Posted inଖେଳ

ପାଣିରେ ପଡ଼ିଲା ଜାଡେଜାଙ୍କ ଲଢ଼ୁଆ ଅର୍ଦ୍ଧଶତକ: ରୋମାଞ୍ଚକ ମ୍ୟାଚ୍‌ରେ ହାରିଲା ଭାରତ

ଲଡର୍‌ସ, ୧୪।୭:ରବୀନ୍ଦ୍ର ଜାଡେଜାଙ୍କ ଲଢ଼ୁଆ ବ୍ୟାଟିଂ ସତ୍ତ୍ୱେ ଦ୍ୱିତୀୟ ଇନିଂସରେ ୧୯୩ ରନ କରିପାରିଲାନି ଭାରତ। ଗୋଟିଏ ପଟରେ ଏକାକୀ ଲଢ଼େଇ କରି ଜାଡେଜା ୬୧ ରନରେ ଅପରାଜିତ ରହିଥିଲେ ମଧ୍ୟ ଭାରତର ଦ୍ୱିତୀୟ ଇନିଂସ ୧୭୦ ରନରେ ସୀମିତ ରହି ଯାଇଥିଲା। ଫଳରେ ଇଂଲଣ୍ଡ ୨୨ ରନରେ ବିଜୟୀ ହୋଇଛି। ୫ ମ୍ୟାଚ ବିଶିଷ୍ଟ ସିରିଜରେ ଇଂଲଣ୍ଡ ୧-୦ରେ ଅଗ୍ରଣୀଲାଭ କରିଛି।
ଚତୁର୍ଥ ଦିବସର ଅସମାପ୍ତ ସ୍କୋର ୫୮/୪ରୁ ଖେଳ ଆରମ୍ଭ କରିଥିବା ଭାରତ ଶୀଘ୍ର ରିଷଭ ପନ୍ତ, ଲୋକେଶ ରାହୁଲ ଓ ଓ୍ବାଶିଂଟନ ସୁନ୍ଦରଙ୍କ ଉଇକେଟ ହରାଇଥିଲା। ପନ୍ତ ୯, ରାହୁଲ ୩୯ ରନ କରିଥିବାବେଳେ ସୁନ୍ଦର ଖାତାଖୋଲି ପାରି ନ ଥିଲେ। ଫଳରେ ୨୫ ଓଭର ବେଳକୁ ସ୍କୋର ୮୨/୭ ହୋଇ ଯାଇଥିଲା। ରବୀନ୍ଦ୍ର ଜାଡେଜା ଓ ନୀତୀଶ କୁମାର ରେଡ୍ଡୀ ସତର୍କତାର ସହ ବ୍ୟାଟିଂ କରି ଇନିଂସ ସମ୍ଭାଳି ନେବାକୁ ଚେଷ୍ଟା କରିଥିଲେ। ତେବେ ୮ମ ଉଇକେଟରେ ୩୦ ରନ ଯୋଗ ହେବାପରେ ନୀତୀଶ ୫୩ ବଲ୍‌ରୁ ୧୩ ରନକରି ଆଉଟ ହେବାରୁ ଯୋଡ଼ି ଭାଙ୍ଗିଥିଲା। ଏକାକୀ ଲଢ଼େଇ ଜାରି ରଖିଥିଲେ ଜାଡେଜା। ଯଶପ୍ରୀତ୍‌ ବୁମ୍‌ରା ମାତ୍ର ୫ ରନ କରିଥିଲେ ହେଁ ସେ ତାଙ୍କ ସହିତ ୯ମ ଉଇକେଟରେ ୧୩୨ ବଲ୍‌ରୁ ୩୫ ରନ ଯୋଗକରି ଭାରତକୁ ଲକ୍ଷ୍ୟ ପଥରେ ଆଗେଇ ନେଇଥିଲେ। ବୁମ୍‌ରା ୫୪ଟି ବଲ୍‌ର ସମ୍ମୁଖୀନ ହେବାପରେ ଧୈର୍ଯ୍ୟହରା ହୋଇ ବେନ୍‌ ଷ୍ଟୋକ୍ସଙ୍କ ଏକ ବଲ୍‌କୁ ପୁଲ୍‌ କରିବାକୁ ଯାଇ ମିଡ୍‌-ଅନ୍‌ରେ ସବ୍‌ଷ୍ଟିଚ୍ୟୁଟ ଖେଳାଳି ସାମ୍‌ କୁକ୍‌ଙ୍କୁ କ୍ୟାଚ ଦେଇଥିଲେ। ଶେଷ ଉଇକେଟରେ ମଧ୍ୟ ମହମ୍ମଦ ସିରାଜଙ୍କ ସହ ଲଢ଼ିଥିଲେ ଜାଡେଜା। ସେ ୧୫୦ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ଏହାଥିଲା ତାଙ୍କ କ୍ୟାରିୟରର ଏବଂ ଚଳିତ ସିରିଜର ସବୁଠାରୁ ଧିମା ଅର୍ଦ୍ଧଶତକ। ଚଳିତ ସିରଜରେ ସେ ୪ ଅର୍ଦ୍ଧଶତକ ହାସଲ କରି ନିଜ ଫର୍ମର ପରିଚୟ ଦେଇଥିଲେ। ଅନ୍ତିମ ଉଇକେଟରେ ୨୩ ରନ ସଂଗ୍ରହ ପରେ ମହମ୍ମଦ ସିରାଜ ୪ ରନକରି ଆଉଟ ହେବା ସହ ଭାରତ ଇନିଂସ ଶେଷ ହୋଇ ଯାଇଥିଲା। ଜାଡେଜା ୧୮୧ଟି ବଲ୍‌ର ସମ୍ମୁଖୀନ ହୋଇ ୪ ଚୌକା ଓ ୧ ଛକା ସହାୟତାରେ ୬୧ ରନକରି ଅପରାଜିତ ରହିଥିଲେ। ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚର ଓ ବେନ୍‌ ଷ୍ଟୋକ୍ସ ୩ଟି ଲେଖାଏ, ବ୍ରାଇଡନ କାର୍ସ ୨ଟି ଏବଂ କ୍ରିସ୍‌ ଓ୍ବକ୍ସ ଓ ଶୋଏବ ବଶିର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

 

 

 


Enter your email to get our daily news in your inbox.

All Right Reserved By Dharitri.Com

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

ଏହିଦିନ ଭାରତ-ପାକିସ୍ତାନ ସେମିଫାଇନାଲ ମୁକାବିଲା: କେବେ, କେଉଁଠି ଦେଖିବେ ମ୍ୟାଚ ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସରେ ଏବେ ଭାରତ ଓ ପାକିସ୍ତାନର ହକି ଟିମ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଉଭୟ ଦଳ ମଧ୍ୟରେ ଏହି ମୁକାବିଲା ସିଧାସଳଖ ଫାଇନାଲ ଟିକେଟ…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

ବଢୁଛି କଂସ କଳାକାରଙ୍କ ଅଡ଼ୁଆ: ପରିବର୍ତ୍ତନ ଦାବିରେ ଚାଲିଲା ଦସ୍ତଖତ ଅଭିଯାନ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ…

ମହିଳା ୨୫ ମି. ପିସ୍ତଲରେ ଇଶାଙ୍କୁ ରୌପ୍ୟ, ନିରାଶ କଲେ ମନୁ

ନାଗୋୟା,୨୮ା୯: ଭାରତୀୟ ଶୁଟର ଇଶା ସିଂ ମହିଳା ୨୫ ମି. ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। ଚଳିତ ଏସିଆନ ଗେମ୍ସରେ ଶୁଟିଂ ପ୍ରତିଯୋଗିତାରେ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?