ଜୀବନ ସହ ସଂଘର୍ଷ କରୁଛନ୍ତି ଯଦୁମଣି

ବାଣପୁର,୧୩ା୬(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ଆୟତପୁର ପଞ୍ଚାୟତର ପାତ୍ରପୁର ଗ୍ରାମର ଯଦୁମଣି ନାୟକ(୪୫)। ସ୍ତ୍ରୀ ସୁକୁମାରୀ, ଗୋଟିଏ ଝିଅ ଓ ପୁଅ ଏବଂ ବିଧବା ମା’ଙ୍କୁ ନେଇ ତାଙ୍କ ପରିବାର। ବାହାର ରାଜ୍ୟରେ ଶ୍ରମିକ ଭାବେ କାର୍ଯ୍ୟ କରି ପରିବାର ଚଳାଇଥାନ୍ତି। ହଠାତ୍‌ ତାଙ୍କ ଶରୀର ଅସୁସ୍ଥ ହେବାରୁ ଗଁାକୁ ଫେରି ଆସିଥିଲେ। ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ ମଧ୍ୟ ରୋଗ ସମ୍ପର୍କରେ ଜାଣିପାରି ନ ଥିଲେ। ପରେ ଭୁବନେଶ୍ୱର ଏମ୍‌ସ ହସ୍ପିଟାଲରେ ଦେଖାଇବା ପରେ ତାଙ୍କ ପେଟରେ ଏକ ଟ୍ୟୁମର ଥିବା ଜଣାପଡ଼ିଥିଲା। ଘର ବନ୍ଧା ପକାଇବା ସହ ରଖିଥିବା ସଞ୍ଚିତ ଟଙ୍କା ଯଦୁମଣିଙ୍କ ଚିକିତ୍ସାରେ ଖର୍ଚ୍ଚ ସାରିଲେଣି। ଘରର ଏକମାତ୍ର ରୋଜଗାରିଆ ଯଦୁମଣି ପ୍ରାୟ ୫ବର୍ଷ ହେବ ଜୀବନ ସହ ସଂଘର୍ଷ କରୁଛନ୍ତି। ଫଳରେ ପରିବାର ଚଳିବା କଷ୍ଟକର ହୋଇପଡିଛି। ଭୋକ ଉପାସରେ ସ୍ବାମୀର ଚିକିତ୍ସା ପାଇଁ ସ୍ତ୍ରୀ ସୁକୁମାରୀ ଏ ମେଡିକାଲରୁ ସେ ମେଡିକାଲକୁ ଦୌଡୁଛନ୍ତି। ଟ୍ୟୁମରର ଅପରେଶନ ପାଇଁ ସ୍ଥାନୀୟ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କୁ ସହାୟତା ପାଇଁ ନିବେଦନ କରିଥିଲେ ମଧ୍ୟ ମିଳିଲା ନାହିଁ। ଅର୍ଥାଭାବ ତାଙ୍କ ଚିକିତ୍ସାରେ ବାଧକ ସାଜିଛି। ଅନ୍ୟପଟେ ଆର୍ଥିକ ଅନଟନ ଯୋଗୁୁ ପିଲାଙ୍କ ପାଠପଢ଼ାରେ ଡୋରି ବନ୍ଧା ହେବାକୁ ବସିଲାଣି। ଓଳିଏ ଖାଇଲେ ଓଳିିଏ ଉପବାସ ରହିବାକୁ ପଡୁଛି। ଫଳରେ ପରିବାର ଲୋକେ ଭାଗ୍ୟକୁ ଆଦରି ରହିଛନ୍ତି। ସରକାରୀ, ସାମାଜିକ ଅନୁଷ୍ଠାନ କିମ୍ବା ସହୃଦୟ ବ୍ୟକ୍ତି ସହାୟତା କଲେ ତାଙ୍କର ଅପରେଶନ ହୋଇପାରିବ ବୋଲି ଯଦୁମଣି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଲାଇନ୍‌ ପାର ସମୟରେ ବୃଦ୍ଧଙ୍କୁ ଧକ୍କା ଦେଲା ଟ୍ରେନ୍‌, ଚାଲିଗଲା ଜୀବନ

ଲଖନପୁର,୧୫ା୨(ଗୌତମ ସାହୁ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ସୀମାନ୍ତ କନକତୋରା ଗ୍ରାମର ଫଲ୍ଲବ ପଧାନ(୬୨) ନିକଟସ୍ଥ ପଡ଼ୋଶୀ ରାଜ୍ୟ ଏକତାଳ କ୍ରିକେଟ ପଡ଼ିଆ ପାର୍ଶ୍ୱରେ ଯାଇଥିବା ଏନଟିପିସି…

ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…

Mahashivratri 2026: ଜାଗରରେ ମଙ୍ଗଳଙ୍କ ମହାପରିବର୍ତ୍ତନ, ଏହି ୩ରାଶିର ବାଜିବ ଲଟେରୀ!

ମହାଶିବରାତ୍ରି ପର୍ୱକୁ ଭଗବାନ ଶିବଙ୍କ ପୂଜା ଏବଂ ଭକ୍ତିର ସର୍ୱୋତ୍ତମ ଉତ୍ସବ ଭାବରେ ବିବେଚନା କରାଯାଏ। ଏହି ବର୍ଷ ମହାଶିବରାତ୍ରିକୁ ବହୁତ ସ୍ୱତନ୍ତ୍ର ଭାବରେ ବିବେଚନା କରାଯାଏ…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

India vs Pakistan: ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ସବୁଠୁ ବଡ଼ ଭବିଷ୍ୟବାଣୀ! ଜିତିବ ଏହି ଟିମ୍‌ …

କଲମ୍ୱୋ,୧୫ା୨: ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍‌ ୨୦୨୬ର ସବୁଠୁ ହାଇ ଭୋଲଟେଜ୍ ମୁକାବିଲା ଆସନ୍ତାକାଲି ଖେଳାଯିବ । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ଘମାଘୋଟ୍‌ ଲଢେଇ ହେବାକୁ ଯାଉଛି…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମହାଦେବଙ୍କୁ ଆରାଧନା ପାଇଁ ଲାଗିଛି ଲମ୍ବା ଧାଡ଼ି, ସବୁଠି ଶୁଭୁଛି ଓମ୍‌ ନଃ ଶିବାୟ

ବଲାଙ୍ଗୀର,୧୫ା୨(ସୁନିଲ କୁମାର ମହାନ୍ତି): ପବିତ୍ର ମହାଶିବରାତ୍ରି ଅବସରରେ ବଲାଙ୍ଗୀର ଜିଲାର ସମସ୍ତ ଶୈବପୀଠ ରବିବାର ଚଳଚଞ୍ଚଳ ହୋଇଉଠିଛି। ସବୁଠି ଓଁ ନମଃ ଶିବାୟ ଶୁଣିବାକୁ ମିଳୁଛି ।…

ଆଜି ଜାଗର: ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ

ପୁରୁଣା ଭୁବନେଶ୍ୱର,୧୫ା୨(ସୁବାସ ଚନ୍ଦ୍ର ପ୍ରଧାନ): ରବିବାର ମହାଶିବରାତ୍ରି ଓ ଜାଗର ଯାତ୍ରା। ଏନେଇ ଏକାମ୍ର କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ମନ୍ଦିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri