ପ୍ରଶାସନ ଆଢୁଆଳରେ ଗୋଚାଲାଣ

ନିମାପଡ଼ା,୪।୨(ଡି.ଏନ୍‌.ଏ.): ପୁରୀ ଜିଲା ଚାରିଛକ ଥାନା ଅନ୍ତର୍ଗତ ଚାରିଛକ ତୁଳସୀପୁର, କୁସୁମାଠେଙ୍ଗ ଆଦି ଅଞ୍ଚଳ ଏବେ ଚୋରା ଗୋରୁ ବେପାରୀ ଓ ଚୋରା ଚାଲାଣକାରୀଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ଦେଖାଯାଉଛି। ଦୈନିକ ତୁଳସୀପୁର, କୁସୁମାଠେଙ୍ଗ ଅଞ୍ଚଳରୁ ବେଆଇନ ଭାବେ ଶହଶହ ସଂଖ୍ୟାରେ ଗୋ-ସମ୍ପଦ କୋଲକାତା, ମେଦିନାପୁର, ବାଲେଶ୍ୱର, ଭଦ୍ରକ ଅଞ୍ଚଳରୁ ବଡ଼ ଟ୍ରକ ଓ କଣ୍ଟେନରରେ କଂସେଇଖାନାକୁ ଚାଲାଣ କରାଯାଉଛି। ପ୍ରଶାସନର ଆଢୁଆଳରେ ଏହି ଗୋ-ଚାଲାଣ ହେଉଥିବା ନେଇ ପଶୁପ୍ରେମୀ, ଆଧ୍ୟାତ୍ମିକବାଦୀ, ବରିଷ୍ଠ ନାଗରିକମାନେ ଅଭିଯୋଗ କରିଛନ୍ତି। ରାଜ୍ୟ ବାହାରୁ ଓ ବିଭିନ୍ନ ଜିଲାରୁ ଗୋ-ଚାଲାଣକାରୀ ଚାରିଛକ, ତୁଳସୀପୁର ଅଞ୍ଚଳରେ ଡେରା ପକାଇ ସ୍ଥାନୀୟ ଅଞ୍ଚଳର ଗୋସମ୍ପଦ ଦଲାଲଙ୍କୁ ହାତବାରିସି କରି ଶହଶହ ସଂଖ୍ୟାରେ ଗୋରୁଙ୍କୁ ରାଜ୍ୟ ବାହାରକୁ ଚାଲାଣ କରାଯିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ବୋଲି ବୁଦ୍ଧିଜୀବୀ, ଶିକ୍ଷାବିତ୍‌, ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାମାନେ ମତବ୍ୟକ୍ତ କରିଛନ୍ତି। ହେଲେ ଏ ଦିଗରେ ଜିଲା ପ୍ରଶାସନ କି ଚାରିଛକ ଥାନା ପୋଲିସ ପ୍ରଶାସନର ସାମାନ୍ୟତମ ଦୃଷ୍ଟି ନାହିଁ। ଯଦି ଚାରିଛକ ଥାନା ଅଞ୍ଚଳରୁ ବେଧଡ଼କ ଭାବେ ଏଭଳି ଗୋଚାଲାଣକୁ ରୋକା ନ ଯାଏ, ପ୍ରଶାସନ ପକ୍ଷରୁ ଅଙ୍କୁଶ ଲଗା ନ ଯାଏ, ତେବେ ଆଗାମୀ କିଛି ମାସ ମଧ୍ୟରେ ନିମାପଡ଼ା ଓ ଚାରିଛକ ଥାନା ଅଞ୍ଚଳରୁ ଗୋ-ସମ୍ପଦ ଶୂନ୍ୟ ହୋଇଯିବାର ଆଶଙ୍କା ଦେଖାଦେବ।
ଅନ୍ୟପକ୍ଷରେ ଚୋରା ଗୋରୁ ବେପାରୀ, ବାହାର ଅଞ୍ଚଳର ଗୋଚାଲାଣକାରୀଙ୍କଠାରୁ ସ୍ଥାନୀୟ ଥାନା ପୋଲିସ କର୍ମଚାରୀ ମୋଟା ଅଙ୍କର ପାଉଣା ନେଇ ଏଭଳି ବେଆଇନ ଘଟଣାକୁ ପରୋକ୍ଷ ଭାବେ ପ୍ରୋତ୍ସାହନ ଦେଉଥିବା ବିଭିନ୍ନ ମହଲରେ ଅଭିଯୋଗ ହେଉଛି। ହିନ୍ଦୁଧର୍ମରେ ଗୋ ମାତା, ଗାଈଙ୍କୁ ଲୋକେ ଦେବୀ ଭାବେ ପୂଜା କରି ଆସୁଥିବାବେଳେ ସ୍ଥାନୀୟ ଅଞ୍ଚଳରୁ ଗୋସମ୍ପଦକୁ ରାଜ୍ୟ ବାହାରର କଂସେଇଖାନାକୁ ପଠାଯିବା ଘଟଣା ଆମ ଧାର୍ମିକ ଭାବଧାରକୁ ଖୋଲାଖୋଲି କ୍ଷୁଣ୍ଣ କରୁଥିବା ସ୍ଥାନୀୟ ବିଶ୍ୱ ହିନ୍ଦୁ ପରିଷଦ, ଗୋସୁରକ୍ଷା ସମିତି କର୍ମକର୍ତ୍ତା, ପଶୁପ୍ରେମୀମାନେ କହିଛନ୍ତି। ଗୋରୁଙ୍କ ଗୋଡ଼ ବାନ୍ଧି ଟ୍ରକ ଓ କଣ୍ଟେନରରେ ପକାଇ ନିର୍ଯାତନା ଦିଆଯାଇ ଅତି ନିର୍ଦ୍ଦୟ ଭାବେ ଚାଲାଣ ହେଉଛି। ନିମାପଡ଼ା ଓ ଚାରିଛକ ଥାନା ଅଞ୍ଚଳରେ ସରକାରଙ୍କ ପଶୁ ନିର୍ଯାତନା ଆଇନ ପ୍ରହସନ ପାଲଟିଛି। ଜିଲା ପ୍ରଶାସନ ଓ ଚାରିଛକ ଥାନା ପୋଲିସ ପ୍ରଶାସନ ପକ୍ଷରୁ ଏ ଦିଗରେ ଦୃଢ଼ ଦୃଷ୍ଟି ଦିଆଯାଇ ଗୋରୁ ବେପାରୀ ଓ ଗୋଚାଲାଣକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସାଧାରଣରେ ଦାବି ହେଉଛି। ଗୋ-ଚାଲାଣ ବନ୍ଦ କରାଯିବା ସହ ପ୍ରାଣୀ ସୁରକ୍ଷା ଆଇନକୁ ପ୍ରଶାସନ ପକ୍ଷରୁ କଡ଼ାକଡ଼ି ଭାବେ ପାଳନ କରାଯିବାକୁ ନିମାପଡ଼ା ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ରଞ୍ଜନ ନାୟକ, ସଞ୍ଜୟ ବାରିକ, ଶରତ ସେନାପତି, ନୀହାର ରଞ୍ଜନ ମହାରଣା, ରଞ୍ଜନ ବେହେରା ପ୍ରମୁଖ ରାଜ୍ୟ ପଶୁ ସମ୍ପଦ ମନ୍ତ୍ରୀ, ସଚିବ, ପୁରୀ ଜିଲାପାଳ, ଏସ୍‌ପି, ମୁଖ୍ୟ ଶାସନ ସଚିବ ପ୍ରମୁଖଙ୍କ ନିକଟରେ ଦାବି କରିଛନ୍ତି। ପ୍ରଶାସନ ଏ ଦିଗରେ ପଦକ୍ଷେପ ଗ୍ରହଣ ନ କଲେ ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଗଣଆନ୍ଦୋଳନ କରାଯିବ ବୋଲି କାର୍ଯ୍ୟକର୍ତ୍ତାମାନେ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଚାରିଛକ ଫାଣ୍ଡି ଅଧିକାରୀ ମମତା ବିଶ୍ୱାଳଙ୍କୁ ପଚାରିବାରେ କିଛି ଜାଗାରେ ଗୋରୁ ଚାଲାଣକାରୀଙ୍କୁ ଧରିବା ସହ ଗୋରୁଙ୍କୁ ଉଦ୍ଧାର କରାଯାଉଛି। ତେବେ ସେମାନଙ୍କ ବିରୋଧରେ ଖୁବ୍‌ଶୀଘ୍ର କଡ଼ା ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri