Posted inଖେଳ

ବ୍ରାଜିଲକୁ ହରାଇଲା ଇଟାଲୀ

ବୁଏନ୍‌ସ ଏୟାର୍ସ,୨୩ା୫(ପି.ଟି.): ଆର୍ଜେଣ୍ଟିନାରେ ଅନୁଷ୍ଠିତ ୨୦ ବର୍ଷରୁ କମ୍‌ ଫୁଟ୍‌ବଲ ବିଶ୍ୱକପ୍‌ରେ ଦେଖିବାକୁ ମିଳିଛି ବଡ଼ ବିପର୍ଯ୍ୟୟ। ଦୁଇ ଟାଇଟଲ ଫେବରିଟ୍‌ ଦଳ ବ୍ରାଜିଲ ଓ ସେନେଗାଲ୍‌ ନିଜର ଓପ୍‌ନିଙ୍ଗ ଗେମ୍‌ରେ ପରାଜିତ ହୋଇଛନ୍ତି। ରବିବାର ଇଟାଲୀ, ଜାପାନ, ନାଇଜେରିଆ ଓ କଲମ୍ବିଆ ନିଜ ନିଜ ମ୍ୟାଚ୍‌ରେ ବିଜୟୀ ହୋଇଛନ୍ତି। ଇଟାଲୀ ବ୍ରାଜିଲକୁ ୩-୨ରେ ହରାଇଥିବା ବେଳେ ଜାପାନ ୧-୦ ଗୋଲରେ ସେନେଗାଲକୁ ହରାଇଛି। ଅନ୍ୟ ଦୁଇ ମ୍ୟାଚ୍‌ରେ ନାଇଜେରିଆ ଓ କଲମ୍ବିଆ ଯଥାକ୍ରମେ ଡୋମିନିକାନ୍‌ ରିପବ୍ଲିକ୍‌ ଓ ଇସ୍ରାଏଲକୁ ୨-୧ଗୋଲ୍‌ରେ ପରାସ୍ତ କରିଛନ୍ତି।
ଗ୍ରୁପ୍‌ ଡି’ ମ୍ୟାଚ୍‌ରେ ଇଟାଲୀ ଆରମ୍ଭରୁ ଅଗ୍ରଣୀ ହାସଲ କରିଥିଲା ୧୧ତମ ମିନିଟ୍‌ରେ ମାଟ୍ଟେଓ ପ୍ରାଟ୍ଟି ଇଟାଲୀ ପାଇଁ ପ୍ରଥମ ଗୋଲ ଦେଇଥିଲେ। ତେବେ ସିଜର କାସାଡେଇ(୨୭ ଓ ୩୫ ମିନିଟ) ଦୁଇଟି ଗୋଲ ସ୍କୋର କରିବା ସହିତ ପ୍ରଥମାର୍ଦ୍ଧରେ ଦଳକୁ ୩-୦ରେ ଆଗୁଆ କରିଥିଲେ। ବ୍ରାଜିଲ ପକ୍ଷରୁ ମାର୍କୋସ୍‌ ଲିଓନାର୍ଡୋ ଦୁଇଟି (୭୨ ଓ ୮୭ ମିନିଟ୍‌) ଗୋଲ ସ୍କୋର କରିଥିଲେ ହେଁ ଦଳକୁ ବିଜୟୀ କରିପାରି ନ ଥିଲେ। ଦ୍ୱିତୀୟ ମ୍ୟାଚ୍‌ରେ ଜାପାନ ୧-୦ରେ ସେନେଗାଲକୁ ପରାସ୍ତ କରିଥିଲା। ଜାପାନ ପକ୍ଷରୁ ଷ୍ଟ୍ରାଇକର କୁର୍ୟୁ ମାଟସୁକୀ ୧୫ତମ ମିନିଟରେ ଗୋଲ ସ୍କୋର କରିଥିଲେ। ନାଇଜେରିଆ ୨-୧ ଗୋଲରେ ଡୋମିନିକାନ୍‌ ଅଫ୍‌ ରିପବ୍ଲିକକୁ ପରାସ୍ତ କରିଥିଲା। ଏଡିସନ୍‌ ଆଜାକୋନା ୨୩ତମ ମିନିଟରେ ଡୋମିନିକାନ୍‌ ପକ୍ଷରୁ ପ୍ରଥମ ଗୋଲ ଦେଇଥିଲେ। ତେବେ ୩୧ତମ ମିନିଟରେ ଗୁଲେର୍ମୋ ଡେ ପାନା ଓ ୭୦ତମ ମିନିଟରେ ସାମସନ୍‌ ଆଡେନିରାନ୍‌ ଲାଓ୍ବାଲଙ୍କ ଗୋଲ ବଳରେ ନାଇଜେରିଆ ବିଜୟୀ ହୋଇଥିଲା। ଗ୍ରୁପ୍‌ ସି’ର ଏକ ମ୍ୟାଚ୍‌ରେ ଇସ୍ରାଏଲ୍‌ ବିପକ୍ଷରେ କଲମ୍ବିଆ ବିଜୟୀ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପଥଚାରୀଙ୍କୁ ପିଟିଦେଲା ବାଇକ୍‌: ପରିବହନ ବିଭାଗ କ୍ୟାମେରା ଆଗରେ ଘଟିଲା…

ଭଞ୍ଜନଗର,୧୮।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ମଲାସପଦର ଛକ ନିକଟରେ ସୋମବାର ରାତି ପ୍ରାୟ ୧୦ଟା ସମୟରେ ଏକ ବାଇକ ଚାଳକ ଜଣେ ପଥଚାରୀଙ୍କୁ…

IPL 2026 ମଧ୍ୟରେ ପୂର୍ବତନ ଅଧିନାୟକଙ୍କ ପରଲୋକ: କ୍ରିକେଟ ଜଗତ ସ୍ତବ୍ଧ

ନୂଆଦିଲ୍ଲୀ,୧୮।୫: ଆଇପିଏଲ ୨୦୨୬ ମଧ୍ୟରେ ଇଂଲଣ୍ଡରୁ ଏକ ଦୁଃଖଦ ଖବର ଆସିଛି। ପୂର୍ବତନ ଇଂଲଣ୍ଡ ଅଧିନାୟକ ମାଇକ ସ୍ମିଥ ୯୨ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି।…

ଇରାନର ଏହି ବଡ଼ ଦାବି ଆମେରିକା ପୂରଣ କଲେ ଭାରତ ହେବ ଲାଭବାନ, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୮।୫: ଆମେରିକା-ଇରାନ ଉତ୍ତେଜନା ମଧ୍ୟରେ, କିଛି ଆଶ୍ୱସ୍ତି ମିଳିଛି। ଇରାନର ସରକାରୀ ସମାଚାର ଏଜେନ୍ସି ଅନୁଯାୟୀ, ଆମେରିକା ଇରାନର ଏକ ପ୍ରମୁଖ ଦାବି ପୂରଣ କରିବାକୁ…

ଆହୁରି ବଢିବ ପେଟ୍ରୋଲ-ଡିଜେଲର ଦାମ୍‌! ସରକାର କହିଲେ…

ନୂଆଦିଲ୍ଲୀ, ୧୮।୫: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ ହର୍ମୁଜ ପ୍ରଣାଳୀ ଅବରୋଧ କରାଯାଇଛି। ଫଳସ୍ବରୂପ, ଆମେରିକା ଇରାନରୁ ଅଶୋଧିତ ତୈଳ କ୍ରୟ ଉପରେ…

ବୈଠକରେ ଜିଲାପାଳଙ୍କ ବଡ଼ ସୂଚନା: ଜୁନ ୧ ତାରିଖଠୁ ଆରମ୍ଭ ହେବ…

ଛତ୍ରପୁର ,୧୮।୫(ଦିଲ୍ଲୀପ ସାମଲ) : ଛତ୍ରପୁରରେ ମେ’ ୪ ତାରିଖ ଠାରୁ ଚାଲିଛି ଆରାଧ୍ୟ ଦେବୀ ମା ରାମାୟାଣାମ୍ମା ଠାକୁରାଣୀ ଯାତ୍ରା । ଏହାକୁ ଆହୁରୀ ଆକର୍ଷଣ…

ବିଦ୍ୟାଳୟରୁ ରାଶନ ଚୋରି କରୁଥିଲେ ପ୍ରଧାନଶିକ୍ଷକ, ସଭାପତି: ହଠାତ୍‌ ପହଞ୍ଚିଗଲେ ଗ୍ରାମବାସୀ, ଆଉ ତା’ପରେ…

ବୁଗୁଡ଼ା, ୧୮।୫(କାଳିଚରଣ ଦାଶ ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ କରସିଙ୍ଗି ଗ୍ରାମର ଉନ୍ନୀତ ଉଚ୍ଚ ବିଦ୍ୟାଳୟରୁ ଚୋରି କରୁଥିବାବେଳେ ପ୍ରଧାନଶିକ୍ଷକ , ସଭାପତିଙ୍କୁ ମାଡ଼ିବସିଲେ ଗ୍ରାମବାସୀ।…

ବ୍ଳକ ପ୍ରଶାସନ ବିରୋଧରେ ସରପଞ୍ଚ ସଂଘର ରଣ ହୁଙ୍କାର: ଆନ୍ଦୋଳନ ପାଇଁ ଦେଲେ ଚେତାବନୀ, ବିଧାୟକ,ଏମ୍‌ପିଙ୍କୁ..

ଦିଗପହଣ୍ଡି,୧୮।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା -ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟରେ ଅବସ୍ଥାପିତ ପ୍ରଶାସନିକ ଅଧିକାରୀମାନଙ୍କ ମନମୁଖୀ କାର୍ଯ୍ୟକଳାପରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ , ସମିତିସଭ୍ୟ, ଜିଲା ପରିଷଦ…

କଂଗ୍ରେସ ମହିଳାଙ୍କ ମଶାଲ ଶୋଭାଯାତ୍ରା: ଜିଲାପାଳ ଅଫିସଠାରେ ବିକ୍ଷୋପ ପ୍ରଦର୍ଶନ, ଏହି କାରଣ ପାଇଁ…

ବଲାଙ୍ଗୀର,୧୮।୫ (ସୁନୀଲ କୁମାର ମହାନ୍ତି ) : ବଲାଙ୍ଗୀର ଜିଲା କଂଗ୍ରେସ କମିଟି ପକ୍ଷରୁ ସୋମବାର ସାରେ ଏକ ମଶାଲ ଶୋଭାଯାତ୍ରା କରାଯାଇ ଜିଲାପାଳ ଅଫିସ ଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri