ଯାଜପୁରର ଲାଇଫ୍‌ଲାଇନ୍‌ ବାଇପାସ୍‌ ରୋଡ୍‌ କାର୍ଯ୍ୟ ସରୁନି

ଯାଜପୁର ଟାଉନ,୧୧।୧୦(ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି): ଯାଜପୁର ସହରକୁ ଟ୍ରାଫିକ୍‌ ସମସ୍ୟାରୁ ମୁକ୍ତ କରିବା ସହ ବିରଜା ଓ ଅନ୍ୟ ମନ୍ଦିରକୁ ଆସୁଥିବା ଯାତ୍ରୀଙ୍କ ପଥକୁ ସୁଗମ କରିବା ପାଇଁ ସହରର ବାମ ଓ ଦକ୍ଷିଣପାର୍ଶ୍ୱରେ ୨ ବାଇପାସ ରୋଡ୍‌ ଯଥା: ବିରଜା ରିଂରୋଡ ଏବଂ ମାନସାପୋଲଠାରୁ ସିନ୍ଦୁରାଇମୁହଁ ଛକ ପର୍ଯ୍ୟନ୍ତ ବାଇପାସ ରୋଡ୍‌ ନିର୍ମାଣ ହେଉଛି। ହେଲେ ଅବଧି ସରିବା ପରେ ମଧ୍ୟ ରାସ୍ତା ଓ ଓଭର ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ଶେଷ ହୋଇପାରୁ ନାହିଁ। ଏହା ଅଧପନ୍ତରିଆ ହୋଇ ପଡ଼ିରହିଛି। ଫଳରେ ଏହାକୁ ନେଇ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। ତେଣୁ ଶୀଘ୍ର କାର୍ଯ୍ୟ ଶେଷ କରିବାକୁ ଦାବି ହୋଇଛି।
୨୦୦୦ରୁ ବିରଜା ରିଂ ରୋଡ୍‌ କାର୍ଯ୍ୟ ଆରମ୍ଭ କରାଯାଇଥିବାବେଳେ ବରାହ ସେତୁ ନିକଟରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ରାସ୍ତା କାମ ଶେଷ ହୋଇପାରୁନାହିଁ। ଏଠାରେ ଜମି ଅଧିଗ୍ର୍ରହଣ ସମସ୍ୟା ଲାଗି ରହିଛି। ସେହିପରି ଯାଜପୁରସହରର ଦକ୍ଷିଣ ପାର୍ଶ୍ୱରେ ଥିବା ମାନସାପୋଲଠାରୁ ସିନ୍ଦୁରାଇମୁହଁ ଛକ ପର୍ଯ୍ୟନ୍ତ ବାଇପାସ ରୋଡ୍‌ ୨୦୧୭ରୁ ଆରମ୍ଭ କରାଯାଇଛି। ଏହା ୩ ବର୍ଷ ମଧ୍ୟରେ ଶେଷ ହେବାର ଥିଲା। ହେଲେ ଅବଧି ସରିଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ଶେଷ ହୋଇପାରିନାହିଁ। ଫଳରେ ଯାଜପୁରସହର ଭିତରେ ଥିବା ଟ୍ରାଫିକ୍‌ ସମସ୍ୟା ଗୁରୁତର ହେବାରେ ଲାଗିଥିବାବେଳେ ବିରଜା ମନ୍ଦିରକୁ ଆସୁଥିବା ଯାତ୍ରୀ ନାନାଦୀ ଅସୁବିଧାର ସମ୍ମୁଖୀନ ହେଉଥିବା ଲକ୍ଷ୍ୟ କରାଯାଉଛି। ଯାଜପୁର ସହରରୁ ଦଶରଥପୁର ଓ ବିଞ୍ଝାରପୁରକୁ ଯିବାପାଇଁ ଏହି ରାସ୍ତା ନିର୍ମାଣ କରାଯାଉଛି। ସେହିପରି ୨୦୨୧ରେ ୯କୋଟି ବ୍ୟୟବରାଦରେ ଅଠରନଳା ଉପରେ ବୋ-ଷ୍ଟ୍ରିଙ୍ଗଗାର୍ଡ ଓଭରବ୍ରିଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ହେଲେ ଅବଧି ଶେଷ ହୋଇଥିଲେ ମଧ୍ୟ ଏହାର ଆପ୍ରୋଚରୋଡ ଆଜି ସୁଧା ସରିନାହିଁ। ଯାଜପୁରସହର ଭିତରକୁ ଭାରିଯାନ, ମାଲବାହି ଗାଡି ପ୍ରବେଶ କରା ନ ଯାଇ ଏହି ବାଇପାସ ରୋଡରେ ଯାଜପୁରସହର, ବିଞ୍ଝାରପୁର ଓ ଦଶରଥପୁରକୁ ଯିବାଆସିବା କରାଯାଇପାରିବ ବୋଲି ଲକ୍ଷ୍ୟ ଥିବାବେଳେ ତାହା ହୋଇପାରିନାହିଁ। ସହରଭିତରକୁ ଯିବାକୁ ଚାହୁଁନଥିବା ଛୋଟବଡ଼ ଯାନ ଓ ଯାତ୍ରୀଙ୍କ ଯାତାୟାତ ଲାଗି ବହୁ ଅସୁବିଧା ଲାଗିରହୁଛି। ଏହି ରାସ୍ତାର ଦୂରତା ୬କି.ମି.। ୬ବର୍ଷ ଧରି ଏହି ରାସ୍ତା କାର୍ଯ୍ୟ ଆରମ୍ଭ କରାଯାଇ ଶେଷ କରାଯାଇପାରୁ ନାହିଁ। ଜିଲା ସଦରମହକୁମା ଯାଜପୁରସହର ପ୍ରବେଶ ଓ ପ୍ରସ୍ଥାନ ଲାଗି ଗୋଟିଏ ରାସ୍ତା ଥିବାରୁ ଯାତାୟାତ ସମସ୍ୟାକୁ ଦୂର କରିବା ଲାଗି ଜଳସମ୍ପଦ ବିଭାଗର ୱାନ୍‌ ମେନ୍‌ କେନାଲ ଦକ୍ଷିଣ ପାଖକୁ ବାଇପାସ କେନାଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି। ଯାଜପୁର ବାହାରୁ ଆସୁଥିବା ଯାନ ଓ ଯାତ୍ରୀ ବୈଦ୍ୟରାଜପୁର ନିକଟରେ ରାସ୍ତା ବନ୍ଦ ଦେଖି ଅଠରନଳା ଯାଏ କେନାଲ ଅପରପାର୍ଶ୍ୱ ଉପରେ ଯାତାୟାତ ଲାଗି ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ଏହି ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଥିବାରୁ ବହୁ ଯାତ୍ରୀ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଯାଜପୁର ପୂର୍ତ୍ତ ବିଭାଗ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ରାସ୍ତା କାର୍ଯ୍ୟ ଦାୟିତ୍ୱ ନେଇଛନ୍ତି। ହେଲେ ରାସ୍ତା କାର୍ଯ୍ୟ ଶେଷ ନ ହେବାରୁ ଠିକା ସଂସ୍ଥାକୁ ଦାୟୀ କରିଛନ୍ତି ବିଭାଗୀୟ ଯନ୍ତ୍ରୀ। ଏ ସମ୍ପର୍କରେ ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ପଚାରିବାରେ ସେ କହିଛନ୍ତି, ବାଇପାସ ରୋଡ୍‌ ପାଇଁ ଜମି ଅଧିଗ୍ରହଣ ସମସ୍ୟା ଲାଗିରହିଥିଲା, ଏହି ସମସ୍ୟା ସମାଧାନ କରାଯାଉଛି। ଏବେ ୮୦ ପ୍ରତିଶତ ରାସ୍ତା କାର୍ଯ୍ୟ ହୋଇଛି। ଖୁବ୍‌ଶୀଘ୍ର କାର୍ଯ୍ୟ ଶେଷ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଚଣ୍ଡ ଖରାକୁ ଖାତିର ନ କରି ପ୍ରଚାର ମଇଦାନରେ ପ୍ରାର୍ଥିନୀ

କେସିଙ୍ଗା,୨୮ା୪(ତୁମେଶ୍ୱର ସାହୁ): ସମଗ୍ର କେସିଙ୍ଗା ଅଞ୍ଚଳରେ କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏପରିକି ତାପମାତ୍ରା ୪୦ରୁ ୪୫ ଡିଗ୍ରୀରୁ ଅଧିକ ରହିଥିବାରୁ ଅଞ୍ଚଳବାସୀ...

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

ରାସେଶ୍ୱରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ ରାସେଶ୍ୱରୀ

ସମ୍ବଲପୁର,୨୮ା୪: ଓଡ଼ିଶା ରାଜନୀତିରେ ସମ୍ବଲପୁର ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ଏହାରି ମଧ୍ୟରେ ରବିବାର ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା...

ବାଇକ୍‌କୁ ପଛରୁ ଧକ୍କା ଦେଲା ବୋଲେରୋ: ମା’ଙ୍କ ଜୀବନ ଗଲା, ପୁଅ ଗୁରୁତର

ପାଟଣା,୨୮ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ଉଖୁଣ୍ଡା ରାସ୍ତାର ବାଉଁଶୁଳି ହନୁମାନ ଛକ ନିକଟରେ ଶନିବାର ରାତିରେ ଦୁର୍ଘଟଣାରେ ମା’ଙ୍କର ମୃତ୍ୟୁ ହୋଇଥିବା...

ତପ୍ତପାଣି ଘାଟିରେ ଓଲଟିଲା ନଳକୂପ ଖନନ ଗାଡି, ୧୨ ଶ୍ରମିକ ଆହତ

ଗଞ୍ଜାମ,୨୮।୪: ଗଞ୍ଜାମ ଜିଲା ତପ୍ତପାଣି ଘାଟିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ନଳକୂପ ଖନନ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିବାରୁ ୧୨ ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri