Posted inରାଜ୍ୟ

ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରୁଛି ଶାବର ଶ୍ରୀକ୍ଷେତ୍ର

ପ୍ରାକୃତିକ ସୌନ୍ଦର୍ଯ୍ୟର ଅମରାବତୀ ହେଉଛି କୋରାପୁଟ। କୋରାପୁଟ ଜିଲାର ସ୍ବତନ୍ତ୍ରତା ପ୍ରତିପାଦନ କରୁଛି ଏହି ଶ୍ରକ୍ଷେତ୍ର। ଜିଲାର ସୀମାନ୍ତ କୋଟିଆ ସମେତ ଜିଲା ଓ ଜିଲା ବାହାରେ ବହୁ ଜଗନ୍ନାଥ ମନ୍ଦିର ନିର୍ମାଣରେ ମୁଖ୍ୟ ପୁରଧା ସାଜିଛି ଏହି କ୍ଷେତ୍ର। ପୁରୀର ଶ୍ରୀକ୍ଷେତ୍ର ଭଳି ଏଠାରେ ଜଗନ୍ନାଥଙ୍କ ସମସ୍ତ ପୂଜାବିଧି ଚାଲେ। ପୁରୀ ରାଜା ରଥରେ ଛେରାପହଁରା କଲା ଭଳି ଶାବର ଶ୍ରୀକ୍ଷେତ୍ରରେ କୁମ୍ଭା ଗ୍ରାମର ଦାସୀ ନାୟକ ଛେରାପହଁରା କରିଥାନ୍ତି। ତାଙ୍କୁ ରାଜାଙ୍କ ଭଳି ସମ୍ମାନ ମିଳିଥାଏ। ଶାବର ଶ୍ରୀକ୍ଷେତ୍ର ରଥଯାତ୍ରାରେ ଯୋଗଦେବାକୁ ଜିଲାର ସମସ୍ତ ଆଦିବାସୀ ଗ୍ରାମଗୁଡିକୁ ମନ୍ଦିର ପରିଚାଳନା କମିଟି ଗୁଆ ନିମନ୍ତ୍ରଣ ପଠାଇଥାଏ। ଆଦିବାସୀଙ୍କ ସମାଗମରେ ହେଉଥିବା ଶାବର ଶ୍ରୀକ୍ଷେତ୍ରର ରଥଯାତ୍ରାରେ ଆଦିବାସୀମାନେ ନିଜ ବାଡିରେ ହୋଇଥିବା ବିଭିନ୍ନ ଫଳ ଓ ଭୋଗ ଭାର ଧରି ଆସିଥାନ୍ତି। ତାହା ପ୍ରଥମେ ଶ୍ରୀ ଜୀଉଙ୍କୁ ସମର୍ପଣ ପରେ ଅନ୍ୟ ଭୋଗ ପୂଜା କରାଯାଇଥାଏ।
ମନ୍ଦିର ନିର୍ମାଣ ଇତିହାସ
୧୯୬୯ରେଏକ ଆଲୋଚନାଚକ୍ର କାର୍ଯ୍ୟକ୍ରମରେ ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପରିକଳ୍ପନା ହୋଇଥିବା ମନ୍ଦିର ପ୍ରତିଷ୍ଠାତା ସଦସ୍ୟ ତଥା ବର୍ତ୍ତମାନର ପରିଚାଳନା କମିଟିର ସମ୍ପାଦକ ଡ. ଜଗବନ୍ଧୁ ସାମଲ କହନ୍ତି। ସମୁଦ୍ରପତନଠାରୁ ୩ ହଜାର ଫୁଟ ଉଚ୍ଚରେ ଅବସ୍ଥିତ କୋରାପୁଟ ସହରରେ ସହର ମଧ୍ୟସ୍ଥଳରେ ଥିବା କୁର୍ମ ଶୈଳ ଶିଖରରେ ଏକ ପିଚୁଟିଣରେ ନିର୍ମିତ ଗମ୍ବୁଜାକୃତି ମନ୍ଦିର ଗୃହରେ ଶ୍ରୀଜୀଉ ପ୍ରତିଷ୍ଠା ପରଠାରୁ ଏଠାରେ ଶାବର ଶ୍ରକ୍ଷେତ୍ରର ଭିତ୍ତିଭୂମି ପଡିଥିଲା। ୧୯୬୯ ପୁରୀରେ ହୋଇଥିବା ନବକଳେବରର ବଳକା ଦାରୁରେ ନିର୍ମିତ ହୋଇଥିଲେ ଦାରୁ ବିଗ୍ରହ। ପ୍ରଭୁଙ୍କୁ ପଦ୍ମଶ୍ରୀ ପଣ୍ଡିତ ସଦାଶିବ ରଥଶର୍ମା ଏଠାରେ ୧୯୭୨ରେ ପ୍ରତିଷ୍ଠା କରାଇ ଶାବର ଶ୍ରୀକ୍ଷେତ୍ର ଭାବେ କୋରାପୁଟର ନାମକରଣ କରିଥିଲେ। ସେବେଠାରୁ ଏହି କ୍ଷେତ୍ର ଜିଲାର ପର୍ଯ୍ୟଟନ ଓ ଧାର୍ମିକ କ୍ଷେତ୍ରରେ ରାଜ୍ୟ ତଥା ଦେଶରେ ପରିଚିତ ହୋଇପାରିଛି। ପୁରୀ ଶ୍ରୀକ୍ଷେତ୍ରରେ ପ୍ରଚଳିତ ପରମ୍ପରା ଯାନି ଯାତ୍ରାକୁ ମଧ୍ୟ ମନ୍ଦିର ପ୍ରତିଷ୍ଠାଠାରୁ ମନ୍ଦିର ପରିଚାଳନା କମିଟି ଗୁରତ୍ୱ ଦେଇ ବିଭିନ୍ନ ପର୍ବପର୍ବାଣୀ ଓ ରଥଯାତ୍ରା ଆଦି କରିଆସିଛି। ଶାବର ଶ୍ରକ୍ଷେତ୍ର ପ୍ରକଳ୍ପର ମୁଖ୍ୟ ମନ୍ଦିର ନିର୍ମାଣ ଲାଗି ୧୯୭୩ ଜୁଲାଇ ୧୧ରେ ତତକାଳୀନ ଜିଲାପାଳ ଭାସ୍କର ଚନ୍ଦ୍ର ପଟ୍ଟନାୟକଙ୍କ ଦ୍ୱାରା ଭୂମିପୂଜନ ହେବା ପରେ ସ୍ଥପତି ସତ୍ୟବାଦୀ ମହାରଣାଙ୍କ ଦ୍ୱାରା ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୧୯୭୮ ଜୁନରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ପରେ ପୁରୀ ଗଜପତି ଦିବ୍ୟସିଂହ ଦେବଙ୍କ ଉପସ୍ଥିତରେ ୩ଦିନ ଧରି ପ୍ରତିଷ୍ଠା ଉତ୍ସବ ପରେ ଚତୃର୍ଦ୍ଧାମୂର୍ତ୍ତି ନବନିର୍ମିତ ମନ୍ଦିରକୁ ବିଜେ କରିଥିଲେ। ପରେ ୧୯୮୨, ଏପ୍ରିଲରେ ସୁଦୂର ବାରଣାସୀର କାଶୀରେ ଦୁଇଶହ ବର୍ଷ ଧରି ପୂଜିତ ବାଣ ଲିଙ୍ଗ ମହାପ୍ରଭୁଙ୍କୁ ଶାବର ଶ୍ରୀକ୍ଷେତ୍ରରେ ଶ୍ରୀ ଶବରେଶ୍ୱର ମନ୍ଦିରରେ ପ୍ରତିଷ୍ଠା କରାଯାଏ। ୧୯୮୮ରେ ମୁଖ୍ୟ ମନ୍ଦିର ଚତୁଃପାର୍ଶ୍ୱରେ ପାର୍ଶ୍ୱ ମନ୍ଦିର ରୂପେ ମହାବୀର ହନୁମାନ, ଶ୍ରୀ ଗଣେଶ, ସୂର୍ଯ୍ୟ, ଶ୍ରୀ ଲକ୍ଷ୍ମୀନୃସିହ, ମା’ ବିମଳା, ମା ସରସ୍ବତୀ, ମାତା ଳଳିତାମ୍ବିକେ, ପର୍ଣ୍ଣ ଶବରୀ, ମହାଲକ୍ଷ୍ମୀ ଓ ନବଗ୍ରହ ମନ୍ଦିର ପ୍ରତିଷ୍ଠା ହୁଏ। ପ୍ରଥମେ ଶବରେଶ୍ୱର ମହାଦେବଙ୍କୁ ଦର୍ଶନ ବିଧି ରହିଛି। ସମୟକ୍ରମେ
ଅମରନାଥ, କେଦାରନାଥ, ବୈଷ୍ଣୋଦେବୀ, ବଦ୍ରିନାଥ, ଦ୍ୱାରିକାନାଥ, ଗାୟତ୍ରୀ ମହାକାଳେଶ୍ୱର, ସୋମନାଥ, ପଶୁପତିନାଥ, ରାମେଶ୍ୱର ମନ୍ଦିରରେ ସମସ୍ତ ଦେବଦେବୀଙ୍କୁ ସ୍ଥାପନ କରାଯାଇଛି। ତୃତୀୟ ବେଢାରେ ରହିଛି ଯୁଗେ ଯୁଗେ ଜଗନ୍ନାଥ ଶିରୋନାମାରେ ଅନ୍ୟ ଏକ ବେଢା। ଏଠାରେ ଓଡିଶାର ପ୍ରଚଳିତ କାହାଣୀ ଓ କିମ୍ବଦନ୍ତୀରେ ଶ୍ରୀଜଗନ୍ନାଥଙ୍କ ପ୍ରସଙ୍ଗକୁ ନେଇ ଘଟଣାବଳୀକୁ ଜୀବନ୍ତ ଭାବେ ପ୍ରଦର୍ଶିତ କରାଯାଇଛି। ସେହିପରି ତୃତୀୟ ବେଢାରେ ରହିଛନ୍ତି ଉତ୍କଳଖଣ୍ଡର ବହୁ ପ୍ରସିଦ୍ଧ ଦେବ ଦେବୀ। ସେହିପରି ଚମ୍ପାବଣ ବା ଚମ୍ପକାଶ୍ରମ, ସର୍ବଧର୍ମର ପ୍ରତୀକ ହାତମୁଠା ଚିହ୍ନ, ଭାଗବତଘର, ସଦଗ୍ରନ୍ଥ ଭଣ୍ଡାର, ଶାବର ସଂସ୍କୃତି ଗବେଷଣା କେନ୍ଦ୍ର, ସଉରାଙ୍କ ଇଷ୍ଟଦେବତା ମାତାରବ୍ନମଙ୍କର ମନ୍ଦିର ଓ ଅକ୍ଷର ବ୍ରହ୍ମଙ୍କ ମନ୍ଦିର ଆଦି ଶାବର ଶ୍ରକ୍ଷେତ୍ରର ଶୋଭା ବର୍ଦ୍ଧନ କରିଛି। ଦୁର ଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଏଠାରେ ଅତିଥିଭବନ, ଅତିଥି ନିବାସ, ଯାତ୍ରୀ ନିବାସ, ଯାତ୍ରୀ କୁଟିର ଆଦି ରହିଛି। ମନ୍ଦିରର ଆନନ୍ଦ ବଜାରରେ ବର୍ଷ ତମାମ ମିଳିଥାଏ ମହାପ୍ରସାଦ।
-ଅମିତାଭ ବେହେରା, କୋରାପୁଟ


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri