ଯାଜପୁରର ଲାଇଫ୍‌ଲାଇନ୍‌ ବାଇପାସ୍‌ ରୋଡ୍‌ କାର୍ଯ୍ୟ ସରୁନି

ଯାଜପୁର ଟାଉନ,୧୧।୧୦(ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି): ଯାଜପୁର ସହରକୁ ଟ୍ରାଫିକ୍‌ ସମସ୍ୟାରୁ ମୁକ୍ତ କରିବା ସହ ବିରଜା ଓ ଅନ୍ୟ ମନ୍ଦିରକୁ ଆସୁଥିବା ଯାତ୍ରୀଙ୍କ ପଥକୁ ସୁଗମ କରିବା ପାଇଁ ସହରର ବାମ ଓ ଦକ୍ଷିଣପାର୍ଶ୍ୱରେ ୨ ବାଇପାସ ରୋଡ୍‌ ଯଥା: ବିରଜା ରିଂରୋଡ ଏବଂ ମାନସାପୋଲଠାରୁ ସିନ୍ଦୁରାଇମୁହଁ ଛକ ପର୍ଯ୍ୟନ୍ତ ବାଇପାସ ରୋଡ୍‌ ନିର୍ମାଣ ହେଉଛି। ହେଲେ ଅବଧି ସରିବା ପରେ ମଧ୍ୟ ରାସ୍ତା ଓ ଓଭର ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ଶେଷ ହୋଇପାରୁ ନାହିଁ। ଏହା ଅଧପନ୍ତରିଆ ହୋଇ ପଡ଼ିରହିଛି। ଫଳରେ ଏହାକୁ ନେଇ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। ତେଣୁ ଶୀଘ୍ର କାର୍ଯ୍ୟ ଶେଷ କରିବାକୁ ଦାବି ହୋଇଛି।
୨୦୦୦ରୁ ବିରଜା ରିଂ ରୋଡ୍‌ କାର୍ଯ୍ୟ ଆରମ୍ଭ କରାଯାଇଥିବାବେଳେ ବରାହ ସେତୁ ନିକଟରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ରାସ୍ତା କାମ ଶେଷ ହୋଇପାରୁନାହିଁ। ଏଠାରେ ଜମି ଅଧିଗ୍ର୍ରହଣ ସମସ୍ୟା ଲାଗି ରହିଛି। ସେହିପରି ଯାଜପୁରସହରର ଦକ୍ଷିଣ ପାର୍ଶ୍ୱରେ ଥିବା ମାନସାପୋଲଠାରୁ ସିନ୍ଦୁରାଇମୁହଁ ଛକ ପର୍ଯ୍ୟନ୍ତ ବାଇପାସ ରୋଡ୍‌ ୨୦୧୭ରୁ ଆରମ୍ଭ କରାଯାଇଛି। ଏହା ୩ ବର୍ଷ ମଧ୍ୟରେ ଶେଷ ହେବାର ଥିଲା। ହେଲେ ଅବଧି ସରିଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ଶେଷ ହୋଇପାରିନାହିଁ। ଫଳରେ ଯାଜପୁରସହର ଭିତରେ ଥିବା ଟ୍ରାଫିକ୍‌ ସମସ୍ୟା ଗୁରୁତର ହେବାରେ ଲାଗିଥିବାବେଳେ ବିରଜା ମନ୍ଦିରକୁ ଆସୁଥିବା ଯାତ୍ରୀ ନାନାଦୀ ଅସୁବିଧାର ସମ୍ମୁଖୀନ ହେଉଥିବା ଲକ୍ଷ୍ୟ କରାଯାଉଛି। ଯାଜପୁର ସହରରୁ ଦଶରଥପୁର ଓ ବିଞ୍ଝାରପୁରକୁ ଯିବାପାଇଁ ଏହି ରାସ୍ତା ନିର୍ମାଣ କରାଯାଉଛି। ସେହିପରି ୨୦୨୧ରେ ୯କୋଟି ବ୍ୟୟବରାଦରେ ଅଠରନଳା ଉପରେ ବୋ-ଷ୍ଟ୍ରିଙ୍ଗଗାର୍ଡ ଓଭରବ୍ରିଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ହେଲେ ଅବଧି ଶେଷ ହୋଇଥିଲେ ମଧ୍ୟ ଏହାର ଆପ୍ରୋଚରୋଡ ଆଜି ସୁଧା ସରିନାହିଁ। ଯାଜପୁରସହର ଭିତରକୁ ଭାରିଯାନ, ମାଲବାହି ଗାଡି ପ୍ରବେଶ କରା ନ ଯାଇ ଏହି ବାଇପାସ ରୋଡରେ ଯାଜପୁରସହର, ବିଞ୍ଝାରପୁର ଓ ଦଶରଥପୁରକୁ ଯିବାଆସିବା କରାଯାଇପାରିବ ବୋଲି ଲକ୍ଷ୍ୟ ଥିବାବେଳେ ତାହା ହୋଇପାରିନାହିଁ। ସହରଭିତରକୁ ଯିବାକୁ ଚାହୁଁନଥିବା ଛୋଟବଡ଼ ଯାନ ଓ ଯାତ୍ରୀଙ୍କ ଯାତାୟାତ ଲାଗି ବହୁ ଅସୁବିଧା ଲାଗିରହୁଛି। ଏହି ରାସ୍ତାର ଦୂରତା ୬କି.ମି.। ୬ବର୍ଷ ଧରି ଏହି ରାସ୍ତା କାର୍ଯ୍ୟ ଆରମ୍ଭ କରାଯାଇ ଶେଷ କରାଯାଇପାରୁ ନାହିଁ। ଜିଲା ସଦରମହକୁମା ଯାଜପୁରସହର ପ୍ରବେଶ ଓ ପ୍ରସ୍ଥାନ ଲାଗି ଗୋଟିଏ ରାସ୍ତା ଥିବାରୁ ଯାତାୟାତ ସମସ୍ୟାକୁ ଦୂର କରିବା ଲାଗି ଜଳସମ୍ପଦ ବିଭାଗର ୱାନ୍‌ ମେନ୍‌ କେନାଲ ଦକ୍ଷିଣ ପାଖକୁ ବାଇପାସ କେନାଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି। ଯାଜପୁର ବାହାରୁ ଆସୁଥିବା ଯାନ ଓ ଯାତ୍ରୀ ବୈଦ୍ୟରାଜପୁର ନିକଟରେ ରାସ୍ତା ବନ୍ଦ ଦେଖି ଅଠରନଳା ଯାଏ କେନାଲ ଅପରପାର୍ଶ୍ୱ ଉପରେ ଯାତାୟାତ ଲାଗି ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ଏହି ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଥିବାରୁ ବହୁ ଯାତ୍ରୀ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଯାଜପୁର ପୂର୍ତ୍ତ ବିଭାଗ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ରାସ୍ତା କାର୍ଯ୍ୟ ଦାୟିତ୍ୱ ନେଇଛନ୍ତି। ହେଲେ ରାସ୍ତା କାର୍ଯ୍ୟ ଶେଷ ନ ହେବାରୁ ଠିକା ସଂସ୍ଥାକୁ ଦାୟୀ କରିଛନ୍ତି ବିଭାଗୀୟ ଯନ୍ତ୍ରୀ। ଏ ସମ୍ପର୍କରେ ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ପଚାରିବାରେ ସେ କହିଛନ୍ତି, ବାଇପାସ ରୋଡ୍‌ ପାଇଁ ଜମି ଅଧିଗ୍ରହଣ ସମସ୍ୟା ଲାଗିରହିଥିଲା, ଏହି ସମସ୍ୟା ସମାଧାନ କରାଯାଉଛି। ଏବେ ୮୦ ପ୍ରତିଶତ ରାସ୍ତା କାର୍ଯ୍ୟ ହୋଇଛି। ଖୁବ୍‌ଶୀଘ୍ର କାର୍ଯ୍ୟ ଶେଷ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?