ନିଜ ପ୍ରଥମ କ୍ରସ ବିଷୟରେ କଥା ହେଲେ ଜ୍ୟାକଲିନ

ମୁମ୍ବାଇ: ମନୋରଞ୍ଜନ ଦୁନିଆର ଆଗଧାଡିର ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ ଏବେ ତାଙ୍କର ପ୍ରଥମ କ୍ରସକୁ ନେଇ ଖୋଲାଖୋଲି କଥା ହୋଇଛନ୍ତି । ସେ ତାଙ୍କ ଅଭିନୀତ ‘ଭୁତ ପୋଲିସ’ ଫିଲ୍ମର ସହ କଳାକାର ଅର୍ଜୁନ କପୁରଙ୍କ ସହ ଏକ ଚାଟ୍ ଶୋ’ରେ ଖୋଲାଖୋଲି କଥା ହୋଇଛନ୍ତି । ଅର୍ଜୁନ କପୁର ‘ବକ ବକ ୱିଥ ବାବା’ ନାମକ ଏକ ସୋସିଆଲ ମିଡିଆ ଚାଟ୍ ଶୋ’ ଆରମ୍ଭ କରିଛନ୍ତି । ଯେଉଁଥିରେ ଅଭିନେତା ଇଣ୍ଡଷ୍ଟ୍ରିର କେତେଜଣ ବନ୍ଧୁ ଓ ସେମାନଙ୍କ ପରିବାର ସମ୍ପର୍କରେ ଏମିତି କିଛି କଥା ହେବାକୁ ଚାହୁଁଛନ୍ତି ଯାହାକୁ ସାଧାରଣ ଲୋକ ଜାଣି ନାହାନ୍ତି । ଏହି ଶୋ’ରେ ସେ ନିକଟରେ ଅଭିନେତ୍ରୀ ଜ୍ୟାକଲିନଙ୍କ ସହ କଥା ହୋଇଛନ୍ତି । ଏଥିରେ ଜ୍ୟାକଲିନ ତାଙ୍କ ପ୍ରଥମ କ୍ରସ୍‌, ଫିଟନେସ୍‌, ଟ୍ରୋଲର୍ସଙ୍କଠାରୁ କେମିତି ଦୂରେଇ ହେବ ସବୁକଥା ମନ ଖୋଲି କହିଛନ୍ତି । ଅର୍ଜୁନଙ୍କ ପ୍ରଶ୍ନଥିଲା ଯେ ଜ୍ୟାକଲିନ ସବୁଠାରୁ କ’ଣ ଖରାପ ନିଜ ବିଷୟରେ ସୋସିଆଲ ମିଡିଆରେ ପଢିଛନ୍ତି । ଜ୍ୟାକଲିନ କହିଛନ୍ତି ଏମିତିତ ବହୁତ କିଛି ଅଛି । ହେଲେ ଏହା କେବଳ ମୋ ପାଇଁ ନୁହେଁ ପ୍ରାୟ ସମସ୍ତଙ୍କ ପାଇଁ । ଜ୍ୟାକଲିନ କହିଛନ୍ତି ମୋତେ କେହି କେହି ଲେଖିଛନ୍ତି କେତେ ଭୟଙ୍କର ଲାଗୁଛ, ମୋର ଉଚ୍ଚାରଣ ବି କେତେକଙ୍କୁ ଭାରି କଷ୍ଟ ଲାଗିଛି । ଏସବୁ ଟ୍ରୋଲ ପରେ କିନ୍ତୁ ମୁଁ ସବୁକଥାକୁ ସକରାତ୍ମକ ଢଙ୍ଗରେ ନେଇଛି ବୋଲି ଜ୍ୟାକଲିନ କହିଛନ୍ତି । ତେବେ ନିଜର ପ୍ରଥମ କ୍ରସକୁ ନେଇ ଜ୍ୟାକଲିନ କହିଛନ୍ତି ମୋର ସ୍କୁଲରେ ଜଣଙ୍କ ସହ କ୍ରସ ଥିଲା । ହେଲେ ମୁଁ ତାଙ୍କ ନାଁ କହିପାରିବି ନାହିଁ । ଏହାସହ ଜ୍ୟାକଲିନଙ୍କର ଲିୟୋନାର୍ଡୋ ଡିକେପ୍ରିୟୋଙ୍କ ଉପରେ ବି କ୍ରସ ଥିଲା ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସମଲେଶ୍ଵରୀଙ୍କ ଧବଳମୁଖୀ ବେଶ: ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ବରଗଡ଼,୧୦।୧୦(ପ୍ରେମାନନ୍ଦ ଖମାରୀ)- ଆଜି ମହାଳୟା । ଏହି ଅବସରରେ ବରଗଡର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ଭଗବତୀ ମାଁ ସମଲେଶ୍ବରୀ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି। ଏହି ବେଶରେ ଦେବୀଙ୍କୁ…

ଜୀବଜନ୍ତୁଙ୍କ ରଙ୍ଗ ପଛର ରହସ୍ୟ: ଖାଦ୍ୟରୁ ମିଳୁଛି ଆକର୍ଷଣୀୟ ରୂପ

ୱାଶିଂଟନ,୧୦ା୧୦:ଅନେକ ଜୀବଜନ୍ତୁ, ପକ୍ଷୀ ଓ ମାଛ ସେମାନଙ୍କର ନାଲି, ହଳଦିଆ, ନୀଳ, କମଳା ଆଦି ରଙ୍ଗ ପାଇଁ ବେଶ୍‌ ଆକର୍ଷଣୀୟ ହୋଇଥାନ୍ତି। କିନ୍ତୁ ଏହି ଜୀବମାନେ ଏତେ…

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?