Posted inଫୁରସତ

ଲିପ୍‌ଷ୍ଟିକ୍‌: କିଛି କଥା

ଓଠର ସୌନ୍ଦର୍ଯ୍ୟ ବଢାଏ ଲିପଷ୍ଟିକ୍‌। ତେବେ ଆମେ ଯେଉଁ ଲିପଷ୍ଟିକ ଏବେ ଦେଖୁଛୁ, ସେହି ଅବସ୍ଥାକୁ ଆସିବା ଲାଗି ଲିପ୍‌ଷ୍ଟିକ୍‌କୁ ୫୦୦୦ବର୍ଷ ଲାଗିଛି। ମହର୍ଷି ବାତ୍ସାୟନଙ୍କ ଦ୍ୱାରା ରଚିତ କାମସୁତ୍ରରେ ଓଠକୁ ରଙ୍ଗେଇବା ଲାଗି ନାଲି ରଙ୍ଗର ଲାଖ, ମହମ ଓ ବିଭିନ୍ନ ଫଳରସ ବ୍ୟବହାର କରାଯାଉଥିବା ବର୍ଣ୍ଣିତ। ଆଉ କିଛି ତଥ୍ୟ କହେ ସୁମେରିୟ ସମାଜ ର ବିକାଶ ସମୟରେ ମହିଳାମାନେ ଓଠକୁ ସଜାଇବା ଲାଗି ବିଭିନ୍ନ ରତ୍ନକୁ ଗୁଣ୍ଡକରି ଓଠରେ ଲଗାଉଥିଲେ। କିଛି ସ୍ଥାନରେ ଫଳ ରସ ଓ ଫୁଲର ବ୍ୟବହାର ବି କରାଯାଉଥିଲା। ତେବେ ଓଠକୁ ରଙ୍ଗାଇବା ଲାଗି ସବୁବେଳେ ନାଲି ରଙ୍ଗର ମହତ୍ୱ ରହି ଆସିଛି। କୁହାଯାଏ ୫୦୦୦ ବର୍ଷ ପୂର୍ବେ ଇଜିପ୍ଟର ରାଣୀ କ୍ଲିଓପେଟ୍ରା ନିଜ ଆଖିକୁ ସୁନ୍ଦର କରିବା ଲାଗି କଜ୍ଜଳ ଲଗାଉଥିଲେ ଓ ଓଠକୁ ରଙ୍ଗାଇବା ଲାଗି ଏକପ୍ରକାରର ପୋକକୁ ମାରି ତାକୁ ବାଟି ସେହି ପେଷ୍ଟକୁ ଓଠରେ ଲଗାଉଥିଲେ। ତେବେ ୯ମ ଶତାବ୍ଦିରେ ଆରବ ବୈଜ୍ଞାନିକ ଅବୁଲକାସିସ୍‌ ଙ୍କୁ ସଲିଡ ଲିପଷ୍ଟିକର ଆବିଷ୍କାରଭାବେ ଗଣନା କରାଯାଏ। ତେବେ ଜାଣି ଆଶ୍ଚର୍ଯ୍ୟ ହେବେ, ଏମିତି ବି ସମୟ ଆସିଥିଲା ଯେବେ ଯଦି କୌଣସି ମହିଳା ଓଠରେ ଲାଲ ଲିପଷ୍ଟିକ ଲଗାଉଥିଲେ ତାଙ୍କୁ କିଛି ଧର୍ମରେ ସଇତାନ ବା ଡାହାଣୀ କୁହାଯାଉଥିଲା। ଏହବାଦ କିଛି ସ୍ଥାନରେ ତ ଲିପଷ୍ଟିକ୍‌କୁ ଦେହଜୀବୀଙ୍କ ସହ ଜଡିତ କରାଯାଇଥିଲା। କେବଳ ଦେହଜୀବୀମାନେ ହିଁ ଲିପ୍‌ଷ୍ଟିକ ଲଗାନ୍ତି ବୋଲି ଧରାଯାଉଥଲା। ହେଲେ ଯେବେ ବ୍ରିଟେନର ରାଣୀ ଏଲିଜାବେଥ ୧ ନିଜ ମେକ୍‌ଅପ୍‌ ପାଇଁ ଲିପଷ୍ଟିକ ବ୍ୟବହାର କଲେ ଏହି ଧାରଣା ବଦଳିବାକୁ ଲାଗିଲା। କୁହାଯାଏ ରାଣୀ ଏଲିଜାବେଥଙ୍କ ମୁହଁରେ ଅନେକ ଦାଗ ଥିଲା ତେଣୁ ତାକୁ ଲୁଚାଇବା ଲାଗି ସେ ଧଳା ଚୁର୍ଣ୍ଣ ଲଗାଇ ମୁହଁକୁ ଧଳା କରିଦେଉଥିଲେ। ଆଉ ଓଠରେ ଲାଲରଙ୍ଗର ଲିପଷ୍ଟିକ ଲଗାଉଥିଲେ। ସେହି ଲିପଷ୍ଟିକ୍‌ରେ କ୍ଷତିକାରକ ସାମଗ୍ରୀ ମିଶୁଥିଲା। ହେଲେ ସୌନ୍ଦର୍ଯ୍ୟ ପାଇଁ ସେ ଏହାକୁ ଲଗାଉଥିଲେ। ଏଲିଜାବେଥ୍‌ଙ୍କୁ ଅନୁକରଣ କରି ଅନ୍ୟ ମହିଳା ବି ଲାଲ ଲିପଷ୍ଟିକ୍‌ ଲଗାଇବା ଆରମ୍ଭ କରିଥିଲେ। ୧୮୮୪ରେ ଫ୍ରେଞ୍ଚ ପରଫ୍ୟୁମ କମ୍ପାନୀ ‘ଗୁଲେରିୟନ’, ଲିପଷ୍ଟିକ୍‌କୁ କମର୍ସିଆଲୀ ବିକ୍ରି କରିବା ଆରମ୍ଭ କରିଥିଲା। ଏହି ଲିପଷ୍ଟିକ୍‌ରେ କମ୍ପାନୀ ବି ଭ୍ୟାକ୍ସ, କ୍ୟାଷ୍ଟର ଅଏଲ ଓ ହରିଣର ଚର୍ବି ବ୍ୟବହାର କରୁଥିଲା। ଆଉ ସେହି ଲିପଷ୍ଟିକ୍‌କୁ ସିଲ୍କ ପେପର୍‌ରେ ଗୁଡାଇ ବିକ୍ରି କରାଯାଉଥିଲା। ୧୯୧୫ରେ ଲିପଷ୍ଟିକ ପ୍ରଥମ ଥର ପାଇଁ ସିଲିଣ୍ଡ୍ରିକାଲ ଟ୍ୟୁବ୍‌ରେ ଆସିଲା। ୧୯୨୦ ବେଳକୁ ଲିପଷ୍ଟିକ ମହିଳାଙ୍କ ପ୍ରସାଧନ ସାମଗ୍ରୀର ମୁଖ୍ୟ ଅଂଶ ପାଲଟିଗଲା। ୧୯୨୩ରେ ଜେମ୍ସ ବ୍ରୁସ୍‌ ମେସନ୍‌ ଜୁନିୟର ଲିପଷ୍ଟିକ୍‌ର ଘୁରୁଥିବା ସିଲିଣ୍ଡର ପରି ଟ୍ୟୁବ ତିଆରି କରିଥିଲେ। ଯାହାକି ଏବେବି ଉପଲବ୍ଧ ହେଉଛି। ଏହାପରେ ଧୀରେ ଧୀରେ ଲିପ୍‌ଷ୍ଟିକ୍‌ରେ ଅନେକ ବିକାଶ ଘଟିଲା। ଆଉ ଓଠକୁ କୌଣସି କ୍ଷତି ନ ପହଞ୍ଚାଇବା ଭଳି ଅନେକ ଲିପଷ୍ଟିକ୍‌ ବଜାରରେ ଉପଲବ୍ଧ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?