ନାଁକୁ ଚାଲିଛି ଜଗତ୍‌ସିଂହପୁର ମୃତ୍ତିକା ସଂରକ୍ଷଣ ବିଭାଗ

ଜଗତସିଂହପୁର ଅଫିସ,୧୪ା୧୦: ରାଜ୍ୟ ସରକାର ମୃତ୍ତିକା ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରୁଥିବା କୁହାଯାଉଛି। ଏନେଇ ଓଡ଼ିଶା ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ କାର୍ଯ୍ୟ କରୁଛି। ବିଭାଗର ୮ମ ବାର୍ଷିକ ଯୋଜନାରେ ୩ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ରାଜ୍ୟ ଯୋଜନା(ଷ୍ଟେଟ ପ୍ଲାନ)ରେ କରାଯିବା ଉପରେ ପ୍ରାଧାନ୍ୟ ଦିଆଯାଇଥିଲା। ସେଗୁଡିକ ହେଲା ସମନ୍ବିତ ଜଳଛାୟା ଉନ୍ନୟନ ପ୍ରକଳ୍ପ (ଆଇଡବ୍ଲ୍ୟୁଏମ୍‌ପି), ବର୍ଷା ହେଉଥିବା ଅଞ୍ଚଳ ପାଇଁ ଜାତୀୟ ଜଳ ଛାୟା ଉନ୍ନୟନ ପ୍ରକଳ୍ପ (ଏନ୍‌ଡବ୍ଲ୍ୟୁଡିପିଆର୍‌ଏ) ଏବଂ ଇଣ୍ଡୋ-ଡେନିସ୍‌ କମ୍ପ୍ରେହେନ୍‌ଶିପ୍‌ ୱାଟରଶେଡ୍‌ ଡେଭଲପମେଣ୍ଟ ପ୍ରକଳ୍ପ (ଆଇଡିସିଡବ୍ଲ୍ୟୁଡିପି)। ଜମିର ଅବକ୍ଷୟ ରୋକିବା ସାଙ୍ଗକୁ ପରିବେଶକୁ ଠିକ ରଖିବା ଏହାର ଲକ୍ଷ୍ୟ ଥିଲା। ଏଥିସହ ଆଦର୍‌ରତା ଧରି ରଖିବା କ୍ଷମତା ବୃଦ୍ଧି ସହ ମାଟିର ଉର୍ବରତା ଓ ଉତ୍ପାଦନ କ୍ଷମତା ବଢ଼ାଇବା ଆଦି ଉଦ୍ଦେଶ୍ୟ ଥିଲା। ମୃତ୍ତିକା ସଂରକ୍ଷଣ ଦ୍ୱାରା ଭୂତଳ ଜଳସ୍ତର ନିୟନ୍ତ୍ରଣ କରିବାକୁ ସ୍ଥିର କରାଯାଇଥିଲା। ଏନେଇ ଡ୍ରଟ୍‌ ପ୍ରୋନ୍‌ ଏରିଆ ପ୍ରୋଗ୍ରାମ (ଡିପିଏପି)ରେ ଏବଂ ଇଣ୍ଟିଗ୍ରେଟେଡ୍‌ ଜଳଛାୟା ଉନ୍ନୟନ କାର୍ଯ୍ୟକ୍ରମ (ଆଇଡବ୍ଲ୍ୟୁଡିପି) ମାଧ୍ୟମରେ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଏମ୍ପୟମେଣ୍ଟ ଆସ୍ୟୁରାନ୍ସ ସ୍କିମ୍‌ (ଇଏଏସ୍‌) କାର୍ଯ୍ୟକାରୀ ହେଲା। ମୋଟାମୋଟି ଭାବରେ ଜଳ ଅମଳ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। କିନ୍ତୁ ଜଗତ୍‌ସିଂହପୁର ଜିଲାରେ ଏସବୁ କେବଳ ପ୍ରହସନରେ ପରିଣତ ହୋଇଛି। ଜିଲାରେ ବିଭାଗୀୟ କାର୍ଯ୍ୟ କ’ଣ ହେଉଛି ତାହା ସାଧାରଣତଃ ବାରି ହେଉନାହିଁ। କାରଣ ବିଭାଗର ନିଜସ୍ବ କାର୍ଯ୍ୟାଳୟ ବିଲ୍ଡିଂ ନ ଥିବାବେଳେ ୨୯ ପଦବୀରୁ ୧୨ଟି ଖାଲି ପଡିଛି। କେବଳ ଏତିକି ନୁହେଁ, ରାଜ୍ୟ ସରକାର ଜିଲାର ସ୍ବାର୍ଥକୁ ଗୌଣ କରୁଥିବା ଅନୁଭବ ହେଉଛି। ଜଗତ୍‌ସିଂହପୁର ତଳିଆ ଜିଲା ହୋଇଥିବାରୁ ବର୍ଷାଦିନେ ମୃତ୍ତିକା ଅବକ୍ଷୟ ସ୍ବାଭାବିକ। ଅର୍ଥାତ୍‌ ମାଟି ନଦୀ ଓ ସମୁଦ୍ରକୁ ବୋହିଯାଉଛି। ଏହାର ସ୍ଥାୟୀ ସମାଧାନ ପାଇଁ ସରକାରୀସ୍ତରରେ କୌଣସି ଆନ୍ତରିକତା ପ୍ରକାଶ ପାଉ ନ ଥିବାରୁ ଦିନକୁ ଦିନ ଜିଲାବାସୀ କ୍ଷତିଗ୍ରସ୍ତ ହୋଇ ଚାଲିଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର କେତେଜଣ ବୁଦ୍ଧିଜୀବୀ ପ୍ରତିକ୍ରିୟାରେ କହିଛନ୍ତି, ଜଗତ୍‌ସିଂହପୁର ଏକ କୃଷି ପ୍ରବଣ ଜିଲା। ଏଠାକାର ଅଧିକାଂଶ ଲୋକେ ଚାଷ ଉପରେ ନିର୍ଭର କରନ୍ତି। ପ୍ରତିବର୍ଷ ବର୍ଷାଦିନେ ଜିଲାର ଅଧିକାଂଶ ଅଞ୍ଚଳ ଜଳ ଦ୍ୱାରା ପ୍ରଭାବିତ ହୁଏ। ଆବଶ୍ୟକ ଡ୍ରେନ୍‌ ସୁବିଧା ଓ ମୃତ୍ତିକା ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରାଯାଉ ନ ଥିବାରୁ ମାଟି ଅବକ୍ଷୟ ହୋଇ ଚାଲିଛି । ଜିଲାରେ ନାଁକୁ ଚାଲିଛି ମୃତ୍ତିକା ସଂରକ୍ଷଣ ବିଭାଗ। ଏହି ଅଭିଯୋଗକୁ କେତେକାଂଶରେ ସ୍ବୀକାର କରିଛନ୍ତି ଜଗତ୍‌ସିଂହପୁରସ୍ଥିତ ମୃତ୍ତିକା ସଂରକ୍ଷଣ ସହକାରୀ ନିର୍ଦ୍ଦେଶକ (ଏଡିଏସ୍‌ସି) ପ୍ରସନ୍ନ ପାତ୍ର। ସେ କହିଛନ୍ତି, ବିଭାଗ ନାଁରେ ୨୫ ଡେସିମିଲ୍‌ ଜମି ଅଛି, କିନ୍ତୁ କାର୍ଯ୍ୟାଳୟ ବିଲ୍ଡିଂ ନାହିଁ। ଆର୍‌କେଭିୱାଇ (ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା) କାର୍ଯ୍ୟକାରୀ ଉଦ୍ଦେଶ୍ୟରେ ଥିବା ବିଭାଗୀୟ ରିସୋର୍ସ ସେଣ୍ଟର ଓ ଟ୍ରେନିଂ ହଲ୍‌ରେ ଦୀର୍ଘ ବର୍ଷ ଧରି କାମଚଳା ଭାବେ ଏହି କାର୍ଯ୍ୟାଳୟ ଚାଲିଛି। ଏଠାରେ ଖାଲିପଡ଼ିଥିବା ପଦବୀ ମଧ୍ୟରୁ ଚଳିତ ମାସରେ କେବଳ ୫ ଜଣ ନିୟୁକ୍ତି ପାଇଛନ୍ତି। ଆଉ ୧୨ ଖାଲି ପଡ଼ିଥିବା ପଦବୀଗୁଡ଼ିକ ହେଲା ୨ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ (ଏଏସ୍‌ସିଓ), ୨ କନିଷ୍ଠ ସହାୟକ, ୪ ମୃତ୍ତିକା ସଂରକ୍ଷଣ ସମ୍ପ୍ରସାରଣ କର୍ମୀ (ଏସ୍‌ସିଇଡବ୍ଲ୍ୟୁ), ୨ ପିଅନ ଓ ଗୋଟିଏ ଲେଖାଏ ମୃତ୍ତିକା ସଂରକ୍ଷଣ ସହାୟକ ଏବଂ ଚୌକିଦାର ପଦବୀ। ଗତବର୍ଷ କିଛି ଅଞ୍ଚଳରେ ଚାରାରୋପଣ କରାଯାଇଥିଲା। ଏବର୍ଷ ସରକାର ବନ୍ଦ କରି ଦେଇଛନ୍ତି । ବିଭାଗରୁ ଆଉ ଅନୁଦାନ ଆସୁନି । କେବଳ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ଫାର୍ମ ପଣ୍ଡ ଖୋଳା କାମ ଚାଲିଥିବା ପାତ୍ର ସୂଚନା ଦେଇଛନ୍ତି । ଏହା ଉପରେ ଜିଲା ପ୍ରଶାସନ, ଲୋକ ପ୍ରତିନିଧି ସର୍ବୋପରି ରାଜ୍ୟ ସରକାର ଗୁରୁତ୍ୱାରୋପ କରି ଦେଖାଦେଇଥିବା ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri