Posted inଜାତୀୟ

‘ପୁରୁଷଙ୍କ ପାଇଁ ଘରୋଇ ହିଂସା ଆଇନ ନ ଥିବା ଦୁର୍ଭାଗ୍ୟଜନକ’

ଚେନ୍ନାଇ, ୩ା୬: ଘରୋଇ ହିଂସାର ଶିକାର ହେଉଥିବା ପୁରୁଷମାନେ ସ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣୁଛନ୍ତି। ହେଲେ ଏ ନେଇ ଆଇନ ନ ଥିବା ଦୁର୍ଭାଗ୍ୟଜନକ ବୋଲି ମାଡ୍ରାସ ହାଇକୋର୍ଟ ମଙ୍ଗଳବାର କହିଛନ୍ତି। ପ୍ରାଣୀଧନ ଚିକିତ୍ସକ ପି. ଶଶିକୁମାରଙ୍କ ଆବେଦନର ଶୁଣାଣି କରି ଜଷ୍ଟିସ୍‌ ଏସ୍‌ ବୈଦ୍ୟନାଥନ୍‌ଙ୍କ ଖଣ୍ଡପୀଠ ଏହା କହିଛନ୍ତି। ୨୦୧୫ରେ ଶଶିକୁମାରଙ୍କ ସ୍ତ୍ରୀ ଘରୋଇ ହିଂସାକୁ କାରଣ ଦର୍ଶାଇ ଛାଡ଼ପତ୍ର ପାଇଁ ମହିଳା କୋର୍ଟରେ ମାମଲା କରିଥିଲେ। ଶଶିକୁମାର ମଧ୍ୟ ସ୍ତ୍ରୀ ତାଙ୍କ ପ୍ରତି କଠୋର ବ୍ୟବହାର କରୁଥିବା ଏବଂ ସ୍ବେଚ୍ଛାକୃତ ଭାବେ ତାଙ୍କୁ ଛାଡ଼ୁଥିବା ନେଇ ପ୍ରଥମ ଅତିରିକ୍ତ ସବ୍‌-ଜଜ୍‌ଙ୍କ ନିକଟରେ ଅଭିଯୋଗ ଦାଖଲ କରିଥିଲେ। ଛାଡ଼ପତ୍ର ପୂର୍ବରୁ ମହିଳା ଜଣକ ଶଶିକୁମାରଙ୍କ ବିରୋଧରେ ତାଙ୍କ କାର୍ଯ୍ୟାଳୟକୁ ଘରୋଇ ହିଂସା ଅଭିଯୋଗ ପଠାଇବା ପରେ ଶଶିକୁମାରଙ୍କୁ ନିଲମ୍ବନ କରାଯାଇଥିଲା। ମହିଳା ଜଣକ ଅନାବଶ୍ୟକ ଭାବେ ଶଶିକୁମାରଙ୍କ ପାଇଁ ସମସ୍ୟା ଉପୁଜାଇଥିଲେ ବୋଲି କୋର୍ଟ କହିଛନ୍ତି। ୧୫ ଦିନ ମଧ୍ୟରେ ଶଶିକୁମାରଙ୍କ ଚାକିରିକୁ ଫେରାଇନେବାକୁ ପଶୁପାଳନ ଓ ଚିକିତ୍ସା ସେବା ନିର୍ଦ୍ଦେଶକଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୃଷି ଆଇନ ବିରୋଧରେ କୃଷକଙ୍କ ଭାରତ ବନ୍ଦ ଡାକରା, ୧୦ ମାସ ପୂରଣ ହେଲେ କରିବେ ଶକ୍ତି ପ୍ରଦର୍ଶନ

ନୂଆଦିଲ୍ଲୀ,୨୭ ।୯: କେନ୍ଦ୍ର ସରକାରଙ୍କ ୩ ନୂଆ କୃଷି ଆଇନକୁ ବିରୋଧ କରି ସୋମବାର ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି...

ମହଙ୍ଗା ପଡିଲା ହାତରେ ମଦ ବୋତଲ ଧରି ଫଟୋ ଉଠାଇବା

ଭୋପାଳ,୧୯।୪: ମଧ୍ୟପ୍ରଦେଶ ରାଇସେନ ଜିଲାର ୩ ରାଜସ୍ବ ଅଧିକାରୀଙ୍କୁ ମହଙ୍ଗା ପଡିଛି ହାତରେ ମଦ ବୋତଲ ଧରି ଫଟୋ ଉଠାଇବା। ଏମାନଙ୍କର ଏହି ଫଟୋ ସୋସିଆଲ...

କର୍ନାଟକରୁ ହଟିଲା ରାତ୍ରକାଳିନ କର୍ଫ୍ୟୁ

ବାଙ୍ଗାଲୋର,୨୪।୧୨-କର୍ନାଟକ ସରକାର ରାତ୍ରକାଳିନ କର୍ଫ୍ୟୁକୁ ଗୁରୁବାର ଫେରାଇ ନେଇଛନ୍ତି। ବୈଷୟିକ ଟିମର ପରାମର୍ଶ ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ସରକାର ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ...

କୋଭିଡ-୧୯: ଚିନ୍ତା ବଢାଇଲାଣି ଆମେରିକାରେ ମିଳିଥିବା ନୂଆ ଭାରିଏଣ୍ଟ

ୱାଶିଂଟନ/ନୂଆଦିଲ୍ଲୀ,୨୨ ।୧୨: କରୋନା ମହାମାରୀର ବିପଦକୁ ଦେଖି କେନ୍ଦ୍ର ତଥା ରାଜ୍ୟ ସରକାର ସତର୍କ ହେବା ଆରମ୍ଭ କଲେଣି । ଆମେରିକାରେ ପୁଣିଥରେ କରୋନା ସଂକ୍ରମଣ...

କବରସ୍ତାନରୁ ଉଦ୍ଧାର ହେଲା ଚୋରି ହୋଇଥିବା ୨୨ ଜୈନ ମୂର୍ତ୍ତି

ଭୋପାଳ,୨୪।୬: ମଧ୍ୟପ୍ରଦେଶ ଭିଣ୍ଡ ଜିଲାର ଶାନ୍ତିନାଥ ଦିଗମ୍ବର ଜୈନ ମନ୍ଦିରରୁ ଚୋରି ରବିବାର ହୋଇଥିବା ମୂର୍ତ୍ତି ସୋମବାର ସକାଳେ ସ୍ଥାନୀୟ କବରସ୍ତାନରୁ ଉଦ୍ଧାର ହୋଇଛି। ମନ୍ଦିରରେ...

ଡ୍ୟାନ୍ସରଙ୍କ ଉପରେ ଖସି ପଡ଼ିଲା ଡ୍ରୋନ

ଭୋପାଳ,୨୬।୧: ମଧ୍ୟପ୍ରଦେଶର ଜବଲପୁରରେ ଦେଶର ୭୩ତମ ସାଧାରଣତନ୍ତ୍ର ଦିବସରେ ଆୟୋଜିତ ଇଭେଣ୍ଟରେ ଏକ ଦୁର୍ଘଟଣା ଘଟିଛି। କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରୁଥିବା ଡ୍ୟାନ୍ସରଙ୍କ ଉପରେ ଡ୍ରୋନ...

ପାକିସ୍ତାନୀଙ୍କୁ ପସନ୍ଦ ଭାରିତୀୟ ଥାଳି!

ନୂଆଦିଲ୍ଲୀ,୨୨ ।୧: ସ୍ୱାଦିଷ୍ଟ ଭୋଜନ ସମସ୍ତଙ୍କର ପସନ୍ଦ । ତେବେ କରୋନା ମହାମାରୀକୁ ନେଇ ଚାଲିଥିବା ଲକ୍‌ଡାଉନ ସମୟରେ ଲୋକେ ଖାଦ୍ୟକୁ ନେଇ ୟୁଟ୍ୟୁବରେ ବହୁତ...

ମୁଁ ବ୍ରାହ୍ମଣ, ଏନକାଉଣ୍ଟର ହୋଇଯିବ କହୁଥିବା ବିଧାୟକ ଗିରଫ

ଲକ୍ଷ୍ନୌ,୧୪।୮: ଉତ୍ତରପ୍ରଦେଶର ଜ୍ଞାନପୁର ବିଧାୟକ ବିଜୟ ମିଶ୍ର ଗିରଫ ହୋଇଛନ୍ତି। ତାଙ୍କୁ ମଧ୍ୟପ୍ରଦେଶର ଆଗର ଜିଲାର ମାଲଓ୍ବାରୁ ତାଙ୍କୁ ଗିରଫ କରାଯାଇଛି। ନିକଟରେ ବିଜୟ ଏକ...

Advertisement
Archives

Model This Week