ଜଗନ୍ନାଥଙ୍କ ୩୫ ହଜାର ଏକର ଜମି ବିକ୍ରି ହେବ

ଭୁବନେଶ୍ୱର, ୧୭ା୩ (ବ୍ୟୁରୋ): ଓଡ଼ିଶା ଓ ଅନ୍ୟ ୬ ରାଜ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ୩୫,୨୭୨ ଏକର ଜମିକୁ ବିକ୍ରି କରାଯିବା ନିମନ୍ତେ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଭାଜପା ବିଧାୟକ ମୋହନ ଚରଣ ମାଝିଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମଙ୍ଗଳବାର ଆଇନ ମନ୍ତ୍ରୀ ପ୍ରତାପ ଜେନା ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ତତ୍କାଳୀନ ରାଜ୍ୟପାଳ ବି.ଡି. ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ସୁପାରିସ ଅନୁଯାୟୀ ସରକାର ୩୫,୨୭୨.୨୩୫ ଏକର ଜମି ବିକ୍ରି କରିବା ଲାଗି ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ରାଜ୍ୟର ୩୦ ଜିଲା ମଧ୍ୟରୁ ୨୪ ଜିଲାରେ ଜଗନ୍ନାଥଙ୍କ ୬୦,୪୨୬.୯୪୩ ଏକର ଜମି ରହିଛି। ଏଥିମଧ୍ୟରୁ ଶ୍ରୀମନ୍ଦିର ପ୍ରଶାସନ ୩୪,୮୭୬.୯୮୩ ଏକର ଉପରେ ଚୂଡ଼ାନ୍ତ ମାଲିକାନା ସ୍ବତ୍ୱ(ଆର୍‌ଓଆର୍‌) କରିବାକୁ ସ୍ଥିର କରିଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ସ୍ବୀକୃତ ଏକକ ନୀତି(ସମାନ ନୀତି) ଅନୁଯାୟୀ ଏଭଳି ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ ଗୃହରେ ପ୍ରକାଶ କରିଛନ୍ତି। ଓଡ଼ିଶା ବ୍ୟତୀତ ଅନ୍ୟ ୬ ରାଜ୍ୟରେ ୩୯୫.୨୫୨ ଏକର
ଜମି ବିକ୍ରି ହେବା ଲାଗି ମଧ୍ୟ ପ୍ରସ୍ତୁତି ଚାଲିଛି। ଏନେଇ ସରକାର ସମ୍ପୃକ୍ତ ଜିଲାପାଳଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ଲିଖିତ ଭାବେ ଜଣାଇଛନ୍ତି।
ମିଳିଥିବା ସୂଚନା ଅନୁସାରେ ଦ୍ୱାଦଶ ଶତାବ୍ଦୀର ଏହି ମନ୍ଦିରର ଜମି ରାଜ୍ୟ ବାହାରେ ସର୍ବାଧିକ ୩୩୨.୯୩୦ ଏକର ପଶ୍ଚିମବଙ୍ଗରେ ରହିଛି। ସେହିପରି ୨୮.୨୧୮ ଏକର ମହାରାଷ୍ଟ୍ରରେ, ୨୫.୧୧୦ ଏକର ମଧ୍ୟପ୍ରଦେଶ, ୧୭.୦୨୦ ଏକର ଆନ୍ଧ୍ରପ୍ରଦେଶ, ୧.୭୦୦ ଏକର ଛତିଶଗଡ଼ ଏବଂ ବିହାରରେ ୦.୨୭୪ ଏକର ଜମି ଅଛି। ମନ୍ତ୍ରୀ ଆହୁରି କହିଛନ୍ତି, ୧୦୦ ଏକର ବାଘା ଅଞ୍ଚଳରେ ଚିହ୍ନଟ କରାଯାଇଥିବାବେଳେ ସରକାର ଉକ୍ତ ଜମିରୁ ଭାଗଚାଷୀଙ୍କ ଠାରୁ ନିର୍ଦ୍ଧାରିତ ଭାଗ ସଂଗ୍ରହ କରୁଛନ୍ତି। ଏଥିପାଇଁ ଜଣେ ଖମାରିଙ୍କୁ ବାଘାରେ ଏବଂ ଅନ୍ୟ ଜଣଙ୍କୁ ଦୋଚାଇନରେ ନିୟୋଜିତ କରାଯାଇଛି। ଏଥିସହିତ ଦୋଚାଇନ୍‌ରୁ ସଂଗ୍ରହ ହେଉଥିବା ଧାନକୁ ପ୍ରତ୍ୟେକ ବର୍ଷ ମଧ୍ୟ ବିକ୍ରି କରାଯାଉଛି। ଖୋର୍ଦ୍ଧା ଅଞ୍ଚଳରେ ଥିବା ୫୮୨.୨୫୫ ଏକର ଜମିକୁ ଓଡ଼ିଶା କାଜୁ ବିକାଶ ନିଗମକୁ ଲିଜ୍‌ ସୂତ୍ରରେ ଦିଆଯାଇଛି। ଏହାର ପ୍ରତିବଦଳରେ ସରକାର ବାର୍ଷିକ ୩ଲକ୍ଷ ଟଙ୍କା ନିଗମଠାରୁ ପାଉଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।
ମିଳିଥିବା ସୂଚନା ଅନୁସାରେ ଶ୍ରୀମନ୍ଦିର ଜମିକୁ ଯେଉଁମାନେ ୩୦ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଅକ୍ତିଆର କରି ରଖିଛନ୍ତି, ସେମାନେ ତାହାକୁ ନିଜ ଦଖଲକୁ ନେବାକୁ ଚାହିଁଲେ ଏକର ପିଛା ୬ଲକ୍ଷ ଟଙ୍କା ସରକାରଙ୍କୁ ଦେବାକୁ ପଡ଼ିବ। ଆଉ ଯେଉଁମାନେ ୨୦ବର୍ଷରୁ ଊର୍ଦ୍ଧ୍ୱ ଏବଂ ୩୦ବର୍ଷରୁ କମ୍‌ ସମୟ ଧରି ରଖିଛନ୍ତି ସେମାନେ ଏକର ପିଛା ୯ଲକ୍ଷ ଟଙ୍କା ଦେଇ ଜମି ଦଖଲକୁ ନେଇପାରିବେ। ସେହିପରି ୨୦ବର୍ଷରୁ କମ୍‌ ଏବଂ ୧୨ବର୍ଷରୁ ଅଧିକ ସମୟ ଧରି ଜମି ଅକ୍ତିଆର କରିଛନ୍ତି ସେମାନେ ଏକର ପିଛା ୧୫ଲକ୍ଷ ଟଙ୍କା ଦେବେ। ଆଇନ ମନ୍ତ୍ରୀ ପୁଣି କହିଛନ୍ତି, ସରକାର ମନ୍ଦିର ଜମି ସଂକ୍ରାନ୍ତ ଘଟଣାର ତଦନ୍ତ ଓ ସଂସ୍କାର ଆଣିବା ନିମନ୍ତେ ବିଭିନ୍ନ ସମୟରେ ୪ଟି କମିଶନ ଗଠନ କରିଛନ୍ତି। ବି.ଡି. ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ସହ ଜଷ୍ଟିସ୍‌ ବି.କେ. ପାତ୍ର କମିଶନ, ଜଷ୍ଟିସ ପି.କେ. ମହାନ୍ତି କମିଶନ ଏବଂ ଜଷ୍ଟିସ୍‌ ବି.ପି. ଦାସ କମିଶନ କାର୍ଯ୍ୟ କରିଛନ୍ତି। କମିଶନଙ୍କ ବିଭିନ୍ନ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ନିମନ୍ତେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠିତ ହୋଇଛି, ଯାହାକି ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଦ୍ୱାରା ସ୍ବୀକୃତ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

ଆଜିଠୁ ଖରାଛୁଟି

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ରାଜ୍ୟରେ ଗୁରୁବାରଠାରୁ ସ୍କୁଲରେ ଗ୍ରୀଷ୍ମଛୁଟି ଆରମ୍ଭ ହେବ। ପାଠପଢ଼ା ବନ୍ଦ ରହିବ। କିନ୍ତୁ ଏହି ଛୁଟି ସମୟରେ ସମସ୍ତ ସରକାରୀ ଓ ସରକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri