Posted inଖେଳ

ଇରାନୀ କପ୍‌ରେ ଜୟସ୍ବାଲଙ୍କ ଦ୍ୱିଶତକ

ଗ୍ବାଲିୟର,୨ା୩: ଗ୍ବାଲିୟରର କ୍ୟାପଟେନ୍‌ ରୁପ୍‌ ସିଂ ଷ୍ଟାଡିୟମରେ ଖେଳା ଯାଇଥିବା ଇରାନୀ କପ୍‌ ମୁକାବିଲାରେ ଅବଶିଷ୍ଟ ଭାରତ ଏକ ବୃହତ ସ୍କୋର ଆଡକୁ ଅଗ୍ରସର ହେଉଛି। ୨୦୨୧-୨୨ ସିଜନର ରଣଜୀ ଟ୍ରଫି ଚାମ୍ପିୟନ ମଧ୍ୟପ୍ରଦେଶ ଓ ଅବଶିଷ୍ଟ ଭାରତ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଅବଶିଷ୍ଟ ଭାରତ ୩ ଉଇକେଟ ହରାଇ ୩୮୧ ରନ୍‌ ସଂଗ୍ରହ କରିଛି। ଯଶସ୍ବୀ ଜୟସ୍ବାଲ ୨୧୩ ଓ ଅଭିମନ୍ୟୁ ଈଶ୍ୱରନ୍‌ ୧୫୪ ରନ୍‌ର ଇନିଂସ ଖେଳିଥିଲେ। ଦ୍ୱିତୀୟ ଉଇକେଟରେ ଉଭୟ ଖେଳାଳି ୩୭୧ ରନ୍‌ ଯୋଡିଥିଲେ। ଟସ୍‌ ଜିତି ଅବଶିଷ୍ଟ ଭାରତ ଅଧିନାୟକ ମୟଙ୍କ ଅଗ୍ରଓ୍ବାଲ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଭାରତୀୟ ଦଳକୁ ଡାକରା ସୁଯୋଗ ଅପେକ୍ଷାରେ ରହିଥିବା ମୟଙ୍କ ମାତ୍ର ୨ ରନ୍‌ କରି ଆଭେଶ ଖାନଙ୍କ ବଲରେ ଆଉଟ ହୋଇଥିଲେ। ତେବେ ଅଭିମନ୍ୟୁ ଈଶ୍ୱରନ ଓ ଯଶସ୍ବୀ ଜୟସ୍ବାଲ ଦ୍ୱିତୀୟ ଉଇକେଟରେ ୩୭୧ ରନ୍‌ ଯୋଡିଥିଲେ। ଦ୍ୱିଶତକୀୟ ଇନିଂସରେ ଜୟସ୍ବାଲ ୨୫୯ ବଲ୍‌ ଖେଳି ୩୦ ଚୌକା ଓ ୩ ଛକା ମାରିଥିଲେ। ଅନ୍ୟ ପକ୍ଷରେ ଈଶ୍ୱରନ୍‌ ୨୪୦ ବଲ୍‌ ଖେଳି ୧୭ ଚୌକା ଓ ୨ ଛକା ମାରିଥିଲେ। ଉଭୟ ଖେଳାଳି ୪୯୧ ବଲର ସମ୍ମୁଖୀନ ହୋଇ ଏହି ଭାଗୀଦାରି କରିଥିଲେ। ମ୍ୟାଚ୍‌ର ୮୫ ତମ ଓଭରରେ ଲଗାତାର ବଲରେ ଉଭୟ ଖେଳାଳି ପ୍ୟାଭିଲିୟନ୍‌ ଫେରିଥିଲେ। ଓଭରର ଚତୁର୍ଥ ବଲରେ ଜୟସ୍ବାଲ ବୋଲ୍ଡ ହୋଇଥିବା ବେଳେ ପରବର୍ତ୍ତୀ ବଲରେ ରନ୍‌ଆଉଟ ହୋଇ ପ୍ୟାଭିଲିୟନ୍‌ ଫେରିଥିଲେ ଈଶ୍ୱରନ୍‌। ଯଶସ୍ବୀ ଜୟସ୍ବାଲ ଅପେକ୍ଷାକୃତ ଆକ୍ରମଣାତ୍ମକ ଢଙ୍ଗରେ ବ୍ୟାଟିଂ କରିଥିବା ବେଳେ ଈଶ୍ୱରନ୍‌ ଆଙ୍କର ଭୂମିକା ନିଭାଇଥିଲେ। ଷ୍ଟମ୍ପ ଅପସାରଣ ବେଳକୁ ସୌରଭ କୁମାର (୦) ଓ ବାବା ଇନ୍ଦ୍ରଜିତ୍‌(୩) କ୍ରିଜରେ ଉପସ୍ଥିତ ରହିଥିଲେ। ମଧ୍ୟପ୍ରଦେଶ ପକ୍ଷରୁ ସଫଳ ବୋଲର ଭାବେ ଆଭେଶ ଖାନ୍‌ ଦୁଇଟି ଉଇକେଟ ନେଇଥିଲେ। ଅଧିନାୟକ ହିମାଂଶୁ ମନ୍ତ୍ରୀ ୭ ଜଣ ବୋଲରଙ୍କୁ ନିୟୋଜିତ କରିଥିଲେ ମଧ୍ୟ ଏହାର ସୁଫଳ ମିଳିନଥିଲା।
ସଂକ୍ଷିପ୍ତ ସ୍କୋର
ଅବଶିଷ୍ଟ ଭାରତ- ୮୭ ଓଭରରେ ୩୮୧/୩ (ଯଶସ୍ବୀ ଜୟସ୍ବାଲ-୨୧୩, ଅଭିମନ୍ୟୁ ଈଶ୍ୱରନ୍‌-୧୫୪, ଆଭେଶ୍‌ ଖାନ୍‌-୨/୫୧)।)


Enter your email to get our daily news in your inbox.

All Right Reserved By Dharitri.Com

‘ଘର ଭାଙ୍ଗୁଥିବା ମହିଳାଙ୍କୁ ପ୍ରଶ୍ରୟ ଦିଅନ୍ତୁ ନାହିଁ’: ପ୍ରେମିକାଙ୍କୁ ଧରି ବୁଲୁଥିବା ମାମୁ ଶ୍ୱଶୁର ଗୋବିନ୍ଦାଙ୍କ ବିରୋଧରେ ଏମିତି କହିଲେ…

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଅଭିନେତା ଗୋବିନ୍ଦା, ତାଙ୍କ ପତ୍ନୀ ସୁନୀତା ଆହୁଜା ଏବଂ ଅଭିନେତ୍ରୀ କୋମଲ ରାନୀଙ୍କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଏବେ ଗୋବିନ୍ଦାଙ୍କ ଭାଣେଜୀ-ବୋହୂ…

ତରକାରୀ ମାଗିବା ବାହାନାରେ ୫ ମାସର ଗର୍ଭବତୀ ଭାଇବୋହୂଙ୍କୁ ବଳାତ୍କାର! ଦେଢ଼ଶୁର ଗିରଫ

ପାଟଣା, ୨୩।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ପବିତ୍ର ପାରିବାରିକ ସମ୍ପର୍କକୁ ନେଇ ଏକ ସଙ୍ଗିନ ଓ କଳଙ୍କିତ ଅଭିଯୋଗ ସାମ୍ନାକୁ…

କିଛି ଘଣ୍ଟାରେ ସ୍ଥଳଭାଗ ଛୁଇଁବ ଗଭୀର ଅବପାତ; ଏହି ସ୍ଥାନରେ ହେବ ଲ୍ୟାଣ୍ଡଫଲ୍! ୫୦ରୁ ୬୦ କିମି ବେଗରେ ବହିବ ପବନ

ଭୁବନେଶ୍ବର,୨୩ା୯: ସ୍ଥଳଭାଗ ଆଡକୁ ମାଡ଼ିଆସୁଛି ଗଭୀର ଅବପାତ । ଗତ ୬ ଘଣ୍ଟା ଧରି ୭କିମି ବେଗରେ ସ୍ଥଳଭାଗ ମୁହାଁ ହେଉଛି । ଏପଟେ ବର୍ଷାର ପରିମାଣ…

ହୃଦୟବିଦାରକ! ଜନ୍ମ ଦେଇ କେନାଲରେ ଫିଙ୍ଗିଦେଲେ, ଧାନ ବିଲରୁ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

ଅତାବିରା, ୨୩/୯ (ଯୁଧିଷ୍ଠିର ମହାପାତ୍ର): ପୁଣି ସାମ୍ନାକୁ ଆସିଛି ମାନବିକତାକୁ ଲଜ୍ଜିତ କଲା ଭଳି ଏକ କରୁଣ ଓ ହୃଦୟବିଦାରକ ଚିତ୍ର। ଧାନ ବିଲର ଅଳିଆ ଆବର୍ଜନା…

ପାକିସ୍ତାନରେ ହଇଚଇ! ସାଧାରଣ ଚିକିତ୍ସା ପରେ ପିଲାଙ୍କ HIV ରିପୋର୍ଟ ପଜିଟିଭ୍, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମବାଦ,୨୩।୯: ପାକିସ୍ତାନରେ ଅନେକ ପରିବାର ପାଇଁ ପିଲାଙ୍କ ସାଧାରଣ ଚିକିତ୍ସା ପରେ ସାମ୍ନାକୁ ଆସିଥିବା HIV ପଜିଟିଭ୍ ରିପୋର୍ଟ ଚିନ୍ତାର କାରଣ ପାଲଟିଛି । NPRର ଏକ…

ବାଫ୍ଲା ମାଳି ଖଣି ପ୍ରଭାବିତ ଅଞ୍ଚଳରେ ବିକାଶର ନଗ୍ନ ଚିତ୍ର: ଉପରେ ଚାଲିଛି ଖଣି, ତଳେ ରାସ୍ତା ନାହିଁ; ପ୍ରଶାସନର ଅବହେଳା ପରେ…

ଥୁଆମୂଳ ରାମପୁର/କାଶୀପୁର, ୨୩।୯ (ଦୁର୍ଗା କୀର୍ତ୍ତି/ ପ୍ରଫୁଲ୍ଲ ବେହେରା): ଗୋଟିଏ ପଟେ ବାଫ୍ଲା ମାଳି ପାହାଡ଼ ଉପରେ ବାକ୍ସାଇଟ୍ ଖଣି ଖନନ କରି କୋଟି କୋଟି ଟଙ୍କାର…

ହର୍ମୁଜରେ ଜାହାଜ ଉପରେ ବଡ଼ ଧରଣର ଆକ୍ରମଣ, ଚାଲିଗଲା ଭାରତୀୟ ନାବିକଙ୍କ ଜୀବନ

ଓମାନ,୨୩।୯: ଓମାନ ଉପକୂଳ ନିକଟ ହର୍ମୁଜ୍ ଅଞ୍ଚଳରେ ଭାରତ ଆସୁଥିବା ଏକ ମାଲବାହୀ ଜାହାଜ ଉପରେ ଟର୍ପିଡୋ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଉତ୍ତରପ୍ରଦେଶର ଦେବରିଆ…

ବଡ଼ ବିପଦ! ଭାରତରେ ଜୀବନ ନେଇପାରେ ତାତି, ଯାଇପାରେ ୪.୫ ଲକ୍ଷରୁ ଅଧିକ ଜୀବନ

ନୂଆଦିଲ୍ଲୀ,୨୩।୯: ଶକ୍ତିଶାଳୀ ଏଲ୍‌ ନିନୋକୁ ନେଇ ଜଳବାୟୁ ବିଶେଷଜ୍ଞମାନେ ବଡ଼ ଚେତାବନୀ ଦେଇଛନ୍ତି । ଏକ ନୂଆ ଆକଳନ ଅନୁସାରେ, ଆଗାମୀ ୬ ମାସରେ ଏହି କାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?