‘ବିକଶିତ ରାଷ୍ଟ୍ର ହେବାକୁ ୨୦ବର୍ଷ ଲାଗିବ’

ନୂଆଦିଲ୍ଲୀ,୨୫।୧୨: ଗତ କିଛି ବର୍ଷ ହେବ ଜାତୀୟ ଓ ଅନ୍ତର୍ଜାତୀୟ ସମସ୍ୟା ଲାଗି ରହିଛି। ହେଲେ ଉକ୍ତ ସମୟ ମଧ୍ୟରେ ଦେଶ ବିକାଶ ପଥରେ ଅଗ୍ରସର ହେବାକୁ ମଧ୍ୟ ପ୍ରୟାସ ଜାରି ରଖିଛି। ଏପରିକି ୫ ଟ୍ରିଲିୟନ ଡଲାର ଅର୍ଥନୀତିର ସଫଳତା ଏକ ସ୍ବଳ୍ପକାଳୀନ ଆକାଂକ୍ଷା ଲକ୍ଷ୍ୟ ବୋଲି ଭାରତୀୟ ରିର୍ଜଭ ବ୍ୟାଙ୍କ(ଆର୍‌ବିଆଇ)ର ପୂର୍ବତନ ଗର୍ଭନର ସି.ରଙ୍ଗରାଜନ୍‌ ଶନିବାର ଏକ ସମ୍ମିଳନୀରେ ଯୋଗଦେଇ କହିଛନ୍ତି। ବିଶେଷକରି ମୁଣ୍ଡ ପିଛା ଆୟ ୩୪୭୨ ଡଲାର ସହ ଭାରତ ମଧ୍ୟମ ଆୟକାରୀ ଦେଶ ଭାବେ ପରିଗଣିତ ହେବ ବୋଲି ରଙ୍ଗରାଜନ୍‌ ମତପ୍ରକାଶ କରିଛନ୍ତି। ସେହିଭଳି ଏକ ଉଚ୍ଚ ମଧ୍ୟବିତ୍ତ ଦେଶର ସ୍ତରରେ ପହଞ୍ଚତ୍ବାକୁ ହେଲେ ଭାରତକୁ ଆଉ ୨ରୁ ୩ ବର୍ଷ ଲାଗିବ ବୋଲି ଆଶା କରାଯାଉଛି। ଏପରିକି ଏକ ବିକଶିତ ଦେଶ ଭାବେ ବର୍ଗୀକୃତ ହେବାକୁ ହେଲେ ମୁଣ୍ଡ ପିଛା ଆୟ ସର୍ବନିମ୍ନ ୧୩,୨୦୫ ଡଲାର ଆବଶ୍ୟକ ରହିଛି। ଏହାକୁ ହାସଲ କରିବା ପାଇଁ ଆଉ୨ ଦଶନ୍ଧି ( ୨୦ ବର୍ଷ )ରୁ ଅଧିକ ସମୟ ଆବଶ୍ୟକ ବୋଲି ରଙ୍ଗରାଜନ ଆକଳନ କରିଛନ୍ତି। ଅପରପକ୍ଷରେ ୮ରୁ ୯% ଅଭିବୃଦ୍ଧି ହାରରେ ପହଞ୍ଚତ୍ବାକୁ ମଧ୍ୟ ଅନେକ ନୀତି ଓ ଯୋଜନା ସାଙ୍ଗକୁ ସମୟ ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଆଇସିଏଫ୍‌ଏଆଇ ଫାଉଣ୍ଡେଶନର ଦ୍ୱାଦଶ ସମ୍ମିଳନୀରେ ଯୋଗ ଦେଇ ରଙ୍ଗରାଜନ କହିଛନ୍ତି, ସମୁଦାୟ ଆଉଟପୁଟ୍‌ ସ୍ତରରେ ଭାରତ ବର୍ତ୍ତମାନ ବିଶ୍ୱର ୫ମ ବୃହତ୍ତମ ଅର୍ଥନୀତି ଭାବେ ପରିଗଣିତ ହେଉଛି। ଭାରତ ଏକ ପ୍ରଭାବଶାଳୀ ସଫଳତା ପାଇବାକୁ ପ୍ରୟାସ କରୁଥିବା ବେଳେ ଅନେକ ସମସ୍ୟା ସୃଷ୍ଟି ହେଉଛି। ହେଲେ ମୁଣ୍ଡ ପିଛା ଆୟ ଦୃଷ୍ଟିରୁ ଆଇଏମ୍‌ଏଫ୍‌ର ମାନ୍ୟତା ଅନୁଯାୟୀ ୧୯୭ ଦେଶ ମଧ୍ୟରୁ ଭାରତ ୧୪୨ତମ ସ୍ଥାନରେ ରହିଛି। ଏ ସମ୍ପର୍କରେ ଦେଶର ନୀତି ନିର୍ଣ୍ଣୟକାରୀଙ୍କ ତୁରନ୍ତ ଧ୍ୟାନ ଅର୍ଥନୀତିର ଅଭିବୃଦ୍ଧି ହାରକୁ ବୃଦ୍ଧି କରିବା ଆବଶ୍ୟକ ରହିଛି। ବିଶେଷକରି ୫ ଟ୍ରିଲିୟନ ଡଲାର ଅର୍ଥନୀତିର ସଫଳତା ଏକ ସ୍ବଳ୍ପ ମିଆଦୀ ଆକାଂକ୍ଷା ଲକ୍ଷ୍ୟ। ଏଥିପାଇଁ ସର୍ବନିମ୍ନ ୫ ବର୍ଷର ପ୍ରୟାସ ସହ ୯%ର ଅଭିବୃଦ୍ଧି ହାରରେ ପହଞ୍ଚତ୍ବାକୁ ସମୟ ଲାଗିବ। ଏହା ସତ୍ତ୍ୱେ ଭାରତର ମୁଣ୍ଡ ପିଛା ଆୟ ମାତ୍ର ୩୪୭୨ ଡଲାର ରହିବ ବୋଲି ଆଶା କରାଯାଉଛି। ସେହିପରି ଆମେ ଏପର୍ଯ୍ୟନ୍ତ ଏକ ନିମ୍ନ ମଧ୍ୟମ ଆୟ ଦେଶ ଭାବେ ବର୍ଗୀକୃତ ହେବୁ ବୋଲି ରଙ୍ଗରାଜନ ଦର୍ଶାଇଛନ୍ତି।

ଏହିପରି ଆମକୁ ବହୁ ଦୂର ଯିବାକୁ ପଡ଼ିବ। ଏହା କେବଳ ଦର୍ଶାଏ ଯେ ଆମକୁ ନିଶ୍ଚିତ ଭାବେ ଦ୍ରୁତଗତିରେ ଚାଲିବା ଆବଶ୍ୟକ ବୋଲି ପୂର୍ବତନ ଅଧ୍ୟକ୍ଷ ଅର୍ଥନୈତିକ ପରାମର୍ଶଦାତା ପରିଷଦ ମତପ୍ରକାଶ କରିଛନ୍ତି। ଅପରପକ୍ଷରେ କୋଭିଡ୍‌-୧୯ ଏବଂ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ଅନେକ ସମସ୍ୟା ସୃଷ୍ଟି ହୋଇଛି। ହେଲେ ଭାରତର ଭବିଷ୍ୟତ ବିକାଶ ପାଇଁ ଏକ ସ୍ବଚ୍ଛ ରୋଡ୍‌ମ୍ୟାପ୍‌ ରଖିବାର ଆବଶ୍ୟକତା ଅଛି। ପ୍ରାରମ୍ଭରେ ଦେଶର ଅଭିବୃଦ୍ଧି ହାରକୁ ୭%କୁ ବୃଦ୍ଧି କରିବାକୁ ପଡ଼ିବ ଏବଂ ତା’ପରେ ଏହାକୁ ୮ରୁ ୯% ଅଭିବୃଦ୍ଧି ହାରରେ ଅନୁସରଣ କରିବାକୁ ପଡିବ। ଭାରତ ଅତୀତରେ ଦର୍ଶାଇଛି ଯେ ଏହା ଉପରେ ଏକ ଅଭିବୃଦ୍ଧି ହାର ୬ରୁ ୭ବର୍ଷ ଅବଧି ରହିପାରେ ବୋଲି ରଙ୍ଗରାଜନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ବଜାରରେ ହଇଚଇ: ପେଟ୍ରୋଲ ୫ ଓ ଡିଜେଲ ୩ଟଙ୍କା ବଢିଲା; ଜାଣନ୍ତୁ ନୂଆ ରେଟ୍‌

ନୂଆଦିଲ୍‌ଲୀ,୩।୧୦: ଦେଶର ପ୍ରମୁଖ ଘରୋଇ ଇନ୍ଧନ କମ୍ପାନୀ ‘ନାୟରା ଏନର୍ଜି’ ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରିଛି। କମ୍ପାନୀ ପେଟ୍ରୋଲ ଦରରେ ଲିଟର…

୩ ଦିନରେ ପ୍ରତ୍ୟାହାର ହେଲାଣି ୨୯,୬୦୦ କୋଟି

ମୁମ୍ବାଇ,୩ା୧୦: ପଶ୍ଚିମ ଏସିଆ ସଙ୍କଟକୁ ନେଇ ପରିବର୍ତ୍ତିତ ଭୂ-ରାଜନୈତିକ ସ୍ଥିତିରେ ବୈଶ୍ୱିକ ଶେୟାର ବଜାର ମାତ୍ରାଧିକ ପ୍ରଭାବିତ ହେବାରେ ଲାଗିଛି। ଅଶୋଧିତ ତୈଳର ଯୋଗାଣ ଶୃଙ୍ଖଳ ବ୍ୟାହତହେବା…

ରେନୋଇଣ୍ଡିଆ ନୂଆ ଟ୍ରାଇବର ୧୦୦ ପିଏସ୍‌ର ବଜାର ପ୍ରବେଶ

ଭୁବନେଶ୍ୱର, ୩ା୧୦:ରେନୋଇଣ୍ଡିଆ ପକ୍ଷରୁ ନୂଆ ଟ୍ରାଇବର ୧୦୦ ପିଏସ୍‌ ଉନ୍ମୋଚନ ହୋଇଯାଇଛି। ଏଥିସହ ଭାରତରେ କମ୍ପାନୀର ରେନୋ ଗ୍ରୁପ୍‌ ଏଣ୍ଟ୍ରି ପ୍ଲାଟ୍‌ଫର୍ମ (ଆର୍‌ଜିଇପିି)ର ଶୁଭାରମ୍ଭ ହୋଇଛି। ଗ୍ରାହକମାନଙ୍କ…

ଦୀପାବଳି ପୂର୍ବରୁ ଚାଷୀଙ୍କୁ ଉପହାର: ଖାତାକୁ ଆସୁଛି PM କିଷାନର ୨୦୦୦ ଟଙ୍କା; ତୁରନ୍ତୁ କରନ୍ତୁ…

ନୂଆଦିଲ୍‌ଲୀ,୨।୧୦: ଦେଶର କୋଟି କୋଟି ଚାଷୀଙ୍କୁ ଦୀପାବଳି ପୂର୍ୱରୁ ସରକାର ଉପହାର ଦେଇପାରନ୍ତି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-Kisan) ଯୋଜନାର ୨୪ତମ କିସ୍ତି…

FASTag ନିୟମରେ ବଡ଼ ପରିବର୍ତ୍ତନ: ଆଜିଠାରୁ ଲାଗୁ ହେଲା ନୂଆ ବ୍ୟବସ୍ଥା, ଲକ୍ଷ ଲକ୍ଷ ଯାତ୍ରୀଙ୍କ ଉପରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ, ୨।୧୦: ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ହାଇୱେ ଓ ଏକ୍ସପ୍ରେସେୱରେ ଯାତ୍ରା କରୁଛନ୍ତି। ଏଥିପାଇଁ ସେମାନଙ୍କୁ ଟୋଲ ଦେବାକୁ ପଡ଼ିଥାଏ। ଟୋଲ ବ୍ୟବସ୍ଥାକୁ ନେଇ…

ଟାଟା ଗ୍ରୁପ୍‌ର ବଜାର ପୁଞ୍ଜିରେ ୧୦% ହ୍ରାସ, ନିବେଶକଙ୍କୁ ପ୍ରଭାବିତ କରିଛି ବିବାଦ

ମୁମ୍ବାଇ,୨।୧୦: ଟାଟା ଟ୍ରଷ୍ଟ ଏବଂ ଟାଟା ସନ୍ସ ମଧ୍ୟରେ ଚାଲିଥିବା ବିବାଦ ଏବେ ନିବେଶକମାନଙ୍କୁ ପ୍ରଭାବିତ କରିଛି । ଏହି କାରଣରୁ ଟାଟା ଗ୍ରୁପ ଅନ୍ତର୍ଭୁକ୍ତ ଅନେକ…

8th Pay Commission ପୂର୍ବରୁ ସରକାରଙ୍କ ବଡ଼ ଉପହାର! ୫% ବଢିଲା DA

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ପେନସନଭୋଗୀ (Pensioner), ତେବେ ଆପଣଙ୍କ ପାଇଁ ଏକ ବହୁତ ଖୁସି ଖବର ରହିଛି। ଗୋଟିଏ ପଟେ ସାରା…

2 October No UPI Day: ଆଜି ଚାଲିବନି UPI ପେମେଣ୍ଟ, ପାଖରେ ରଖନ୍ତୁ କ୍ୟାଶ୍‌!

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଗାନ୍ଧୀ ଜୟନ୍ତୀ ଛୁଟିରେ ସପିଂ କରିବାକୁ କିମ୍ୱା ସାଙ୍ଗମାନଙ୍କ ସହ ବାହାରକୁ ବୁଲିବାକୁ ଯୋଜନା କରୁଛନ୍ତି, ତେବେ ଟିକେ ଅଟକି ଯାଆନ୍ତୁ। ଅନଲାଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?