେବା ପରେ ବିଭିନ୍ନ ସଂସ୍ଥା ପକ୍ଷରୁ ଏକ୍‌ଜିଟ୍‌ ପୋଲ୍‌ (ବୁଥ୍‌ଫେରନ୍ତା ଜନମତ ସର୍ଭେ) ରିପୋର୍ଟ ପ୍ରକାଶ ପାଇଛି। କଂଗ୍ରେସ ହରିୟାଣାରେ ସଂଖ୍ୟାଗରିଷ୍ଠତା ହାସଲ କରିବ ବୋଲି ବୁଥ୍‌ଫେରନ୍ତା ଭୋଟରଙ୍କଠାରୁ ସଂଗୃହୀତ ମତ ଆଧାରରେ ଏକ୍‌ଜିଟ୍‌ ପୋଲ୍‌ ଦର୍ଶାଇଛନ୍ତି। ସେହିପରି ଜମ୍ମୁ-କଶ୍ମୀରରେ ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି)-କଂଗ୍ରେସ ମେଣ୍ଟ ଏକକ ସଂଖ୍ୟାଗରିଷ୍ଠ ଦଳ ହେବାକୁ ଯାଉଛି।
ଦୈନିକ ଭାସ୍କରର ଆକଳନ ଅନୁଯାୟୀ, ୯୦ ଆସନବିଶିଷ୍ଟ ହରିୟାଣାରେ କଂଗ୍ରେସ ୪୪ରୁ ୫୪ ଆସନ ପାଇବାକୁ ଥିବାବେଳେ ଭାଜପା ୧୫ରୁ ୨୯ ଆସନ ଜିତିବ। ରିପବ୍ଲିକ୍‌-ମାଟ୍ରିଜ୍‌ ସର୍ଭେ ଅନୁଯାୟୀ, କଂଗ୍ରେସ ୫୫ରୁ ୬୨ ଆସନ ଜିତିବାକୁ ଥିବାବେଳେ ଭାଜପା ୧୮ରୁ ୨୪ ମଧ୍ୟରେ ସୀମିତ ରହିବ। ସେହିପରି ରେଡ୍‌ ମାଇକ୍‌-ଦତାଂଶ ଏକ୍‌ଜିଟ ପୋଲ୍‌ କଂଗ୍ରେସକୁ ୫୦ରୁ ୫୫ ଆସନ ଦେଇଥିବାବେଳେ ଭାଜପା ୨୦ରୁ ୨୫ ଆସନ ହରିୟାଣାରେ କଂଗ୍ରେସ ପାଇବ ବୋଲି କହିଛି। ଧ୍ରୁବ ରିସର୍ଚ୍ଚ ସର୍ଭେ ଅନୁଯାୟୀ କଂଗ୍ରେସ ୫୦ରୁ ୬୪ ଆସନ ଜିତିବାକୁ ଥିବାବେଳେ ଭାଜପା ୨୨ରୁ ୩୨ ଆସନ ପାଇବ। ପିପୁଲ୍ସ ପଲ୍ସ ଏକ୍‌ଜିଟ୍‌ ପୋଲ୍‌ ଆକଳନ ଅନୁଯାୟୀ କଂଗ୍ରେସ ୪୯ରୁ ୬୦ ଏବଂ ଭାଜପା ୨୦ରୁ ୩୨ ଆସନରେ ସୀମିତ ରହିବ। ଅଧିକାଂଶ ଏକ୍‌ଜିଟ୍‌ ପୋଲ୍‌ରେ ଜେଜେପିଠାରୁ ଆଇଏନ୍‌ଏଲ୍‌ଡି ଅଧିକ ଆସନ ପାଇବ ବୋଲି ଦର୍ଶାଯାଇଛି।

ସେହିପରି ୯୦ ଆସନବିଶିଷ୍ଟ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନରେ ନ୍ୟାଶନାଲ କନ୍‌ଫରେନ୍ସ-କଂଗ୍ରେସ ମେଣ୍ଟ ୪୦ରୁ ୪୮ ଆସନ ପାଇବାକୁ ଥିବାବେଳେ ଭାଜପା ୨୭ରୁ ୩୨ ଆସନ ପାଇବ ବୋଲି ସି-ଭୋଟର-ଇଣ୍ଡିଆ ଟୁଡେ ସର୍ଭେରେ ଆକଳନ କରାଯାଇଛି। ଦୈନିକ ଭାସ୍କର ସର୍ଭେ ଅନୁଯାୟୀ, କଂଗ୍ରେସ-ଏନ୍‌ସି ମେଣ୍ଟ ୩୫ରୁ ୪୦ ଆସନ ପାଇବାକୁ ଥିବାବେଳେ ଭାଜପା ୨୦ରୁ ୨୫ ଆସନରେ ସୀମିତ ରହିବ। ପିପୁଲ୍ସ ପଲ୍ସ ଏକ୍‌ଜିଟ୍‌ ପୋଲ୍‌ ଅନୁଯାୟୀ କଂଗ୍ରେସ-ଏନ୍‌ସି ମେଣ୍ଟ ୪୬ରୁ ୫୦ ଆସନ ଜିତିବାକୁ ଥିବାବେଳେ ଭାଜପାକୁ ୨୩ରୁ ୨୭ ଆସନ ମିଳିବ। ରିପବ୍ଲିକ୍‌ ଗୁଲିସ୍ତାନ ସର୍ଭେ ଅନୁଯାୟୀ କଂଗ୍ରେସ-ଏନ୍‌ସି ମେଣ୍ଟକୁ ୩୧ରୁ ୩୬ ଏବଂ ଭାଜପାକୁ ୨୮ରୁ ୩୦ ଆସନ ମିଳିବ। ବିଭିନ୍ନ ଏକ୍‌ଜିଟ୍‌ ପୋଲ୍‌ରେ ପିଡିପି ୫ରୁ ୧୨ ଆସନ ଜିତିବ ବୋଲି ଆକଳନ କରାଯାଇଥିବାବେଳେ ଅନ୍ୟାନ୍ୟ ଦଳ ୪ରୁ ୧୬ ଆସନରେ ବିଜୟୀ ହେବେ ବୋଲି କୁହାଯାଇଛି। ଉଭୟ ହରିୟାଣା ଓ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ଫଳାଫଳ ଆସନ୍ତା ୮ ତାରିଖରେ ପ୍ରକାଶ ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?