୧ କିଲୋମିଟରକୁ ଘଣ୍ଟାଏ ଲାଗୁଛି

କାଳିଆପାଣି,୮ା୧୨(ଡି.ଏନ.ଏ.): କାଳିଆପାଣି ଖଣି ଅଞ୍ଚଳରେ ଟ୍ରାଫିକ୍‌ ସମସ୍ୟା ଅସମ୍ଭାଳ ହୋଇ ପଡ଼ିଛି। ଏଠାରେ ଚାଲିଚାଲି, ବାଇକ୍‌ରେ ଓ କିମ୍ବା କାର୍‌ରେ ଗୋଟିଏ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ହେଲେ ଏକ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଲାଗୁଛି। ଫଳରେ ଏହାକୁ ନେଇ ଜନ ଅସନ୍ତୋଷ ପ୍ରକାଶ ପାଇଛି। ଫାଷ୍ଟ୍‌କମ୍‌ ଫାଷ୍ଟ ଲୋଡିଂ ନିୟମ ଯୋଗୁ ଏଠାକୁ ବିଭିନ୍ନ ଖଣିକୁ କ୍ରୋମାଇଟ୍‌ ଲୋଡିଂ ପାଇଁ ଆସୁଥିବା ଟ୍ରକ୍‌ଗୁଡ଼ିକ ପ୍ରତିଯୋଗିତା କରୁଛନ୍ତି। ଓଡ଼ିଶା ଖଣି ନିଗମ, ଇମ୍ଫା, ଟାଟାଷ୍ଟିଲ ଓ ଫେକର ବେଦାନ୍ତରେ କ୍ରୋମାଇଟ୍‌ ଲୋଡିଂ ପାଇଁ ଆସୁଥିବା ଟ୍ରକ୍‌ଗୁଡ଼ିକ ରାସ୍ତାର ଉଭୟ ପାଶର୍‌ବରେ ଠିଆ ହେଉଥିବାରୁ ରାସ୍ତାରେ ଗହଳି ସୃଷ୍ଟି ହେଉଛି। ସୋମବାରଠାରୁ ଖଣି ଅଞ୍ଚଳରେ ଘଣ୍ଟାଘଣ୍ଟା ଧରି ରାସ୍ତା ଜାମହୋଇଥିବା ବେଳେ ବୁଧବାର ଏହା ଗୁରୁତର ହୋଇଛି। ଫଳରେ କୋଳିପଶୀ ଆଡୁ ଆସୁଥିବା ଛାତ୍ରୀଛାତ୍ରଙ୍କ ସ୍କୁଲ୍‌ ବସ୍‌ ଦୁଇ ଘଣ୍ଟା ରାସ୍ତାରେ ଅଟକିଥିବା ଦେଖିବାକୁ ମିଳିଛି। ଏହି ଜାମ୍‌ ଭିତରେ ଆମ୍ବୁଲାନ୍ସ ବି ଫସି ରହିଥିଲା। ଦିନ ତମାମ ଟାଟାଗେଟ୍‌ଠାରୁ ଓଏମ୍‌ସି କାଳିଆପାଣି ଗେଟ୍‌ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶର୍‌ବରେ ଶହଶହ ଟ୍ରକ୍‌ ପାର୍କିଂ କରିଥିବାରୁ ଏହି ଅସୁବିଧା ଉପୁଜିଥିଲା। ହେଲେ ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଦେଖାଯାଇଥିଲା। ଜାମ୍‌ରେ ସାଇକେଲରେ ଯିବା ସମ୍ଭବ ନ ଥିବାରୁ ସ୍ଥାନୀୟ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ, କାଳିଆପାଣି ଖଣି ଅଞ୍ଚଳର ୧୨ଟି ଖଣିରୁ ୬ରେ ଉତ୍ତୋଳନ କାର୍ଯ୍ୟ ଚାଲିଛି। ଓଡ଼ିଶା ଖଣି ନିଗମର ଦକ୍ଷିଣ କାଳିଆପାଣି ଖଣି, ସୁକୁରୁଙ୍ଗି ଖଣି, ଫେକର ବେଦାନ୍ତ କମ୍ପାନୀର ଓସ୍ତପାଳ ଓ ଭୀମଟାଙ୍ଗର ଖଣି ଏବଂ ଇମ୍ଫା କମ୍ପାନୀକୁ କ୍ରୋମାଇଟ୍‌ ଲୋଡିଂ ପାଇଁ ଆସୁଥିବା ଟ୍ରକ୍‌ଗୁଡ଼ିକର ସିରିଏଲ୍‌ ପାଇଁ ଚାଳକ ଟମକା-ମଙ୍ଗଳପୁର ରାସ୍ତା ଉପରେ ଗାଡ଼ି ଠିଆ କରି ରଖୁଛନ୍ତି। କଅଁସର କୋଳିପଶୀରେ ଓଡ଼ିଶା ଖଣି ନିଗମ ପାର୍କିଂ ବ୍ୟବସ୍ଥା କରିଛି। ହେଲେ ଖଣିରେ ଭର୍ତ୍ତି ସମୟର ବହୁ ପୂର୍ବରୁ ଟ୍ରକ୍‌ଗୁଡ଼ିକ ରାସ୍ତା ଉପରେ ବେଆଇନ ଭାବେ ଠିଆ କରି ରଖୁଛନ୍ତି। କମ୍ପାନୀର ସିକ୍ୟୁରିଟି ମନଇଚ୍ଛା ସିରିଏଲ୍‌ ଲେଖୁଥିବାରୁ ରାସ୍ତାରେ ଟ୍ରକ୍‌ ଜାମ ହୋଇ ରହୁଛି। ଏପଟେ ଦକ୍ଷିଣ କାଳିଆପାଣି ଖଣି ଗେଟ୍‌ ସମ୍ମୁଖରେ ୧୦, ୧୨ ଓ ୧୪ ଚକିଆ ଟ୍ରକ୍‌ ଏଣ୍ଟ୍ରି ଗେଟଥିବାବେଳେ ବିପରୀତ ଦିଗରେ ଇମ୍ଫା, ଟାଟାର ଏଣ୍ଟ୍ରି ଗେଟ୍‌ ରହିଛି। ଫଳରେ ରାସ୍ତାର ଉଭୟ ପଟରେ ୬ କିଲୋମିଟର ବ୍ୟାପୀ ଟ୍ରକ୍‌ ଲାଇନ ଲାଗି ରହୁଛି। ଅଣଓସରିଆ ରାସ୍ତାରେ ଯିବାଆସିବା ସମ୍ଭବ ହୋଇପାରୁନାହିଁ। ସେହିପରି ଫେକର ବେଦାନ୍ତ କମ୍ପାନୀର ଓସ୍ତପାଳ ଖଣିରୁ କ୍ରୋମାଇଟ୍‌ ଲୋଡିଂ ପାଇଁ ଆସୁଥିବା ଟ୍ରକ୍‌ଗୁଡ଼ିକ ଖଣି ନିକଟରୁ ଇମ୍ଫା ଖଣି ପର୍ଯ୍ୟନ୍ତ ଜାମ କରି ସିରିଏଲ କରୁଛନ୍ତି। ଏପଟେ ଇମ୍ଫା କମ୍ପାନୀ ଟ୍ରକ୍‌ ସିରିଏଲ କରୁଥିବାରୁ ସମାନ ପରିମାଣ ରାସ୍ତା ଜାମ ହେଉଛି। ଗତ ସୋମବାର ଓ ମଙ୍ଗଳବାର ରାସ୍ତା ଜାମ ହେବାରୁ ଓଡ଼ିଶା ଖଣି ନିଗମ କାଳିଆପାଣି ହାଇସ୍କୁଲ, ଷ୍ଟିୱାଟ ସ୍କୁଲ୍‌, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସ୍କୁଲ୍‌ ଛାତ୍ରୀଛାତ୍ର ୨ ଘଣ୍ଟା ଜାମରେ ଫସି ରହିଥିଲେ। ଖଣି କର୍ମଚାରୀମାନେ ଚାଲିଚାଲି ଯାଇଥିଲେ ମଧ୍ୟ ନିର୍ଦ୍ଧାରିତ ସମୟର ୧ ଘଣ୍ଟା ପରେ କାର୍ଯ୍ୟସ୍ଥଳରେ ପହଞ୍ଚିଥିଲେ। ତେବେ ଏହି ସମସ୍ୟାରେ ସୁଧାର ଆସୁ ନ ଥିବାରୁ ଖଣି ଅଞ୍ଚଳର ଅଭିଭାବକ ଓ ସାଧାରଣରେ ଅସନ୍ତୋଷ ତୀବ୍ର ହୋଇଛି। କାଳିଆପାଣି ପୋଲିସ ଟ୍ରାଫିକ୍‌ ସମସ୍ୟା ସମାଧାନ କରିବାରେ ବିଫଳ ହୋଇଥିବାରୁ ଆଗକୁ ଲୋକେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ କାଳିଆପାଣି ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ କହିଛନ୍ତି, ଫାଷ୍ଟ୍‌ କମ୍‌ ଫାଷ୍ଟ୍‌ ସର୍ଭିସ ଯୋଗୁ ଏଠାକୁ ଅଧିକ ଗାଡ଼ି ଆସୁଛି। ମାତ୍ର ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ନ ଥିବାରୁ ଗାଡ଼ିଗୁଡ଼ିକ ରାସ୍ତାରେ ଛିଡ଼ା ହେଉଛି। ଫଳରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ତେଣୁ ସବୁ କମ୍ପାନୀ ପାର୍କିଂୟାର୍ଡ କଲେ ଏହି ସମସ୍ୟାର ସମାଧାନ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ନବବିବାହିତ ଯୁବକଙ୍କୁ ଗଳାକାଟି ହତ୍ୟା

ଗଜପତି,୨୯।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗୁରାଣ୍ଡି ଥାନା ଅଧୀନ ତୋଟାଗୁମ୍ବୁଡା ଗାଁରେ ଏକ ଅଘଟଣ ଘଟିଛି। ଜଣେ ନବବିବାହିତ ଯୁବକଙ୍କୁ ଗଳାକାଟି ଅତି...

ଗୁଡ୍‌ ଫ୍ରାଇଡେରେ ପ୍ରାର୍ଥନା କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ ଦିଲୀପ ତିର୍କୀ

ସୁନ୍ଦରଗଡ,୨୭ା୩(ଜୟ ନାରାୟଣ ମେଣ୍ଡୁଳି): ଚର୍ଚ୍ଚରେ ପ୍ରାର୍ଥନା କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କୀ। ପ୍ରାର୍ଥୀ ଘୋଷଣା ହେବା ପରେ ଶୁକ୍ରବାର...

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri