ଜି ଉଦୟଗିରିରେ ମହାପ୍ରଭୁଙ୍କ ହାତୀବେଶ, ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ…

ଜି ଉଦୟଗିରି, ୨୯ା୬(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠୀ ): ଆଜି ଅର୍ଥାତ୍‌ ସୋମବାର ହେଉଛି ପବିତ୍ର ସ୍ନାନ ପୂର୍ଣ୍ଣିମା।  ସୋମବାର ଦିନ ସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଜି ଉଦୟଗିରି ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ ବଳଭଦ୍ରଙ୍କୁ ହାତୀବେଶ କରାଯାଇଛି । ମଙ୍ଗଳ ଆଳତି ପରେ ଠାକୁରମାନଙ୍କ ବିଭିନ୍ନ ରୀତିନୀତି କରାଯାଇଥିଲା। ଏହାପରେ ପହଣ୍ଡି କରାଯାଇ ଠାକୁରମାନଙ୍କୁ ସ୍ନାନ ମଣ୍ଡପକୁ ଅଣା ଯାଇଥିଲା ।

ସ୍ନାନ ମଣ୍ଡପରେ ମଧ୍ୟ ଆଳତି କରାଯାଇଥିଲା । ୧୦୮ କଳସିରେ ସ୍ନାନ କରାଯିବା ପରେ ଜଗନ୍ନାଥ ଓ ବଳଭଦ୍ରଙ୍କୁ ଗଜାନନ ବେଶ କରାଯାଇଥିଲା। ମନ୍ଦିର ପରିଚାଳନା କମିଟି ସଭାପତି ସମୀର କୁମାର ପାଢିଙ୍କ ଉପସ୍ଥିତରେ ପୁରହିତ ସୂର୍ଯ୍ୟନାରାୟଣ ଆଚାର୍ଯ୍ୟ, ସୁଧାଂଶୁ ଆଶର୍ଯ୍ୟ, ସଞ୍ଜୟ ଆଚାର୍ଯ୍ୟ, ପୂଜକ ଅଚୁତ୍ୟ ପଣ୍ଡା ବିଭିନ୍ନ ପୂଜାର୍ଚ୍ଚନା କରିଥିଲେ।

କାଳୁ ଚରଣ ପଣ୍ଡା,ଚନ୍ଦ୍ରକାନ୍ତ ପଣ୍ଡା, ମାନସ ପଣ୍ଡା ଠାକୁରମାନଙ୍କୁ ଗଜାନନ ବେଶ କରାଇଥିଲେ। ସ୍ନାନ ମଣ୍ଡପରେ ଠାକୁରମାନଙ୍କୁ ଦର୍ଶନ କରିବା ପାଇଁ ପ୍ରବଳ ଜନ ଗହଳି ଲାଗିରହିଛି । ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହେଉଛି ପରିବେଶ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ଦୁର୍ଘଟଣା ଘଟାଉଛି ଜମିହିଡ଼ ଭଳି ହମ୍ପସ୍‌, ବାଇକରୁ ଖସିପଡ଼ି ମହିଳା…

ଦିଗପହଣ୍ଡି, ୧୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମେଡିକାଲ ଛକ ସାହାଣୀ ସାହି ନିକଟରେ ନିର୍ମିତ ଏକ ଅବୈଜ୍ଞାନିକ ହମ୍ପସ୍‌ରେ ବାଇକରୁ ଖସିପଡ଼ି ଜଣେ ମହିଳା…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ପ୍ରବଳ ବର୍ଷା କାରଣରୁ ଯୁକ୍ତ ୩ ଇଂରାଜୀ ପରୀକ୍ଷା ସ୍ଥଗିତ: ପରୀକ୍ଷା ହଲରୁ ଫେରିଲେ ଛାତ୍ରୀଛାତ୍ର

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ଛାତ୍ରଛାତ୍ରୀମାନେ ପୂର୍ବରୁ ମହାବିଦ୍ୟାଳୟରେ ପହଞ୍ଚି ସାରିଥିଲେ ଏବଂ ପରୀକ୍ଷା ଦେବା ପାଇଁ ଶ୍ରେଣୀ କୋଠରୀ ଭିତରେ ନିଜ ନିଜ ସିଟ୍‌ରେ ବସି ମଧ୍ୟ ସାରିଥିଲେ।…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

କୈଠଖଣ୍ଡି ଗାଁ ଛକରେ ଜୁଆ ଖେଳ ଚାଲିଥିବା ବେଳେ ପୋଲିସ ଚଢାଉ: ୫ ଜୁଆଡ଼ି ଗିରଫ, ଟଙ୍କା-ବାଇକ…

ଦିଗପହଣ୍ଡି, ୧୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ଗାଁ ଛକରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଦିଗପହଣ୍ଡି ପୋଲିସ ଟିମ୍ ଅତର୍କିତ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ଟଙ୍କା ନେଲେ ହେଲେ ଘର ଆଉ ଜମି ରେଜିଷ୍ଟ୍ରି କଲେନି, ଗଣ୍ଡଗୋଳ ପରେ ହତ୍ୟା ଉଦ୍ୟମ: ଅଭିଯୁକ୍ତ ବୃଦ୍ଧ ଗଲେ ଜେଲ୍

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମର ୬୧ ବର୍ଷୀୟ ବୃଦ୍ଧ ବି. କାଳିଆଙ୍କୁ ଏକ ହତ୍ୟା ଉଦ୍ୟମ ମାମଲାରେ ଦିଗପହଣ୍ଡି ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri