କାଳ ହେଲା ଦୃଢ଼ ଆତ୍ମବିଶ୍ୱାସ

ଯାଜପୁର ଅଫିସ,୧ା୩:ଯାଜପୁର ଜିଲାରେ ୨୦୧୭ ପଞ୍ଚାୟତ ଓ ୨୦୧୯ ସାଧାରଣ ନିର୍ବାଚନରେ ଭାଜପାର ସଫଳତା ବିଜେଡି ଶିବିରକୁ ଦୋହଲାଇ ଦେଇଥିଲା। ଏଥିରେ ଭାଜପା ନେତା ଓ କର୍ମୀମାନଙ୍କ ମଧ୍ୟରେ ଆମତ୍ବିଶ୍ୱାସ ବଢ଼ିଥିଲା। ପରବର୍ତ୍ତୀ ନିର୍ବାଚନରେ ଦଳ ଆହୁରି ଅଧିକ ଭୋଟ ପାଇବ ବୋଲି ଦଳୀୟ ନେତାମାନେ ଆଶା କରିଥିଲେ। ହେଲେ ଚଳିତ ପଞ୍ଚାୟତ ନିର୍ବାଚନରେ ଭାଜପା ନେତା ଓ କର୍ମୀମାନଙ୍କ ସେହି ଦୃଢ଼ ଆତ୍ମବିଶ୍ୱାସ ଧୂଳିସାତ୍‌ ହୋଇଛି। ଭାଜପାର ତୁଙ୍ଗ ନେତାମାନେ ପଞ୍ଚାୟତ ନିର୍ବାଚନଠାରୁ ଦୂରେଇ ରହି ଅନ୍ୟ ରାଜ୍ୟର ନିର୍ବାଚନ ଦାୟିତ୍ୱ ନେଇଥିଲେ। ଏହାର ସୁଯୋଗରେ ବିଜେଡି ଠିକ୍‌ ଗୋଟି ଚାଳନା କରିବାରୁ ବିରୋଧୀ ଧରାଶାୟୀ ହୋଇଛନ୍ତି। ଜିଲାର ୩୯ଟି ଜିଲା ପରିଷଦ ଆସନରୁ ୩ ରୁ ୪ଟିକୁ ବାଦ୍‌ ଦେଲେ ଅନ୍ୟ ସବୁଠି ବଡ଼ ବ୍ୟବଧାନରେ ଭାଜପା ପରାଜୟ ବରଣ କରିଛି। ଏହାବାଦ୍‌ ତୈଳ ଦର ବୃଦ୍ଧି, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି, ଲୋକଙ୍କ ମୌଳିକ ସମସ୍ୟା ସମାଧାନ କରା ନ ଯିବା, ବେକାର ସମସ୍ୟାର ସମାଧାନ ଦିଗରେ ବିଫଳତା ଇତ୍ୟାଦି ଏହି ପରାଜୟ ପାଇଁ ଦାୟୀ ବୋଲି ମତ ପ୍ରକାଶ ପାଇଛି। ଅନ୍ୟପକ୍ଷେ କଂଗ୍ରେସ ୬ ଜୋନ୍‌ରେ ୨ ହଜାରରୁ ୬ ହଜାର ପର୍ଯ୍ୟନ୍ତ ଭୋଟ ପାଇ କିଛିଟା ଭୋଟମୁଣିକୁ ବୃଦ୍ଧି କରିବା ଘଟଣା ଭାଜପା ପାଇଁ ଚିନ୍ତାର କାରଣ ହୋଇଛି।
ଗତ ସାଧାରଣ ନିର୍ବାଚନର ଫଳାଫଳ ବିଜେଡି ପାଇଁ ସତର୍କ ଘଣ୍ଟି ବୋଲି ମତ ପ୍ରକାଶ ପାଇଥିଲା। ବିଜେଡି ୪୯.୮୧%, ଭାଜପା ୪୦.୫% ଓ କଂଗ୍ରେସ ପ୍ରାର୍ଥୀ ୭.୬୩% ଭୋଟ ପାଇଥିଲେ। ଭାଜପା ୨୦୧୪ ନିର୍ବାଚନରେ ୧୫.୫୩%ରୁ ୫ ବର୍ଷରେ ୪୦.୫%କୁ ଲମ୍ଫ ମାରିଥିଲା। ୨୦୧୭ରେ ଜିଲା ଭାଜପା ସଙ୍ଗଠନ ସେତେଟା ସୁଦୃଢ ନ ଥିଲେ ହେଁ ପଞ୍ଚାୟତ ନିର୍ବାଚନରେ ଦଳ ୬ ଏବଂ ବିଜେଡି ୩୩ ଜିଲା ପରିଷଦ ଆସନ ହାତେଇଥିଲେ। ଜିଲା ପରିଷଦ ଆସନ ଦଳୀୟ ଚିହ୍ନରେ ମିଳିଥିବା ଜନାଦେଶରୁ ଭାଜପାର ଭୋଟ ହାର ୧୬ ପ୍ରତିଶତରୁ ପ୍ରାୟ ୩୧ ପ୍ରତିଶତକୁ ବୃଦ୍ଧି ଘଟିଥିଲା। ଏହା ୨୦୧୯ ସାଧାରଣ ନିର୍ବାଚନରେ ପ୍ରତିଫଳିତ ହୋଇଥିଲା। ଭାଜପା ଜିଲାରେ ଏକ ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଥିଲା। ଜିଲାର ବଡ଼ଚଣା ଓ ବରୀ ନିର୍ବାଚନମଣ୍ଡଳୀରେ କଡ଼ା ଟକ୍କର ହୋଇଥିଲା। ବଡ଼ଚଣାରେ ଭାଜପା ପ୍ରାର୍ଥୀ ମାତ୍ର ୧୪୮୫ ଭୋଟ ଓ ବରୀରେ ଭାଜପା ପ୍ରାର୍ଥୀ ମାତ୍ର ୪,୦୬୨ ଭୋଟ ବ୍ୟବଧାନରେ ହାରିଥିଲେ॥ ବିଶେଷକରି ଯାଜପୁର, ଧର୍ମଶାଳା, କୋରେଇ ଓ ବିଞ୍ଝାରପୁରରେ ମତଦାନ ହାର ହ୍ରାସ ପାଇଥିଲାବେଳେ ସୁକିନ୍ଦା, ବରୀ ଓ ବଡ଼ଚଣାରେ ସାମାନ୍ୟ ମତଦାନ ହାର ବୃଦ୍ଧି ଘଟିଥିଲା। ତଥାପି ୨୦୧୯ ନିର୍ବାଚନରେ ବିଜେଡି ବିଜୟୀ ହୋଇଥିବାରୁ ଏହି ଜନାଧାରକୁ ବଜାୟ ରଖିବାକୁ ଦଳ ପକ୍ଷରୁ ଅନେକ ଜନହିତକର ଯୋଜନା ହାତକୁ ନିଆଯାଇଥିଲା। ବିଜେଡି ନେତା ଓ କର୍ମୀ ନିୟମିତ ଭାବେ ବିଭିନ୍ନ ଯୋଜନା ମାଧ୍ୟମରେ ଲୋକଙ୍କ ଅତି ନିକଟତର ହୋଇଥିଲେ। କିନ୍ତୁ ଭାଜପା ନେତା ଓ କର୍ମୀମାନେ ନୀରବରେ ବସି ରହି କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାୱା ଉପରେ ଭରସା କରିଥିଲେ।
୨୨ ବର୍ଷର ବିଜେଡି ଶାସନକୁ ଅବଲୋକନ କଲେ ଅପପୁଷ୍ଟି, ପାନୀୟ ଜଳ ସମସ୍ୟା, ଗମନାଗମନା କ୍ଷେତ୍ରରେ ମଧ୍ୟ ଜିଲା ବହୁ ପଛରେ ରହିଛି। କିନ୍ତୁ ଭାଜପାରେ ବଳିଷ୍ଠ ନେତୃତ୍ୱର ଅଭାବ ଓ ଉପଯୁକ୍ତ ଭାବେ ଦୁର୍ନୀତି ସମେତ ବିଭିନ୍ନ ଅନିୟମିତତାର ପ୍ରତିବାଦ କରି ନ ପାରିବାରୁ ଭାଜପାର ଜନମତ ପୁଣି ହ୍ରାସ ପାଇଛି। ଏହାସହ କେତେକ ବରିଷ୍ଠ ନେତା ଓ ଜିଲା ପରିଷଦ ସଭ୍ୟ ବିଜେଡିରେ ମିଶିିଥିଲେ ହେଁ ସେମାନଙ୍କ ଶୂନ୍ୟସ୍ଥାନ ପୂରଣ କରିବାକୁ ଭାଜପା ଆଦୌ ଉଦ୍ୟମ କରି ନ ଥିଲା। ଏହା ଦଳର ବିପର୍ଯ୍ୟୟର ପ୍ରମୁଖ କାରଣ ବୋଲି ମତପ୍ରକାଶ ପାଉଛି। ପ୍ରାୟ ସମସ୍ତ ଜିଲା ପରିଷଦ ଆସନରେ ବିଜେଡି ୨ ହଜାରରୁ ୩ ହଜାର ଭୋଟ ବ୍ୟବଧାନରେ ବିଜୟୀ ହେଉଛି। ଏହାସହ ୧୦ ପଞ୍ଚାୟତ ସମିତି ମଧ୍ୟ ବିଜେଡି ଅକ୍ତିଆର କରିପାରେ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷେ କଂଗ୍ରେସ କୋରେଇ ବ୍ଲକ ୧ନଂ.ଜୋନ୍‌ରେ ୪,୬୫୪, ବରୀ ବ୍ଲକ ୧ନଂ. ଜୋନ୍‌ରେ ୩୬୯୨, ବଡ଼ଚଣା ବ୍ଲକ ୧ନଂ. ଜୋନ୍‌ରେ ୨୦୮୬, ବରୀ ବ୍ଲକ ୨ନଂ. ଜୋନ୍‌ରେ ୫୪୦୮, ବିଞ୍ଝାରପୁର ୨ନଂ. ଜୋନ୍‌ରେ ୩୩୯୬, କୋରେଇ ୨ନଂ. ଜୋନ୍‌ରେ ୬୨୩୬ ଭୋଟ ପାଇ କିଛି ଆଖିଦୃଶିଆ ସଫଳତା ଆଣି ପାରିଛି। ହେଲେ ଅର୍ଥବଳ, ବାହୁବଳ ସମେତ ପ୍ରଶାସନିକ କଳକୁ ବ୍ୟବହାର କରି ବିଜେଡି ସବୁଠି ଜିିତି ପାରିଛି ବୋଲି ଭାଜପା କର୍ମୀ ଓ ନେତାମାନେ ଅଭିଯୋଗ କରି ସନ୍ତୁଷ୍ଟ ହେଉଥିବା ଆଲୋଚନାର ବିଷୟ ହୋଇଛି। ଯାଜପୁର ଅଫିସ,୧ା୩
ଯାଜପୁର ଜିଲାରେ ୨୦୧୭ ପଞ୍ଚାୟତ ଓ ୨୦୧୯ ସାଧାରଣ ନିର୍ବାଚନରେ ଭାଜପାର ସଫଳତା ବିଜେଡି ଶିବିରକୁ ଦୋହଲାଇ ଦେଇଥିଲା। ଏଥିରେ ଭାଜପା ନେତା ଓ କର୍ମୀମାନଙ୍କ ମଧ୍ୟରେ ଆମତ୍ବିଶ୍ୱାସ ବଢ଼ିଥିଲା। ପରବର୍ତ୍ତୀ ନିର୍ବାଚନରେ ଦଳ ଆହୁରି ଅଧିକ ଭୋଟ ପାଇବ ବୋଲି ଦଳୀୟ ନେତାମାନେ ଆଶା କରିଥିଲେ। ହେଲେ ଚଳିତ ପଞ୍ଚାୟତ ନିର୍ବାଚନରେ ଭାଜପା ନେତା ଓ କର୍ମୀମାନଙ୍କ ସେହି ଦୃଢ଼ ଆତ୍ମବିଶ୍ୱାସ ଧୂଳିସାତ୍‌ ହୋଇଛି। ଭାଜପାର ତୁଙ୍ଗ ନେତାମାନେ ପଞ୍ଚାୟତ ନିର୍ବାଚନଠାରୁ ଦୂରେଇ ରହି ଅନ୍ୟ ରାଜ୍ୟର ନିର୍ବାଚନ ଦାୟିତ୍ୱ ନେଇଥିଲେ। ଏହାର ସୁଯୋଗରେ ବିଜେଡି ଠିକ୍‌ ଗୋଟି ଚାଳନା କରିବାରୁ ବିରୋଧୀ ଧରାଶାୟୀ ହୋଇଛନ୍ତି। ଜିଲାର ୩୯ଟି ଜିଲା ପରିଷଦ ଆସନରୁ ୩ ରୁ ୪ଟିକୁ ବାଦ୍‌ ଦେଲେ ଅନ୍ୟ ସବୁଠି ବଡ଼ ବ୍ୟବଧାନରେ ଭାଜପା ପରାଜୟ ବରଣ କରିଛି। ଏହାବାଦ୍‌ ତୈଳ ଦର ବୃଦ୍ଧି, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି, ଲୋକଙ୍କ ମୌଳିକ ସମସ୍ୟା ସମାଧାନ କରା ନ ଯିବା, ବେକାର ସମସ୍ୟାର ସମାଧାନ ଦିଗରେ ବିଫଳତା ଇତ୍ୟାଦି ଏହି ପରାଜୟ ପାଇଁ ଦାୟୀ ବୋଲି ମତ ପ୍ରକାଶ ପାଇଛି। ଅନ୍ୟପକ୍ଷେ କଂଗ୍ରେସ ୬ ଜୋନ୍‌ରେ ୨ ହଜାରରୁ ୬ ହଜାର ପର୍ଯ୍ୟନ୍ତ ଭୋଟ ପାଇ କିଛିଟା ଭୋଟମୁଣିକୁ ବୃଦ୍ଧି କରିବା ଘଟଣା ଭାଜପା ପାଇଁ ଚିନ୍ତାର କାରଣ ହୋଇଛି।
ଗତ ସାଧାରଣ ନିର୍ବାଚନର ଫଳାଫଳ ବିଜେଡି ପାଇଁ ସତର୍କ ଘଣ୍ଟି ବୋଲି ମତ ପ୍ରକାଶ ପାଇଥିଲା। ବିଜେଡି ୪୯.୮୧%, ଭାଜପା ୪୦.୫% ଓ କଂଗ୍ରେସ ପ୍ରାର୍ଥୀ ୭.୬୩% ଭୋଟ ପାଇଥିଲେ। ଭାଜପା ୨୦୧୪ ନିର୍ବାଚନରେ ୧୫.୫୩%ରୁ ୫ ବର୍ଷରେ ୪୦.୫%କୁ ଲମ୍ଫ ମାରିଥିଲା। ୨୦୧୭ରେ ଜିଲା ଭାଜପା ସଙ୍ଗଠନ ସେତେଟା ସୁଦୃଢ ନ ଥିଲେ ହେଁ ପଞ୍ଚାୟତ ନିର୍ବାଚନରେ ଦଳ ୬ ଏବଂ ବିଜେଡି ୩୩ ଜିଲା ପରିଷଦ ଆସନ ହାତେଇଥିଲେ। ଜିଲା ପରିଷଦ ଆସନ ଦଳୀୟ ଚିହ୍ନରେ ମିଳିଥିବା ଜନାଦେଶରୁ ଭାଜପାର ଭୋଟ ହାର ୧୬ ପ୍ରତିଶତରୁ ପ୍ରାୟ ୩୧ ପ୍ରତିଶତକୁ ବୃଦ୍ଧି ଘଟିଥିଲା। ଏହା ୨୦୧୯ ସାଧାରଣ ନିର୍ବାଚନରେ ପ୍ରତିଫଳିତ ହୋଇଥିଲା। ଭାଜପା ଜିଲାରେ ଏକ ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଥିଲା। ଜିଲାର ବଡ଼ଚଣା ଓ ବରୀ ନିର୍ବାଚନମଣ୍ଡଳୀରେ କଡ଼ା ଟକ୍କର ହୋଇଥିଲା। ବଡ଼ଚଣାରେ ଭାଜପା ପ୍ରାର୍ଥୀ ମାତ୍ର ୧୪୮୫ ଭୋଟ ଓ ବରୀରେ ଭାଜପା ପ୍ରାର୍ଥୀ ମାତ୍ର ୪,୦୬୨ ଭୋଟ ବ୍ୟବଧାନରେ ହାରିଥିଲେ॥ ବିଶେଷକରି ଯାଜପୁର, ଧର୍ମଶାଳା, କୋରେଇ ଓ ବିଞ୍ଝାରପୁରରେ ମତଦାନ ହାର ହ୍ରାସ ପାଇଥିଲାବେଳେ ସୁକିନ୍ଦା, ବରୀ ଓ ବଡ଼ଚଣାରେ ସାମାନ୍ୟ ମତଦାନ ହାର ବୃଦ୍ଧି ଘଟିଥିଲା। ତଥାପି ୨୦୧୯ ନିର୍ବାଚନରେ ବିଜେଡି ବିଜୟୀ ହୋଇଥିବାରୁ ଏହି ଜନାଧାରକୁ ବଜାୟ ରଖିବାକୁ ଦଳ ପକ୍ଷରୁ ଅନେକ ଜନହିତକର ଯୋଜନା ହାତକୁ ନିଆଯାଇଥିଲା। ବିଜେଡି ନେତା ଓ କର୍ମୀ ନିୟମିତ ଭାବେ ବିଭିନ୍ନ ଯୋଜନା ମାଧ୍ୟମରେ ଲୋକଙ୍କ ଅତି ନିକଟତର ହୋଇଥିଲେ। କିନ୍ତୁ ଭାଜପା ନେତା ଓ କର୍ମୀମାନେ ନୀରବରେ ବସି ରହି କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାୱା ଉପରେ ଭରସା କରିଥିଲେ।
୨୨ ବର୍ଷର ବିଜେଡି ଶାସନକୁ ଅବଲୋକନ କଲେ ଅପପୁଷ୍ଟି, ପାନୀୟ ଜଳ ସମସ୍ୟା, ଗମନାଗମନା କ୍ଷେତ୍ରରେ ମଧ୍ୟ ଜିଲା ବହୁ ପଛରେ ରହିଛି। କିନ୍ତୁ ଭାଜପାରେ ବଳିଷ୍ଠ ନେତୃତ୍ୱର ଅଭାବ ଓ ଉପଯୁକ୍ତ ଭାବେ ଦୁର୍ନୀତି ସମେତ ବିଭିନ୍ନ ଅନିୟମିତତାର ପ୍ରତିବାଦ କରି ନ ପାରିବାରୁ ଭାଜପାର ଜନମତ ପୁଣି ହ୍ରାସ ପାଇଛି। ଏହାସହ କେତେକ ବରିଷ୍ଠ ନେତା ଓ ଜିଲା ପରିଷଦ ସଭ୍ୟ ବିଜେଡିରେ ମିଶିିଥିଲେ ହେଁ ସେମାନଙ୍କ ଶୂନ୍ୟସ୍ଥାନ ପୂରଣ କରିବାକୁ ଭାଜପା ଆଦୌ ଉଦ୍ୟମ କରି ନ ଥିଲା। ଏହା ଦଳର ବିପର୍ଯ୍ୟୟର ପ୍ରମୁଖ କାରଣ ବୋଲି ମତପ୍ରକାଶ ପାଉଛି। ପ୍ରାୟ ସମସ୍ତ ଜିଲା ପରିଷଦ ଆସନରେ ବିଜେଡି ୨ ହଜାରରୁ ୩ ହଜାର ଭୋଟ ବ୍ୟବଧାନରେ ବିଜୟୀ ହେଉଛି। ଏହାସହ ୧୦ ପଞ୍ଚାୟତ ସମିତି ମଧ୍ୟ ବିଜେଡି ଅକ୍ତିଆର କରିପାରେ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷେ କଂଗ୍ରେସ କୋରେଇ ବ୍ଲକ ୧ନଂ.ଜୋନ୍‌ରେ ୪,୬୫୪, ବରୀ ବ୍ଲକ ୧ନଂ. ଜୋନ୍‌ରେ ୩୬୯୨, ବଡ଼ଚଣା ବ୍ଲକ ୧ନଂ. ଜୋନ୍‌ରେ ୨୦୮୬, ବରୀ ବ୍ଲକ ୨ନଂ. ଜୋନ୍‌ରେ ୫୪୦୮, ବିଞ୍ଝାରପୁର ୨ନଂ. ଜୋନ୍‌ରେ ୩୩୯୬, କୋରେଇ ୨ନଂ. ଜୋନ୍‌ରେ ୬୨୩୬ ଭୋଟ ପାଇ କିଛି ଆଖିଦୃଶିଆ ସଫଳତା ଆଣି ପାରିଛି। ହେଲେ ଅର୍ଥବଳ, ବାହୁବଳ ସମେତ ପ୍ରଶାସନିକ କଳକୁ ବ୍ୟବହାର କରି ବିଜେଡି ସବୁଠି ଜିିତି ପାରିଛି ବୋଲି ଭାଜପା କର୍ମୀ ଓ ନେତାମାନେ ଅଭିଯୋଗ କରି ସନ୍ତୁଷ୍ଟ ହେଉଥିବା ଆଲୋଚନାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri