‘ସେମାନେ ଆମ ଉପରେ କାଦୁଅ ଫିଙ୍ଗୁଛନ୍ତି…’, ଟ୍ରମ୍ପ, ମୋଦିଙ୍କ ନାଁ ନେଇ ବର୍ଷିଲେ ଜର୍ଜିଆ ମେଲୋନି

ନୂଆଦିଲ୍ଲୀ,୨୩।୨: ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଦାବି କରିଛନ୍ତି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟରେ ବାମପନ୍ଥୀମାନେ ଚିନ୍ତିତ ହୋଇଯାଇଛନ୍ତି। ମେଲୋନି ଉଦାରପନ୍ଥୀ ଏବଂ ବାମପନ୍ଥୀମାନଙ୍କୁ ‘ଦୋ ମୁହାଁ’ ନୀତି ଗ୍ରହଣ କରିବାର ଅଭିଯୋଗ ଲଗାଇଛନ୍ତି। ଇଟାଲୀ ପ୍ରଧାନମନ୍ତ୍ରୀ ବାମପନ୍ଥୀ ଏବଂ ଉଦାରବାଦୀମାନଙ୍କୁ ବିଶ୍ୱ ରକ୍ଷଣଶୀଳଙ୍କୁ ‘ଗଣତନ୍ତ୍ର ପାଇଁ ବିପଦ’ ବୋଲି କହିବାରୁ ସମାଲୋଚନା କରିଛନ୍ତି।

ଶନିବାର (୨୨ ଫେବୃଆରୀ) ଆମେରିକାର ରାଜଧାନୀ ୱାଶିଂଟନ ଡିସିରେ ଭିଡିଓ ଲିଙ୍କ୍ ମାଧ୍ୟମରେ କଞ୍ଜରଭେଟିଭ ପଲିଟିକାଲ୍ ଆକ୍ସନ୍ କନଫରେନ୍ସ (ସିପିଏସି)କୁ ସମ୍ବୋଧିତ କରି ମେଲୋନି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ପ୍ରଶଂସା କରିଥିଲେ, ଯେତେବେଳେ ସେ ଉଚ୍ଚବର୍ଗ ଏବଂ ବାମପନ୍ଥୀ ରାଜନେତାମାନଙ୍କୁ ସମାଲୋଚନା କରିଥିଲେ।

ପ୍ରଧାନମନ୍ତ୍ରୀ ମେଲୋନି ଜୋର ଦେଇ କହିଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପ ପୁଣି କ୍ଷମତାକୁ ଆସିବା ପରେ ବାମପନ୍ଥୀଙ୍କ କ୍ରୋଧ ଉନ୍ମାଦରେ ପରିଣତ ହୋଇଛି। ଏହା କେବଳ କଞ୍ଜରଭେଟିଭ୍‌ଙ୍କ ନିର୍ବାଚନ ଜିତିବା ପାଇଁ ନୁହେଁ, ବରଂ ସେମାନେ ଏବେ ଅନ୍ତର୍ଜାତୀୟ ସ୍ତରରେ ଏକାଠି କାମ କରୁଥିବାରୁ ମଧ୍ୟ।

ମେଲୋନି କହିଛନ୍ତି, “90 ଦଶକରେ ଯେତେବେଳେ ବିଲ୍ କ୍ଲିଣ୍ଟନ୍ ଏବଂ ଟୋନି ବ୍ଲେୟାର ଏକ ବିଶ୍ୱ ବାମପନ୍ଥୀ ଉଦାରବାଦୀ ନେଟୱାର୍କ ସୃଷ୍ଟି କରିଥିଲେ, ସେମାନଙ୍କୁ ରାଷ୍ଟ୍ରନେତା କୁହାଯାଉଥିଲା ଏବଂ ଯେତେବେଳେ ଟ୍ରମ୍ପ, ମେଲୋନି, ମିଲି କିମ୍ବା ମୋଦି କଥା କୁହନ୍ତି, ସେମାନଙ୍କୁ ଗଣତନ୍ତ୍ର ପାଇଁ ବିପଦ ବୋଲି କୁହାଯାଏ। ଏହା ସେମାନଙ୍କର ଦୁଇମୁହାଁ ନୀତି, କିନ୍ତୁ ଆମେ ଏବେ ଏଥିରେ ଅଭ୍ୟସ୍ତ ହୋଇଗଲୁଣି ଏବଂ ଭଲ କଥା ହେଉଛି ଯେ ଏବେ ଲୋକମାନେ ସେମାନଙ୍କର ମିଛକୁ ବିଶ୍ୱାସ କରୁନାହାଁନ୍ତି। ତେଣୁ ଏବେ ସେମାନେ ଯେତେ କାଦୁଅ ଫୋପାଡ଼ିଲେ ମଧ୍ୟ, ଜନସାଧାରଣ ଆମକୁ ଭୋଟ ଦେଇ ଚାଲିବେ।”


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚ୍‌ରେ ଚହଳ ପକାଇଲେ ଏହି ୨୧ ବର୍ଷୀୟ ବୋଲର୍‌: ମାତ୍ର ୨୮ ବଲ୍‌ରେ କଲେ କମାଲ୍‌

ପର୍ଥ,୧୩।୧୧: ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ପର୍ଥରେ ଖେଳାଯାଉଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ରେ ୨୧ ବର୍ଷୀୟ ଯୁବ ଦ୍ରୁତ ବୋଲର ମାହଲି ବିୟର୍ଡମ୍ୟାନ ନିଜ ଡେବ୍ୟୁ ମ୍ୟାଚ୍‌ରେ…

ଟିମ ଇଣ୍ଡିଆରେ ୩ଟି ବଡ଼ ପରିବର୍ତ୍ତନ: ତଥାପି ସୁଯୋଗ ପାଇଲେନି ମହମ୍ମଦ ସିରାଜ; ଜାଣନ୍ତୁ କାରଣ

ନୂଆଦିଲ୍ଲୀ, ୧୩।୧୧: ଭାରତୀୟ କ୍ରିକେଟ ଟିମ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜର ଚତୁର୍ଥ ମୁକାବିଲା ଖେଳାଯାଉଛି। ଏହି ମ୍ୟାଚ ପାଇଁ ଟିମ ଇଣ୍ଡିଆ ନିଜ ପ୍ଲେଇଂ-୧୧ରେ…

ରାଜ୍ୟ ସ୍ତରରେ ସମ୍ମାନିତ ହେଲେ ଲାଞ୍ଜିଗଡ଼ର ଚାଷୀ ବୁଦ୍ରି ମାଝୀ

ଲାଞ୍ଜିଗଡ଼,୧୩ା୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ କର୍ଣ୍ଣମୁଣ୍ଡା ଗ୍ରାମର ବୁଦ୍ରି ମାଝୀ ଦୃଢ଼ ଇଚ୍ଛାଶକ୍ତି, ନିଷ୍ଠା ଓ ଅକ୍ଳାନ୍ତ ପରିଶ୍ରମ…

ପବନରେ ଉଡ଼ି କ୍ୟାଚ ଧରିଲେ ରୋହିତ, ଫିଲ୍ଡିଂ ଦେଖି ତାଜୁବ କ୍ରିକେଟ ଫ୍ୟାନ୍ସ! ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ, ୧୩।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ନିଜ ଫିଲ୍ଡିଂର ମାନଦଣ୍ଡକୁ ଉଚ୍ଚସ୍ତରକୁ ନେଇଯାଇଛନ୍ତି ରୋହିତ ଶର୍ମା। ଚତୁର୍ଥ ଦିନିକିଆ ମ୍ୟାଚରେ ଆକାଶକୁ ଡେଇଁ ଫିନ ଆଲେନଙ୍କ…

ସୁନା-ରୁପା ଦରରେ ବଡ଼ ହ୍ରାସ, ୧ ଲକ୍ଷ ପାଖେଇଲା….

ନୂଆଦିଲ୍ଲୀ,୧୩।୧୧: ସୁନା ଓ ରୁପା ଦରରେ ହ୍ରାସ ଜାରି ରହିଛି । ସୁନା ଦରରେ ବଡ଼ ହ୍ରାସ ପରେ ୧୮ କ୍ୟାରେଟ୍‌ ସୁନାର ମୂଲ୍ୟ ମଧ୍ୟ ୧…

ଅଘୋଷିତ ନିର୍ଦ୍ଦେଶ: ଏଣିକି ମହିଳାଙ୍କ ଚିକିତ୍ସା କରିପାରିବେ ନାହିଁ ପୁରୁଷ ଡାକ୍ତର; ଏମରଜେନ୍ସିରେ ଜଣେ ପୁରୁଷ ଅଭିଭାବକଙ୍କ ଉପସ୍ଥିତି ବାଧ୍ୟତାମୂଳକ

କାବୁଲ,୧୩।୧୧: ଆଫଗାନିସ୍ତାନରେ, ତାଲିବାନj ଅଘୋଷିତ କଟକଣା ଯୋଗୁ ମହିଳାମାନଙ୍କ ପାଇଁ ମୌଳିକ ସ୍ବାସ୍ଥ୍ୟସେବା ପାଇବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି। ‘ଦି ଗାର୍ଡିଆନ’ (The Guardian) ଏବଂ ‘ଜାନ…

ଦାରିଙ୍ଗବାଡିରେ ପାରଦ ତଳମୁହାଁ: ଛୁଟୁଛି ପର୍ଯ୍ୟଟକଙ୍କ ସୁଅ

ଦାରିଙ୍ଗବାଡି, ୧୩।୧୧ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଗତ ୨ ଦିନ ହେଲା ଶୀତର ପ୍ରକୋପ ବୃଦ୍ଧି ପାଉଛି। ପାରଦ ତଳମୁହାଁ ହୋଇ ଶୁକ୍ରବାର ସକାଳ…

ଦେବାଳୟ ଉପରେ ଦୁର୍ବୃତ୍ତଙ୍କ ଲୋଲୁପଦୃଷ୍ଟି: ମୂଲ୍ୟବାନ ସାମଗ୍ରୀ ଗାଏବ

ଅମରପାଲି,୧୩୧୧(ପୀତାମ୍ବର ସାହୁ):ଦେବଦେବୀଙ୍କ ପୀଠ ଏବେ ଦୁର୍ବୃତ୍ତଙ୍କ ଟାର୍ଗେଟରେ। ରାତିର ଅନ୍ଧାରରେ ମନ୍ଦିରର ତାଲା ଭାଙ୍ଗି କେଉଁଠି ହୁଣ୍ଡି ଲୁଟ ହେଉଛି ତ ଆଉ କେଉଁଠି ବିରଳ ମୂର୍ତ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?