ପୁରସ୍କାର ରାଶିକୁ ସାମିଲ କରାଯିବା ଦୁଃଖଦାୟକ: ଦୂତୀ

ଭୁବନେଶ୍ୱର,୧୭।୭(କ୍ରୀଡ଼ା ପ୍ରତିନିଧି): ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦ କିଛି ଦିନ ତଳେ ନିଜ ବିଏମ୍‌ଡବ୍ଲ୍ୟୁ କାର୍‌ ବିକିବା ପାଇଁ ଇଚ୍ଛା ଜାହିର କରିଥିଲେ। ସାମ୍ପ୍ରତିକ ସମୟରେ ଏହାର ରକ୍ଷଣାବେକ୍ଷଣରେ ଅଯଥା ଅର୍ଥ ଅପଚୟ ନ କରିବା ଉଦ୍ଦେଶ୍ୟରେ ସେ ଏପରି ନିଷ୍ପତ୍ତି ନେଇଥିଲେ ବୋଲି କହିଥିଲେ। ମାତ୍ର ସୋସିଆଲ ମିଡିଆରେ ସେ ଟ୍ରେନିଂ ପାଇଁ ଏହାକୁ ବିକୁଥିବା ଖବର ପ୍ରକାଶ ପାଇଥିଲା। ଏହାକୁ ନେଇ ବିବାଦ ଉପୁଜିଥିଲା। ଏହା ଏବେ ଚର୍ଚ୍ଚାରେ ରହିଥିବାବେଳେ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଏବଂ ଓଏମ୍‌ସି ପକ୍ଷରୁ ୨୦୧୫ରୁ ଏପର୍ଯ୍ୟନ୍ତ ଦୂତୀଙ୍କୁ ୪.୦୯ କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି ଏକ ପ୍ରେସ୍‌ ବିବୃତିରେ ପ୍ରକାଶ କରାଯାଇଛି। ମାତ୍ର ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପଦକ ଜିତିବାପରେ ତାଙ୍କୁ ମିଳିଥିବା ପୁରସ୍କାର ରାଶିକୁ ଏଥିରେ ସାମିଲ କରାଯାଇଛି। ଏଥିପାଇଁ ଦୁଃଖ ଲାଗୁଛି ବୋଲି ଦୂତୀ ପ୍ରକାଶ କରିଛନ୍ତି।
କ୍ରୀଡ଼ା ବିଭାଗ ପକ୍ଷରୁ ପ୍ରକାଶ କରାଯାଇଥିବା ବିବୃତିରେ ଦର୍ଶାଯାଇଛି ଯେ ୨୦୧୮ରେ ଏସିଆନ ଗେମ୍ସରେ ପଦକ ଜିତିଥିବାରୁ ପ୍ରୋତ୍ସାହନ ସ୍ବରୂପ ତାଙ୍କୁ ୩ କୋଟି, ୨୦୧୫ରୁ ୨୦୧୯ ପର୍ଯ୍ୟନ୍ତ ଟ୍ରେନିଂ ଏବଂ ଆର୍ଥିକ ସମର୍ଥନ ପାଇଁ ୩୦ ଲକ୍ଷ, ଟୋକିଓ ଅଲିମ୍ପିକ୍ସ ପାଇଁ ଟ୍ରେନିଂ ବାବଦକୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏହା ବାଦ୍‌ ରାଜ୍ୟ ସରକାରଙ୍କ ପକ୍ଷରୁ ଦୂତୀଙ୍କୁ ଓଡ଼ିଶା ମାଇନିଂ କର୍ପୋରେଶନ(ଏ ଗୋଲ୍ଡ କାଟେଗୋରି ପିଏସ୍‌ୟୁ)ରେ ଗ୍ରୁପ୍‌-ଏ ଲେଭଲ ଅଫିସରଭାବେ ନିଯୁକ୍ତି ଦିଆଯାଇଛି। ସେ ଅଫିସ ନ ଆସି ଟ୍ରେନିଂ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବାକୁ ପରାମର୍ଶ ଦିଆ ଯାଇଛି। ଓଏମସି ପକ୍ଷରୁ ତାଙ୍କୁ ଟ୍ରେନିଂ ଏବଂ ଆର୍ଥିକ ପ୍ରୋତ୍ସାହନ ପାଇଁ ୨୯ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।
ପ୍ରତିକ୍ରିୟାରେ ଦୂତୀ କହିଛନ୍ତି ଯେ, ସେ ପ୍ରଥମେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇବାକୁ ଚାହାନ୍ତି। ଖେଳ କ୍ୟାରିୟର ମଧ୍ୟରେ ସବୁ ସୁବିଧା ଅସୁବିଧାରେ ସରକାର ତାଙ୍କ ସହିତ ରହିଛନ୍ତି। ୨୦୧୫ରୁ ଆସନ୍ତା ବର୍ଷ ହେବାକୁଥିବା ଟୋକିଓ ଅଲିମ୍ପିକ୍ସ ପର୍ଯ୍ୟନ୍ତ ଟ୍ରେନିଂ ଏବଂ ଅନ୍ୟ ବାବଦରେ ସରକାର ୪.୦୯ କୋଟି ଟଙ୍କା ପ୍ରଦାନ କରିଥିବା ଉଲ୍ଲେଖ କରିଛନ୍ତି। ମାତ୍ର ଏହା ମଧ୍ୟରୁ ପାଖାପାଖି ୩.୫ କୋଟି ଟଙ୍କା ପୁରସ୍କାର ବାବଦରେ ମିଳିଛି। ପଦକ ପାଇଁ ଏହି ଅର୍ଥ ମିଳିଛି, ଟ୍ରେନିଂ କିମ୍ବା ଖେଳର ଉନ୍ନତି ପାଇଁ ନୁହେଁ। ପ୍ରତି ରାଜ୍ୟରେ କ୍ରୀଡ଼ାବିତ୍‌ ପଦକ ଜିତିଲେ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରୋତ୍ସାହନ ରାଶି ଦେଇଥାନ୍ତି। ଏସିଆନ ଗେମ୍ସରେ ୨ଟି ରୌପ୍ୟ ପଦକ ଜିତିଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ୩ କୋଟି ଟଙ୍କା ମିଳିଥିଲା। ଏସିଆନ ଚାମ୍ପିୟନଶିପ୍‌ରେ ୨ଟି ବ୍ରୋଞ୍ଜ ପଦକ ଜିତିଥିବାରୁ ୧୫ ଲକ୍ଷ, ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ଆକାରରେ ୫ ଲକ୍ଷ, ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସରେ ସ୍ବର୍ଣ୍ଣ ପଦକ ପାଇଁ ୫ ଲକ୍ଷ ଟଙ୍କା ଦିଆଯାଇଥିଲା। ତେଣୁ ପାଖାପାଖି ୩.୫ କୋଟି ଟଙ୍କା ପୁରସ୍କାର ରାଶି ବାବଦରେ ମିଳିଛି। ୨୦୧୯ରୁ ୨୦୨୦ ପର୍ଯ୍ୟନ୍ତ ଟ୍ରେନିଂ ପାଇଁ ମିଳିଥିବା ୫୦ ଲକ୍ଷ ଟଙ୍କା କେବଳ ସେଥିପାଇଁ ଖର୍ଚ୍ଚ କରିଛନ୍ତି। କେଉଁଥିପାଇଁ କେତେ ଖର୍ଚ୍ଚ କରିଛି ଏହାର ହିସାବ ମଧ୍ୟ ସରକାରଙ୍କୁ ଦେଇଛନ୍ତି। ରାଜ୍ୟ ସରକାର ଯେପରି ପ୍ରୋତ୍ସାହନ ଦେଇଛନ୍ତି ସେ ମଧ୍ୟ ସେପରି ଦେଶ ଓ ରାଜ୍ୟ ପାଇଁ ଏକାଧିକଥର ଗୌରବ ଆଣିଛନ୍ତି। ଅନେକ ବଡ଼ ପ୍ରତିଯୋଗିତାରେ ପଦକ ଜିତି ରାଜ୍ୟର ସମ୍ମାନ ବଢ଼ାଇଛନ୍ତି। ନିଜ ଜାତୀୟ ରେକର୍ଡକୁ ୫ ଥର ଭାଙ୍ଗିଛନ୍ତି। ଦୀର୍ଘ ୫ ବର୍ଷ ଧରି ଜାତୀୟ ସ୍ତରରେ ନମ୍ବରଓ୍ବାନ ରହିଛନ୍ତି।
ଅନ୍ୟ କ୍ରୀଡ଼ାବିତ୍‌ଙ୍କ ପ୍ରୋତ୍ସାହନ ରାଶି ପ୍ରକାଶ କରାଯାଉ
ରାଜ୍ୟ ସରକାରଙ୍କ ନିକଟରୁ କେବଳ ସେ ନୁହେଁ ଅନ୍ୟ କ୍ରୀଡ଼ାବିତ୍‌ମାନେ ମଧ୍ୟ ପ୍ରୋତ୍ସାହନ ପାଉଛନ୍ତି। ତେଣୁ କେବଳ ତାଙ୍କୁ ନୁହେଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନ୍ୟ କ୍ରୀଡ଼ାବିତ୍‌ଙ୍କ ପାଇଁ କେତେ ଖର୍ଚ୍ଚ କରାଯାଇଛି ତାହା ମଧ୍ୟ ପ୍ରକାଶ କରାଯିବା ଆବଶ୍ୟକ। ଏହା ବ୍ୟତୀତ କାହାର ପ୍ରଦର୍ଶନ କ’ଣ ରହିଛି ତାହା ମଧ୍ୟ ଉଲ୍ଲେଖ କରାଯାଉ। ବିଏମ୍‌ଡବଲ୍ୟୁ କାର୍‌ ବିକ୍ରି ଖବରକୁ ନେଇ ଅନେକ ବିବାଦ ଉପୁଜିଲା। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ ତାଙ୍କୁ ଫୋନ୍‌ କରି ଭଲମନ୍ଦ ବୁଝିଥିଲେ ଏବଂ ଆବଶ୍ୟକ ପଡ଼ିଲେ ଆର୍ଥିକ ସହାୟତା ଦେବାକୁ ପରାମର୍ଶ ଦେଇଥିଲେ। କେନ୍ଦ୍ରୀ କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ମଧ୍ୟ ଫୋନ୍‌ ମାଧ୍ୟମରେ ସବୁକଥା ବୁଝିଥିଲେ। ତେବେ ୨୦୧୫ରୁ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ନାମୀ କ୍ରୀଡ଼ାବିତ୍‌ଙ୍କୁ ସମର୍ଥନ କରି ଆସିଥିବାରୁ ସେ ବହୁତ ଖୁସି ବୋଲି ଦୂତୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବେଙ୍ଗାଲୁରୁରେ ବର୍ଷା ହେବା କ୍ଷଣି ବନ୍ୟା ସ୍ଥିତି ସୃଷ୍ଟି ହେଉଛି। ଏହା ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେବା ସହ ବୁଲାକୁକୁରଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି।…

ପଦବୀ ନୁହେଁ କ୍ଷମତା

ଭାରତୀୟ ଗଣତନ୍ତ୍ରର ସବୁଠାରୁ ବଡ଼ ଶକ୍ତି ହେଉଛି ସମାନତା। ଆମ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ କିମ୍ବା ଆର୍ଥିକ ସ୍ଥିତିର ଭେଦଭାବ ବିନା…

ସଂସ୍କାରମୂଳକ ଶିକ୍ଷା ଓ ସାମାଜିକ ଦାୟିତ୍ୱବୋଧ

ଗଲା ବର୍ଷର ଏକ ଖବରଟିଏ ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ୨୦୧୯ ବ୍ୟାଚ୍‌ ଓଏଏସ୍‌ ଟପ୍ପର ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ…

ଆଟ ଜମିକୁ ଧାନବିକ୍ରି ପଞ୍ଜୀକରଣରୁ ବାଦ୍‌: ତେଜି ଉଠିଲା ଚାଷୀ ଅସନ୍ତୋଷ

ବରଗଡ଼,୨୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଧାନବିକ୍ରି ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟା ସରିବାକୁ ଆଉମାତ୍ର ୬ ଦିନ ବାକି ରହିଛି। ଅନ୍ୟପଟେ ଏପର୍ଯ୍ୟନ୍ତ…

ବିଜୟ ସରକାରର ୧୦୦ ଦିନ ପୂର୍ତ୍ତିରେ ରଜନୀକାନ୍ତଙ୍କ ‘ସାଇଲେଣ୍ଟ ମୋଡ’, ପ୍ରଶ୍ନ ଶୁଣି ଏମିତି ଦେଲେ ରିଆକ୍ସନ

ଚେନ୍ନାଇ,୨୬।୮: ଥଲାପତି ବିଜୟ ମେ’ ୧୦ ତାରିଖରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଥିଲେ। ତାମିଲନାଡୁରେ ସରକାର ଗଠନକୁ ନେଇ ରହିଥିବା ସସ୍ପେନ୍ସର ଅନ୍ତ ଘଟାଇ, ନିଜ…

କୀର୍ତ୍ତନ ମଣ୍ଡଳୀ ଉପରେ ମାଡ଼ିଗଲା କାର୍‌: ଚାଲିଗଲା ୫ ଜୀବନ

ପାଟନା,୨୬।୮: ବିହାରର ସୁପୌଲ ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ପିପ୍ରା ଥାନା ଅଞ୍ଚଳର କଟାୟା ଚୌକର ବଜରଙ୍ଗବଳୀ ମନ୍ଦିର ନିକଟରେ ଏକ ନିୟନ୍ତ୍ରଣହୀନ କାର…

ଧନଲାଭର ମହାଯୋଗ! ଏହି ୫ ରାଶିଙ୍କ ପାଇଁ ଶୁଭ ସଙ୍କେତ, ଜାଣନ୍ତୁ କ’ଣ କହୁଛି ଆଜିର ରାଶିଫଳ

୨୬ ଅଗଷ୍ଟ ୨୦୨୬ ଜ୍ୟୋତିଷ ଦୃଷ୍ଟିରୁ ଏକ ବିଶେଷ ଦିନ ହୋଇପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାରର ସଂଯୋଗ ରହିଛି।…

କ୍ରିତି ସାନନଙ୍କ ସମର୍ଥନରେ ବାହାରିଲେ ରାହୁଲ ଗାନ୍ଧୀ, ମୁହଁତୋଡ଼ ଜବାବ ଦେଇ କହିଲେ…

ନୂଆଦିଲ୍ଲୀ,୨୬।୮: ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିନେତ୍ରୀ କ୍ରିତି ସାନନଙ୍କ ସମର୍ଥନରେ ଆଗକୁ ଆସିଛନ୍ତି। ଇନଷ୍ଟାଗ୍ରାମରେ କ୍ରିତି ସାନନଙ୍କ ଷ୍ଟୋରିକୁ ରିପୋଷ୍ଟ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri