Posted inଖେଳ

ଟି୨୦ ବିଶ୍ୱକପ୍‌ ଟ୍ରଫି ସହ ଜୟପୁରର ସଂଯୋଗ

ଜୟପୁର, ୯ା୩ (ପି.ଟି.): ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍‌ ଟ୍ରଫି ସମଗ୍ର ବିଶ୍ୱବ୍ୟାପୀ ଦୃଷ୍ଟି ଆକର୍ଷଣ କରେ। ମାତ୍ର ଏହି ଟ୍ରଫିର ନିର୍ମାଣ ଜୟପୁରରେ ହୋଇଥିବା ହୁଏତ୍‌ ଖୁବ୍‌ କମ୍‌ ଜାଣନ୍ତି। ଜୟପୁର ଟ୍ରଫି ଡିଜାଇନର ପାବୁଓ୍ବାଲ କହିଛନ୍ତି, ଟ୍ରଫିର ପ୍ରାରମ୍ଭିକ ଡିଜାଇନ ଅଷ୍ଟ୍ରେଲିଆର ମିନେଲ ବ୍ରାଇସ୍‌ଙ୍କ ଦ୍ୱାରା ହୋଇଛି। ପାବୁଓ୍ବାଲ କହିଛନ୍ତି ଟ୍ରଫିଟିର ଡିଜାଇନ୍‌ ଆଉଟଲାଇନ୍‌ ୨୦୦୭ରେ ପ୍ରସ୍ତୁତ କରାଯାଇଥିଲା, ଯେଉଁ ବର୍ଷ ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍‌ର ଉଦ୍‌ଘାଟନୀ ସଂସ୍କରଣ ହୋଇଥିଲା। ଏହାପରଠାରୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ତାଙ୍କୁ ଟ୍ରଫି ନିର୍ମାଣ ଦାୟିତ୍ୱ ପ୍ରଦାନ କରିଆସୁଛି। ପାବୁଓ୍ବାଲ କହିଛନ୍ତି, ପୂର୍ବରୁ ସେ କ୍ରିକେଟ ପାଇଁ ବିଶ୍ୱର ସର୍ବବୃହତ୍‌ ରୌପ୍ୟ ଟ୍ରଫି ‘ଫ୍ରେଣ୍ଡଶିପ୍‌ କପ୍‌’ର ଡିଜାଇନ୍‌ କରିଥିଲେ। ଏହା ଆଇସିସିର ଦୃଷ୍ଟି ଆକର୍ଷଣ କରିଥିଲା, ଯାହା ଫଳରେ ଆଇସିସି ତାଙ୍କୁ ଟି୨୦ ବିଶ୍ୱକପ୍‌ ତିଆରି କରିବା ଲାଗି ବରାଦ କରିଥିଲା। ସେ କହିଛନ୍ତି, ଆଇସିସି ପ୍ରଥମେ ଟିଟାନିୟମ ଓ କାଚର ମିଶ୍ରଣରେ ଏକ ଟ୍ରଫି ତିଆରି କରିବା ଲାଗି ଯୋଜନା କରିଥିଲା, ଯଦ୍ଦ୍ବାରା ଏହି ଡିଜାଇନ ଟି୨୦ କ୍ରିକେଟର ଦ୍ରୁତ ଓ ଆଧୁନିକ ଶୈଳୀକୁ ପ୍ରତିଫଳିତ କରିବ। ଅନେକ ସାମ୍ପଲ ମଡେଲ ପ୍ରସ୍ତୁତ କରାଯାଇଥିଲା। ମାତ୍ର ବହୁ ପରୀକ୍ଷା ନିରୀକ୍ଷା ପରେ ଦେଖାଗଲା ଧାତୁ ସହିତ ମିଶ୍ରଣ କରାଗଲା ବେଳେ କାଚ ଉପାଦାନଗୁଡ଼ିକ ବାରମ୍ବାର ଭାଙ୍ଗିଯାଇଥିଲା। ଏହି ମିଶ୍ରଣ ବୈଷୟିକଭାବେ କାମ କରିବ ନାହିଁ ବୋଲି ସେ ପରାମର୍ଶ ଦେଇଥିଲେ। ଶେଷରେ ପ୍ଲାଟିନମ ପ୍ଲେଟ ସହିତ ରୁପାରେ ତିଆରି କରାଯିବା ଲାଗି ସ୍ଥିର କରାଯାଇଥିଲା। ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ପାଇଁ ଏହା ଉପଯୁକ୍ତ ଏବଂ ଦୀର୍ଘସ୍ଥାୟୀ ମଧ୍ୟ। ପାବୁଓ୍ବାଲ ଆହୁରି ମଧ୍ୟ କହିଛନ୍ତି ଯେ, ମୂଳ ଟ୍ରଫିଟି ଆଇସିସିର ମୁଖ୍ୟାଳୟରେ ରଖାଯାଇଛି। ବିଜେତା ଦଳକୁ ସମାନ ପ୍ରତିକୃତିଟିଏ ପ୍ରଦାନ କରାଯାଇଥାଏ। ଟ୍ରଫିଟିର ଉଚ୍ଚତା ହେଉଛି ୨୧ଇଞ୍ଚ, ଓଜନ ୬ କିଲୋଗ୍ରାମ ଏବଂ ଏହା ପ୍ଲାଟିନମ୍‌ ପ୍ଲେଟିଂ ସହ ରୁପାରେ ନିର୍ମିତ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଆଫଗାନିସ୍ତାନକୁ ହରାଇଲା ଭାରତ, ୧୩ ବଲ୍‌ରେ…

ଧର୍ମଶାଳା,୧୩ା୬: ଧର୍ମଶାଳାରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍‌ ସିରିଜରେ ଭାରତ ବିଜୟ ଲାଭ କରିଛି। ବର୍ଷା ପ୍ରଭାବିତ ପ୍ରଥମ ଦିନିକିଆରେ ଟିମ୍‌…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri