ମାଛ ତ ଏତେ, ଶୁଖୁଆ କେତେ

ପୁଷ୍ପାରାଣୀ ମିଶ୍ର

ସୃଷ୍ଟିର ଅୟମାରମ୍ଭରୁ ମାନବ ସମାଜଟିଏ ଗଢ଼ି ବଞ୍ଚିବା ଶିଖିଛି, ହିଂସ୍ରଜନ୍ତୁଙ୍କ ଭୟରେ ଗିରିକନ୍ଦରରେ ମଧ୍ୟ ଦଳଗତ ଜୀବନ ବିତାଇଛି। ତେଣୁ ଭଲ ଫଳ ମୂଳଟିଏ ପାଇଲେ ତାକୁ ପରିବାର ପରିଜନଙ୍କ ସହିତ ବାଣ୍ଟିଖାଇବା ହେଲା ତା’ର ଏକ ଆଦିମ ପ୍ରବୃତ୍ତି, କିନ୍ତୁ ପରବର୍ତ୍ତୀ କାଳରେ ତା’ର ଭଗବତ୍‌ ବିଶ୍ୱାସ ଉଦ୍ରେକ ହେବା ହେତୁ, ନିଜର ଖାଦ୍ୟକୁ ସେ ପ୍ରଥମେ ତା’ର ଆରାଧ୍ୟ ଦେବଦେବୀଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିବାର ଏକ ପରମ୍ପରା ସୃଷ୍ଟିକରି ପାରିଛି। ଠିକ୍‌ ସେତିକି କଥାକୁ ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି- ପତ୍ରଂ ପୁଷ୍ପଂ ଫଳଂ ତୋୟଂ ଯୋମେ ଭକ୍ତ୍ୟା ପ୍ରଯଚ୍ଛତି। ମଧ୍ୟଯୁଗୀୟ ପ୍ରଜାମାନେ ରାଜ୍ୟର ରାଜାଙ୍କୁ ଦ୍ୱିତୀୟ ଈଶ୍ୱର ରୂପେ ମଣୁଥିଲେ। ଅତଏବ ରାଜଦରବାରକୁ ଗଲାବେଳେ ଶୂନ୍ୟହସ୍ତରେ ନ ଯାଇ, ସାମର୍ଥ୍ୟ ଅନୁ୍‌ଯାୟୀ କିଛି ଉପଢ଼ୌକନ ଧରି ଯାଉଥିଲେ; ଯାହାକୁ ଭେଟି ବୋଲି କୁହାଯାଉଥିଲା। ଗଣତନ୍ତ୍ର ଶାସନରେ ମନ୍ତ୍ରୀମାନେ ଯେତେବେଳେ ରାଜାଙ୍କ ସ୍ଥାନ ଜନମାନସରେ ଅକ୍ତିଆର କରିନେଲେ ସେମାନଙ୍କ ଉପରେ ମଧ୍ୟ ପାରମ୍ପରିକ ରୀତିରେ ଭେଟି ଉପହାର, ଉପଢ଼ୌକନର ବର୍ଷା ହୋଇଚାଲିଲା। ଗାନ୍ଧୀ, ଗୋପବନ୍ଧୁଙ୍କ ପରି ଦେଶପ୍ରେମୀ ନେତାଙ୍କୁ ମଧ୍ୟ ଲୋକେ ଉପହାର ଦେଉଥିବା ନଜିର ଅଛି। କିନ୍ତୁ ଏ ସବୁ ସ୍ବତଃସ୍ଫୂର୍ତ୍ତ ଥିଲା । ଦାତାଙ୍କ ଦାନକୁ ଗ୍ରହୀତା ଅକୁଣ୍ଠଚିତ୍ତରେ ଗ୍ରହଣ କରୁଥିଲେ। ଧୀରେ ଧୀରେ ଏହାର ପରିଭାଷା ବଦଳିଗଲା। ଉପହାର ଗ୍ରହୀତାମାନେ ଲୋଭର ବଶବର୍ତ୍ତୀ ହୋଇ ଅଧିକରୁ ଅଧିକ ଉପହାର ଦାବି କଲେ ଏବଂ ଉପହାର ସଂଗ୍ରହର ଦାୟିତ୍ୱ ନିଜର ଦରବାରୀ, ବିଶ୍ୱସ୍ତ କର୍ମଚାରୀ(ଯୁଗର ଚେଲାଚାମଣ୍ଡା)ଙ୍କ ଉପରେ ନ୍ୟସ୍ତ କଲେ। ଯେତେବେଳେ ଉପହାରର ରୂପକଳ୍ପ ନଗଦ ନାରାୟଣରେ ପରିବର୍ତ୍ତିତ ହେଲା ତାକୁ ଆମେ ଲାଞ୍ଚ ନାମରେ ଅଭିହିତ କଲେ। ଦେଣନେଣକୁ ସୁଚାରୁ ରୂପେ ଗୁପ୍ତରେ ସମ୍ପାଦନ କରାଇବାକୁ ଟଙ୍କା ହଁି ଏକ ନିରାପଦ ମାଧ୍ୟମ ସାଜିଲା। ଅନୁଗୃହୀତ ବ୍ୟକ୍ତିଟିର ସକ୍ଷମତା ପ୍ରତି ଧ୍ୟାନ ନ ଦେଇ ତା’ଠାରୁ ଉପକାରର ପ୍ରତିଦାନରେ ଜୋରଜବରଦସ୍ତ ତଥା ଆଗତୁରା ଅର୍ଥ ଆଦାୟ କରାଗଲା। ଫଳରେ ସେ କୃତଗ୍ୟଂ ହେବା ବଦଳରେ କୃତଘ୍ନ ସାଜି ଜନସାଧାରଣଙ୍କଠାରୁ ଅନୈତିକ ଉପାୟରେ ଆର୍ଥିକ ଫାଇଦା ହାସଲ କଲା। ତଦାନୀନ୍ତନ ଭେଟିର ରୂପଟି ପରିବର୍ତ୍ତିତ ହୋଇ ଦାମୀଗାଡି଼, କୋଠାଘର, ଜାଗାବାଡ଼ି ପ୍ରଭୃତି ସ୍ଥାବର ସମ୍ପତ୍ତି ସହିତ ନାରୀ ସମ୍ଭୋଗ ପରି ଉତ୍ସର୍ଗୀକୃତ ସେବାର ରୂପନେଲା। ଅତଏବ ଲାଞ୍ଚ ଦେବା-ନେବା ପରି ଏକ ସର୍ବସମ୍ମତ ପ୍ରଥା ଆମ ସମାଜର ଅସ୍ଥିମଜ୍ଜାଗତ ହୋଇଗଲା। ତେଣୁ ଏହି ସୁଯୋଗରେ ବ୍ୟକ୍ତିଗତ ସହାୟକଟିଏ ହେଉ କି ଅଙ୍ଗନଓ୍ବାଡି ଦିଦିଟିଏ, ସରକାରୀ ଅମିନଟିଏ ହେଉ କି ସ୍ବଳ୍ପବେତନ ଭୋଗୀ ଅସ୍ଥାୟୀ ଚେକ୍‌ଗେଟ ଜଗୁଆଳିଟିଏ ସମସ୍ତେ ବେଳ ଉଣ୍ଡି ଏତେ ସମ୍ପତ୍ତି ଠୁଳ କରି ପକାଇଲେ ଯେ ତାହା ତନଖି ସଂସ୍ଥାକୁ ମଧ୍ୟ ଆଶ୍ଚର୍ଯ୍ୟାନି୍ବତ କରି ପକାଇଲା। କିନ୍ତୁ ଚିନ୍ତାର ବିଷୟ ସେମାନେ କ’ଣ ଅଧସ୍ତନ କର୍ମଚାରୀ ହୋଇ ଏତେ ସାହସ କଲେ କୋଟି କୋଟି ଟଙ୍କା କମାଇଦେବା ପାଇଁ ଉପରିସ୍ଥ ଅଧିକାରୀଙ୍କ ଅଜାଣତରେ ? ନା କରିତ୍‌ କର୍ମା ସହକର୍ମୀ, ବଡ଼ ହାକିମ ତଥା ରାଜନୈତିକ ପୃଷ୍ଠପୋଷକମାନଙ୍କୁ ଆର୍ଥିକ ଫାଇଦା ଦେଉଦେଉ ନିଜ ହାତଚିକ୍କଣ କରିପକାଇଲେ। ଯଦି ଦୁର୍ନୀତି ଶୃଙ୍ଖଳରେ ଥିବା ଛୋଟମାଛଟିର ସମ୍ପତ୍ତି ଏତେ ତେବେ ବଡ଼ ମାଛମାନଙ୍କର ଯେ କେତେ ନ ହୋଇଥିବ ତାହା ଆକଳନ କରିବା ଆମର ସାଧ୍ୟ ବାହାରେ। ଧର୍ମକୁ ଆଖିଠାରେ ମ଼ାରିବା ଭଳି ଆମେ ଦୁର୍ନୀତି ଗଡ଼ିଆରେ ଜାଲପକେଇ ଯେତିକି ମାଛ ଜବତ କରୁଛେ ଶୁଖୁଆ ପରିମାଣ ଯେ ତା’ଠାରୁ କାହଁି କେତେ ଅଧିକ ତାହା କହିବା ମୁସ୍କିଲ। ସେଇଥିପାଇଁ ତ ଟ୍ରାନ୍‌ସପାରେନ୍ସି ଇଣ୍ଟର୍‌ନ୍ୟାଶନାଲ୍‌ ନାମକ ବିଶ୍ୱସ୍ତରୀୟ ସଂସ୍ଥା ଦ୍ୱାରା ପ୍ରସ୍ତୁତ ଦୁର୍ନୀତିଗ୍ରସ୍ତ ଦେଶ ତାଲିକାରେ ଭାରତର ନାମ ଅଗ୍ରଭାଗରେ ରହୁଛି। ଯଦି ପ୍ରକୃତରେ ଆମେ ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ଅବଲମ୍ବନ କରାଇବାକୁ ପ୍ରତିବର୍ଷ ଶପଥ ନେଉଛେ ତେବେ ଏ ସବୁ ଘଟୁଛି କିପରି ? ଯେତେଦିନ ଯାଏ ଶାସନ ବ୍ୟବସ୍ଥାରେ ସ୍ବଚ୍ଛତା ତଥା ଉତ୍ତର ଦାୟିତ୍ୱବୋଧ ନ ରହିବ ଏବଂ ଦୃଷ୍ଟାନ୍ତମୂଳକ ଦଣ୍ଡର ପ୍ରାବଧାନ ଥିବ ସେତେଦିନ ଯାଏ ଦୁର୍ନୀତି ପ୍ରଶାସନର ଶିରା ପ୍ରଶିରାରେ ମାଡ଼ିଚାଲିବ। କେଜାଣି ମାନସିକତାରେ ପରିବର୍ତ୍ତନରେ ଏ ଦୃଶ୍ୟପଟ ବଦଳିବ ପରା !
୨୦-ଓଁକାର ଭିଲ୍ଲା, ଗଣ୍ଡମୁଣ୍ଡା, ଭୁବନେଶ୍ୱର, ମୋ:୮୧୪୪୦୬୬୦୧୬


Enter your email to get our daily news in your inbox.

All Right Reserved By Dharitri.Com

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri