Posted inଜାତୀୟ

କଂଗ୍ରେସକୁ ଧ୍ୱଂସ ପାଇଁ ୧୫ ବର୍ଷ ନେଲେ ରାହୁଲ ଗାନ୍ଧୀ, ବିରୋଧୀଙ୍କୁ ବିନାଶ ପାଇଁ ଲାଗିବନି ୧୫ ମାସ

ଗାଜିଆବାଦ,୨୬।୬: ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ୍‌ ବୁଧବାର ପୁଣି ଥରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ଲୋକ ସଭା ନିର୍ବାଚନ ଆରମ୍ଭ ହେବାର କିଛି ମାସ ପୂର୍ବରୁ କଂଗ୍ରେସରୁ ବହିଷ୍କୃତ ହୋଇଥିବା ପ୍ରମୋଦ କ୍ରିଷ୍ଣମ୍‌ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି କହିଛନ୍ତି, କଂଗ୍ରେସକୁ ଧ୍ୱଂସ କରିବାକୁ ରାହୁଲ ଗାନ୍ଧୀଙ୍କୁ ୧୫ ବର୍ଷ ଲାଗିଛି, କିନ୍ତୁ ବିରୋଧୀଙ୍କୁ ବିନାଶ କରିବାକୁ ତାଙ୍କୁ ୧୫ ମାସ ମଧ୍ୟ ଲାଗିବ ନାହିଁ। ପ୍ରମୋଦ କ୍ରିଷ୍ଣମ୍‌ ଦୀର୍ଘ ଦିନ ଧରି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଆସୁଛନ୍ତି ଏବଂ ନିର୍ବାଚନରେ କଂଗ୍ରେସର ଖରାପ ପ୍ରଦର୍ଶନ ପାଇଁ ତାଙ୍କୁ ଦାୟୀ କରିଆସୁଥିଲେ। ଲୋକ ସଭା ବାଚସ୍ପତି ଓମ ର୍ବିଲା ବୁଧବାର ରାହୁଲ ଗାନ୍ଧୀଙ୍କୁ ଗୃହରେ ବିରୋଧୀ ଦଳର ନେତା ଭାବରେ ସ୍ବୀକୃତି ଦେଇଛନ୍ତି।
ପାର୍ଟି ବିରୋଧୀ ବିବୃତ୍ତି ଅଭିଯୋଗରେ କଂଗ୍ରେସ ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ୍‌ଙ୍କୁ ଦଳରୁ ବହିଷ୍କାର କରିଛି। କଂଗ୍ରେସ ସଂଗଠନର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ ଏକ ବିବୃତ୍ତିରେ କହିଛନ୍ତି, ଦଳ ବିରୋଧରେ ବାରମ୍ବାର ବିରୋଧୀ ବିବୃତ୍ତିକୁ ଦୃଷ୍ଟିରେ ରଖି ପ୍ରମୋଦ କ୍ରିଷ୍ଣମ୍‌ଙ୍କୁ ଦଳରୁ ବହିଷ୍କାର କରିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୪୯ ପ୍ଲଟ, କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ: ଗିରଫ ହେଲେ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ

କୋରାପୁଟ, ୨୦।୬ (ଅମିତାଭ ବେହେରା): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀଙ୍କୁ ଓଡ଼ିଶା ଭିଜିଲାନ୍ସ…

୩-୦ରେ ଭାରତର କ୍ଲିନ ସୁଇପ

ଚେନ୍ନାଇ,୨୦ା୬: ପ୍ରସିଦ୍ଧ କ୍ରିଷ୍ଣାଙ୍କ ୫ ଉଇକେଟ ସଫଳତା ଏବଂ ଯଶସ୍ବୀ ଜୟସ୍ବାଲଙ୍କ ଅପରାଜିତ ଶତକ ବଳରେ ତୃତୀୟ ଦିନିକିଆ ମ୍ୟାଚ୍‌ରେ ଭାରତ ୯ ଉଇକେଟରେ ଆଫଗାନିସ୍ତାନକୁ ପରାସ୍ତ…

ଗାଁକୁ ପଶି ଆସିଲା ଭାଲୁ, ଲୋକେ ଆତଙ୍କିତ

କୋକସରା,୨୦।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଜଙ୍ଗଲକ୍ଷୟ ହେବା ଯୋଗୁ ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହେଉଛନ୍ତି ବନ୍ୟଜନ୍ତୁ। ଏହି ପରିପ୍ରେକ୍ଷୀରେ ଏକ ଭାଲୁ କୋକସରା ଫରେଷ୍ଟ ସେକ୍ସନ ଚିକିଲି…

ଚାମେଲି ଓଝାଙ୍କୁ ନ୍ୟାୟ ପ୍ରଦାନ ଦାବି ତେଜିଲା

ଭବାନୀପାଟଣା,୨୦।୬(ଉତ୍ତମ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ତିଖିରି ପଞ୍ଚାୟତ ସରପଞ୍ଚ ଚାମେଲି ଓଝାଙ୍କୁ ନ୍ୟାୟ ପ୍ରଦାନ ଦାବି କରିଛି କଳାହାଣ୍ଡି ସରପଞ୍ଚ ସଂଘ। ଶନିବାର ରାଜ୍ୟ ସରପଞ୍ଚ…

ବ୍ଲଡ୍‌ ବ୍ୟାଙ୍କ ବନ୍ଦ ଯୋଗୁ ଶିଶୁଙ୍କୁ ମିଳିଲାନି ରକ୍ତ, ହସ୍ପିଟାଲରେ ଚାଲିଗଲା ଜୀବନ

ଧର୍ମଗଡ଼,୨୦।୬(ଘାସିରାମ ଜଗତ): କଳାହାଣ୍ଡି ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ରକ୍ତ ନ ମିଳିବାରୁ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଥିବା ପରିବାର…

ଲେବାନନରେ ଇସ୍ରାଏଲର ଆକ୍ରମଣ ପରେ ରାଗିଗଲା ଇରାନ; ବନ୍ଦ କରିଦେଲା ହର୍ମୁଜ, ପୁଣି ହେବ ଯୁଦ୍ଧ!

ତେହରାନ,୨୦।୬: ବିଶ୍ୱ ଅର୍ଥନୀତି ପାଇଁ ଶାନ୍ତି ଚୁକ୍ତିନାମା ଏବଂ ମଧ୍ୟପ୍ରାଚ୍ୟରେ ସ୍ୱାଭାବିକତା ଫେରିବାର ଆଶା ପୁଣି ଥରେ ମଳିନ ହେଉଥିବା ପରି ମନେ ହେଉଛି। ଲେବାନନରେ ଇସ୍ରାଏଲ ଦ୍ୱାରା…

ଭାଲୁକୁ ପିଟି ପିଟି ହତ୍ୟା, ବନ୍ଧା ହେଲେ ୫ ଅଭିଯୁକ୍ତ

ମାଲକାନଗିରି,୨୦ା୬(ଦୁର୍ଯ୍ୟୋଧନ ପାତ୍ର)- ମାଲକାନଗିରି ଜିଲା ମାଥିଲି ବନାଞ୍ଚଳ ଅଧୀନ ଢାଇଗୁଡା ଗ୍ରାମ ନିକଟରେ ଭାଲୁକୁ ଆକ୍ରମଣ କରିଥିବା ୫ ଅଭିଯୁକ୍ତଙ୍କୁ ବନ ବିଭାଗ ପକ୍ଷରୁ ଗିରଫ କରାଯାଇଛି।…

ମାନସିକ ସୁସ୍ଥତା ପାଇଁ ଯୋଗ ଓ ପ୍ରାଣାୟାମ

ଦିଗପହଣ୍ଡି,୨୦|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଡିଗ୍ରୀ କଲେଜ ପରିସରରେ  ଜାତୀୟ ସେବା ଯୋଜନା ୟୁନିଟ, ରେଡକ୍ରସ୍ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri