ଝିଅପୁଅ ପରେ ମା’ ଆଖିବୁଜିଲେ

ବଡ଼ମ୍ବା,୫ା୯(ଡି.ଏନ୍‌.ଏ):କଟକ ଜିଲା ବଡ଼ମ୍ବା ଥାନା ଅନ୍ତର୍ଗତ ଅଭିମାନପୁର ପଞ୍ଚାୟତସ୍ଥିତ ବୀରବରପୁର ଗ୍ରାମରେ ଘରେ ତିଆରି ଚାଟ୍‌ ଖାଇ ଗୋବିନ୍ଦ୍ର ପାତ୍ରଙ୍କ ପରିବାରର ୪ ସଦସ୍ୟଙ୍କ ମଧ୍ୟରୁ ଝିଅ ରୁଚିକା ଓ ପୁଅ ରୁଦ୍ରଙ୍କ ଶନିବାର ଭୋର ସମୟରେ ମୃତ୍ୟୁ ହୋଇଥିବା ବେଳେ ରାତିରେ ସ୍ତ୍ରୀ ରୁନୁବାଳାଙ୍କ ଜଗତ୍‌ପୁରସ୍ଥିତ ଏକ ଘରୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ମୃତ୍ୟୁ ଘଟିଛି। ଗୋବିନ୍ଦ ମଧ୍ୟ ଉକ୍ତ ଚିକିତ୍ସାଳୟରେ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ରବିବାର କଟକ ଖାଦ୍ୟ ଯାଞ୍ଚ ଅଧିକାରୀ ଦିଲୀପ ତରାଇଙ୍କ ସମେତ ମାଣିଆବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡାକ୍ତର ବିଶ୍ୱନାଥ ଆଧେକ, ଜନସ୍ବାସ୍ଥ୍ୟ ଅଧିକାରୀ ଶରତ ଚନ୍ଦ୍ର ଖୁଣ୍ଟିଆ, ମହିଳା ସ୍ବାସ୍ଥ୍ୟ ପରିଦର୍ଶିକା ରତ୍ନାପ୍ରଭା ଆଚାର୍ଯ୍ୟ, ଆଇସିୟୁ ଡାକ୍ତର ଉଦୟ ରଞ୍ଜନ ଦାଶ ଓ କର୍ମଚାରୀ ନୀଳମଣି ସାହୁ ପ୍ରମୁଖ ବୀରବରପୁର ଗ୍ରାମରେ ପହଞ୍ଚତ୍ ଗୋବିନ୍ଦଙ୍କ ଘରୁ ଖାଦ୍ୟ ନମୁନା ସଂଗ୍ରହ କରିବା ସହ ପାରିପାର୍ଶ୍ୱିକସ୍ଥିତି ଯାଞ୍ଚ କରିଛନ୍ତି। ଏହି ସମୟରେ ଘଟଣାସ୍ଥଳରେ ବଡ଼ମ୍ବା ଥାନା ଓ ମାଣିଆବନ୍ଧ ଫାଣ୍ଡି ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ। ଅପରପକ୍ଷରେ ଅପରାହ୍ନରେ କଟକରୁ ରୁନୁବାଳାଙ୍କ ମୃତଦେହ ଗଁାକୁ ଅଣାଯିବା ପରେ ଗ୍ରାମବାସୀଙ୍କ ସହଯୋଗରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଝିଅ ଓ ପୁଅଙ୍କ ଜୁଇରୁ ନିଆଁ ଲିଭି ନ ଥିବା ବେଳେ ମା’ର ଜୁଇ ଜଳିବା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।
ସୂଚନାଥାଉ କି, ଗୋବିନ୍ଦଙ୍କ ପରିବାର ଲୋକେ ଗୁରୁବାର ରାତିରେ ଘରେ ତିଆରି କରିଥିବା ଚାଟ୍‌ ସହ ଆଉ କିଛି ଖାଦ୍ୟ ମଧ୍ୟ ଖାଇଥିଲେ। ଏହା ବିଷାକ୍ତ ହୋଇଯିବା ଯୋଗୁ ପ୍ରଥମେ ପୁଅ, ଝିଅ ଏବଂ ପରେ ମା’ବାପାଙ୍କୁ ଝାଡ଼ାବାନ୍ତି ହୋଇଥିଲା। ଏନେଇ ସେମାନେ ପ୍ରଥମେ ମାଣିଆବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ରୁନୁବାଳା ଓ ଗୋବିନ୍ଦ କଟକ ସିଟି ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ୨ ପିଲାଙ୍କୁ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଉଭୟ ପିଲାଙ୍କ ମୃତ୍ୟୁ ପରେ ଗୁରୁତର ଥିବା ମା’ ବାପାଙ୍କୁ ସିଟି ହସ୍ପିଟାଲରୁ ଜଗତ୍‌ପୁରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପ ବନ୍ଦରରୁ ଉଠିଲା ମାଛଧରା କଟକଣା

ପାରାଦୀପ,୧୫।୬(ସ୍ବ.ପ୍ର.): ଦୀର୍ଘ ୨ ମାସ ପରେ ପାରାଦୀପ ବନ୍ଦରରୁ ଉଠିଛି ମାଛଧରା କଟକଣା। ଫଳରେ ବୁଧବାରଠାରୁ ମତ୍ସ୍ୟଜୀବୀ ସମୁଦ୍ରକୁ ଯିବାକୁ ବାହାରିଛନ୍ତି। ଟ୍ରଲରରେ ବରଫ, ଡିଜେଲ,...

ନିଆରା ଢଙ୍ଗରେ ଭାଲେଣ୍ଟାଇନ୍ସ ଡେ’ ପାଳନ କଲେ ଯୁବଗୋଷ୍ଠୀ

ସୋନପୁର,୧୪।୨: ଫେବୃୟାରୀ ୧୪ ଭାଲେଣ୍ଟାଇନ୍ସ ଡେ। ଏହି ଦିବସକୁ ଯୁବଗୋଷ୍ଠୀ ମନଭରି ଉପଭୋଗ କରିଥିଲେ। ଚକୋଲେଟ୍‌ ଦୋକାନ, ଫୁଲ ଦୋକାନ ଓ ଗିଫ୍ଟ କର୍ଣ୍ଣରରେ ପ୍ରେମୀ...

ବଢ଼ିଲା ରତ୍ନଅଳଙ୍କାର ଯାଞ୍ଚ ସମ୍ଭାବନା

ପୁରୀ ଅଫିସ,୨୬ା୮:ଖୋଲିବ କି ଭିତର ରତ୍ନଭଣ୍ଡାର? ଯାଞ୍ଚ ହେବ କି ମହାପ୍ରଭୁଙ୍କ ଦୁର୍ମୂଲ୍ୟ ରତ୍ନଅଳଙ୍କାର? ଦୀର୍ଘଦିନ ଧରି ରତ୍ନଭଣ୍ଡାର ଖୋଲିବା ନେଇ ଯେଉଁ ଆଶା ଆଶଙ୍କା...

ଚାଷଜମିରେ ଢେଉ ମାରୁଛି ବନ୍ୟାଜଳ

ବାହାନଗା,୧୨ା୮(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକରେ ୬ଦିନ ଧରି ହେଉଥିବା ଲଘୁଚାପଜନିତ ଲଗାଣ ବର୍ଷା ଫଳରେ କେତେକ ପଞ୍ଚାୟତରେ ଥିବା ହଜାର ହଜାର ଚାଷ ଜମିରେ...

ବିଜେପୁର ଉପନିର୍ବାଚନ ପାଇଁ ଭିତିରି ରଣନୀତି

ଭୁବନେଶ୍ୱର,୨୪।୯(ବ୍ୟୁରୋ): ବିଜେପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ସବୁ ଦଳ ପାଇଁ ଚ୍ୟାଲେଞ୍ଜ। ବିଜେଡି କାହାକୁ ପ୍ରାର୍ଥୀ କରିବ ସେ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି।...

ବୁଷ୍ଟର ଡୋଜ୍‌ ପ୍ରଦାନରେ ଅବ୍ୟବସ୍ଥା

ଅନୁଗୋଳ ଅଫିସ,୧୧।୧ କୋଭିଡ୍‌ ସଂକ୍ରମଣ ଦ୍ରୁତଗତିରେ ମାଡ଼ୁଥିବା ବେଳେ ସୋମବାରଠାରୁ ସ୍ବାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଓ ୬୦ ବର୍ଷରୁ ଊର୍ଦ୍ଧ୍ୱ ବହୁବିଧ ରୋଗରେ ପୀଡ଼ିତଙ୍କୁ ବୁଷ୍ଟର...

ଦାବି ପୂରଣ ପାଇଁ ଆନ୍ଦୋଳନ, ଲୋୟର ପିଏମ୍‌ଜି ଚଳଚଞ୍ଚଳ

ଭୁବନେଶ୍ୱର, ୧୮।୨ (ବ୍ୟୁରୋ): ୩ମାସ ପରେ ପୁଣି ଚଳଚଞ୍ଚଳ ହୋଇଛି ବିଧାନସଭା ସମ୍ମୁଖ ଲୋୟର ପିଏମ୍‌ଜିଠାରୁ ମାଷ୍ଟର କ୍ୟାଣ୍ଟିନ୍‌ ଛକ। ଗାନ୍ଧୀ ମାର୍ଗରେ ପୋଲିସ ଡେରା...

ଲକ୍‌ଡାଉନ୍‌: ଔଷଧ ନାଁରେ ବାହାରେ ବୁଲୁଛନ୍ତି ଲୋକେ

ରଘୁନାଥପୁର, ୨୮।୩ (ଡି.ଏନ୍‌.ଏ.)-କରୋନା ସଂକ୍ରମଣ ରୋକିବାକୁ ସାରାଦେଶ ଲକ୍‌ଡାଉନ୍‌ କରାଯାଇଛି। କେବଳ ଜରୁରୀ ସମୟରେ ଓ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା ପାଇଁ ଲୋକମାନେ ବାହାରକୁ ଯିବା...

Advertisement
Archives

Model This Week