ଫ୍ଲିପ୍‌କାର୍ଟରୁ ଅଲଗା ହେଲା ଫୋନ୍‌ପେ

ନୂଆଦିଲ୍ଲୀ,୨୫।୧୨: ଦେଶର ପ୍ରମୁଖ ଡିଜିଟାଲ ପେମେଣ୍ଟ ସଂସ୍ଥା ଫୋନ୍‌ପେ ତା’ର ମାଲିକାନା ସଂସ୍ଥା ଫ୍ଲିପ୍‌କାର୍ଟଠାରୁ ଅଲଗା ହୋଇଯାଇଥିବା ଜଣାପଡ଼ିଛି। ବିଶେଷକରି ଏକ ସ୍ବାଧୀନ କମ୍ପାନୀ ଭାବେ ଏହା ପରିଚାଳିତ ହେବ ବୋଲି ସୂଚନା ମିଳିଛି। ଏପରିକି ପୂର୍ବରୁ ଏହା ଫ୍ଲିପ୍‌କାର୍ଟ ଅଧୀନରେ ପରିଚାଳିତ ହେଉଥିଲା। ଫଳରେ କମ୍ପାନୀ ଯେ କୌଣସି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ଫ୍ଲିପ୍‌କାର୍ଟ ବୋର୍ଡର ମଞ୍ଜୁରୀ ଆବଶ୍ୟକ କରୁଥିଲା। କମ୍ପାନୀ ବର୍ତ୍ତମାନ ଏକ ପୃଥକ୍‌ ସଂସ୍ଥାରେ ପରିଣତ ହୋଇଥିବାରୁ ଆଗାମୀ ଦିନରେ ଫୋନ୍‌ପେ ଆବଶ୍ୟକ ନିଷ୍ପତ୍ତି ଓ କାର୍ଯ୍ୟକ୍ରମ ସ୍ବାଧୀନ ଭାବେ ଗ୍ରହଣ କରିବ ବୋଲି କୁହାଯାଉଛି। ସେହିଭଳି ଫ୍ଲିପ୍‌କାର୍ଟ ହେଉଛି ଦେଶର ଅଗ୍ରଣୀ ଇ-କମର୍ସ କମ୍ପାନୀ। ସେଥିରେ ଆମେରିକାର ରିଟେଲ ସଂସ୍ଥା ୱାଲ୍‌ମାର୍ଟର ସିଂହଭାଗ ଅଂଶଧନ ରହିଛ।ି ଫ୍ଲିପ୍‌କାର୍ଟଠାରୁ ଅଲଗା ହୋଇଥିବା ଫୋନ୍‌ପେ’ରେ ମଧ୍ୟ ୱାଲ୍‌ମାର୍ଟର ସିଂହଭାଗ ଅଂଶଧନ ରହିଛି। ଏହା ପୂର୍ବରୁ ଫୋନ୍‌ପେ’କୁ ଫ୍ଲିପ୍‌କାର୍ଟ ସିଙ୍ଗାପୁର ଓ ଫୋନ୍‌ପେ ସିଙ୍ଗାପୁର ଜରିଆରେ ୱାଲ୍‌ମାର୍ଟ ପରିଚାଳିତ କରୁଥିଲା। ଏପରିକି ଉକ୍ତ ୨ ସଂସ୍ଥାର ଅଂଶଧନକାରୀମାନେ ଫୋନ୍‌ପେ ଶେୟାରକୁ କିଣିଥିବାରୁ ତାହା ବର୍ତ୍ତମାନ ଏକ ସମ୍ପୂର୍ଣ୍ଣ ଭାରତୀୟ କମ୍ପାନୀରେ ପରିଣତ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମେଟ୍ରୋ କମ୍ପ୍ୟୁଟେକ୍‌ ଉଦ୍‌ଘାଟିତ

ଭୁବନେଶ୍ୱର,୯।୧୧: ବର୍ତ୍ତମାନ ସମୟରେ ସବୁ ବର୍ଗର ଲୋକ ଆଇଟି ଓ ଟୋକ୍ନୋଲୋଜି ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ବିଶେଷକରି ସାଧାରଣ ଲୋକଙ୍କଠାରୁ ଆରମ୍ଭକରି ଉଭୟ...

୫୮୦ ପଏଣ୍ଟ ଖସିଲା ସେନ୍‌ସେକ୍ସ

ନୂଆଦିଲ୍ଲୀ: ଗତ କିଛିଦିନ ଧରି ଦେଶର ପୁଞ୍ଜିବଜାରରେ କାରବାର ଉନ୍ନତ ସ୍ଥିତିରେ ରହିଥିଲା। ଗୁରୁବାର ଏଥିରେ ପ୍ରଭାବ ଦେଖାଯାଇଛି। ଏହି ସମୟରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର...

ଗାଁ-ଗରିବ ଚାଷୀ-ରୋଜଗାରକୁ ବଜେଟରେ ଗୁରୁତ୍ୱ

ନୂଆଦିଲ୍ଲୀ,୧।୨: ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟରେ ଗାଁ-ଗରିବ ଚାଷୀ-ରୋଜଗାରକୁ ଗୁରୁତ୍ୱ ଦିଆଯାଇଛି। ୨୦୩୦ ସୁଦ୍ଧାରେ ଦେଶରେ ଯୁବବର୍ଗଙ୍କ ସଂଖ୍ୟା...

ମେଳାରୁ ୨୦ କୋଟି କାରବାରର ଲକ୍ଷ୍ୟ

ଭୁବନେଶ୍ୱର,୧୬।୧: ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ସହଯୋଗୀ ସଂସ୍ଥା ଓର୍‌ମାସ ପକ୍ଷରୁ ଏକ ୧୭ଦିନିଆ ଜାତୀୟସ୍ତରୀୟ ପ୍ରଦର୍ଶନୀ...

କମିଲା ଆୟକର: ୫ରୁ ୭.୫ ଲକ୍ଷ ରୋଜଗାର ଉପରେ ଟିକସ ୧୦%

ନୂଆଦିଲ୍ଲୀ,୧।୨: ଚଳିତ ୨୦୨୦-୨୧ ବଜେଟରେ ସରକାର ଆୟକର କମାଇ ଦେଇଛନ୍ତିି। ଏଣିକି ୫ ଲକ୍ଷରୁ ୭.୫ ଲକ୍ଷ ଆୟକରୁ ଥିବା ବ୍ୟକ୍ତି ବିଶେଷଙ୍କୁ ୧୦% ଟିକସ...

ଗାନ୍ଧୀ ଜୟନ୍ତୀରୁ ଏୟାର ଇଣ୍ଡିଆରେ ପ୍ଳାଷ୍ଟିକ ବ୍ୟାନ୍‌

ନୂଆଦିଲ୍ଲୀ,୩୦-୮: ଦେଶକୁ ପ୍ଲାଷ୍ଟିକମୁକ୍ତ କରିବା ଉଦ୍ଦେଶ୍ୟରେ ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ପ୍ଲାଷ୍ଟିକ ବ୍ୟବହାର କରିବ ନାହିଁ ବୋଲି ନିଷ୍ପତ୍ତି ନେଇଛି। ଅକ୍ଟୋବର ୨...

ପ୍ରିମିୟମ ଗୃହଋଣରେ ଏସ୍‌ବିଆଇର ରିହାତି

ମୁମ୍ବାଇ: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ପକ୍ଷରୁ ପ୍ରିମିୟମ ହୋମ୍‌ଲୋନ୍‌ କ୍ଷେତ୍ରରେ ରିହାତି ସମ୍ପର୍କରେ ଘୋଷଣା କରାଯାଇଛି। ଏହି ବର୍ଗରେ ବ୍ୟାଙ୍କ ପକ୍ଷରୁ ୨୫ବେସିସ୍‌ ପଏଣ୍ଟ...

ପରିସଂଖ୍ୟାନ ବିଭାଗରେ ହେବ ପୁନର୍ଗଠନ;ଏନ୍‌ଏସ୍‌ଏସ୍‌ଓ ସହ ମିଶିଯିବ ସିଏସ୍‌ଓ

ନୂଆଦିଲ୍ଲୀ,୨୬-୫: ପରିସଂଖ୍ୟାନ ବିଭାଗର ପୁନର୍ଗଠନ ଲାଗି କେନ୍ଦ୍ର ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କ୍ରିୟାନ୍ବୟନ ମନ୍ତ୍ରଣାଳୟ କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ସିଏସ୍‌ଓ)କୁ ଜାତୀୟ...

Advertisement
Archives

Model This Week