ଏବେ ବି ଓଠରେ ହସ ଖେଳାଇଦିଏ

ମୋର ଜନ୍ମ ଏକ ମଫସଲ ଗାଁରେ। ନିମ୍ନ ମଧ୍ୟବିତ୍ତ ପରିବାର। ବାପା ଶିକ୍ଷକ। ମଧ୍ୟବିତ୍ତ ପରିବାରର ଏକ ବିଶେଷତ୍ୱ ଯାହା ସଚରାଚର ଦୃଷ୍ଟିଗୋଚର ହୁଏ ତା’ହେଲା ସ୍ବାଭିମାନ। ଅଭାବ ଅସୁବିଧା ଭିତରେ ଏଠି ଶିଖିବାକୁ ହୁଏ ବଞ୍ଚତ୍ବାର କଳା ଓ କୌଶଳ ଏବଂ ଧରି ରଖିବାକୁ ପଡ଼େ ଆତ୍ମସମ୍ମାନ। ଏହି ଆତ୍ମସମ୍ମାନ ଟିକକ ବୋଧହୁଏ ମଧ୍ୟବିତ୍ତର ପରିଚୟ। ୧୯୯୨ ମସିହାରେ କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟରୁ ଏମ.ଏ., ଏମ.ଫିଲ୍‌. ସାରି ଫେରିଲି। ଅନ୍ୟମାନଙ୍କ ଭଳି ମୋ ଆଖିରେ ଥାଏ ଆଖିଏ ସ୍ବପ୍ନ। ବିଶ୍ୱବିଦ୍ୟାଳୟରୁ ସ୍ବର୍ଣ୍ଣ ପଦକ ପ୍ରାପ୍ତ ହୋଇଥାଏ, ସେଥିପାଇଁ ମଧ୍ୟ ମନରେ ଥାଏ ଦୃଢ଼ତା ନିଶ୍ଚୟ ସରକାରୀ କଲେଜରେ ଅଧ୍ୟାପକଟିଏ ହେବି। ଯେହେତୁ ବାପା ଶିକ୍ଷକ ଥିଲେ, ମୋ ଅବଚେତନରେ ଶିକ୍ଷାଦାନ ପାଇଁ ଥାଏ ଘୋର ଦୁର୍ବଳତା: ଶୃଙ୍ଖଳିତ ଜୀବନ, ଭବିଷ୍ୟତ ପିଢ଼ିକୁ ଗଢିବାର ଦାୟିତ୍ୱବୋଧ, ଯାହା ଅନ୍ୟ କୋଣସି ବୃତ୍ତିରେ ପ୍ରାୟ ନ ଥାଏ କହିଲେ ଚଳେ। କିନ୍ତୁ ଏ ସଂସାର ତ ମଣିଷର ଇଚ୍ଛା ଅନୁସାରେ ଚାଲୁନାହିଁ, ଯିଏ ଯାହା ଆଶା କରିବ ତତ୍କାଳ ତାହା ପ୍ରାପ୍ତି ହେବ। ବିଧିର ବିଧାନ ଥିଲା ଅଲଗା। ବିଗତ ନବେ ଦଶକରେ ଦେଶରେ ଆର୍ଥିକ ମାନ୍ଦାବସ୍ଥା ପାଇଁ ଆର୍ଥିକ କଟକଣା ସବୁ ଲାଗୁହେଲା, ସରକାରୀ ଚାକିରିରେ ଲାଗିଗଲା ନିଯୁକ୍ତି କଟକଣା। ପଦ୍ମ ଘୁଞ୍ଚି ଘୁଞ୍ଚି ଗଲା, ତା’ସହିତ ସ୍ବପ୍ନମାନେ ମଧ୍ୟ। ସୁଯୋଗ ମିଳିଲା ଏକ ବେସରକାରୀ କଲେଜରେ ଅଧ୍ୟାପନା କରିବାପାଇଁ। ଅଧ୍ୟାପନାରେ ମିଳିଲା ପ୍ରଚୁର ଆତ୍ମସନ୍ତୋଷ। ନଭେମ୍ବର ୧୯୯୨ରେ ଯେତେବେଳେ ମୁଁ ମୋର ପ୍ରଥମ ଦରମା ପାଇଲି ସେ ଅନୁଭୂତି ଥିଲା ଅବର୍ଣ୍ଣନୀୟ। ଦରମା ଥିଲା ୪୫୦ ଟଙ୍କା। ପରିମାଣ ହୁଏତ ସ୍ବଳ୍ପ ହୋଇପାରେ, କିନ୍ତୁ କଲେଜ ଆକାଉଣ୍ଟାଣ୍ଟଠାରୁ ସେତକ ଗ୍ରହଣ କଲାବେଳେ ମୁଁ ଅନୁଭବ କରୁଥିଲି ପ୍ରକୃତରେ ଶ୍ରମର ପାଉଣା ସତେ କେତେ ମିଠା ହୋଇପାରେ! ଏହି ୪୫୦ଟଙ୍କାରୁ ପ୍ରଥମେ ୩୦୦ ଟଙ୍କା ନେଇ ବୋଉ ହାତରେ ବଢ଼େଇଦେଲି ଅବଶିଷ୍ଟ ୧୫୦ ଟଙ୍କାକୁ ପ୍ରଥମ ଇନଷ୍ଟଲମେଣ୍ଟ ଭାବେ ଦାଖଲ କରି ହିରୋ ସାଇକେଲଟିଏ କିଣିଲି। ଯେଉଁ ସମୟରେ ମୋର କତିପୟ ବନ୍ଧୁ ଯେନତେନ ପ୍ରକାରେ ଯୋଗାଡ଼ କରି ହିରୋହୋଣ୍ଡା କିଣିଥିଲେ, ସେ ସମୟରେ ମୁଁ ଇନଷ୍ଟଲମେଣ୍ଟରେ ହିରୋ ସାଇକେଲ କିଣିବା ଭ୍ରୂକୁଞ୍ଚନର କାରଣ ହୋଇଥିଲା ବହୁ ଲୋକଙ୍କର। ଅଥଚ, ମୁଁ ଖୁସି ଥିଲି କାରଣ କାହାଠାରୁ ହାତପାତି, ଧାର ଉଧାର କରି ହିରୋହୋଣ୍ଡା ଚଢିବାଠାରୁ, ହିରୋ ସାଇକେଲରେ ଯିବାଆସିବା ମୋତେ ଦେଇଥିଲା ଅଧିକ ଆତ୍ମସନ୍ତୋଷ। ପରବର୍ତ୍ତୀ ସମୟରେ ମୁଁ ସରକାରୀ କଲେଜରେ ଅଧ୍ୟାପକ ଚାକିରି ପାଇଲି, ପ୍ରଶାସନିକ ପଦବୀରେ ଅବସ୍ଥାପିତ ହେଲି, ବେଶ୍‌ ଭଲ ଦରମା ମିଳିଲା, ଲେଖାଲେଖି, ଘର ସଂସାର, ବାପାବୋଉଙ୍କ ଆଶୀର୍ବାଦରୁ ଠିକ୍‌ଠାକ୍‌ ଚାଲିଛି। କିନ୍ତୁ ପ୍ରଥମ ମାସର ଦରମା କଥା ମନେପଡ଼ିଲେ ଆପଣାଛାଏ ଧାରେ ହସ ଓଠରେ ଖେଳେଇ ହୋଇଯାଏ।


Enter your email to get our daily news in your inbox.

All Right Reserved By Dharitri.Com

୧୨ ବର୍ଷ ପରେ ଏଥର ମକର ସଂକ୍ରାନ୍ତିରେ ସୃଷ୍ଟି ହେବ ବଡ଼ ଯୋଗ, ଚମକିବ ଏହି ୩ ରାଶିର ଭାଗ୍ୟ

ସୂର୍ଯ୍ୟ ପ୍ରତି ମାସରେ ନିଜର ରାଶି ପରିବର୍ତ୍ତନ କରନ୍ତି। କିନ୍ତୁ ଯେତେବେଳେ ସୂର୍ଯ୍ୟ ଧନୁ ରାଶି ଛାଡି ମକର ରାଶିରେ ପ୍ରବେଶ କରନ୍ତି, ସେତେବେଳେ ମକର...

ଆତ୍ମା ଶରୀର ଛାଡିବା ସମୟରେ କେଉଁବାଟେ ଦେଇ ଯାଏ? ପୂଣ୍ୟ କରିଥିବା ବ୍ୟକ୍ତିଙ୍କ ଏହି ଅଙ୍ଗରୁ ଛାଡେ ପ୍ରାଣ!

ଗରୁଣ ପୁରାଣ ମୃତ୍ୟୁ ଏବଂ ଆତ୍ମା ସହିତ ଜଡିତ ଗୁପ୍ତ କଥା ପ୍ରକାଶ କରେ। ଗରୁଡ଼ ପୁରାଣ ଅନୁସାରେ, ଶରୀରର ନଅଟି ଦ୍ୱାର ଅଛି ।...

ନିଃଶବ୍ଦ ବ୍ୟାଧି ଫ୍ୟାଟି ଲିଭର

ଅନିୟମିତ ଦିନଚର୍ଯ୍ୟା, ଖାଦ୍ୟାଭାସର ବେନିୟମ ଏବଂ ଶରୀର ଚର୍ଚ୍ଚାରେ ଅଭାବ ଯୋଗୁ ଜାତ ହୁଏ ବେଶ୍‌ କିଛି ଅସୁସ୍ଥତା। ଏହିସବୁ ଅସୁସ୍ଥତା ମଧ୍ୟରେ ‘ଫ୍ୟାଟି ଲିଭର’...

ଜୋରରେ ହସୁଛନ୍ତି କି? ହୋଇପାରେ ମୃତ୍ୟୁର କାରଣ, ଜାଣନ୍ତୁ କ’ଣ କହୁଛି ସାଇନ୍ସ

ହସିବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ଆପଣ ଅଧିକାଂଶ ଡାକ୍ତର ଏବଂ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମୁହଁରୁ ଏହି ଧାଡିଟି ନିଶ୍ଚୟ ଶୁଣିଥିବେ। କିନ୍ତୁ ଆପଣ କ’ଣ ଜାଣନ୍ତି...

ମେଦ ସମସ୍ୟା ଦୂର କରେ ଗ୍ରୀନ୍‌ ମଟର

ଶୀତଦିନେ ବେଶି ମିଳୁଥିବା ପରିବା ମଧ୍ୟରେ ଗ୍ରୀନ୍‌ ମଟର ଅନ୍ୟତମ। ଏଥିରେ ଭିଟାମିନ୍ସ ଓ ମିନେରାଲ୍ସ ଭରି ରହିଛି। ଏଥିରେ ଅନେକ ଉପକାରୀ ତତ୍ତ୍ୱ ରହିଛି।...

ଖରାପ ସମୟ ଚାଲିଛି କି ନିଶ୍ଚୟ ଜାଣନ୍ତୁ ?

ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କ ମହାମନ୍ତ୍ରୀ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ସେ ନିଜର ଚିନ୍ତାଧାରା ଏବଂ କୁଶଳ ରଣନୀତି ଯୋଗୁ ଚନ୍ଦ୍ରଗୁପ୍ତଙ୍କୁ ସୁଶାସକ ଭାବେ ପ୍ରତିଷ୍ଠିତ କରାଇବାରେ ସହାୟତା...

ପାଣି କେଉଁଠି ମଧୁର ତ କେଉଁଠି ଲୁଣିଆ କାହିଁକି

ଜଳ ବିନା ଜୀବନ ଅସମ୍ଭବ। ହେଲେ କେବେ ଭାବିଛନ୍ତି କି ପୃଥିବୀର ଭିନ୍ନ ଭିନ୍ନ ସ୍ଥାନରେ ପାଣିର ସ୍ବାଦ ଅଲଗା ଅଲଗା କାହିଁକି ହୋଇଥାଏ? ଗୋଟିଏ...

ଅଶ୍ୱତ୍ଥ ବୃକ୍ଷର ମାହାତ୍ମ୍ୟ; ଏଭଳି କଲେ ପିତୃଦୋଷରୁ ମିଳେ ମୁକ୍ତି, କରିବେ ଶତ୍ରୁକୁ ଜୟ…

ଅଶ୍ୱତ୍ଥ ବୃକ୍ଷ ଏକ ଏୟାର ପ୍ୟୁରିଫାୟାର ପ୍ଲାଣ୍ଟ। ଏହାସହ ବାସ୍ତୁଶାସ୍ତ୍ରରେ ବି ଏହି ଗଛକୁ ନେଇ ଅନେକ କଥା ଉଲ୍ଲେଖ ରହିଛି। ଜ୍ୟୋର୍ତିବିଦ୍‌ମାନେ ମଧ୍ୟ ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri