Posted inଖେଳ

ଭଲ ଥିଲା ମୁଁ ଛକା ମାରି ନ ଥିଲି: କାହିଁକି ଏମିତି କହିଲେ କୋହଲି

ବେଙ୍ଗାଲୁରୁ,୨୯।୪: ଆଇପିଏଲ ୨୦୨୪ର ୪୫ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଗୁଜରାଟ ଟାଇଟାନ୍ସକୁ ୯ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ଆରସିବି ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। କାରଣ ସେମାନେ ୨୪ଟି ବଲ ବାକି ରହି ୨୦୧ ରନ ଲକ୍ଷ୍ୟ ହାସଲ କରିଛନ୍ତି। ଏହି ମ୍ୟାଚ ପରେ ବେଙ୍ଗାଲୁରୁର ଡ୍ରେସିଂ ରୁମରେ ପରିବେଶ ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏହାର ଅଫିସିଆଲ ‘ଏକ୍ସ’ ହ୍ୟାଣ୍ଡେଲରେ ଏକ ଭିଡିଓ ଶେୟାର କରିଛି। ଏଥିରେ ସମସ୍ତ ଆରସିବି ଖେଳାଳି ୱିଲ ଜ୍ୟାକ୍ସଙ୍କର ପ୍ରଶଂସକ ହୋଇଛନ୍ତି। ୱିଲ ଜ୍ୟାକ୍ସ ଜିଟି ବିପକ୍ଷ ମ୍ୟାଚରେ ୪୧ ବଲରେ ୧୦୦ ରନ ସ୍କୋର କରିଥିଲେ। ଏହା ସହ ସେ ଆଇପିଏଲ ଇତିହାସରେ ୫ ତମ ଦ୍ରୁତତମ ଶତକ ହାସଲ କରିଛନ୍ତି। ଭିଡିଓ ଆରମ୍ଭରେ, ସମସ୍ତ ଦଳର ଖେଳାଳି ଏବଂ ସହାୟକ କର୍ମଚାରୀମାନେ ମଧ୍ୟ ୱିଲ ୱିଲ ଜ୍ୟାକ୍ସଙ୍କୁ ସ୍ବାଗତ କରୁଥିବା ନଜର ଆସିଥିଲେ ଏବଂ ସମସ୍ତେ ତାଙ୍କ ପାଇଁ କରତାଳି ଦେଇଥିଲେ।
୧୪ତମ ଓଭର ଶେଷ ସୁଦ୍ଧା ଜ୍ୟାକ୍ସ ୨୯ଟି ବଲରେ ୪୪ ରନ ସଂଗ୍ରହ କରିଥିଲେ। କିନ୍ତୁ ୧୫ ଓ ୧୬ତମ ଓଭରରେ ମଧ୍ୟ ଜ୍ୟାକ ବୋଲରମାନଙ୍କୁ ପ୍ରହାର କରିଥିଲେ। ପ୍ରଥମେ ସେ ମୋହିତ ଶର୍ମାଙକ ୧୫ତମ ଓଭରରେ ୨୯ ରନ ସ୍କୋର କରିଥିଲେ ଏବଂ ପରବର୍ତ୍ତୀ ଓଭରରେ ରସିଦ ଖାନ ମଧ୍ୟ ୨୯ ରନ ଦେଇଥିଲେ। ଶେଷ ୧୨ଟି ବଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବ୍ୟାଟ୍ସମ୍ୟାନ ୫୮ ରନ ସଂଗ୍ରହ କରିଥିଲେ, ସେଥିମଧ୍ୟରୁ ୫୬ଟି ୱିଲ ଜ୍ୟାକ୍ସଙ୍କ ନାମରେ ଥିଲା। ସେ ୪୧ ବଲରେ ଶତକ ପୂରଣ କରିବାରେ ସକ୍ଷମ ହୋଇଥିଲେ।
କୋହଲି ଏହି ଭିଡିଓରେ କହିଛନ୍ତି, ସେ ୧୬ ତମ ଓଭରର ପ୍ରଥମ ବଲରେ ଛକା ମାରିବାକୁ ଯାଉଥିଲେ, କିନ୍ତୁ ତାହା ନ କରିବାରୁ ସେ ରାଗି ଯାଇଥିଲେ। କିନ୍ତୁ ଯେତେବେଳେ ସେମାନେ ୯୪ ରନ୍‌ ଜ୍ୟାକ୍ସଙ୍କୁ ଦେଖିଲେ ଏବଂ ଜିତିବା ପାଇଁ ଦଳକୁ ମାତ୍ର ୧ ରନ ଆବଶ୍ୟକ ଥିଲା। ଜ୍ୟାକ୍ସ ଛକା ମାରି ଦଳକୁ ଜିତାଇଥିଲେ। ତା’ପରେ କୋହଲି ଅନୁଭବ କଲେ ଯେ ତାଙ୍କ ପାଇଁ ସେତେବେଳେ ଛକା ନ ମାରିବାଟା ବୋଧହୁଏ ଠିକ୍‌ ଥିଲା। ଏହି ମ୍ୟାଚରେ କୋହଲି ଏବଂ ଜ୍ୟାକ ମଧ୍ୟରେ ୧୬୬ ରନର ଭାଗିଦାରୀ ହୋଇଥିଲା, ଯାହା ଆରସିବିର ୯ ଉଇକେଟରେ ବିଜୟ ନିଶ୍ଚିତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

ତାରାତାରିଣୀ-ଦକ୍ଷିଣକାଳୀଙ୍କ ପୀଠରେ ଷୋଡ଼ଶ ଉପଚାର ପର୍ବ: ୧୦୮ ମାଠିଆ ଜଳରେ ମା’ଙ୍କ ସ୍ନାନ, ଘଣ୍ଟଘଣ୍ଟାରେ କମ୍ପୁଛି ରତ୍ନଗିରି

ପୁରୁଷୋତ୍ତମପୁର,୩ା୧୦ (ସବିତା ମିଶ୍ର): ପବିତ୍ର ପାର୍ବଣ ଋତୁ ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପୀଠରେ ଶନିବାର ରାତିରୁ ଆରମ୍ଭ ହୋଇଛି…

ନ୍ୟୁ ଚଣ୍ଡୀଗଡ଼ରେ ‘ରାହୁଲ ଝଡ଼’: ୮୦ ବଲ୍‌ରେ ଶତକ ମାରି ଧୋନିଙ୍କ ସମକକ୍ଷ, ଭାରତ ପାଇଁ ସାଜିଲେ ସଙ୍କଟମୋଚକ

ନ୍ୟୁ ଚଣ୍ଡୀଗଡ଼,୩।୧୦: ଭାରତୀୟ କ୍ରିକେଟ୍ ଦଳର ଭରସାଯୋଗ୍ୟ ଖେଳାଳି କେ ଏଲ୍ ରାହୁଲ ପୁଣି ଥରେ ନିଜର ଦମଦାର ପ୍ରଦର୍ଶନ ବଳରେ ଦଳର ସଙ୍କଟମୋଚକ ସାଜିଛନ୍ତି। ପ୍ରଥମ…

ଶତକରୁ ବଞ୍ଚିତ ହୋଇ ବି ଇତିହାସ ରଚିଲେ ରୋହିତ ଶର୍ମା, ଭାଙ୍ଗିଲେ ସଚିନଙ୍କ ୨୨ ବର୍ଷ ପୁରୁଣା ମହାରେକର୍ଡ

ନ୍ୟୁ ଚଣ୍ଡୀଗଡ଼,୩।୧୦: ନ୍ୟୁ ଚଣ୍ଡୀଗଡ଼ସ୍ଥିତ ପିସିଏ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ମାତ୍ର…

ହସ୍ପିଟାଲରେ ଭାରତୀୟ ପାଇଲଟଙ୍କୁ ଭେଟିଲେ ଦୁବାଇ କ୍ରାଉନ ପ୍ରିନ୍ସ, ପାଇଲଟଙ୍କୁ କଲେ ସଲାମ୍‌

ଦୁବାଇ,୩।୧୦: ଫ୍ଲାଏଦୁବାଇ ବିମାନରେ ସହ-ପାଇଲଟଙ୍କ ଆକ୍ରମଣ ସତ୍ତ୍ୱେ ସାହସ ଦେଖାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କୁ ଦୁବାଇ କ୍ରାଉନ ପ୍ରିନ୍ସ ଶେଖ ହାମଦାନ ବିନ ମହମ୍ମଦ ବିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?