ଆରୋଗ୍ୟ ନ ହେଲେ ବି ଏଡସ୍‌ ମହାମାରୀରୁ ବଞ୍ଚିବା ସମ୍ଭବ

ନୂଆଦିଲ୍ଲୀ/ଓ୍ବାଶିଂଟନ,୩୦।୧୧: ପୃଥିବୀରେ ଏଡସ୍‌ ମହାମାରୀ ବିଭିନ୍ନ ବିକଶିତ ରାଷ୍ଟ୍ରଙ୍କୁ ଚିନ୍ତାରେ ପକାଇଛି। ଏ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଡିସେମ୍ବର ୧ରେ ଏଡସ୍‌ ଦିବସ ପାଳିତ ହୋଇଥାଏ। ୧୯୯୫ ଠାରୁ ଆମେରିକାରେ ଡିସେମ୍ବର ୧ ଦିନଟିକୁ ସରକାରୀ ତାଲିକାଭୁକ୍ତ କରାଯାଇଥିଲା। ସଚେତନତା ଦ୍ୱାରା କିଭଳି ଏହାର ସଂକ୍ରମଣକୁ ପ୍ରତିରୋଧ କରାଯାଇ ପାରିବ ତାହା ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ‘ଏଣ୍ଡିଙ୍ଗ୍‌ ଦି ଏଚ୍‌ଆଇଭି/ଏଡସ୍‌ ଇପିଡ଼େମିକ୍‌: ରିସିଲିଏନ୍ସ୍‌ ଆଣ୍ଡ ଇମ୍ପାକ୍ଟ’ ଚଳିତ ବର୍ଷ ଏହି ଦିବସର ଥିମ୍‌ ରହିଛି। ଏହି ରୋଗରୁ ଆରୋଗ୍ୟ ହେବା ଅସମ୍ଭବ। ତେବେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଇବା ସହିତ ନିୟନ୍ତ୍ରିତ ଜୀବନ ଶୈଳୀ ଆପଣେଇ ପାରିଲେ ରୋଗୀ ବହୁ ବର୍ଷ ବଞ୍ଚି ରହିଥାଏ। ବିନା ଚିକିତ୍ସାରେ ହାରାହାରି ୧୦ ବର୍ଷ ପର୍ଯ୍ୟନ୍ତ ରୋଗୀ ବଞ୍ଚି ରହିଥାନ୍ତି। ଆମେରିକାର ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ ଦ୍ୱାରା ଏହାର ଚିହ୍ନଟ କରାଯାଇଥିଲା । ଗତ ୧୯୮୧ରୁ ୨୦୦୭ ମଧ୍ୟରେ ଏହି ରୋଗରେ ଆକ୍ରାନ୍ତ ହୋଇ ୨୫ ନିୟୁତରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୩୩.୨ ନିୟୁତ ଲୋକ ଏହା ଦ୍ୱାରା ଆକ୍ରାନ୍ତ ହୋଇଥିବା ଜାତିସଂଘ ଦ୍ୱାରା ପ୍ରକାଶିତ ରିପୋର୍ଟ ଦର୍ଶାଯାଇଛି। ମୃତକଙ୍କ ମଧ୍ୟରେ ୨ ଲକ୍ଷ ୭୦ ହଜାର ଶିଶୁ ରହିଛନ୍ତି। ସେହିପରି ୨୦୧୪ରେ ପ୍ରାୟ ୩୬.୯ ନିୟୁତ ଲୋକ ଏହାଦ୍ୱାରା ସଂକ୍ରମିତ ହୋଇଥିଲେ। ୨୦୧୪ ସୁଦ୍ଧା ପୃଥିବୀରେ ୩୯ ନିୟୁତ ଲୋକଙ୍କର ଏହା ଯୋଗୁ ମୃତ୍ୟୁ ଘଟିଛି। ଏହା ମୁଖ୍ୟତଃ ଅସୁରକ୍ଷିତ ଶାରୀରିକ ସମ୍ପର୍କ, ବ୍ଲଡ୍‌ ଟ୍ରାନ୍ସଫ୍ୟୁଜନ, ଅସୁରକ୍ଷିତ ଇଞ୍ଜେକସନ ଛୁଞ୍ଚି ବ୍ୟବହାର ଦ୍ୱାରା ଜଣଙ୍କଠାରୁ ଅନ୍ୟଜଣଙ୍କୁ ସଂକ୍ରମିତ ହୋଇଥାଏ। ଏଡସ୍‌ ହୋଇଥିବା ମା’ଠାରୁ ଏହା ଶିଶୁକୁ ସଂକ୍ରମିତ ହୋଇଥାଏ। ସ୍ତନ୍ୟପାନଦ୍ୱାରା ଏହା ସଂକ୍ରମିତ ହୋଇଥାଏ । ତେବେ ଆଖିର ଲୁହ,ପାଟିର ଲାଳ ଅବା ସ୍ପର୍ଶ ଦ୍ୱାରା ଏହା ସଂକ୍ରମଣ ହୋଇ ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାୟାମ କରିବା ପୂର୍ବରୁ ହାଲିଆ ଲାଗୁଛି କି? ଯଦି ହଁ, ତେବେ…

ବ୍ୟାୟାମ ଆମ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ଏହାପୂର୍ବରୁ ଆମକୁ କେତୋଟି ଦିଗ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ବ୍ୟାୟାମ…

ଇରାନ ଉପରେ ଆକ୍ରମଣ କଲା ଆମେରିକା, ହେଲେ ଛାଡିଲାନି ତେହରାନ

ତେହରାନ,୩୧।୮: ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଯୁଦ୍ଧର ନିଆଁ ଜଳି ଉଠିଛି। ରବିବାର (ଅଗଷ୍ଟ ୩୦) ରେ, ଆମେରିକୀୟ ସେନା ଇରାନର ଲାରାକ ଦ୍ୱୀପରେ…

ପୋତାଗଲା ଚିହ୍ନଟ ହୋଇ ନ ଥିବା ମୃତଦେହ

କାଠମାଣ୍ଡୁ,୩୧ା୮: ନେପାଳ ବନ୍ୟାଜନିତ ମୃତ୍ୟୁସଂଖ୍ୟା ରବିବାର ସନ୍ଧ୍ୟା ସୁଦ୍ଧା ୭୯୪ରେ ପହଞ୍ଚତ୍ଛି। ମୃତଦେହ ରଖିବା ପାଇଁ ହସ୍ପିଟାଲଗୁଡ଼ିକରେ ସ୍ଥାନାଭାବ ଦେଖାଦେଇଛି। ସେପଟେ ମୃତଦେହଗୁଡ଼ିକ ଚିହ୍ନଟ ହୋଇ ନ…

ଆର୍‌ଏସ୍‌ଏସ୍‌ ମୁଖ୍ୟ ଭୁଆଁ ବୁଲାଉଛନ୍ତି: ବିରୋଧୀ

ନୂଆଦିଲ୍ଲୀ,୩୧ା୮(ପି.ଟି.): ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ଆମେରିକାରେ ବିବିଧତା ଉପରେ ଦେଇଥିବା ମନ୍ତବ୍ୟ ଭୁଆଁ ବୁଲାଇବା ପାଇଁ ଉଦ୍ଦିଷ୍ଟ ବୋଲି ବିରୋଧୀ ନେତାମାନେ…

ୟୁରୋପର ସର୍ବୋଚ୍ଚ ଶୃଙ୍ଗରେ ଭାରତୀୟ ମହିଳା

ଲକ୍ଷ୍ନୌ, ୩୧ା୮ (ପି.ଟି.) : ଲକ୍ଷ୍ନୌର ୪୩ ବର୍ଷୀୟା ଶିବାନୀ ମେହରୋତ୍ରା ସାଂସାରିକ ବନ୍ଧନରେ ଥାଇ ମଧ୍ୟ ବିଶ୍ୱର ଉଚ୍ଚତମ ଶୃଙ୍ଗଗୁଡ଼ିକୁ ଚଢ଼ି ନିଜର ଦୃଢ଼ ଇଚ୍ଛାଶକ୍ତିର…

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri