Posted inଫୁରସତ

ଏହି ରାଶି-ରାଶି ମଧ୍ୟରେ ବିବାହ କରିବା ଆଦୌ ଉଚିତ୍‌ ନୁହେଁ, ଦାମ୍ପତ୍ୟରେ ଆସିଥାଏ ଝଡ଼

ସାଧାରଣତଃ ବିବାହ ସମୟରେ ଦାମ୍ପତ୍ୟ ଜୀବନ ସୁଖମୟ ହେବା ପାଇଁ ଜାତକ ମିଳା ଯାଇଥାଏ। କିଛି ରାଶି ଅଛି, ଜଣେ ଜଣଙ୍କ ପ୍ରତି ବେଶ୍‌ ଆକର୍ଷିତ ହୋଇଥାନ୍ତି। ଆଉ କିଛି ରାଶିରେ ବିବାହ ଯୋଗ ଆଦୌ ଭଲ ନୁହେଁ। କାରଣ ରାଶି ମେଳ ନ ଖାଇବାରୁ ଦାମ୍ପତ୍ୟ ଜୀବନରେ ଝଡ଼ ଆସେ। ଏପରିକି ଏହି ଝଡ଼ ବିଚ୍ଛେଦର ରୂପ ନିଏ। ତେଣୁ ବିବାହ ସମୟରେ ଜାତକ ମେଳ କରି ବିବାହ କରିବା ସୁଖୀ ଦାମ୍ପତ୍ୟ ଜୀବନର ମୂଳମନ୍ତ୍ର ହୋଇଥାଏ। ଜ୍ୟୋତିଷଶାସ୍ତ୍ର ମତରେ ରାଶି ମେଳକ ନ ଖାଇଲେ ବିବାହ କରିବା ଅନୁଚିତ। ତେବେ ଜାଣନ୍ତୁ କେଉଁ ଦୁଇ ରାଶିର ଦମ୍ପତିଙ୍କ ମଧ୍ୟରେ ଆଦୌ ପଡ଼ି ନ ଥାଏ।


ମକର ଏବଂ ମେଷ: ମକର ରାଶିର ଲୋକେ ଭଲ ସ୍ବଭାବ ଏବଂ ଚିନ୍ତାଧାରାର ହୋଇଥାନ୍ତି। ଏହି ରାଶିର ଲୋକମାନେ ସର୍ବଦା ସ୍ବାଭିମାନ ସହ ଜୀବନ ଜିଇଁବା ପାଇଁ ପସନ୍ଦ କରିଥାନ୍ତି। ମକର ରାଶିରେ ଲୋକମାନେ ମେଷ ରାଶି ଲୋକଙ୍କୁ ନିୟନ୍ତ୍ରଣରେ ରଖିବା ପାଇଁ ଚାହିଁଥାନ୍ତି। ଏଥିପାଇଁ ମେଷ ରାଶି ବ୍ୟକ୍ତିବିଶେଷଙ୍କ ଉପରେ ଅଶାନ୍ତି ହୋଇଥାନ୍ତି। ସେହିଭଳି, ମକର ରାଶିର ଲୋକମାନଙ୍କ ଘରଠାରୁ ଅଫିସ ପର୍ଯ୍ୟନ୍ତ ମନ୍ଥର କାର୍ଯ୍ୟ ହେତୁ ମେଷ ରାଶିର ଲୋକମାନଙ୍କ ସହ ତାଳମେଳ ରହେ ନାହିଁ। ଫଳରେ ମତଭେଦ ଦେଖାଦିଏ।

ମୀନ ଏବଂ ମିଥୁନ: ମୀନ ରାଶିର ବ୍ୟକ୍ତିଙ୍କ ସ୍ବଭାବ ବେଶ୍‌ କଳାତ୍ମକ ଏବଂ ସହଜ। ସେମାନେ ମିଥୁନ ରାଶିକୁ ବୁଝିବାରେ ବହୁତ ଅସୁବିଧା ହୋଇଥାଏ। କାରଣ ମିଥୁନ ରାଶିର ଲୋକମାନେ ସବୁବେଳେ ଦ୍ୱନ୍ଦ୍ୱରେ ରହିଥାନ୍ତି। ଏଥିପାଇଁ ମୀନ ରାଶି ସହିତ ଆଦୌ ପଡ଼େ ନାହିଁ। ଏହି ଦୁଇ ରାଶିଙ୍କ ମଧ୍ୟରେ ବିବାହ ଅଶୁଭ ବିବେଚନା କରାଯାଇଥାଏ।

ସେହିପରି ମେଷ-କର୍କଟ, ବୃଷ-ସିଂହ, ମିଥୁନ-କନ୍ୟା, କର୍କଟ-ତୁଳା,ଧନୁ-ମୀନ, କନ୍ୟା-ଧନୁ, ସିଂହ-ବୃଷ,ତୁଳା-ମକର ରାଶିଙ୍କ ସହ ବିବାହ କଲେ ଦାମ୍ପତ୍ୟ ଜୀବନ ସୁଖମୟ ହୋଇ ନ ଥାଏ ବୋଲି ଜ୍ୟୋତିର୍ବିଦମାନେ ଗଣନା କରି କହିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri