ହୋଇଗଲା ବଡ଼ ଭୁଲ, ଆତଙ୍କବାଦୀ ବଦଳରେ ନିରୀହଙ୍କ ଉପରେ ବୋମା ମାଡ଼…

ଓ୍ବାଶିଂଟନ,୧୧।୯: ଆଫଗାନିସ୍ତାନର କାବୁଲ ବିମାନବନ୍ଦରରେ ବିସ୍ଫୋରଣ ପରେ ଆମେରିକା ଏୟାର ଷ୍ଟ୍ରାଇକ କରିଥିଲା। ତେବେ ଏଥିରେ ରାଷ୍ଟ୍ରପତି ଜୋ ବାଇଡେନ୍‌ ସରକାରଙ୍କର ବଡ଼ ଭୁଲ୍‌ ହୋଇଥିଲା। ଅଜାଣତରେ ଆତଙ୍କବାଦୀଙ୍କ ଦଳରେ ନିରୀହଙ୍କ ଉପରେ ବୋମା ମାଡ଼ ହୋଇଥିଲା। ନ୍ୟୁୟର୍କ ଟାଇମ୍ସ ରିପୋର୍ଟରେ ଦର୍ଶାଯାଇଛି ଯେ, ଆମେରିକାର ଏୟାର ଷ୍ଟ୍ରାଇକରେ ଆତଙ୍କବାଦୀଙ୍କ ବଦଳରେ ନିରୀହ ଲୋକ ପ୍ରାଣ ହରାଇଛନ୍ତି। ରିପୋର୍ଟର ଏକ ଭିଡିଓ ବିଶ୍ଳେଷଣରୁ ଜଣାପଡିଛି, ଆଫଗାନିସ୍ତାନରେ ଅଗଷ୍ଟ ୨୯ରେ ହୋଇଥିବା ଏୟାର ଷ୍ଟ୍ରାଇକରେ ଇସଲାମିକ ଷ୍ଟେଟ-ଖୋରାସାନ ପ୍ରଦେଶ (ଆଇଏସକେପି) ଆତଙ୍କବାଦୀଙ୍କ ପରିବର୍ତ୍ତେ ଆମେରିକା ଭୁଲରେ ନିଜର ସହାୟତା କର୍ମଚାରୀଙ୍କୁ ଟାର୍ଗେଟ କରିଥାଇପାରେ ବୋଲି ଅନୁମାନ କରାଯାଉଛି।

ବର୍ତ୍ତମାନ ଏକ ରିପୋର୍ଟ ଦାବି କରୁଛି ଯେ ଆତଙ୍କବାଦୀଙ୍କୁ ଚିହ୍ନଟ କରିବାରେ ଆମେରିକା ଭୁଲ କରିଛି ଏବଂ ଆତଙ୍କବାଦୀଙ୍କୁ ଟାର୍ଗେଟ କରିବା ପରିବର୍ତ୍ତେ ଏହା ସହାୟତା କର୍ମଚାରୀଙ୍କୁ ଟାର୍ଗେଟ କରିଥାଇପାରେ।
କାବୁଲ ବିମାନବନ୍ଦରରେ ବିସ୍ଫୋରଣର ୪୮ ଘଣ୍ଟା ପରେ ଆମେରିକା ଏୟାର ଷ୍ଟ୍ରାଇକ କରି ଇସଲାମିକ ଷ୍ଟେଟ ଖୋରାସାନ ଆତଙ୍କବାଦୀଙ୍କୁ ହତ୍ୟା କରିଥିବା ଦାବି କରିଥିଲା।

ବିମାନବନ୍ଦରରେ ବିସ୍ଫୋରଣରେ ୧୩ ଜଣ ଆମେରିକୀୟ ସୈନିକଙ୍କ ସମେତ ୨୦୦ରୁ ଅଧିକ ଲୋକ ନିହତ ହୋଇଥିଲେ। ମୃତକଙ୍କ ମଧ୍ୟରେ ଅଧିକାଂଶ ଆଫଗାନିସ୍ତାନ ନାଗରିକ ଥିଲେ। ଜୋ ବାଇଡେନ କାବୁଲ ବିମାନ ବନ୍ଦର ଆକ୍ରମଣ ପରେ ଆତଙ୍କବାଦୀଙ୍କଠାରୁ ପ୍ରତିଶୋଧ ନେବାକୁ ପ୍ରତିଶ୍ରୁତି ଦେଇଥିଲେ ଏବଂ କହିଥିଲେ ଯେ, ସେମାନେ ଯେଉଁଠାରେ ଅଛନ୍ତି, ଆମେରିକା ସେମାନଙ୍କୁ ଖୋଜି ଖୋଜି ହତ୍ୟା କରିବ।

ପେଣ୍ଟାଗନ କହିଥିଲା ଏୟାର ଷ୍ଟ୍ରାଇକ୍‌ରେ କାବୁଲ ବିସ୍ଫୋରଣର ମାଷ୍ଟରମାଇଣ୍ଡ ଇସଲାମିକ ଷ୍ଟେଟ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି। କିନ୍ତୁ ବର୍ତ୍ତମାନ ଆମେରିକାର କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠିଛି। ଆମେରିକାର ଆକ୍ରମଣରେ ଆତଙ୍କବାଦୀଙ୍କ ବଦଳରେ ୧୦ ଜଣ ନିରୀହ ଲୋକଙ୍କର ଭୁଲରେ ମୃତ୍ୟୁ ଘଟିଛି ବୋଲି କୁହାଯାଉଛି। ନ୍ୟୁଜ ଏଜେନ୍ସି ଏଏଫ୍‌ପି ଅନୁଯାୟୀ, ଆମେରିକାର ଆକ୍ରମଣରେ ଅତି କମରେ ୧୦ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି।

କାବୁଲର ବାସିନ୍ଦା ଅମଲ ଅହମ୍ମଦ କହିଛନ୍ତି, ଅଗଷ୍ଟ ୨୯ରେ ଆମେରିକାର ଏୟାର ଷ୍ଟ୍ରାଇକ୍‌ରେ ଟାର୍ଗେଟ କରାଯାଇଥିବା କାରକୁ ତାଙ୍କ ସାନ ଭାଇ ଏଜମରାଇ ଅହମ୍ମଦ ଚଳାଉଥିଲେ। କାରରେ ତାଙ୍କ ଛୋଟ ଝିଅ, ଝିଆରୀ ଏବଂ ପୁତୁରା ଥିଲେ। ଆମେରିକାର ଏୟାର ଷ୍ଟ୍ରାଇକରେ ସମସ୍ତେ ନିହତ ହୋଇଥିଲେ। ନ୍ୟୁୟର୍କ ଟାଇମ୍ସ ସୁରକ୍ଷା କ୍ୟାମେରା ଫୁଟେଜକୁ ବିଶ୍ଳେଷଣ କରି ଯିବା ପରେ ସତ୍ୟର ପର୍ଦ୍ଦାଫାଶ୍‌ ହୋଇଛି। ଏବେ ଏହାକୁ ନେଇ ବାଇଡେନ୍‌ ସରକାର ନିଜ ଦେଶରେ ମଧ୍ୟରେ ବିରୋଧୀଙ୍କ ଘେରରେ ପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

ବଢୁଛି କଂସ କଳାକାରଙ୍କ ଅଡ଼ୁଆ: ପରିବର୍ତ୍ତନ ଦାବିରେ ଚାଲିଲା ଦସ୍ତଖତ ଅଭିଯାନ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ…

ଟ୍ରକ୍‌ ଡ୍ରାଇଭରଙ୍କ ଝିଅ ରଚିଲେ ଇତିହାସ: ଏସିଆନ ଗେମ୍‌ରେ ଭାଙ୍ଗିଲେ ୪୨ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସ ୨୦୨୬ରେ ତାମିଲନାଡୁର ଆଥଲେଟ ବିଥ୍ୟା ରାମରାଜ ନିଜ ନାଁରେ କରିଛନ୍ତି ଏକ ବଡ଼ ରେକର୍ଡ। ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ୫୪.୭୫…

ନଦୀ ପାର ହେବା ବେଳେ ପୁଅ ଆଗରେ ଭାସିଗଲେ ବାପା, କାଠ ସଂଗ୍ରହ କରିବାକୁ ଯାଉଥିଲେ

ତୁମୁଡିବନ୍ଧ,୨୮ା୯(ଦୀପକ କୁମାର ପରାସେଠ): ପରିବାର ପାଇଁ ଦୁଇ ପଇସା ରୋଜଗାର କରିବା ଆଶାରେ ଜଙ୍ଗଲକୁ କାଠକୋଇଲା ସଂଗ୍ରହ କରିବାକୁ ଯାଉଥିଲେ ବାପା ପୁଅ । ହେଲେ ଜଙ୍ଗଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?