ଏବେ ବି ଓଠରେ ହସ ଖେଳାଇଦିଏ

ମୋର ଜନ୍ମ ଏକ ମଫସଲ ଗାଁରେ। ନିମ୍ନ ମଧ୍ୟବିତ୍ତ ପରିବାର। ବାପା ଶିକ୍ଷକ। ମଧ୍ୟବିତ୍ତ ପରିବାରର ଏକ ବିଶେଷତ୍ୱ ଯାହା ସଚରାଚର ଦୃଷ୍ଟିଗୋଚର ହୁଏ ତା’ହେଲା ସ୍ବାଭିମାନ। ଅଭାବ ଅସୁବିଧା ଭିତରେ ଏଠି ଶିଖିବାକୁ ହୁଏ ବଞ୍ଚତ୍ବାର କଳା ଓ କୌଶଳ ଏବଂ ଧରି ରଖିବାକୁ ପଡ଼େ ଆତ୍ମସମ୍ମାନ। ଏହି ଆତ୍ମସମ୍ମାନ ଟିକକ ବୋଧହୁଏ ମଧ୍ୟବିତ୍ତର ପରିଚୟ। ୧୯୯୨ ମସିହାରେ କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟରୁ ଏମ.ଏ., ଏମ.ଫିଲ୍‌. ସାରି ଫେରିଲି। ଅନ୍ୟମାନଙ୍କ ଭଳି ମୋ ଆଖିରେ ଥାଏ ଆଖିଏ ସ୍ବପ୍ନ। ବିଶ୍ୱବିଦ୍ୟାଳୟରୁ ସ୍ବର୍ଣ୍ଣ ପଦକ ପ୍ରାପ୍ତ ହୋଇଥାଏ, ସେଥିପାଇଁ ମଧ୍ୟ ମନରେ ଥାଏ ଦୃଢ଼ତା ନିଶ୍ଚୟ ସରକାରୀ କଲେଜରେ ଅଧ୍ୟାପକଟିଏ ହେବି। ଯେହେତୁ ବାପା ଶିକ୍ଷକ ଥିଲେ, ମୋ ଅବଚେତନରେ ଶିକ୍ଷାଦାନ ପାଇଁ ଥାଏ ଘୋର ଦୁର୍ବଳତା: ଶୃଙ୍ଖଳିତ ଜୀବନ, ଭବିଷ୍ୟତ ପିଢ଼ିକୁ ଗଢିବାର ଦାୟିତ୍ୱବୋଧ, ଯାହା ଅନ୍ୟ କୋଣସି ବୃତ୍ତିରେ ପ୍ରାୟ ନ ଥାଏ କହିଲେ ଚଳେ। କିନ୍ତୁ ଏ ସଂସାର ତ ମଣିଷର ଇଚ୍ଛା ଅନୁସାରେ ଚାଲୁନାହିଁ, ଯିଏ ଯାହା ଆଶା କରିବ ତତ୍କାଳ ତାହା ପ୍ରାପ୍ତି ହେବ। ବିଧିର ବିଧାନ ଥିଲା ଅଲଗା। ବିଗତ ନବେ ଦଶକରେ ଦେଶରେ ଆର୍ଥିକ ମାନ୍ଦାବସ୍ଥା ପାଇଁ ଆର୍ଥିକ କଟକଣା ସବୁ ଲାଗୁହେଲା, ସରକାରୀ ଚାକିରିରେ ଲାଗିଗଲା ନିଯୁକ୍ତି କଟକଣା। ପଦ୍ମ ଘୁଞ୍ଚି ଘୁଞ୍ଚି ଗଲା, ତା’ସହିତ ସ୍ବପ୍ନମାନେ ମଧ୍ୟ। ସୁଯୋଗ ମିଳିଲା ଏକ ବେସରକାରୀ କଲେଜରେ ଅଧ୍ୟାପନା କରିବାପାଇଁ। ଅଧ୍ୟାପନାରେ ମିଳିଲା ପ୍ରଚୁର ଆତ୍ମସନ୍ତୋଷ। ନଭେମ୍ବର ୧୯୯୨ରେ ଯେତେବେଳେ ମୁଁ ମୋର ପ୍ରଥମ ଦରମା ପାଇଲି ସେ ଅନୁଭୂତି ଥିଲା ଅବର୍ଣ୍ଣନୀୟ। ଦରମା ଥିଲା ୪୫୦ ଟଙ୍କା। ପରିମାଣ ହୁଏତ ସ୍ବଳ୍ପ ହୋଇପାରେ, କିନ୍ତୁ କଲେଜ ଆକାଉଣ୍ଟାଣ୍ଟଠାରୁ ସେତକ ଗ୍ରହଣ କଲାବେଳେ ମୁଁ ଅନୁଭବ କରୁଥିଲି ପ୍ରକୃତରେ ଶ୍ରମର ପାଉଣା ସତେ କେତେ ମିଠା ହୋଇପାରେ! ଏହି ୪୫୦ଟଙ୍କାରୁ ପ୍ରଥମେ ୩୦୦ ଟଙ୍କା ନେଇ ବୋଉ ହାତରେ ବଢ଼େଇଦେଲି ଅବଶିଷ୍ଟ ୧୫୦ ଟଙ୍କାକୁ ପ୍ରଥମ ଇନଷ୍ଟଲମେଣ୍ଟ ଭାବେ ଦାଖଲ କରି ହିରୋ ସାଇକେଲଟିଏ କିଣିଲି। ଯେଉଁ ସମୟରେ ମୋର କତିପୟ ବନ୍ଧୁ ଯେନତେନ ପ୍ରକାରେ ଯୋଗାଡ଼ କରି ହିରୋହୋଣ୍ଡା କିଣିଥିଲେ, ସେ ସମୟରେ ମୁଁ ଇନଷ୍ଟଲମେଣ୍ଟରେ ହିରୋ ସାଇକେଲ କିଣିବା ଭ୍ରୂକୁଞ୍ଚନର କାରଣ ହୋଇଥିଲା ବହୁ ଲୋକଙ୍କର। ଅଥଚ, ମୁଁ ଖୁସି ଥିଲି କାରଣ କାହାଠାରୁ ହାତପାତି, ଧାର ଉଧାର କରି ହିରୋହୋଣ୍ଡା ଚଢିବାଠାରୁ, ହିରୋ ସାଇକେଲରେ ଯିବାଆସିବା ମୋତେ ଦେଇଥିଲା ଅଧିକ ଆତ୍ମସନ୍ତୋଷ। ପରବର୍ତ୍ତୀ ସମୟରେ ମୁଁ ସରକାରୀ କଲେଜରେ ଅଧ୍ୟାପକ ଚାକିରି ପାଇଲି, ପ୍ରଶାସନିକ ପଦବୀରେ ଅବସ୍ଥାପିତ ହେଲି, ବେଶ୍‌ ଭଲ ଦରମା ମିଳିଲା, ଲେଖାଲେଖି, ଘର ସଂସାର, ବାପାବୋଉଙ୍କ ଆଶୀର୍ବାଦରୁ ଠିକ୍‌ଠାକ୍‌ ଚାଲିଛି। କିନ୍ତୁ ପ୍ରଥମ ମାସର ଦରମା କଥା ମନେପଡ଼ିଲେ ଆପଣାଛାଏ ଧାରେ ହସ ଓଠରେ ଖେଳେଇ ହୋଇଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

ଶନିଙ୍କ ବଡ଼ ଚଳନ: ଏହି ରାଶିଙ୍କ ଉପରେ ଧନବର୍ଷା, ଏମାନଙ୍କର ବଢିବ ଚିନ୍ତା; ଜାଣନ୍ତୁ ଆପଣଙ୍କ ରାଶିଫଳ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ, କାରଣ ଏହାର ବ୍ୟାପକ ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳେ। ବିଶେଷ କରି ସାଢ଼େସାତୀ…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

ଅପହଞ୍ଚ ଗାଁରେ ଆଶାର କିରଣ: ସ୍ୱାବଲମ୍ବୀ ହେବେ ସାନ୍ତାଳୀ ମହିଳା, ମିଶନ ଶକ୍ତିରେ ଯୋଡ଼ି ହୋଇ…

ମହାକାଳପଡ଼ା,୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ସମୁଦ୍ର ତଟରେ ଅବସ୍ଥିତ ଅପହଞ୍ଚ ସାନ୍ତାଳୀ ଗ୍ରାମ ‘ପାଣିଖିଆ’। ଅନାଦି କାଳରୁ ଏହି ଗ୍ରାମର ସାନ୍ତାଳୀ…

ଆଗକୁ ପଞ୍ଚାୟତ ନିର୍ବାଚନ: ଜିତିବା ପାଇଁ ଭାଜପା କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର,୪ା୧୦: ରାଜ୍ୟରେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଗ୍ରାମାଞ୍ଚଳରେ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ନିର୍ବାଚନୀ ମଇଦାନରେ ସଫଳତା ହାସଲ କରିବା ପାଇଁ ଭାରତୀୟ…

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

IND vs WI:‘ବର୍ତ୍ତମାନ ପରୀକ୍ଷା-ନିରୀକ୍ଷା କରିବାର ସମୟ ନୁହେଁ’ ରୋହିତ ଶର୍ମା, ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ଶୁବମନ ଗିଲ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ, ବିଶେଷକରି ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?