ଆଖି ବୁଜିଲା ‘ଜ୍ୟାକି’

ଭୁବନେଶ୍ୱର,୩।୧(ବ୍ୟୁରୋ):ଆଣ୍ଟିଭେନମ୍‌ ଅଭାବରୁ ରବିବାର ସାପ କାମୁଡ଼ାରେ ଆହତ ଡୋବରମ୍ୟାନ ‘ପେପ୍‌ସୀ’ର ମୃତ୍ୟୁ ଘଟିଥିବାବେଳେ ଗୁରୁତର ଥିବା ଲାବ୍ରାଡର ‘ଜ୍ୟାକି’ର ସୋମବାର ମୃତ୍ୟୁ ଘଟିଛି। ଏହି ଦୁଇଟି କୁକୁରଙ୍କୁ ଚିକିତ୍ସା ପାଇଁ ଓୟୁଏଟି ଭେଟେରିନାରି କଲେଜରେ ଥିବା ସେଣ୍ଟ୍ରାଲ କ୍ଲିନିକକୁ ନିଆଯାଇଥିଲା। ଆଣ୍ଟିଭେନମ୍‌ ଇଞ୍ଜେକ୍ସନ ନ ଥିବାରୁ ‘ପେପ୍‌ସୀ’ ସେଠାରେ ଛଟପଟ ହୋଇ ମରିଯାଇଥିବାବେଳେ ‘ଜ୍ୟାକି’କୁ ତା’ର ମାଲିକ ଅକ୍ଷୟ ପରିଡ଼ା ବାହାରୁ କିଣି ନେଇଥିବା ୨ ଭାଏଲ୍‌ ଆଣ୍ଟିଭେନମ୍‌ ଦିଆଯାଇଥିଲା। ପ୍ରୋଟୋକଲ୍‌ ଅନୁଯାୟୀ, ସାପ କାମଡ଼ିଲେ ପ୍ରଥମ ଡୋଜ୍‌ରେ ୧୦ ଭାଏଲ ଆଣ୍ଟିଭେନମ୍‌ ଦିଆଯିବା ଉଚିତ। କିନ୍ତୁ ଓୟୁଏଟିରେ ଥିବା ଡାକ୍ତର ‘ଜ୍ୟାକି’କୁ ପ୍ରଥମ ଡୋଜ୍‌ରେ ଦୁଇଟି ଭାଏଲ ଆଣ୍ଟିଭେନମ୍‌ ଦେଇଥିଲେ। ପୁଣି ରବିବାର ୧୨ଟାରୁ କ୍ଲିନିକ୍‌ ବନ୍ଦ ହେବ କହି ଡ୍ୟୁଟିରେ ଥିବା ପ୍ରାଣୀ ଚିକିତ୍ସକ ‘ଜ୍ୟାକି’ ଦେହରୁ ସାଲାଇନ ଖୋଲି ଶହୀଦନଗର ଭେଟେରିନାରି ଡାକ୍ତରଖାନା ନେବାକୁ କହି ଚାଲିଯାଇଥିଲେ। ସେତେବେଳେ ଜ୍ୟାକିର ଗୋଡ଼ରେ ଯେଉଁଠି ସାଲାଇନ ଛୁଞ୍ଚତ୍ ଫୋଡ଼ା ହୋଇଥିଲା ସେ ସ୍ଥାନରୁ ଲଗାତର ଭାବରେ ରକ୍ତ ବାହାରୁଥିଲା। ତେବେ ସରକାରୀ ଡାକ୍ତରଖାନା ଓ ସରକାରୀ ଚିକିତ୍ସା ଉପରେ ଭରସା ତୁଟାଇ ଶେଷରେ ଅକ୍ଷୟ କୁକୁରଟିକୁ ନିଜ ଘରେ ରଖି ଚିକିତ୍ସା କରିଥିଲେ। ତାକୁ ଦିନ ତମାମ ବାହାରୁ ଆଣ୍ଟିଭେନମ କିଣି ୧୦ଟି ଭାଏଲ ଦେଇଥିଲେ। କିନ୍ତୁ ଚିକିତ୍ସାରେ ବହୁ ବିଳମ୍ବ ହୋଇଯାଇଥିବାରୁ ତାକୁ ବଞ୍ଚାଇ ହେଲାନି। ସୋମବାର ସକାଳେ ତା’ର ମୃତ୍ୟୁ ଘଟିଥିବା ମାଲିକ ଅକ୍ଷୟ କହିଛନ୍ତି।
ଏ ସମ୍ପର୍କରେ ସେ କୁହନ୍ତି, ‘ଜ୍ୟାକି’ ଆମ ଘରର ଏକ ସଦସ୍ୟ ପରି ଥିଲା। ଭୁବନେଶ୍ବରରେ ପ୍ରାଣୀ ଚିକିତ୍ସକମାନେ ସାପ କାମୁଡ଼ା ଚିକିତ୍ସା ଜାଣି ନାହାନ୍ତି। ଆଣ୍ଟିଭେନମ୍‌ କେତେ ଦିଆଯିବ ତାହା ସେମାନେ ଜାଣି ନାହାନ୍ତି। ଆଣ୍ଟିଭେନମ କିଣିବା ପାଇଁ ରବିବାର ଆମେ ସାରା ଭୁବନେଶ୍ବର ବୁଲିଥିଲୁ। ଏ ନେଇ ସ୍ନେକ୍‌ ହେଲ୍ପ ଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କୁହନ୍ତି, ‘ଜ୍ୟାକି’ ଦେହରୁ ଲଗାତର ରକ୍ତ ବାହାରିବା କାରଣ ହେଉଛି ଗୋଟିଏ ପଟେ ଚନ୍ଦନ ବୋଡ଼ା ସାପର ବିଷ ହେମୋଟକ୍ସିକ ହୋଇଥିବାରୁ ରକ୍ତ ସହଜରେ ଜମାଟ ବାନ୍ଧେ ନାହିଁ। ଅନ୍ୟପଟେ ସାଲାଇନ ପାଇଁ ସିଧାସଳଖ ରକ୍ତ ଶିରାରେ କଣା କରାଯାଇଥାଏ। ସକାଳ ପର୍ଯ୍ୟନ୍ତ ଜ୍ୟାକି ଦେହରୁ ରକ୍ତ ବାହାରୁ ଥିଲା। ଜ୍ୟାକିର ନିଶ୍ଚିତ ଭାବରେ କିଡ୍‌ନୀ ଫେଲ ହୋଇଥିଲା। ତେବେ ଭେଟେରିନାରି କଲେଜରେ ଥିବା ସେଣ୍ଟ୍ରାଲ କ୍ଲିନିକରେ ଡାକ୍ତରଙ୍କ ରହିବା ପାଇଁ ରୁମ ବ୍ୟବସ୍ଥା ଥିବାବେଳେ ପିଜି ଛାତ୍ରଙ୍କୁ ରାଜ୍ୟ ସରକାର ଷ୍ଟାଇପେଣ୍ଡ୍‌ ମଧ୍ୟ ଦେଉଛନ୍ତି। ତେଣୁ ରବିବାର ଦିନ ରୋଟେଶନ ବ୍ୟବସ୍ଥା କରି ଭେଟେରିନାରି ପିଜି ଏବଂ ପିଏଚ୍‌ଡି ଛାତ୍ରଙ୍କ ୮ ଘଣ୍ଟିଆ ଡ୍ୟୁଟି ବ୍ୟବସ୍ଥା କରିବା ନିହାତି ଦରକାର ବୋଲି ଶୁଭେନ୍ଦୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିଏଏକୁ ଛାତ୍ର କଂଗ୍ରେସର ବିରୋଧ

ଭୁବନେଶ୍ୱର,୨୧ା୧୨(ବ୍ୟୁରୋ): ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଶୁକ୍ରବାର ଭୁବନେଶ୍ୱରରେ ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଏକ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।...

ପୋଲିସଙ୍କୁ ମାଗଣାରେ ଚା, ବିସ୍କୁଟ୍‌ ବାଣ୍ଟିଲେ ଧୀରେନ

ଭୁବନେଶ୍ୱର,୨୯ା୩(ବ୍ୟୁରୋ): କରୋନା ଭୂତାଣୁର ସଂକ୍ରମଣରୁ ରୋକିବା ଲାଗି ସାରା ଦେଶରେ ୨୧ଦିନିଆ ଲକ୍‌ଡାଉନ ଘୋଷଣା କରାଯାଇଛି। ଫଳରେ ଦୋକାନ, ବଜାର ସବୁ ବନ୍ଦ ରହିଛି। ଏହି...

ଆଜିଠାରୁ କାର୍ଯ୍ୟାଳୟ ବୁଲିବ ବିଏମ୍‌ସି ଏନ୍‌ଫୋର୍ସମେଣ୍ଟ ଟିମ୍‌

ଭୁବନେଶ୍ୱର,୧୯।୭(ବ୍ୟୁରୋ): ଏଣିକି ରାଜଧାନୀରେ ଥିବା ସମସ୍ତ କାର୍ଯ୍ୟାଳୟ, ପ୍ରତିଷ୍ଠାନ ଓ ଅନୁଷ୍ଠାନରେ କୋଭିଡ୍‌ ନିୟମ କଡ଼ାକଡ଼ି ଅନୁପାଳନ ହେବ। ନଚେତ୍‌ ଏନ୍‌ଫୋର୍ସମେଣ୍ଟ ଟିମ୍‌ ବୁଲି ବୁଲି...

CORONAVIRUS UPDATE: ୯୯ କରୋନା ଆକ୍ରାନ୍ତ ସୁସ୍ଥ; ରାଜ୍ୟରେ ମୋଟ ସୁସ୍ଥ ହେଲେଣି ୬୪୯

ଭୁବନେଶ୍ୱର, ୨୫।୫(ବ୍ୟୁରୋ): ରାଜ୍ୟରେ ସୋମବାର ଆଉ ୯୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ବାଲେଶ୍ୱରରୁ ସର୍ବାଧିକ ୩୪ଜଣ ରହିଥିବା ବେଳେ ଗଞ୍ଜାମରୁ ୧୫ଜଣ...

ଭଦ୍ରକ ଏସ୍‌ପିଙ୍କ ଗାଡିକୁ ଧକ୍କା ଦେଲା ଟ୍ରକ୍‌

ଭଦ୍ରକ ଅଫିସ, ୫।୧: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଭଦ୍ରକ ଏସ୍‌ପି ଚରଣ ସିଂ ମୀନା। ଏସ୍‌ପିଙ୍କ କାରକୁ ଭଣ୍ଡାରିପୋଖରୀ ଛକ ନିକଟରେ ଏକ ଟ୍ରକ ଧକ୍କା...

ରାଜ୍ୟରେ କରୋନାର ଭୟଙ୍କର ସ୍ଥିତି: ୫ ହଜାର ମୁହାଁ ହେଲା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା, କେବଳ ଖୋର୍ଦ୍ଧାରୁ …

ଭୁବନେଶ୍ୱର,୨୦।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। ପରିସ୍ଥିତି ଭୟଙ୍କର ହେବାରେ ଲାଗିଛି। ମଙ୍ଗଳବାର ରାଜ୍ୟରେ ୪,୭୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।...

କରୋନା ପାଇଁ ସିଏମ୍‌ସିର ଟୋଲ୍‌ ଫ୍ରି ନମ୍ବର ଜାରି

କଟକ ଅଫିସ, ୧୯ା୪:ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଏହାର ପ୍ରଭାବ କଟକ ଜିଲାରେ ଦେଖିବାକୁ ମିଳିଛି। ରବିବାର କଟକ ଜିଲାରୁ ମୋଟ୍‌ ୧୯୮ ଜଣ...

କିସ୍‌ ଢାଞ୍ଚାରେ ବାଂଲାଦେଶରେ ଖୋଲିଲା ‘ଡିସ୍‌’

ଭୁବନେଶ୍ୱର, ୧୫।୧୧(ବ୍ୟୁରୋ):ବିଶ୍ୱର ସର୍ବବୃହତ ଆବାସିକ ଜନଜାତି ବିଦ୍ୟାଳୟ ଭୁବନେଶ୍ୱରସ୍ଥିତ ‘କିସ୍‌’ ଢାଞ୍ଚାରେ ବାଂଲାଦେଶରେ ଖୋଲିଛି ଡାଫୋଡିଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ୍‌ ସାଇନ୍ସେସ୍‌(ଡିସ୍‌)। ଢାକାଠାରେ କିଟ୍‌ ଓ...

Advertisement
Archives

Model This Week