୩ ବର୍ଷ ହେଲା ଶଯ୍ୟାରେ ସନ୍ତୋଷ

ହିନ୍ଦୋଳ, ୨୮।୭(ଡି.ଏନ୍‌.ଏ.) – ସାଇକେଲରେ କାମକୁ ଯାଉଥିବାବେଳେ ଭାରସାମ୍ୟ ହରାଇ କାଦୁଅ ରାସ୍ତାରେ କଚାଡ଼ି ହୋଇ ପଡ଼ିଲେ। ଅଣ୍ଟାରେ ଲାଗିଥିବା ଆଘାତ ଶରୀରକୁ ଅଚଳ କରିଦେଲା। ସେହିଦିନଠାରୁ ୩ ବର୍ଷ ହେଲା ଶଯ୍ୟାରେ ପଡ଼ି ରହିଛନ୍ତି ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଜରଡ଼ା ପଞ୍ଚାୟତ ବାଲିକିଆରୀ ଗ୍ରାମର ସନ୍ତୋଷ ସାହୁ (୩୩)। ଚିକିତ୍ସାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିଲେ ହେଁ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁନାହିଁ। ପରିବାର ସର୍ବସ୍ବାନ୍ତ ହୋଇଗଲାଣି। ଏଭଳି ସ୍ଥିତିରେ ସିନ୍ଦୂରକୁ ବଞ୍ଚାଇବା ଲାଗି ସରକାରଙ୍କ ନିକଟରେ ଆକୁଳ ନିବେଦନ କରିଛନ୍ତି ସ୍ତ୍ରୀ ଶିଶୁଳା।
ଦିନ ମଜୁରିଆ ଭାବେ କାର୍ଯ୍ୟରତ ସନ୍ତୋଷ ସବୁଦିନ ପରି ଘଟଣା ଦିନ ସାଇକେଲ ଧରି କାମକୁ ବାହାରିଥିଲେ। ଗ୍ରାମଠାରୁ ଅଳ୍ପ ଦୂର ଯାଇଥିବାବେଳେ କାଦୁଅ ରାସ୍ତାରେ ଭାରସାମ୍ୟ ହରାଇ ସାଇକେଲରୁ ଖସି ପଡ଼ିଥିଲେ। ଏଥିରେ ତାଙ୍କ ଅଣ୍ଟାରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ପ୍ରଥମେ ହିନ୍ଦୋଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପର୍ଯ୍ୟାୟକ୍ରମେ ଅନୁଗୋଳ ଏବଂ କଟକ ବଡ଼ ମେଡିକାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲେ ମଧ୍ୟ ସୁଫଳ ମିଳି ନ ଥିଲା। ଅଣ୍ଟାଠାରୁ ଗୋଡ଼ ଯାଏ ଅଚଳ ହୋଇପଡ଼ିଥିବାରୁ ସନ୍ତୋଷ ଶଯ୍ୟାଶାୟୀ ହୋଇ ପଡ଼ିରହିଛନ୍ତି। ଅଦ୍ୟାବଧି ତାଙ୍କ ଚିକିତ୍ସାରେ ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେଲାଣି। ଭଲ ହେବା ପାଇଁ ଆହୁରି ୩ ଲକ୍ଷ ଟଙ୍କା ଦରକାର ବୋଲି ଡାକ୍ତର କହିବା ପରେ ପରିବାର ମୁଣ୍ଡରେ ଚଡ଼କ ପଡ଼ିଛି।
ସନ୍ତୋଷଙ୍କ ବାପା ସର୍ବେଶ୍ୱର ଜଣେ ପକ୍ଷାଘାତ ରୋଗୀ। ବୃଦ୍ଧା ମା’ ରୋଜଗାର କରିବାକୁ ଅସମର୍ଥ। ୭ବର୍ଷର ପୁଅ ହିମାଂଶୁ ଏବଂ ଅଢ଼େଇ ବର୍ଷର ଝିଅ ଲକିଙ୍କୁ ମିଶାଇ ମୋଟ ୬ ପ୍ରାଣୀଙ୍କ ପାଇଁ ପ୍ରତିଦିନ ଆହାର ଯୋଗାଡ଼ କରିବା ଶିଶୁଳାଙ୍କ ପକ୍ଷେ କଷ୍ଟକର ହୋଇଯାଉଛି। ମୂଲମଜୁରି ଲାଗି ଯାହା ଆଣନ୍ତି, ସେଥିରେ ପରିବାର ଚଳାଇବା ଅସମ୍ଭବ। ଜମିବାଡ଼ି କିଛି ନାହିଁ। ସନ୍ତୋଷଙ୍କୁ ଦିବ୍ୟାଙ୍ଗ ତାଲିକାଭୁକ୍ତ କରିବାକୁ ଆବେଦନ କରାଯାଇଥିଲେ ମଧ୍ୟ ତାହା ହୋଇପାରିନାହିଁ। ସମ୍ପୃକ୍ତ ପରିବାରକୁ ସହାୟତାର ହାତ ବଢ଼ାଇବା ସହିତ ସନ୍ତୋଷଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ପ୍ରଶାସନ ନିକଟରେ ଗ୍ରାମବାସୀ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ସରପଞ୍ଚ ସ୍ନେହଦାୟିନୀ ପୃଷ୍ଟିଙ୍କୁ ପଚାରିବାରେ ସେ କୁହନ୍ତି, ସନ୍ତୋଷଙ୍କ ସମସ୍ୟା ସମ୍ପର୍କରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯିବ। ପଞ୍ଚାୟତ ପକ୍ଷରୁ ଯଥାସାଧ୍ୟ ସହାୟତା ପ୍ରଦାନ କରାଯିବାକୁ ଉଦ୍ୟମ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କଇଁଛ ଗଣଅଣ୍ଡାଦାନ ପାଇଁ ଋଷିକୁଲ୍ୟା ବେଳାଭୂମି ସଫେଇ

ଗଞ୍ଜାମ,୧୪ା୨(ଡି.ଏନ.ଏ.) ଅସନ୍ତୁଳିତ ପରିବେଶ ଯୋଗୁ ପୃଥିବୀ ପୃଷ୍ଠରେ ସ୍ଥଳଚର ପ୍ରାଣୀ ସମେତ ସାମୁଦ୍ରିକ ଜୀବ ମଧ୍ୟ ହ୍ରାସ ପାଇବାରେ ଲାଗୁଛି। ଏହା ପରିବେଶ ପାଇଁ ଏକ ବୃହତ୍‌...

ଅଂଶୁଘାତ ୱାର୍ଡରେ ଦିଦିଙ୍କ କେକ୍‌ କଟା ଘଟଣା: ଏଡିଏମ୍‌ଓଙ୍କୁ ତଦନ୍ତ ନିର୍ଦ୍ଦେଶ

ଅନୁଗୋଳ ଅଫିସ, ୧।୫- ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଅଂଶୁଘାତ ୱାର୍ଡରେ ଗତ ଶନିବାର ରାତିରେ ଜନୈକା ଦିଦିଙ୍କ ଜନ୍ମଦିନ ପାଳନ ବେଳେ କେକ୍‌ କଟାଯିବା...

ସଙ୍କଟରେ ପ୍ରାଥମିକ ସ୍ବାସ୍ଥ୍ୟସେବା

ବଇଣ୍ଡା,୨।୭(ଡି.ଏନ.ଏ.) ୩ ବର୍ଷ ହେଲା ଖାଲି ପଡ଼ିଛି ଡାକ୍ତର ପଦବୀ। ଷ୍ଟାଫନର୍ସ, କମ୍ପାଉଣ୍ଡର ଓ ସୁଇପର ମଧ୍ୟ ନାହାନ୍ତି। ଚିକିତ୍ସା ପାଇଁ ଆସୁଥିବା ରୋଗୀ କିପରି...

ପାଇଖାନାରେ ବିତୁଛି ଜୀବନ

ନୟାଗଡ଼ ଅଫିସ,୧୩ା୬: ଘର ନ ଥିବାରୁ ପାଇଖାନାରେ ବିତୁଛି ଜୀବନ। ଦିନେ କି ମାସେ ନୁହେଁ, ଅଢ଼େଇ ବର୍ଷ ଧରି ଜଣେ ମହିଳା ୱାର୍ଡମେମ୍ବରଙ୍କ ପରିବାର...

ଗୁଳିମାଡ଼ରେ ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ, ୨୦।୧: ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ସାହୁଙ୍କର ବୁଧବାର ସକାଳେ ଗୁଳିମାଡ଼ରେ ମୃତ୍ୟୁ ଘଟିଛି। ଖବର ପାଇ ପୋଲିସ...

ନ୍ୟାୟ ଦେବାରେ ପୋଲିସର ପକ୍ଷପାତିତା

ପାଣିକୋଇଲି,୨୪।୧୧(ଡି.ଏନ.ଏ.): ଦଳିତଙ୍କୁ ନିର୍ଯାତନା ଓ ପୋଲିସର ପକ୍ଷପାତିତା ନୀତି ବିରୋଧରେ ଜିଲା ଦଳିତ ସଂଘ ପକ୍ଷରୁ ମଙ୍ଗଳବାର ପାଣିକୋଇଲି ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ...

ସାଲେପୁର, ନିଶ୍ଚିନ୍ତକୋଇଲି ଅଞ୍ଚଳରୁ ହଟିଲା କଣ୍ଟେନମେଣ୍ଟ

କଟକ ଅଫିସ, ୧୩।୪: କଟକ ଜିଲା ସାଲେପୁର ଓ ନିଶ୍ଚିନ୍ତକୋଇଲି ଅଞ୍ଚଳରୁ କଣ୍ଟେନମେଣ୍ଟ କଟକଣାକୁ ସୋମବାର ହଟାଇ ଦିଆଯାଇଛି। ସାଲେପୁର ତହସିଲ ମିର୍ଜାପୁର ପଞ୍ଚାୟତ ୧୨...

ଅଦୃଶ୍ୟ ଠକ ଆତଙ୍କ

ଢେଙ୍କାନାଳ ଅଫିସ,୨୨।୫: ଢେଙ୍କାନାଳରେ ସାଇବର କ୍ରାଇମ୍‌ ବଢ଼ିବାରେ ଲାଗିଛି। ଜିଲାରେ ଗତ ଦେଢ଼ବର୍ଷ ମଧ୍ୟରେ ଏଭଳି ୭୦ଟି ମାମଲା ରୁଜୁ ହୋଇଥିବାବେଳେ ମାତ୍ର ୮ଜଣଙ୍କୁ ଗିରଫ...

Advertisement
Archives

Model This Week