ଖୋର୍ଦ୍ଧା,୩୦ା୭(ପ୍ରଭାତ ପାଣିଗ୍ରାହୀ)ଖୋର୍ଦ୍ଧା ପୌରାଞ୍ଚଳରେ ବିକାଶ ଏକପ୍ରକାର ସ୍ଥାଣୁ ପାଲଟିଛି। ପ୍ରତିବର୍ଷ ଲକ୍ଷାଧିକ ଟଙ୍କାର ପ୍ରକଳ୍ପ କାମ ଚାଲୁଛି। ତେବେ ପୁରୁଣା ପ୍ରକଳ୍ପ କାମ ସରୁନି। ଗତ ୨ବର୍ଷ ଧରି ଚାଲିଥିବା ବରୁଣେଇ ସ୍ମାର୍ଟ ପାର୍କ ଏବଂ ସାମନ୍ତରାପୁରସ୍ଥିତ ଜରି ପୋଖରୀ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସରିପାରୁନାହିଁ। ସେହିପରି ଟିଏଲ୍ସି ରୋଡସ୍ଥିତ ଆଦର୍ଶ ଶ୍ମଶାନ କାର୍ଯ୍ୟ ନିର୍ଦ୍ଧାରିତ ସମୟଠାରୁ ବହୁ ବିଳମ୍ବରେ ଲୋକାର୍ପିତ ହେଲା।
ସୂଚନା ଅନୁଯାୟୀ, ଖୋର୍ଦ୍ଧା ପୌରାଞ୍ଚଳ ଅନ୍ତର୍ଗତ ବରୁଣେଇ ସ୍ମାର୍ଟ ପାର୍କ ଏବଂ ଟିଏଲ୍ସି ରୋଡଠାରେ ଆଦର୍ଶ ଶ୍ମଶାନ ନିର୍ମାଣ ପାଇଁ ୨୦୨୦ ଡିସେମ୍ବର ୧୬ରେ ପୌର ପ୍ରଶାସନ ପକ୍ଷରୁ ଶିଳାନ୍ୟାସ କରାଯାଇଥିଲା। ମାର୍ଚ୍ଚ ଶେଷ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ସାରିବାକୁ ସମୟ ଧାର୍ଯ୍ୟ ହୋଇଥିଲା। ତେବେ ଅଢେଇ ବର୍ଷ ବିତିଲାଣି, କାମ ସରୁନି। ଗତ ୨୦୨୧ ଅକ୍ଟୋବର ୨୪ରେ ତତ୍କାଳୀନ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏବଂ ଖୋର୍ଦ୍ଧା ଉପଜିଲାପାଳ ତଥା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଆଇ. ଗୌରବ ଶିବାଜୀଙ୍କ ସହ ବରୁଣେଇ ପରିଦର୍ଶନ ବେଳେ ନଭେମ୍ବର ସୁଦ୍ଧା କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏବେ ବି ନିର୍ମାଣ କାର୍ଯ୍ୟ ଜାରି ରହିଛି। କାର୍ଯ୍ୟରେ ମନ୍ଥରତା ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସହରରେ ଏକାଧିକ ପ୍ରକଳ୍ପ ଅଧାରେ ଅଟକି ରହିଥିବା ବେଳେ କିଛି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ପୁରୁଣା କାର୍ଯ୍ୟ ସରି ନ ଥିବା ବେଳେ ଖୋର୍ଦ୍ଧା ପୌର ପ୍ରଶାସନ ପକ୍ଷରୁ ଏକାଧିକ ପ୍ରକଳ୍ପ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଛି। ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଯୋଜନାରେ ବରୁଣେଇ ପାଦଦେଶରେ ଖୋର୍ଦ୍ଧା ପୌର ପ୍ରଶାସନ ପକ୍ଷରୁ ୨୦୨୦ ଡିସେମ୍ବର ୧୬ରେ ୧.୮୪ ଏକର ଜମିରେ ୧ କୋଟି ଟଙ୍କା ବ୍ୟୟ ଅଟକଳରେ ସ୍ମାର୍ଟ ପାର୍କ ଏବଂ ୨୦୨୧ ଅଗଷ୍ଟ ୩୧ରେ ଜରି ପୋଖରୀ ସୌନ୍ଦର୍ଯ୍ୟକରଣ ପାଇଁ ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ରନାଥ ମିତ୍ର ଶିଳାନ୍ୟାସ କରିଥିଲେ। ଏହି ସ୍ମାର୍ଟ ପାର୍କରେ ଅତ୍ୟାଧୁନିକ ବ୍ୟବସ୍ଥା ରହିବ। ଲାଇଟ ଆଣ୍ଡ୍ ସାଉଣ୍ଡ ସିଷ୍ଟମ ସହ ମ୍ୟୁଜିକାଲ ଫାଉଣ୍ଡେଶନ, ପାଦଚଲା ରାସ୍ତା, ଉଦ୍ୟାନ, ଶୌଚାଳୟ, ଟିକେଟ କାଉଣ୍ଟର, ପାର୍କିଂ ବ୍ୟବସ୍ଥା କରାଯିବ। ପାର୍କରେ ଗୋଟିଏ ଲେଖାଏ ପ୍ରବେଶ ଓ ପ୍ରସ୍ଥାନ ରହିବ। ଆମୋଦପ୍ରମୋଦ ବ୍ୟବସ୍ଥା ସହ ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ରଖାଯିବାର ଯୋଜନା ରହିଛି। କୋଭିଡ୍ କଟକଣା ହଟିବା ପରେ ଧୀରେ ଧୀରେ ବରୁଣେଇ ପୀଠକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି। ଅଥଚ ଯାହାଙ୍କ ଉଦ୍ଦେଶ୍ୟରେ ଏହି ପାର୍କ ନିର୍ମାଣ ଲକ୍ଷ୍ୟ ରହିଥିଲା, ତାହା ଆଜିପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ନିର୍ମାଣ କାର୍ଯ୍ୟ ସରି ନ ଥିବାରୁ ପର୍ଯ୍ୟଟକଙ୍କ ଆଶା ମଉଳିଛି। ଖୋର୍ଦ୍ଧା ସହରର ଏକାଧିକ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି ବୋଲି କଂଗ୍ରେସ ନେତା ଶିଶିର ପରିଡା ଅଭିଯୋଗ କରିଛନ୍ତି। ଖୋର୍ଦ୍ଧା ସୁରକ୍ଷା ମଞ୍ଚ ଆବାହକ ଶୋଭନ ଘୋଷ କହିଛନ୍ତି, ସହରର ବିକାଶ କଚ୍ଛପ ଗତିରେ ଚାଲିଛି। ସହରରେ ଡ୍ରେନ୍ ପୋତି ହୋଇଗଲାଣି। ବର୍ଷ ବର୍ଷ ଧରି ଡ୍ରେନ ସଫା ନ ହେବା ଫଳରେ ଆବର୍ଜନା ପଡ଼ିରହି ରାସ୍ତା ସହ ମିଶିଗଲାଣି। ମୁକୁଳା ଡ୍ରେନରେ ପଡ଼ି ଶିଶୁ, ପଥଚାରୀ, ଗୋରୁ ଆହତ ହେଉଛନ୍ତି। ତେଣୁ ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେବା ଉଚିତ। ଏନେଇ ବିଧାୟକ ଜ୍ୟୋତିରୀନ୍ଦ୍ରନାଥ ମିତ୍ର କହିଛନ୍ତି, ଉଭୟ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଖୁବ୍ଶୀଘ୍ର ଲୋକଙ୍କ ସେବାରେ ଲାଗିବ।
Posted inHome, Home Left, ଆମ ଜିଲା ଖବର, ଖୋର୍ଦ୍ଧା View All
ବାଲଟ ନୁହେଁ,ସିଲଟରେ ବି ଭୋଟ ପାଇବେନି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୫।୧୧(ରବିନାରାୟଣ ଜେନା): କଂଗ୍ରେସ ଓ କେତେକ ବିରୋଧୀ ଦଳ ଦେଶର ପ୍ରଗତିକୁ ସହି ନ ପାରି ଅରାଜକତା ସୃଷ୍ଟି କରିବାର ଅପଚେଷ୍ଟା କରୁଛନ୍ତି। ଏଥିରେ କଂଗ୍ରେସ ନେତା…
ଭୀଷଣ ବାତ୍ୟାରେ ପରିଣତ ହେବ ‘ଅକ୍ୱାନ’: IMD ଦେଲା ଚେତାବନୀ
ଭୁବନେଶ୍ୱର, ୧୫ା୧୧(ବନ୍ଦନା ସେଠୀ): ଦକ୍ଷିଣ-ପୂର୍ୱ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଧୀରେ ଧୀରେ ଶକ୍ତିଶାଳୀ ହେବାରେ ଲାଗିଛି। ଏହା ୧୬ ତାରିଖ ସୋମବାର ସନ୍ଧ୍ୟା ସୁଦ୍ଧା ଦକ୍ଷିଣ…
ସବୁ ଯୋଗ୍ୟଙ୍କ ମୁଣ୍ଡ ଉପରେ ପକ୍କା ଛାତ ପ୍ରାଥମିକତା, ଓଡ଼ିଶାକୁ ମିଳିଲା ୧ ଲକ୍ଷ ଅଧିକ ଆବାସ
ବଲାଙ୍ଗୀର, ୧୫ା୧୧ (ବୀରେନ୍ଦ୍ର କୁମାର ଝାଙ୍କର): ସବୁ ଯୋଗ୍ୟ ହିତାଧିକାରୀଙ୍କ ମୁଣ୍ଡ ଉପରେ ପକ୍କା ଛାତ ଯୋଗାଇ ଦେବା ରାଜ୍ୟ ସରକାରଙ୍କ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ ମୋହନ…
ରବିନ୍ଦ୍ର ଜାଡେଜାଙ୍କୁ ଖୋଜିଥିବା କୋଚ୍ଙ୍କଠାରୁ ଶିଖିଥିଲେ କ୍ରିକେଟ, ଏବେ ପାକିସ୍ତାନଠାରୁ ବିଜୟ ଛଡ଼ାଇ ଆଣି ଚର୍ଚ୍ଚାରେ Mohit Ulva
ନୂଆଦିଲ୍ଲୀ,୧୪।୧୧: ଭାରତ ଏବଂ ପାକିସ୍ତାନ କ୍ରିକେଟ୍ କହିଲେ ସାଧାରଣତଃ ସିନିୟର୍ ପୁରୁଷ କ୍ରିକେଟ୍ ଦଳର ମୁକାବିଲାକୁ ବୁଝାଯାଏ, କିନ୍ତୁ ଆଗାମୀ ଦିନରେ ଅଣ୍ଡର-୧୯ ଏସିଆ କପ୍ ୨୦୨୬ର…
ଲୁଚାଇ ରଖିଥିଲେ ମାଓବାଦୀ: ମାଟିତଳୁ ମିଳିଲା ବିସ୍ଫୋରକ
ନୂଆପଡ଼ା,୧୪ା୧୧ (ମକାରୁ ବେମାଲ): ନୂଆପଡ଼ା ଜିଲା ବୋଡେନ ଥାନା ଅନ୍ତର୍ଗତ ପାଟଧରା ଓ ଗର୍ଜନପାଣି ସଂରକ୍ଷିତ ଜଙ୍ଗଲରେ କେତେଜଣ ଯବାନଙ୍କ ସହ ମାଓବାଦୀ ନିହତ ହୋଇଥିଲେ। ହେଲେ…
ବନ୍ୟା ପ୍ରଭାବିତ ଗ୍ରାମରେ ପହଞ୍ଚିଲା ସହାୟତା
ଦିଗପହଣ୍ଡି,୧୪।୧୧(ଅଶେଷ ନାଥ ମିଶ୍ର): ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ସରସ୍ବତୀ ଦେବଙ୍କ ଦ୍ୱାରା ପୁରୀଠାରେ ପ୍ରତିଷ୍ଠିତ ନୀଳାଚଳ ସାରସ୍ବତ ସଙ୍ଘ କେନ୍ଦ୍ର ଆସନ ମନ୍ଦିର ବୀରତୁଙ୍ଗ ସହାୟତାରେ…
ଜୟପୁରରେ ବଡ଼ ଧରଣର ଲୁଟ୍
ଜୟପୁର,୧୪ା୧୧(ପବନ ପାଣିଗ୍ରାହୀ)- କୋରାପୁଟ ଜିଲା ଜୟପୁର ସହରରେ ଜଣକ ଘର ଭିତରେ ପଶି ମାରଣାସ୍ତ୍ର ଦେଖାଇ ଦୁର୍ବୃତ୍ତମାନେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ସୁନାଗହଣା ସହ ୧୮ ଲକ୍ଷ…
ଅଟୋକୁ ପଛପଟୁ ପିଟିଲା ଦ୍ରୁତଗାମୀ କାର; ୪ ଶିଶୁଙ୍କ ସମେତ ୧୩ ଯାତ୍ରୀ ଆହତ, ଦୁଇଜଣଙ୍କ ଅବସ୍ଥା…
ଛତ୍ରପୁର, ୧୪।୧୧(ପ୍ରଶାନ୍ତ କୁମାର ମିଶ୍ର / ଦିଲୀପ ସାମଲ): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଗଣ୍ଡାପଲ୍ଲୀ ନିକଟରେ ଶନିବାର ରାତିରେ…

