ଜଗନ୍ନାଥପୁର କାଜୁ ପ୍ରକଳ୍ପରେ ଦୁର୍ନୀତି ଅଭିଯୋଗ

ନିରାକାରପୁର,୧୮।୧୨(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଳବିଭାଜିକା ପକ୍ଷରୁ ଟାଙ୍ଗୀ ବ୍ଲକ କମାଗୁରୁ ପଞ୍ଚାୟତ ଜଗନ୍ନାଥପୁରସ୍ଥିତ ଅଟଳା ମୌଜାରେ ରହିଥିବା ୨୫ଏକର ପରିମିତ ଜମିରେ ୨୦୦୦ ହଜାର କାଜୁ ଚାରାରୋପଣ କରାଯିବାକୁ ପ୍ରକଳ୍ପ ଅନୁମୋଦନ କରାଯାଇଥିଲା। ତେବେ ୩ ବର୍ଷ ମଧ୍ୟରେ ମୋଟ୍‌ ୪ ଏକର କାଜୁ ଚାରାରୋପଣ କରାଯାଇଛି। ହେଲେ ୨୫ ଏକର ଜମିର ବିଲ୍‌ କରାଯାଇଛି ଜଗନ୍ନାଥପୁର ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ସୂଚନା ଅଧିକାର ଆଇନ୍‌ ତଥ୍ୟ ଅନୁସାରେ, ଅଟଳା ମୌଜାରେ ରହିଥିବା ୨୫ଏକର ଜମିରେ ଚାରାରୋପଣ ହୋଇଛି। କାଜୁ ଚାରାରୋପଣ ସ୍ଥାନରେ ବାଉଁଶ ବାଡ ପାଇଁ ୨୦୧୮ରେ ୧,୪୯୦୦୦ଟଙ୍କା, ୨୦୧୯ରେ ୨ଲକ୍ଷ ୪ହଜାର ୫୧୨ଟଙ୍କା, ୨୦୨୦ରେ ୭,୪୨୦ଟଙ୍କା ଓ ନଡିଆ ଚାରାରେ ବାଡ ନିମନ୍ତେ ୩୪,୫୦୪ଟଙ୍କା ଓ କାଜୁ ବଗିଚାରେ ପାଣିଦେବା ପାଇଁ ୯୦ହଜାର ଟଙ୍କା ଖର୍ଚ୍ଚ ହୋଇଛି। ସେହିପରି ଉକ୍ତ ଚାରାରେ ଏଫ୍‌.ଓ୍ବାଇ.ଏମ୍‌.ସାର ପ୍ରୟୋଗ ନିମନ୍ତେ ୯୦,୦୦୦, କମ୍ପୋଷ୍ଟ ବାବଦରେ ୧,୩୬୪୨୮ଟଙ୍କା, ଉର୍ମି କମ୍ପୋଷ୍ଟ ବାବଦ ୨, ୫୯୪୦୩ଟଙ୍କା, ପାଣି-ଔଷଧ ସିଞ୍ଚନ ନିମନ୍ତେ ୫୪,୮୮୦ଟଙ୍କା ଓ ଗ୍ରାମର ଜବ୍‌ କାର୍ଡଧାରୀଙ୍କ ନାମରେ ୩,୩୦୪୫୬ ଟଙ୍କା ଓ ପଡୋଶୀ ଗ୍ରାମର ଜବ୍‌ କାର୍ଡଧାରୀମାନଙ୍କ ନଁାରେ ୨,୫୦୦୦୦ ଟଙ୍କା ଆଦି ମୋଟ ୧୭ଲକ୍ଷ ୯୯ହଜାର ୨୮୨ଟଙ୍କା ଖର୍ଚ୍ଚ ହୋଇଥିବା ତଥ୍ୟ ମିଳିଥିଲା। ତେବେ ଉକ୍ତ ୨୫ଏକର ଜମିରୁ ୪ ଏକର ଚାରୋପୋଣ କରାଯାଇଛି। ଉକ୍ତ ପ୍ରକଳ୍ପ ପାଇଁ ୧୮,୦୦୦୦୦ ଟଙ୍କା ମଞ୍ଜୁର ହୋଇଥଲା। ତେବେ ଲକ୍ଷାଧିକ ଟଙ୍କାର ଦୁର୍ନୀତି ହୋଇଥିବା ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ୧୫ଦିନ ମଧ୍ୟରେ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ରାଜରାସ୍ତା ଅବରୋଧ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଅନ୍ୟପଟେ ତଦନ୍ତ କରାଗଲେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଜିଲା ଜଳବିଭାଜିକା ପ୍ରକଳ୍ପ ଅଧିକାରୀ ନାରାୟଣ ପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

ବାପାଙ୍କ ବଦଳରେ ଲଢିବେ ଝିଅ: ୨୭ରେ ଘୋଷଣା କରିପାରେ କଂଗ୍ରେସ

କଟକ,୨୬।୪(ଶିଳ୍ପା ପ୍ରିୟଦର୍ଶିନୀ):କଂଗ୍ରେସ ପକ୍ଷରୁ ଆସନ୍ତା ୨୭ ତାରିଖରେ ବାଲିଯାତ୍ରା ଉପର ପଡ଼ିଆରେ ଏକ ବଡ଼ ସଭା ହେବ ଏବଂ ସେଥିରେ ଦଳ ମହମ୍ମଦ ମୋକିମଙ୍କ ବଡ଼...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri