ଚିନି ବଦଳରେ ଗୁଡ଼

ମିଠା ଖାଇବାକୁ କାହାର ଇଚ୍ଛା ନ ହୁଏ। ସେଥିପାଇଁ ତ ପଶୁପକ୍ଷୀ କିମ୍ବା ମନୁଷ୍ୟ ସମସ୍ତଙ୍କର ପାଟିରୁ ଲାଳଗଡ଼େ ମିଠାକୁ ଦେଖିଲେ। ଏହି ମିଠା ଦୁଇ ପ୍ରକାରର ହୋଇଥାଏ। ପ୍ରଥମଟି ହେଲା ବିଭିନ୍ନ ପ୍ରକାର ମିଠା ଫଳମୂଳ ଓ ରସରୁ ମିଳିଥାଏ, ଯାହାକି ଆମ ମନବୋଧ କରିଦିଏ। ଅନ୍ୟଟି ହେଉଛି ଉଦ୍ଭିଦ ଅଂଶରୁ ସଂଗୃହୀତ ମିଠା, ଯାହାକି ଗୁଡ ଓ ଚିନି ନାମରେ ପରିଚିତ। ପ୍ରଥମେ ଆମେମାନେ ଆଖୁ, ତାଳ କିମ୍ବା ଖଜୁରି ଗଛର ରସକୁ ସଂଗ୍ରହ କରି ସେଥିରୁ ଗୁଡ ତିଆରି କରୁଥିଲେ। ପରବର୍ତ୍ତୀ ସମୟରେ ସେସବୁ ଗୁଡ ତିଆରି କମିଗଲା ଓ ଆଖୁରୁ କଳକାରଖାନା ଦ୍ୱାରା ସିଧାସଳଖ ଚିନି ତିଆରି ହେଲା। ଚିନିର ଆବଶ୍ୟକତା ଓ ତଦନୁସାରେ ଉତ୍ପାଦନ ମଧ୍ୟ ବଢିବାକୁ ଲାଗିଲା। ଏକ ଆକଳନରୁ ଜଣାଯାଇଛି ଯେ ରାଜ୍ୟର ବାର୍ଷିକ ଚିନି ଆବଶ୍ୟକତା ୧୦ ଲକ୍ଷ ଟନ, ମାତ୍ର ଆମର ଉତ୍ପାଦନ ମାତ୍ର ୧୦,୦୦୦ରୁ ୧୫୦୦୦ ଟନ। ଆମେ ପ୍ରଚୁର ମାତ୍ରାରେ ଚିନି ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ର ଆଦି ରାଜ୍ୟରୁ ଆମଦାନୀ କରି ଖାଉଛେ। ସେ ରାଜ୍ୟରେ ଆଖୁ ଚାଷ ଓ ଚିନି କାରଖାନାରେ ହଜାର ହଜାର ଲୋକ ରୋଜଗାର ପାଉଛନ୍ତି। ଆମ ରାଜ୍ୟର ଖାଉଟିଙ୍କ ପଇସା ସେ ସବୁ ରାଜ୍ୟକୁ ଚାଲିଯାଉଛି।
ଦୁଃଖର ବିଷୟ ଆମ ରାଜ୍ୟର ଗୋଟିଏ ଚିନିକଳକୁ ଛାଡି ଆଉ ସମସ୍ତ ଚିନିକଳ ଅକାମୀ। ଆମେମାନେ ପ୍ରାୟ ପୂଜା ପାର୍ବଣକୁ ଛାଡିଦେଲେ ଅନ୍ୟ ସମୟରେ ଗୁଡ ଜମା ବ୍ୟବହାର କରୁନାହୁଁ। ଓଡ଼ିଶାର ନୂତନ ପିଢ଼ି ତ ଗୁଡକୁ ଦେଖିଲେ ଯେମିତି ଅଖାଦ୍ୟ ଭାବି ନାକ ଟେକୁଛନ୍ତି। ଆପଣମାନେ ଯଦି ବୈଜ୍ଞାନିକ ଦୃଷ୍ଟିକୋଣରୁ ଗୁଡର ଖାଦ୍ୟ ଉପାଦାନଗୁଡିକୁ ଚିନିର ଖାଦ୍ୟ ଉପାଦାନ ସହିତ ତୁଳନା କରିବେ ତେବେ ନିଜକୁ ବିଶ୍ୱାସ କରିପାରିବେ ନାହିଁ ଓ ମୁଣ୍ଡରେ ଚଡକ ପଡିବ। ଭାବିବେ ମୁଁ କ’ଣ କରୁଛି? ଖାଦ୍ୟ ପୋଷକ ଉପାଦାନରେ ଚିନି ଗୁଡର ପାସାଙ୍ଗରେ ପଡେ ନାହିଁ। ଶରୀର ପାଇଁ ଚିନି ତୁଳନାରେ ଗୁଡ ଶହେ ପ୍ରତିଶତ ଭଲ । ଆସନ୍ତୁ ଜାଣିବା ୧୦୦ ଗ୍ରାମ ଗୁଡ ଓ ୧୦୦ ଗ୍ରାମ ଚିନିରେ କେଉଁ କେଉଁ ଉପାଦାନ ଅଛି। ଟେବୁଲକୁ ଅନୁଧ୍ୟାନ କଲେ ଆପଣ ଜାଣିପାରିବେ ଯେ ଖାଲି ଶ୍ୱେତସାରକୁ ଛାଡିଦେଲେ ପ୍ରାୟ ଅଧିକାଂଶ ଖାଦ୍ୟ ପୋଷକ ତତ୍ତ୍ୱ ଚିନିରେ ନାହିଁ ବା କିଞ୍ଚିତ ମାତ୍ରାରେ ଅଛି। ମାତ୍ର ସେଗୁଡିକ ଭରପୂର ମାତ୍ରାରେ ଅଛି ଗୁଡରେ। ତା’ଛଡା ଗୁଡରେ ଔଷଧୀୟ ଗୁଣ ବି ଭରିରହିଛି। ଆୟୁର୍ବେଦିକ ଶାସ୍ତ୍ର ଅନୁସାରେ ଏହା ଉତ୍ତମ ସ୍ବାସ୍ଥ୍ୟ ରକ୍ଷା ସହିତ ଯକୃତରୁ ବିଷାକ୍ତ ପଦାର୍ଥକୁ ସଫା କରିଥାଏ। ଏହା ମଧ୍ୟ ରକ୍ତ ସଫା କରିବାରେ ସାହାଯ୍ୟ କରେ। ଗୁଡ ଆମର ପାକସ୍ଥଳୀ ସଫାସୁତରା ରଖେ। ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରୁ ଉପଶମ ଦିଏ। ରକ୍ତ ଚାପକୁ ନିୟନ୍ତ୍ରଣ କରେ। ରକ୍ତହୀନତା ଦୂର କରେ। ସର୍ବୋପରି ଏହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ। ମାତ୍ର ଚିନିରେ ଉପରୋକ୍ତ ବର୍ଣ୍ଣିତ ଉପକାର ସାଧିତ ହୁଏ ନାହିଁ। ଆଖୁ ରସକୁ ରିଫାଇନ ପଦ୍ଧତିରେ ଧଳା କରିବା ଦ୍ୱାରା ଏଥିରୁ ବହୁ ଖାଦ୍ୟ ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଇଥାଏ। ନିଜର ସ୍ବାସ୍ଥ୍ୟ ରକ୍ଷା ପାଇଁ ଗୁଡର କଳା ରଙ୍ଗକୁ ଘୃଣା ନ କରି ତାକୁ ସବୁ କ୍ଷେତ୍ରରେ ବ୍ୟବହାର କରନ୍ତୁ।
ଓଡ଼ିଶାବାସୀ ସମସ୍ତେ ଚିନି ପରିବର୍ତ୍ତେ ଗୁଡ ଖାଇଲେ, ସ୍ବାସ୍ଥ୍ୟବାନ ହେବେ। ତା’ ଛଡା ଗୁଡର ଚାହିଦା ମଧ୍ୟ ବଢିବ। ଗୁଡର ଚାହିଦା ବଢିଲେ ଆଖୁ ଚାଷ ବୃଦ୍ଧି ପାଇବ। ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟିହେବ। ଚାଷୀଭାଇ ନିଜ ଉଦ୍ୟମରେ ଗୁଡ ପ୍ରସ୍ତୁତକରି ଦି’ପଇସା ରୋଜଗାର କରି ନିଜ ଆର୍ଥିକ ସ୍ଥିତିରେ ସୁଧାର ଆଣିବେ। ଆମକୁ ଆଉ ଚିନି ପାଇଁ ବାହାର ରାଜ୍ୟ ଉପରେ ଏତେଟା ନିର୍ଭର କରିବାକୁ ପଡିବ ନାହିଁ। ଆମର ମୂଲ୍ୟବାନ ଟଙ୍କା ଚିନି କ୍ରୟ ପାଇଁ ବାହାର ରାଜ୍ୟକୁ ନ ଯାଇ, ରାଜ୍ୟର ଆଖୁ ଚାଷୀମାନଙ୍କ ସ୍ବାର୍ଥ ରକ୍ଷାରେ ଲାଗିବ। ରାଜ୍ୟର ଆଖୁଚାଷୀ ଗୁଡକୁ ୫୦୦ ଗ୍ରାମ କିମ୍ବା କିଲିକିଆ ପଲି ଡବାରେ ପ୍ୟାକ୍‌ କରି ବିଭିନ୍ନ ବଜାରକୁ ଛାଡ଼ନ୍ତୁ। ଚାଷୀ ଗୁଡକୁ ମୁଣ୍ଡାକରି ମଧ୍ୟ ବସ୍ତାରେ ଭରି ବିଭିନ୍ନ ସହରକୁ ପଠାଇ ପାରିବେ, ସେଥିପାଇଁ ଟେକ୍‌ନୋଲୋଜି ଉପଲବ୍ଧ ଅଛି। ଉତ୍ତର ପ୍ରଦେଶର ଗୁଡକୁ ମୁଣ୍ଡା କରି, ବସ୍ତାରେ ଭର୍ତ୍ତି କରି ସେମାନେ ଆମ ବଜାରରେ ବିକ୍ରିକରି ପାରୁଛନ୍ତି, ମାତ୍ର ଆମ ଚାଷୀଙ୍କ ଗୁଡକୁ ଆମେ ଆମ ରାଜ୍ୟରେ ବିକ୍ରି କରିବାକୁ ଅସମର୍ଥ। ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ସେମାନଙ୍କୁ ପ୍ରୋତ୍ସାହନ ଦେବା ଆବଶ୍ୟକ। ଏଥିପାଇଁ ଆମେ କିଛି ଷ୍ଟାର୍ଟଅପ ମଧ୍ୟ ମଞ୍ଜୁର କରିପାରିବା। ସେଥିପାଇଁ ବ୍ୟୟ ବ୍ୟବସ୍ଥା ହେବା ଜରୁରୀ। ଏହା ଦ୍ୱାରା ଆମର ବେରୋଜଗାରି ମଧ୍ୟ ହ୍ରାସ ପାଇବ।
କିଛିଦିନ ତଳେ କର୍ନାଟକର କ୍ଷୀର ନନ୍ଦିନୀ ଓ ଗୁଜରାଟର ଅମୂଲ କ୍ଷୀର ମଧ୍ୟରେ ପ୍ରତିଯୋଗିତା ହେଲାବେଳେ ସମଗ୍ର କର୍ନାଟକବାସୀ ଅମୂଲ କ୍ଷୀର ତ୍ୟାଗକରି ନନ୍ଦିନୀ କ୍ଷୀର କିଣିବା ପାଇଁ ଘୋଷଣା କଲେ ନିଜ ରାଜ୍ୟର ଗୋପାଳଙ୍କ ସ୍ବାର୍ଥ ରକ୍ଷା ପାଇଁ। ମିଠା ଦୋକାନରେ ଗୁଡ ରସଗୋଳା ମଧ୍ୟ ତିଆରି ହେଲାଣି। ଛେନାପୋଡ ମଧ୍ୟ ହୋଇପାରିବ ଗୁଡରୁ। ମିଠା ଦୋକାନରେ ଚିନି ପ୍ରୟୋଗକୁ ଛାଡି, ଘରେ ସବୁଥିରେ ଆମେ ଗୁଡ ପ୍ରୟୋଗ କରିପାରିବା। ଆସନ୍ତୁ ଆମେ ସମସ୍ତେ ଗୁଡ ଖାଇବା। ନିଜେ ସୁସ୍ଥ ରହିବା, ପରିବାରକୁ ସୁସ୍ଥ ରଖିବା ରାଜ୍ୟର ଆଖୁ ଚାଷୀଙ୍କ ଆର୍ଥିକ ସ୍ଥିତି ମଜଭୁତରେ ସହାୟକ ହେବା।

– ଡ. ପ୍ରମୋଦ କୁମାର ପଣ୍ଡା
ଶ୍ୟାମଚାନ୍ଦ ପାଟଣା, ଭଦ୍ରକ
ମୋ:୮୯୧୭୪୨୬୪୪୦


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ବନାମ ଓଡ଼ିଆ ସାହିତ୍ୟ

ସଭ୍ୟତାର ବିକାଶ କ୍ରମରେ ମଣିଷ ନିଜର ବୁଦ୍ଧିମତ୍ତାକୁ ବ୍ୟବହାରକରି ଅନେକ ଅସାଧ୍ୟକୁ ସାଧନ କରିଛି। ସେଇ ପରିପ୍ରେକ୍ଷୀରେ ଚଳନ୍ତି ସମୟରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା(ଏଆଇ)…

ନାଟୋ ଓ ପ୍ରତିରକ୍ଷା ବଜାର

୧୯୩୯ ମସିହାରେ ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା, ସେତେବେଳେ କାନାଡ଼ା ପାଖରେ କୌଣସି ଆଖିଦୃଶିଆ ସାମରିକ ଶିଳ୍ପ ନ ଥିଲା। ହେଲେ ୬ ବର୍ଷ ପରେ,…

ମୁଇଁ ପାଠ ପଢ଼ିନି ଆଜ୍ଞା

ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ତୃତୀୟ ସ୍ବର୍ଣ୍ଣକ୍ଷେତ୍ର ଦିବସ ପାଳନ ଅବସରରେ ସମ୍ବର୍ଦ୍ଧିତ ହୋଇଥିଲେ ମାଣ୍ଡିଆ ରାଣୀ ନାମରେ ପରିଚିତା ଡ. ରାଇମତୀ ଘିଉରିଆ। କୋରାପୁଟ ଜିଲା କୁନ୍ଦୁରା…

ଏଇ ଭାରତରେ

ଏକତା ନହର ରହୁଛନ୍ତି ନଏଡାର ଏକ ଆପାର୍ଟମେଣ୍ଟରେ। ପେସାରେ ସେ ଜଣେ ଚିତ୍ରଶିଳ୍ପୀ। ଏବେ ତାଙ୍କୁ ବୟସ ୩୫। ବିଲୁପ୍ତିର ଦ୍ୱାର ଦେଶରେ ଥିବା କେତେକ ପ୍ରଜାତିର…

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ନିଷ୍ପ୍ରଭ ହେଉଛି ସାମୁଦ୍ରିକ ପ୍ରାଣୀଙ୍କ ଧ୍ୱନି

କଥାବାର୍ତ୍ତା ବା ଭାବର ଆଦାନପ୍ରଦାନ ଆବହମାନ ସମୟରୁ ରହିଆସିଛି। ଏ ସୃଷ୍ଟିର ବଡ଼ ବୈଚିତ୍ରତା ହେଉଛି ମଣିଷଠାରୁ ଜୀବଜଗତ, କୀଟପତଙ୍ଗ ସମସ୍ତଙ୍କର ଏହି ଧ୍ୱନି ପ୍ରକରଣ ଯେତିକି…

ଆମ ତୃଷ୍ଣାର କ’ଣ ବିକଳ୍ପ ନାହିଁ

ସାମାଜିକ ଗଣମାଧ୍ୟମର ଭିଡିଓ କ୍ଲିପ୍‌ ଦେଖୁଦେଖୁ ମୋର ନଜର ପଡ଼ିଲା ମଦଜନିତ ବିଶେଷ ଖବର ଉପରେ। ଜିଲା ପ୍ରଶାସନିକ ମୁଖ୍ୟ ଅର୍ଥାତ୍‌ ଜିଲାପାଳମାନେ ବି କେଡ଼େ କୌତୁକିଆ…

ସଂସ୍କୃତିର ଅନ୍ୟ ନାମ ସ୍ବଚ୍ଛତା

ଜାପାନୀ ଭାଷାରେ ଅଛି-‘ଟାଟ୍‌ସୁ ଟୋରି ଏଟୋ ଓ୍ବ ନିଗୋସାଜୁ’। ଏହାର ଆକ୍ଷରିକ ଇଂଲିଶ୍‌ ଅନୁବାଦ କଲେ ହେବ-‘ଏ ବାର୍ଡ ଲିଭ୍‌ସ ନଥିଂ ବିହାଇଣ୍ଡ’। ଓଡ଼ିଆରେ ଏହାକୁ କୁହାଯାଇପାରେ-‘ପକ୍ଷୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri