୧ କିଲୋମିଟରକୁ ଘଣ୍ଟାଏ ଲାଗୁଛି

କାଳିଆପାଣି,୮ା୧୨(ଡି.ଏନ.ଏ.): କାଳିଆପାଣି ଖଣି ଅଞ୍ଚଳରେ ଟ୍ରାଫିକ୍‌ ସମସ୍ୟା ଅସମ୍ଭାଳ ହୋଇ ପଡ଼ିଛି। ଏଠାରେ ଚାଲିଚାଲି, ବାଇକ୍‌ରେ ଓ କିମ୍ବା କାର୍‌ରେ ଗୋଟିଏ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ହେଲେ ଏକ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଲାଗୁଛି। ଫଳରେ ଏହାକୁ ନେଇ ଜନ ଅସନ୍ତୋଷ ପ୍ରକାଶ ପାଇଛି। ଫାଷ୍ଟ୍‌କମ୍‌ ଫାଷ୍ଟ ଲୋଡିଂ ନିୟମ ଯୋଗୁ ଏଠାକୁ ବିଭିନ୍ନ ଖଣିକୁ କ୍ରୋମାଇଟ୍‌ ଲୋଡିଂ ପାଇଁ ଆସୁଥିବା ଟ୍ରକ୍‌ଗୁଡ଼ିକ ପ୍ରତିଯୋଗିତା କରୁଛନ୍ତି। ଓଡ଼ିଶା ଖଣି ନିଗମ, ଇମ୍ଫା, ଟାଟାଷ୍ଟିଲ ଓ ଫେକର ବେଦାନ୍ତରେ କ୍ରୋମାଇଟ୍‌ ଲୋଡିଂ ପାଇଁ ଆସୁଥିବା ଟ୍ରକ୍‌ଗୁଡ଼ିକ ରାସ୍ତାର ଉଭୟ ପାଶର୍‌ବରେ ଠିଆ ହେଉଥିବାରୁ ରାସ୍ତାରେ ଗହଳି ସୃଷ୍ଟି ହେଉଛି। ସୋମବାରଠାରୁ ଖଣି ଅଞ୍ଚଳରେ ଘଣ୍ଟାଘଣ୍ଟା ଧରି ରାସ୍ତା ଜାମହୋଇଥିବା ବେଳେ ବୁଧବାର ଏହା ଗୁରୁତର ହୋଇଛି। ଫଳରେ କୋଳିପଶୀ ଆଡୁ ଆସୁଥିବା ଛାତ୍ରୀଛାତ୍ରଙ୍କ ସ୍କୁଲ୍‌ ବସ୍‌ ଦୁଇ ଘଣ୍ଟା ରାସ୍ତାରେ ଅଟକିଥିବା ଦେଖିବାକୁ ମିଳିଛି। ଏହି ଜାମ୍‌ ଭିତରେ ଆମ୍ବୁଲାନ୍ସ ବି ଫସି ରହିଥିଲା। ଦିନ ତମାମ ଟାଟାଗେଟ୍‌ଠାରୁ ଓଏମ୍‌ସି କାଳିଆପାଣି ଗେଟ୍‌ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶର୍‌ବରେ ଶହଶହ ଟ୍ରକ୍‌ ପାର୍କିଂ କରିଥିବାରୁ ଏହି ଅସୁବିଧା ଉପୁଜିଥିଲା। ହେଲେ ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଦେଖାଯାଇଥିଲା। ଜାମ୍‌ରେ ସାଇକେଲରେ ଯିବା ସମ୍ଭବ ନ ଥିବାରୁ ସ୍ଥାନୀୟ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ, କାଳିଆପାଣି ଖଣି ଅଞ୍ଚଳର ୧୨ଟି ଖଣିରୁ ୬ରେ ଉତ୍ତୋଳନ କାର୍ଯ୍ୟ ଚାଲିଛି। ଓଡ଼ିଶା ଖଣି ନିଗମର ଦକ୍ଷିଣ କାଳିଆପାଣି ଖଣି, ସୁକୁରୁଙ୍ଗି ଖଣି, ଫେକର ବେଦାନ୍ତ କମ୍ପାନୀର ଓସ୍ତପାଳ ଓ ଭୀମଟାଙ୍ଗର ଖଣି ଏବଂ ଇମ୍ଫା କମ୍ପାନୀକୁ କ୍ରୋମାଇଟ୍‌ ଲୋଡିଂ ପାଇଁ ଆସୁଥିବା ଟ୍ରକ୍‌ଗୁଡ଼ିକର ସିରିଏଲ୍‌ ପାଇଁ ଚାଳକ ଟମକା-ମଙ୍ଗଳପୁର ରାସ୍ତା ଉପରେ ଗାଡ଼ି ଠିଆ କରି ରଖୁଛନ୍ତି। କଅଁସର କୋଳିପଶୀରେ ଓଡ଼ିଶା ଖଣି ନିଗମ ପାର୍କିଂ ବ୍ୟବସ୍ଥା କରିଛି। ହେଲେ ଖଣିରେ ଭର୍ତ୍ତି ସମୟର ବହୁ ପୂର୍ବରୁ ଟ୍ରକ୍‌ଗୁଡ଼ିକ ରାସ୍ତା ଉପରେ ବେଆଇନ ଭାବେ ଠିଆ କରି ରଖୁଛନ୍ତି। କମ୍ପାନୀର ସିକ୍ୟୁରିଟି ମନଇଚ୍ଛା ସିରିଏଲ୍‌ ଲେଖୁଥିବାରୁ ରାସ୍ତାରେ ଟ୍ରକ୍‌ ଜାମ ହୋଇ ରହୁଛି। ଏପଟେ ଦକ୍ଷିଣ କାଳିଆପାଣି ଖଣି ଗେଟ୍‌ ସମ୍ମୁଖରେ ୧୦, ୧୨ ଓ ୧୪ ଚକିଆ ଟ୍ରକ୍‌ ଏଣ୍ଟ୍ରି ଗେଟଥିବାବେଳେ ବିପରୀତ ଦିଗରେ ଇମ୍ଫା, ଟାଟାର ଏଣ୍ଟ୍ରି ଗେଟ୍‌ ରହିଛି। ଫଳରେ ରାସ୍ତାର ଉଭୟ ପଟରେ ୬ କିଲୋମିଟର ବ୍ୟାପୀ ଟ୍ରକ୍‌ ଲାଇନ ଲାଗି ରହୁଛି। ଅଣଓସରିଆ ରାସ୍ତାରେ ଯିବାଆସିବା ସମ୍ଭବ ହୋଇପାରୁନାହିଁ। ସେହିପରି ଫେକର ବେଦାନ୍ତ କମ୍ପାନୀର ଓସ୍ତପାଳ ଖଣିରୁ କ୍ରୋମାଇଟ୍‌ ଲୋଡିଂ ପାଇଁ ଆସୁଥିବା ଟ୍ରକ୍‌ଗୁଡ଼ିକ ଖଣି ନିକଟରୁ ଇମ୍ଫା ଖଣି ପର୍ଯ୍ୟନ୍ତ ଜାମ କରି ସିରିଏଲ କରୁଛନ୍ତି। ଏପଟେ ଇମ୍ଫା କମ୍ପାନୀ ଟ୍ରକ୍‌ ସିରିଏଲ କରୁଥିବାରୁ ସମାନ ପରିମାଣ ରାସ୍ତା ଜାମ ହେଉଛି। ଗତ ସୋମବାର ଓ ମଙ୍ଗଳବାର ରାସ୍ତା ଜାମ ହେବାରୁ ଓଡ଼ିଶା ଖଣି ନିଗମ କାଳିଆପାଣି ହାଇସ୍କୁଲ, ଷ୍ଟିୱାଟ ସ୍କୁଲ୍‌, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସ୍କୁଲ୍‌ ଛାତ୍ରୀଛାତ୍ର ୨ ଘଣ୍ଟା ଜାମରେ ଫସି ରହିଥିଲେ। ଖଣି କର୍ମଚାରୀମାନେ ଚାଲିଚାଲି ଯାଇଥିଲେ ମଧ୍ୟ ନିର୍ଦ୍ଧାରିତ ସମୟର ୧ ଘଣ୍ଟା ପରେ କାର୍ଯ୍ୟସ୍ଥଳରେ ପହଞ୍ଚିଥିଲେ। ତେବେ ଏହି ସମସ୍ୟାରେ ସୁଧାର ଆସୁ ନ ଥିବାରୁ ଖଣି ଅଞ୍ଚଳର ଅଭିଭାବକ ଓ ସାଧାରଣରେ ଅସନ୍ତୋଷ ତୀବ୍ର ହୋଇଛି। କାଳିଆପାଣି ପୋଲିସ ଟ୍ରାଫିକ୍‌ ସମସ୍ୟା ସମାଧାନ କରିବାରେ ବିଫଳ ହୋଇଥିବାରୁ ଆଗକୁ ଲୋକେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ କାଳିଆପାଣି ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ କହିଛନ୍ତି, ଫାଷ୍ଟ୍‌ କମ୍‌ ଫାଷ୍ଟ୍‌ ସର୍ଭିସ ଯୋଗୁ ଏଠାକୁ ଅଧିକ ଗାଡ଼ି ଆସୁଛି। ମାତ୍ର ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ନ ଥିବାରୁ ଗାଡ଼ିଗୁଡ଼ିକ ରାସ୍ତାରେ ଛିଡ଼ା ହେଉଛି। ଫଳରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ତେଣୁ ସବୁ କମ୍ପାନୀ ପାର୍କିଂୟାର୍ଡ କଲେ ଏହି ସମସ୍ୟାର ସମାଧାନ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?