Posted inଖେଳ

ଇତିହାସ ରଚିଲେ ଜେମ୍ସ ଆଣ୍ଡରସନ୍‌: ୧୪୫ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି

ନଟିଂହାମ,୧୪।୬: ଇଂଲଣ୍ଡର ତାରକା ଫାଷ୍ଟ ବୋଲର ଜେମ୍ସ ଆଣ୍ଡରସନ ଇତିହାସ ସୃଷ୍ଟି କରିଛନ୍ତି। ଟେଷ୍ଟ କ୍ରିକେଟରେ ୬୫୦ ଉଇକେଟ ନେବାରେ ଜେମ୍ସ ଆଣ୍ଡରସନ ଦୁନିଆର ପ୍ରଥମ ଦ୍ରୁତ ବୋଲର ହୋଇଛନ୍ତି। ୧୪୫ ବର୍ଷ ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ଜେମ୍ସ ଆଣ୍ଡରସନ ଏପରି ଉପଲବ୍ଧି ହାସଲ କରିଛନ୍ତି।
ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମ ମ୍ୟାଚ ୧୮୭୭ ମସିହାରେ ମେଲବୋର୍ଣ୍ଣ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିଲା। ୧୮୭୭ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଟେଷ୍ଟ କ୍ରିକେଟ ଇତିହାସରେ ଜେମ୍ସ ଆଣ୍ଡରସନ ବିଶ୍ୱର ପ୍ରଥମ ଦ୍ରୁତ ବୋଲର ଭାବେ ସର୍ବାଧିକ ୬୫୦ ଉଇକେଟ ନେଇଛନ୍ତି। ୨୦୦୩ରେ ଜେମ୍ସ ଆଣ୍ଡରସନ ଇଂଲଣ୍ଡ ପାଇଁ ଟେଷ୍ଟ ଡେବ୍ୟୁ କରିଥିଲେ।
୩୯ ବର୍ଷୀୟ ଜେମ୍ସ ଆଣ୍ଡରସନ ନଟିଂହାମରେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ କିୱି ଅଧିନାୟକ ଟମ ଲାଥାମଙ୍କୁ ଆଉଟ୍‌ କରି ଟେଷ୍ଟ କ୍ରିକେଟରେ ୬୫୦ ଉଇକେଟ ସମାପ୍ତ କରିଛନ୍ତି। ବିଶ୍ୱର ସର୍ବାଧିକ ଟେଷ୍ଟ ଉଇକେଟ ନେବାରେ ଜେମ୍ସ ଆଣ୍ଡରସନ ତୃତୀୟ ସ୍ଥାନରେ ଅଛନ୍ତି।
ଟେଷ୍ଟ କ୍ରିକେଟରେ ସର୍ବାଧିକ ୮୦୦ ଉଇକେଟ ନେଇ ବିଶ୍ୱ ରେକର୍ଡ କରିଛନ୍ତି ଶ୍ରୀଲଙ୍କାର ମହାନ୍‌ ସ୍ପିନର ମୁଥିୟା ମୁରଲୀଧରନ। ଦୁଇ ନମ୍ବରରେ ଅଷ୍ଟ୍ରେଲିଆର ଲେଗ ସ୍ପିନର ଶେନ୍‌ ୱାର୍ନ ଅଛନ୍ତି। ସେ ୭୦୯ ଟେଷ୍ଟ ଉଇକେଟ ନେଇଛନ୍ତି। ଏହା ପରେ ଇଂଲଣ୍ଡର କିମ୍ବଦନ୍ତୀ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ୬୫୦ ଟେଷ୍ଟ ଉଇକେଟ ନେଇ ତୃତୀୟ ସ୍ଥାନରେ ଅଛନ୍ତି। ଭାରତୀୟ ଲେଗ ସ୍ପିନର ଅନିଲ କୁମ୍ବଲେ ଚତୁର୍ଥ ସ୍ଥାନରେ ଅଛନ୍ତି। ତାଙ୍କ ନାମରେ ୬୧୯ ଉଇକେଟ ରହିଛି। ମୁରଲୀଧରନ, ଓ୍ବାର୍ନ, କୁମ୍ବଲେ ସ୍ପିନର ହୋଇଥିବାବେଳେ ଆଣ୍ଡରସନ୍‌ ଦ୍ରୁତ ବୋଲର୍‌ ଅଟନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri