Posted inଫୁରସତ

ଲିପ୍‌ଷ୍ଟିକ୍‌: କିଛି କଥା

ଓଠର ସୌନ୍ଦର୍ଯ୍ୟ ବଢାଏ ଲିପଷ୍ଟିକ୍‌। ତେବେ ଆମେ ଯେଉଁ ଲିପଷ୍ଟିକ ଏବେ ଦେଖୁଛୁ, ସେହି ଅବସ୍ଥାକୁ ଆସିବା ଲାଗି ଲିପ୍‌ଷ୍ଟିକ୍‌କୁ ୫୦୦୦ବର୍ଷ ଲାଗିଛି। ମହର୍ଷି ବାତ୍ସାୟନଙ୍କ ଦ୍ୱାରା ରଚିତ କାମସୁତ୍ରରେ ଓଠକୁ ରଙ୍ଗେଇବା ଲାଗି ନାଲି ରଙ୍ଗର ଲାଖ, ମହମ ଓ ବିଭିନ୍ନ ଫଳରସ ବ୍ୟବହାର କରାଯାଉଥିବା ବର୍ଣ୍ଣିତ। ଆଉ କିଛି ତଥ୍ୟ କହେ ସୁମେରିୟ ସମାଜ ର ବିକାଶ ସମୟରେ ମହିଳାମାନେ ଓଠକୁ ସଜାଇବା ଲାଗି ବିଭିନ୍ନ ରତ୍ନକୁ ଗୁଣ୍ଡକରି ଓଠରେ ଲଗାଉଥିଲେ। କିଛି ସ୍ଥାନରେ ଫଳ ରସ ଓ ଫୁଲର ବ୍ୟବହାର ବି କରାଯାଉଥିଲା। ତେବେ ଓଠକୁ ରଙ୍ଗାଇବା ଲାଗି ସବୁବେଳେ ନାଲି ରଙ୍ଗର ମହତ୍ୱ ରହି ଆସିଛି। କୁହାଯାଏ ୫୦୦୦ ବର୍ଷ ପୂର୍ବେ ଇଜିପ୍ଟର ରାଣୀ କ୍ଲିଓପେଟ୍ରା ନିଜ ଆଖିକୁ ସୁନ୍ଦର କରିବା ଲାଗି କଜ୍ଜଳ ଲଗାଉଥିଲେ ଓ ଓଠକୁ ରଙ୍ଗାଇବା ଲାଗି ଏକପ୍ରକାରର ପୋକକୁ ମାରି ତାକୁ ବାଟି ସେହି ପେଷ୍ଟକୁ ଓଠରେ ଲଗାଉଥିଲେ। ତେବେ ୯ମ ଶତାବ୍ଦିରେ ଆରବ ବୈଜ୍ଞାନିକ ଅବୁଲକାସିସ୍‌ ଙ୍କୁ ସଲିଡ ଲିପଷ୍ଟିକର ଆବିଷ୍କାରଭାବେ ଗଣନା କରାଯାଏ। ତେବେ ଜାଣି ଆଶ୍ଚର୍ଯ୍ୟ ହେବେ, ଏମିତି ବି ସମୟ ଆସିଥିଲା ଯେବେ ଯଦି କୌଣସି ମହିଳା ଓଠରେ ଲାଲ ଲିପଷ୍ଟିକ ଲଗାଉଥିଲେ ତାଙ୍କୁ କିଛି ଧର୍ମରେ ସଇତାନ ବା ଡାହାଣୀ କୁହାଯାଉଥିଲା। ଏହବାଦ କିଛି ସ୍ଥାନରେ ତ ଲିପଷ୍ଟିକ୍‌କୁ ଦେହଜୀବୀଙ୍କ ସହ ଜଡିତ କରାଯାଇଥିଲା। କେବଳ ଦେହଜୀବୀମାନେ ହିଁ ଲିପ୍‌ଷ୍ଟିକ ଲଗାନ୍ତି ବୋଲି ଧରାଯାଉଥଲା। ହେଲେ ଯେବେ ବ୍ରିଟେନର ରାଣୀ ଏଲିଜାବେଥ ୧ ନିଜ ମେକ୍‌ଅପ୍‌ ପାଇଁ ଲିପଷ୍ଟିକ ବ୍ୟବହାର କଲେ ଏହି ଧାରଣା ବଦଳିବାକୁ ଲାଗିଲା। କୁହାଯାଏ ରାଣୀ ଏଲିଜାବେଥଙ୍କ ମୁହଁରେ ଅନେକ ଦାଗ ଥିଲା ତେଣୁ ତାକୁ ଲୁଚାଇବା ଲାଗି ସେ ଧଳା ଚୁର୍ଣ୍ଣ ଲଗାଇ ମୁହଁକୁ ଧଳା କରିଦେଉଥିଲେ। ଆଉ ଓଠରେ ଲାଲରଙ୍ଗର ଲିପଷ୍ଟିକ ଲଗାଉଥିଲେ। ସେହି ଲିପଷ୍ଟିକ୍‌ରେ କ୍ଷତିକାରକ ସାମଗ୍ରୀ ମିଶୁଥିଲା। ହେଲେ ସୌନ୍ଦର୍ଯ୍ୟ ପାଇଁ ସେ ଏହାକୁ ଲଗାଉଥିଲେ। ଏଲିଜାବେଥ୍‌ଙ୍କୁ ଅନୁକରଣ କରି ଅନ୍ୟ ମହିଳା ବି ଲାଲ ଲିପଷ୍ଟିକ୍‌ ଲଗାଇବା ଆରମ୍ଭ କରିଥିଲେ। ୧୮୮୪ରେ ଫ୍ରେଞ୍ଚ ପରଫ୍ୟୁମ କମ୍ପାନୀ ‘ଗୁଲେରିୟନ’, ଲିପଷ୍ଟିକ୍‌କୁ କମର୍ସିଆଲୀ ବିକ୍ରି କରିବା ଆରମ୍ଭ କରିଥିଲା। ଏହି ଲିପଷ୍ଟିକ୍‌ରେ କମ୍ପାନୀ ବି ଭ୍ୟାକ୍ସ, କ୍ୟାଷ୍ଟର ଅଏଲ ଓ ହରିଣର ଚର୍ବି ବ୍ୟବହାର କରୁଥିଲା। ଆଉ ସେହି ଲିପଷ୍ଟିକ୍‌କୁ ସିଲ୍କ ପେପର୍‌ରେ ଗୁଡାଇ ବିକ୍ରି କରାଯାଉଥିଲା। ୧୯୧୫ରେ ଲିପଷ୍ଟିକ ପ୍ରଥମ ଥର ପାଇଁ ସିଲିଣ୍ଡ୍ରିକାଲ ଟ୍ୟୁବ୍‌ରେ ଆସିଲା। ୧୯୨୦ ବେଳକୁ ଲିପଷ୍ଟିକ ମହିଳାଙ୍କ ପ୍ରସାଧନ ସାମଗ୍ରୀର ମୁଖ୍ୟ ଅଂଶ ପାଲଟିଗଲା। ୧୯୨୩ରେ ଜେମ୍ସ ବ୍ରୁସ୍‌ ମେସନ୍‌ ଜୁନିୟର ଲିପଷ୍ଟିକ୍‌ର ଘୁରୁଥିବା ସିଲିଣ୍ଡର ପରି ଟ୍ୟୁବ ତିଆରି କରିଥିଲେ। ଯାହାକି ଏବେବି ଉପଲବ୍ଧ ହେଉଛି। ଏହାପରେ ଧୀରେ ଧୀରେ ଲିପ୍‌ଷ୍ଟିକ୍‌ରେ ଅନେକ ବିକାଶ ଘଟିଲା। ଆଉ ଓଠକୁ କୌଣସି କ୍ଷତି ନ ପହଞ୍ଚାଇବା ଭଳି ଅନେକ ଲିପଷ୍ଟିକ୍‌ ବଜାରରେ ଉପଲବ୍ଧ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri