୫ ବର୍ଷ ହେଲା ଆଳୁଚାଷ କମୁଛି

ଭୁବନେଶ୍ୱର, ୧୨।୯(ବ୍ୟୁରୋ): ରାଜ୍ୟକୁ ଆଳୁ ଉତ୍ପାଦନରେ ସ୍ବାବଲମ୍ବୀ କରିବାରେ ସରକାର ସମ୍ପୂର୍ଣ୍ଣ ଫେଲ୍‌ ମାରିଛନ୍ତି। ଚାଷୀମାନଙ୍କୁ ଆଳୁ ଚାଷ ପାଇଁ ପ୍ରୋତ୍ସାହିତ କରିବା ଏବଂ ଉଦ୍ୟୋଗୀମାନଙ୍କୁ ଶୀତଳଭଣ୍ଡାର ପ୍ରତିଷ୍ଠା ପାଇଁ ସହାୟତା ଯୋଗାଇବା ଲକ୍ଷ୍ୟରେ ରାଜ୍ୟ ସରକାର ୨୦୧୫ ଏପ୍ରିଲ ୩୦ରେ ଆଳୁ ମିଶନ ପ୍ରତିଷ୍ଠା କରିଥିଲେ। ଇତିମଧ୍ୟରେ ୬ ବର୍ଷରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଏପରି କି ରାଜ୍ୟରେ ଆଳୁଚାଷ ଦିନକୁ ଦିନ ହ୍ରାସ ପାଉଥିବା କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ ସ୍ବୀକାର କରିଛନ୍ତି।

ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ ବିଧାନସଭାରେ ଏକ ପ୍ରଶ୍ନ ଜରିଆରେ ପଚାରିଥିଲେ ଯେ, ୨୦୧୫ରେ ଆରମ୍ଭ ହୋଇଥିବା ଆଳୁ ମିଶନର ଲକ୍ଷ୍ୟ କ’ଣ ଥିଲା ଏବଂ ବର୍ତ୍ତମାନ ଆଳୁ ରଖିବା ଓ ବଜାରରେ ଅଭାବ ପ୍ରତି ସରକାରଙ୍କ ପଦକ୍ଷେପ କ’ଣ ରହିଛି। ଏହାର ଉତ୍ତରରେ ମନ୍ତ୍ରୀ ସାହୁ କହିଛନ୍ତି, ରାଜ୍ୟକୁ ଆଳୁ ଉତ୍ପାଦନରେ ସ୍ବାବଲମ୍ବୀ କରିବା, ଚାଷୀଙ୍କୁ ଏଥିପାଇଁ ପ୍ରୋତ୍ସାହିତ କରିବା, ଉଦ୍ୟୋଗୀମାନଙ୍କୁ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ସହାୟତା ଯୋଗାଇବା ଲକ୍ଷ୍ୟରେ ଆଳୁ ମିଶନ ପ୍ରତିଷ୍ଠା ହୋଇଥିଲା। ଏବେ ଆଳୁ ଚାଷ ହ୍ରାସ ପାଉଥିବା ବେଳେ ଏହାକୁ ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଆଯାଉଛି। ସେହିପରି ୨୦୧୬-୧୭ରେ ୨୫,୧୮୫ ହେକ୍ଟର ଚାଷ ଜମିରେ ୩.୦୨ ଲକ୍ଷ ମେଟ୍ରିକ ଟନ୍‌, ୨୦୧୭-୧୮ରେ ୨୫,୦୯୦ ହେକ୍ଟର ଚାଷ ଜମିରେ ୨.୯୮ ଲକ୍ଷ ମେଟ୍ରିକ ଟନ୍‌, ୨୦୧୮-୧୯ରେ ୨୪,୬୮୭ ହେକ୍ଟର ଜମିରେ ୨.୯୦ ଲକ୍ଷ ମେଟ୍ରିକ ଟନ ଏବଂ ୨୦୧୯-୨୦ରେ ୨୪,୭୧୪ ହେକ୍ଟର ଚାଷ ଜମିରେ ୨.୯୪ ଲକ୍ଷ ମେଟ୍ରିକ ଟନ୍‌ ଆଳୁ ଉତ୍ପାଦନ ହୋଇଥିଲା। ୨୦୨୦-୨୧ ବର୍ଷରେ ଗତ ୫ ବର୍ଷ ତୁଳନାରେ ଅଧିକ ଜମିରେ ଅର୍ଥାତ୍‌ ୨୬ ହଜାର ହେକ୍ଟର ଚାଷ ଜମିରେ ଆଳୁ ଉତ୍ପାଦନ କରାଯାଇଛି। କିନ୍ତୁ ୩.୦୯ ଲକ୍ଷ ମେଟ୍ରିକ ଟନ୍‌ ଆଳୁ ଉତ୍ପାଦନ ହୋଇପାରିଛି।

ଅନ୍ୟପକ୍ଷରେ ରାଜ୍ୟରେ ୧୩୧ ଶୀତଳଭଣ୍ଡାର ମଧ୍ୟରୁ ଏବେ ମୋଟ ୪୯ଟି କାର୍ଯ୍ୟକ୍ଷମ ଅଛି। ୨୦୧୫ରୁ ଏଯାବତ୍‌ ୨୪ ଜଣ ଉଦ୍ୟୋଗୀ ଶୀତଳଭଣ୍ଡାର ନିର୍ମାଣ କରିଛନ୍ତି। ସେହି ଉଦ୍ୟୋଗୀମାନଙ୍କୁ କୃଷି ଉଦ୍ୟାନ ବିଭାଗ ତରଫରୁ ୪୯୪୪.୪୦ ଲକ୍ଷ ଟଙ୍କାର ରିହାତି ଆକାରରେ ଟଙ୍କା ପ୍ରଦାନ କରାଯାଇଛି। ଉକ୍ତ ୨୪ଟି ଶୀତଳ ଭଣ୍ଡାରରରେ ସଂରକ୍ଷଣ କ୍ଷମତା ୧,୧୦,୬୦୦ ମେଟ୍ରିକ ଟନ୍‌। ସୂଚନାଯୋଗ୍ୟ ଯେ, ରାଜ୍ୟରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ଲାଗି ଜାତୀୟ ଉଦ୍ୟାନ ମିଶନରୁ ସାଧାରଣ ଅଞ୍ଚଳ ଲାଗି ୩୫ ପ୍ରତିଶତ ବା ସର୍ବାଧିକ ୧୪୦.୦ ଲକ୍ଷ ଟଙ୍କା ଓ ଅନୁସୂଚିତ ଅଞ୍ଚଳ ପାଇଁ ୫୦ ପ୍ରତିଶତ ସର୍ବାଧିକ ୨୦୦.୦୦ ଲକ୍ଷ ଟଙ୍କା ରିହାତି ପ୍ରଦାନ କରାଯାଉଛି। ଖାଦ୍ୟ ପ୍ରକ୍ରିୟାକରଣ ଓ ଶୀତଳ ଭଣ୍ଡାର କ୍ଷେତ୍ରରେ ଘରୋଇ ପୁଞ୍ଜିନିବେଶ ନିମନ୍ତେ ସରକାର ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି-୨୦୧୩, ଓଡିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି-୨୦୧୬ ଏବଂ ଶିଳ୍ପନୀତି ନିର୍ଦ୍ଧାରଣ-୨୦୧୫ ପ୍ରଣୟନ କରିଥିବା ମନ୍ତ୍ରୀ ସାହୁ ଆଉ ଏକ ପ୍ରଶ୍ନର ଉତ୍ତରରେ ଦର୍ଶାଇଛନ୍ତି। ସରକାର ଏତେସବୁ ସୁବିଧା ଯୋଗାଇବା ସତ୍ତ୍ୱେ ଗତ ୫ ବର୍ଷରେ ୨୪ଟି ଶୀତଳଭଣ୍ଡାର ରାଜ୍ୟରେ ପ୍ରତିଷ୍ଠା ହେବାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡଙ୍ଗାବୁଡ଼ି ୨ ମୃତ, ୭ ନିଖୋଜ

ଝାରସୁଗୁଡ଼ା, (ସଞ୍ଜୟ ମାଲି) / ଭୁବନେଶ୍ୱର,(ଅନିଲ ଦାସ) ୨୦ା୪: ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଶୁକ୍ରବାର ଅପରାହ୍ନରେ ଏକ ଡଙ୍ଗା ବୁଡ଼ିଯାଇଛି। ଏହି...

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri