
ନୂଆଦିଲ୍ଲୀ,୨୨।୧: ଦୁଇଥର ଅଲିମ୍ପିକ ପଦକ ବିଜେତା ଜାଭେଲିନ ଷ୍ଟାର ନୀରଜ ଚୋପ୍ରା ରବିବାର ଏକ ସୋସିଆଲ ମିଡିଆ ପୋଷ୍ଟ କରି ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ନୀରଜ ରବିବାର ରାତିରେ ସୋସିଆଲ ମିଡିଆରେ ତାଙ୍କ ବିବାହର ତିନୋଟି ଫଟୋ ଶେୟାର କରିଛନ୍ତି।
ଏହି ଫଟୋଗୁଡ଼ିକ ସାମ୍ନାକୁ ଆସିବା ମାତ୍ରେ ପ୍ରଶଂସକଙ୍କ ମନରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଗଲା ଯେ ନୀରଜ ଚୋପ୍ରାଙ୍କ ପତ୍ନୀ ହିମାନୀ ମୋର କିଏ? ଦୁହେଁ ପ୍ରେମ ବିବାହ କରିଛନ୍ତି ନା ଘର ଲୋକ ବିବାହ ସ୍ଥିର ବିବାହ କରିଥିଲେ। କେବଳ ଏତିକି ନୁହେଁ, ବିବାହରେ ନୀରଜଙ୍କୁ କେତେ ଯୌତୁକ ମିଳିଥିଲା। ଏମିତି ଅନେକ ପ୍ରଶ୍ନ ପ୍ରଶଂସକଙ୍କ ମଧ୍ୟରେ ଉଙ୍କି ମାରୁଛି।
ଏକ ନ୍ୟୁଜ୍ ଚ୍ୟାନେଲ ସହିତ କଥାବାର୍ତ୍ତା କରି ନୀରଜ ଚୋପ୍ରାଙ୍କ ଦାଦା ସୁରେନ୍ଦ୍ର ଚୋପ୍ରା ସମସ୍ତ ପ୍ରଶ୍ନର ଉତ୍ତର ଦେଇଛନ୍ତି। ସେ କହିଛନ୍ତି ଯେ ନୀରଜ ଏବଂ ହିମାନୀ ଆମେରିକାରେ ଭେଟିଥିଲେ। ଦୁହେଁ ଗୋଟିଏ କ୍ଷେତ୍ରର ପିଲା। ଦୁହେଁ ଖେଳାଳି। ସେମାନେ ପରସ୍ପରକୁ ଜାଣିଥିଲେ। ପରବର୍ତ୍ତୀ ଅବସ୍ଥାରେ ସେମାନଙ୍କ ପ୍ରେମ ସମ୍ପର୍କକୁ ପରିବାର ଲୋକଙ୍କ ସ୍ବୀକୃତି ମିଳିଥିଲା ଓ ବାହାଘର ପ୍ଲାନ ୨ ମାସ ତଳୁ ଆରମ୍ଭ ହୋଇଥିଲା। ଉଭୟଙ୍କ ପ୍ରେମ ସମ୍ପର୍କରେ ୨ ବର୍ଷ ତଳୁ ଆରମ୍ଭ ହୋଇଥିଲା। କିଛି ବନ୍ଧୁ ଜରିଆରେ ସେମାନେ ପରସ୍ପରର ନିକଟତର ହୋଇଥିଲେ। ସେହିପରି ହିମାନୀ ଓ ନୀରଜଙ୍କ ପରିବାର ମଧ୍ୟ ପୂର୍ବରୁ ପରସ୍ପରକୁ ଜାଣିଥିଲେ। ଶେଷରେ ଏହି ପ୍ରେମ ସମ୍ପର୍କ ବାହାଘରର ରୂପ ନେଇଛି।