୪ଦିନ ହେଲା ମଧ୍ୟାହ୍ନଭୋଜନ ବନ୍ଦ

ୟାଗଡ଼ ଅଫିସ,୧।୨:  ନୟାଗଡ଼ ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧୀନରେ ଥିବା ଭାଟସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୪ ଦିନ ହେଲା ମଧ୍ୟାହ୍ନଭୋଜନ ଦିଆଯାଉନି । ଚାଉଳ ନ ଥିବାରୁ ରୋଷେଇ ହେଉ ନ ଥିବା ଜଣାପଡିଛି। ଅଭିଯୋଗ ପାଇ ଖବରଦାତାମାନେ ସମ୍ପୃକ୍ତ ସ୍କୁଲରେ ମଙ୍ଗଳବାର ପହଞ୍ଚିବା ପରେ ମଧ୍ୟାହ୍ନଭୋଜନ ବଦଳରେ ୫ ଟଙ୍କିଆ ବିସ୍କୁଟ ଦେଇ କାମ ଚଳାଇ ଦିଆଯାଇଛି । ଉକ୍ତ ସ୍କୁଲରେ ୨୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପାଠ ପଢ଼ୁଛନ୍ତି । ସରକାରଙ୍କ ନିୟମ କହୁଛି ମଧ୍ୟାହ୍ନଭୋଜନ ବନ୍ଦ ହେବ ନାହିଁ । ମଧ୍ୟାହ୍ନଭୋଜନ ବନ୍ଦ କରାଗଲେ କାର୍ଯ୍ୟାନୁଷ୍ଠାନ ହେବ । ତେବେ ଭାଟସାହି ସ୍କୁଲରେ ୪ଦିନ ହେଲା ମଧ୍ୟାହ୍ନଭୋଜନ ବନ୍ଦ ରହିଥିବାବେଳେ ବ୍ଲକ ଶିକ୍ଷା ଅଧିକାରୀ ଓ ଜିଲା ଶିକ୍ଷା ଅଧିକାରୀ ଜାଣି ପାରିଲେ ନାହିଁ କିପରି । ଯଦି ଜାଣିଥିଲେ କ’ଣ ପଦକ୍ଷେପ ନେଇଛନ୍ତି। ଯେଉଁ ସଂସ୍ଥା ସ୍କୁଲକୁ ମଧ୍ୟାହ୍ନଭୋଜନରେ ଚାଉଳ ଯୋଗାଉଛି ସେ କାହିଁକି ଦେଇନି ।
ପୁଣି ସ୍କୁଲରେ ମଧ୍ୟାହ୍ନଭୋଜନ ବନ୍ଦ ହେବା ପରେ ପ୍ରଧାନଶିକ୍ଷକ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଜଣାଇଛନ୍ତି କି ନଁା । ମଧ୍ୟାହ୍ନଭୋଜନ ବନ୍ଦହେଲେ କେବଳ ଗୋଟିଏ ଦିନ କାହିଁକି ବିସ୍କୁଟ ବଣ୍ଟନ ହେଲା। ଏଇଭଳି କିଛି ପ୍ରଶ୍ନ ଉଙ୍କି ମାରୁଥିବାବେଳେ ପ୍ରଧାନଶିକ୍ଷକଙ୍କ କଥା ବ୍ଲକ ଶିକ୍ଷା ଅଧିକାରୀଙ୍କୁ ସନ୍ଦେହଘେରକୁ ଆଣିଛି । ଏନେଇ ପ୍ରଧାନଶିକ୍ଷୟିତ୍ରୀ ସରୋଜିନୀ ଜେନା କୁହନ୍ତି, ଚାଉଳ ନ ଥିବା ନେଇ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଇଥିଲୁ । ହେଲେ ସେ କାମ ଚଳାଇ ନେବାକୁ ପରାମର୍ଶ ଦେଇଛନ୍ତି । ଏଭଳିସ୍ଥଳେ ବିଦ୍ୟାଳୟ ପକ୍ଷରୁ କିପରି ମଧ୍ୟାହ୍ନଭୋଜନ ଛାତ୍ରୀଛାତ୍ରଙ୍କୁ ଦିଆଯିବ ବୋଲି କହିଛନ୍ତି । ବ୍ଳକ ଶିକ୍ଷା ଅଧିକାରୀ ଗୀତାଞ୍ଜଳୀ ସାହୁ କୁହନ୍ତି, ଚାଉଳ ଯୋଗାଉଥିବା ଅନୁଷ୍ଠାନ ଚାଉଳ ନ ଦେବାରୁ ଏପରି ଅସୁବିଧା ହୋଇଛି। ଏହାର ସମାଧାନ କରାଯିବା ପାଇଁ ପ୍ରଚେଷ୍ଟା ଚାଲିଛି । ଜିଲା ଶିକ୍ଷା ଅଧିକାରୀ ଅକ୍ରୁର ବାରିକ କୁହନ୍ତି, ମଧ୍ୟାହ୍ନଭୋଜନ ନ ଦେଲେ ବିସ୍କୁଟ ଦିଆଯାଇ ପାରିବନି । ବୁଧବାରଠାରୁ ମଧ୍ୟାହ୍ନଭୋଜନ ଦିଆଯିବ। ଚାଉଳ କାହିଁକି ଦିଆଯାଉନି ସେନେଇ ତଦନ୍ତ କରାଯିବବୋଲି କହିଛନ୍ତି । ଜିଲାପାଳ ରବୀନ୍ଦ୍ର ନାଥ ସାହୁ କୁହିଛନ୍ତିି, ବୁଧବାରଠାରୁ ଛାତ୍ରୀଛାତ୍ର ମଧ୍ୟାହ୍ନଭୋଜନ ଖାଇବେ । ଜିଲା ଶିକ୍ଷା ଅଧିକାରୀଙ୍କୁ ଏନେଇ କୁହାଯାଇଛି ବୋଲି କହିଛନ୍ତି।୨ ବ୍ଲକରେ ଜଣେ ବିିଇଓ :ନୟାଗଡ଼ ଓ ଓଡଗଁା ବ୍ଳକ ପାଇଁ ଜଣେ ବ୍ଳକ ଶିକ୍ଷା ଅଧିକାରୀ(ବିଇଓ) ନିଯୁକ୍ତି ହୋଇଛନ୍ତି । ଓଡ଼ଗଁା ବ୍ଳକ ଶିକ୍ଷା ଅଧିକାରୀ ଗୀତାଞ୍ଜଳୀ ସାହୁ ନୟାଗଡ଼ ବ୍ଲକ ଶିକ୍ଷା ଅଧିକାରୀଙ୍କ ଅତିରିକ୍ତ ଦାୟିତ୍ୱରେ ଅଛନ୍ତି । ଜଣେ ବିଇଓ ଦୁଇଟି ବ୍ଲକ ଦାୟିତ୍ୱରେ ଥିବାରୁ ସାଧାରଣରେ ଅସୁବିଧା ହେଉଛି । ଜିଲା ସଦର ମହକୁମା ବ୍ଲକରେ ବ୍ଳକ ଶିକ୍ଷା ଅଧିକାରୀ ପଦବୀ ଖାଲି ପଡିଥିଲେ ହେଁ ଏହାକୁ ପୂରଣ କରାଯାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ା

 


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri