Posted inଜାତୀୟ

ଭାଜପାକୁ ବଡ଼ ଝଟ୍‌କା ଦେଲା ଜମ୍ମୁ-କଶ୍ମୀର, କାରଣ ଥିଲା…

ନୂଆଦିଲ୍ଲୀ,୮।୧୦: ଜମ୍ମୁ-କଶ୍ମୀର ୯୦ ବିଧାନସଭା ଆସନରେ ଭୋଟ ଗଣନା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଏବେ ଯାଏ ନ୍ୟାଶନାଲ କନଫରେନ୍ସ ବା ଏନସି ଓ କଂଗ୍ରେସ ମେଣ୍ଟ ବହୁମତ ଛୁଇଁ ସାରିଛି। ଏବେ ଏହି ମେଣ୍ଟ ୫୦ ସିଟ୍‌ରେ ଟ୍ରେଣ୍ଡ କରୁଛି। ଭାଜପା ୨୯ସିଟ୍‌ରେ ରହିଛି। ମେହେବୁବା ମୁଫ୍‌ତିଙ୍କ ପିଡିପି ୩ଟି ସିଟ୍‌ରେ ରହିଛି। ତେବେ ସେଠାରେ ସ୍ବାଧୀନ ଓ ଛୋଟଛୋଟ ଦଳ ଗୁଡିକ ୮ସିଟ୍‌ରେ ଅଟକି ରହିଛନ୍ତି।

ତେବେ ଜମ୍ମୁରେ ଭାଜପା ୪୩ସିଟ୍‌ରୁ ୨୬ଆସନରେ ଆଗରେ ରହିଛି। ଯେତେବେଳେ କି କଶ୍ମୀର ଘାଟିରେ ଭାଜପା ଗୋଟିଏ ଆସନ ପାଇଛି। କହିରଖୁଛୁ କି, ୨୦୧୪ ବିଧାନସଭା ନିର୍ବାଚନରେ ଜମ୍ମୁରେ ଭାଜପା ୨୫ଆସନରେ ବିଜୟ ହାସଲ କରିଥିଲା। କିନ୍ତୁ କଶ୍ମୀରରେ ଦଳକୁ ଗୋଟିଏ ବି ଆସନ ମିଳି ନ ଥିଲା। କିନ୍ତୁ ଭାଜପା ଏଥର ପଛରେ ପଡି ଯାଇଛି। ୧୦ବର୍ଷ ପରେ ଜମ୍ମୁ-କଶ୍ମୀର ନିଜର ସରକାର ଗଢିବାକୁ ହେଲେ ଭାଜପାକୁ ଏକାକୀ ୩୦ରୁ ୩୫ ଆସନ ଆବଶ୍ୟକ ଥିଲା। ଏବଂ କଶ୍ମୀରର ଘାଟି ଇଲାକାରେ ମଧ୍ୟ ଭାଜପାକୁ ଭଲ ପ୍ରଦର୍ଶନ କରିବାର ଥିଲା। କିନ୍ତୁ ଚାଲୁଥିବା ଟ୍ରେଣ୍ଡରେ ଏପରି କିଛି ଘଟୁଥିବାର ନଜର ଆସୁନାହିଁ। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଅନୁଚ୍ଛେଦ ୩୭୦ ହଟାଇବା ସହ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ହଟାଇବା ନିଷ୍ପତ୍ତି ପରେ ବି ଭାଜପାକୁ ଏହା କାହିଁକି ଲାଭ ଦେଲାନାହିଁ।

ଅଗଷ୍ଟ ୨୦୧୯ରେ କେନ୍ଦ୍ର ସରକାର ଅନୁଚ୍ଛେଦ ୩୭୦ ହଟାଇବା ସହ ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ରାଜ୍ୟ ପାହ୍ୟାକୁ ଶେଷ କରିଥିଲେ। ଏହାପରେ ଜମ୍ମୁ କଶ୍ମୀରକୁ କେନ୍ଦ୍ର ଶାସିତ ପ୍ରଦେଶ କରାଯାଇଥିଲା। ୩୭୦ ହଟାଇବା ପରେ ବହୁତ ଦିନ ଧରି ସେଠାରେ ଅସ୍ଥିରତା ଲାଗି ରହିଲା। ଇଣ୍ଟରନେଟ୍‌ ସେବା ମଧ୍ୟ ଦୀର୍ଘଦିନ ଧରି ବ୍ୟାହତ ରହିଥିଲା। ଅନେକ ପ୍ରତିବନ୍ଧ ମଧ୍ୟ ଲାଗୁ ହୋଇଥିଲା। ତେବେ ସ୍ଥିତି ସାମନ୍ୟ ହେବା ପରେ ମୋଦି ସରକାର ସେଠାରେ ଅନେକ ବିକାଶ ଓ ଚାକିରି ଦେବାର ଆଶ୍ୱାସନା ଦେଇଥିଲେ। ହେଲେ ୩୭୦ ହଟିବା ପରେ ଯେଉଁ ଅସୁବିଧା ହୋଇଥିଲା ତା’ର କ୍ଷତିପୂରଣ କରିବାକୁ ସରକାର ଅକ୍ଷମ ହୋଇଥିଲେ। ଅନ୍ୟପଟେ ଫାରୁକ ଅବଦ୍ଦୁଲା ଓ ମେହେବୁବା ମୁଫତିଙ୍କ ପିଡିପି ୩୭୦କୁ କଶ୍ମୀର ଅସ୍ମିତା ସହ ଯୋଡି ଦେଇଥିଲେ। ଏବଂ ଏହି ପଦକ୍ଷେପକୁ କଶ୍ମୀର ବିରୋଧୀ କହିଥିଲେ। ତେବେ କୁହାଯାଉଛି ଯେ, କେବଳ କଶ୍ମୀର ନୁହେଁ ବର୍ତ୍ତମାନ ଜମ୍ମୁର ସିଂହଭାଗ ଲୋକ ୩୭୦ ହଟାଇବା ବିରୋଧରେ ଅଛନ୍ତି।

କଶ୍ମୀରକୁ କେନ୍ଦ୍ର ଶାସିତ ପ୍ରଦେଶ କରିବା ପରେ ଲୋକଙ୍କ ଠାରୁ ଅସନ୍ତୋଷ କମାଇବା ପାଇଁ ଭାଜପା ଚାକିରି ଦେବାକୁ ଆଶ୍ୱସନା ଦେଇଥିଲା। ଏହା ମଧ୍ୟ କହିଥିଲେ କି, ସରକାର କଶ୍ମୀରରେ ନିବେଶ କରିବେ। ଯାହାଦ୍ୱାରା ଚାକିରି ସୁଯୋଗ ବଢିବ। କିନ୍ତୁ ଏହି ଆଶ୍ୱାସନା ଆଶାରେ ରହି ଯାଇଥିଲା। ଯାହାକୁ ନେଇ କଶ୍ମୀର ଲୋକଙ୍କ ଅସନ୍ତୋଷ ବଢି ଯାଇଥିଲା।

୨୦୧୪ରେ ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ଶେଷ ଥର ପାଇଁ ଅନୁଷ୍ଠିତ ହୋଇଥିଲା। ୮୭ଟି ସିଟ ମଧ୍ୟରୁ ପିଡିପି ୨୮, ଭାଜପା ୨୫, ନ୍ୟାଶନାଲ କନଫରେନ୍ସ ୧୫ ଏବଂ କଂଗ୍ରେସ ୧୨ ଆସନ ପାଇଥିଲା। ଏଥିରେ ଭାଜପା ଏବଂ ପିଡିପି ମିଳିତ ଭାବେ ସରକାର ଗଠନ କରିଥିଲେ ଏବଂ ମୁଫତି ମହମ୍ମଦ ସୟିଦ ମୁଖ୍ୟମନ୍ତ୍ରୀ ହୋଇଥିଲେ।

ଜାନୁଆରୀ ୨୦୧୬ରେ ମୁଫତି ମହମ୍ମଦ ସୟିଦଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ରାଜ୍ୟପାଳଙ୍କ ଶାସନ ପ୍ରାୟ ଚାରିମାସ ପର୍ଯ୍ୟନ୍ତ ବଳବତ୍ତର ରହିଲା। ପରେ ତାଙ୍କ ଝିଅ ମେହବୁବା ମୁଫତି ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ଏହି ମେଣ୍ଟ ବେଶି ଦିନ ରହିଲା ନାହିଁ। ଜୁନ ୧୯, ୨୦୧୮ରେ, ଭାଜପା-ପିଡିପି ମେଣ୍ଟ ଭାଙ୍ଗଥିଲା। ଏହାପରେ ରାଜ୍ୟରେ ରାଜ୍ୟପାଳଙ୍କ ଶାସନ ଲାଗୁ ହୋଇଥିଲା। ସମ୍ପ୍ରତି ସେଠାରେ ରାଷ୍ଟ୍ରପତିଙ୍କ ନିୟମ ବଳବତ୍ତର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା

ନୂଆଦିଲ୍ଲୀ,୧୪ା୯(ପି.ଟି.): ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି)ଗୁଡ଼ିକ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟା ବୋଲି ବ୍ରିକ୍ସ ନେତାମାନେ ସ୍ବୀକାର କରିଛନ୍ତି ଏବଂ ଏକ ସୁସ୍ଥ ଜୀବନଶୈଳୀ…

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?