ନିଶା ନୁହେଁ ମହୌଷଧି

ପ୍ରକୃତି ଏବଂ ପ୍ରାକୃତିକର ବିକଳ୍ପ ନାହିଁ। ପ୍ରକୃତି ତାହାର ସନ୍ତାନମାନଙ୍କର ସମସ୍ତ ଆବଶ୍ୟକତା ଓ ସମସ୍ୟାର ସମାଧାନ ପାଇଁ ନିଜ କୋଳରେ ସମସ୍ତ ସାମଗ୍ରୀ ମହଜୁଦ ରଖିଛି। ପୁଣି ଏହା ପାର୍ଶ୍ୱପ୍ରତିକ୍ରିୟାବିହୀନ ଏବଂ ପଞ୍ଚଭୂତାତ୍ମକ ଶରୀର ପାଇଁ ପ୍ରଯୁଜ୍ୟ। ମାତ୍ର ଆଜିକାଲି ଆମେ ଏହାର ଉପଲବ୍ଧିକୁ ଗ୍ରହଣ ନ କରି କୃତ୍ରିମ ଔଷଧ, ପେନ୍‌କିଲର ଉପରେ ଅଧିକାଂଶ ସମୟରେ ନିର୍ଭର କରୁଛେ। କୃତ୍ରିମ ଔଷଧର ବହୁଳ ବ୍ୟବହାର ଏବଂ ଏଗୁଡ଼ିକୁ ଡାକ୍ତରଙ୍କ ପରାମର୍ଶ ବିନା ଖାଇବା ସ୍ବାସ୍ଥ୍ୟ ସମସ୍ୟାକୁ ବେଳେବେଳେ ବିଗାଡ଼ି ଦେଉଛି। ଫଳରେ ଆମେ ଅଯଥା ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛେ।
ବର୍ତ୍ତମାନ ଥାଇଲାଣ୍ଡ ସରକାର ଏହି ପ୍ରାକୃତିକ ଔଷଧର ଉପକାରିତାକୁ ଉପଲବ୍ଧି କରି ଭାଙ୍ଗ, ଅଫିମକୁ ଚାଷ କରିବା ପାଇଁ ସ୍ବୀକୃତି ଦେବା ସହ ଏଗୁଡ଼ିକୁ ଔଷଧରେ ବ୍ୟବହାର କରିବାକୁ ଅନୁମତି ଦେଲେଣି। ଗଞ୍ଜେଇ ପତ୍ରକୁ ଭାଙ୍ଗ ବୋଲି କୁହାଯାଏ। ଭାଙ୍ଗକୁ ଗୋଦୁଗ୍ଧରେ ସିଝାଇଲେ ଏହାର ବିଷ ଦୋଷ ନଷ୍ଟ ହୁଏ। ଗଞ୍ଜେଇକୁ ଗରମ ପାଣିରେ ରାତିତମାମ ବତୁରାଇ ତାହାକୁ ପରଦିନ ଖରାରେ ଶୁଖାଇ ଦିଅନ୍ତୁ। ପରେ ଏହାକୁ ଘିଅରେ ଭାଜି ଦେଲେ ତାହାର ବିଷ ଦୋଷ ନଷ୍ଟ ହୋଇଥାଏ। ଏଥିରୁ ପ୍ରସ୍ତୁତ ଔଷଧ ବ୍ୟବହାର କଲେ ତାହା ଯନ୍ତ୍ରଣା ନିବାରକ, ନିଦ୍ରାକାରକ ସାବ୍ୟସ୍ତ ହୋଇଥାଏ। ତା’ସହ ଶରୀରର ଥକାପଣ ଦୂର କରିଥାଏ। ପତଳା ଝାଡ଼ା ହେଉଥିଲେ ଏଥିରୁ ଉପଶମ ପାଇବା ପାଇଁ ଆୟୁର୍ବେଦୀୟ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଏଭଳି ଔଷଧ ବ୍ୟବହାର କରିପାରନ୍ତି। ଏହାକୁ ଖାଇଲେ ହଜମ ଶକ୍ତି ବଢ଼ିଥାଏ, ଯୌନ କ୍ଷମତା ବୃଦ୍ଧି ପାଏ, ବଳ ବୃଦ୍ଧି କରେ, ଏସିଡିଟି ସମସ୍ୟାରୁ ଉପଶମ ଦିଏ। ଏହାକୁ ଖାଇଲେ ମହିଳାମାନଙ୍କର ଅଧିକ ଋତୁସ୍ରାବ ନିୟନ୍ତ୍ରିତ ହୋଇଥାଏ। ଧାତୁ ରୋଗ, ଆକ୍ଷେପ, ଶ୍ୱାସ, କାଶ, ଅରୁଚି, ରକ୍ତହୀନତା, ହିକ୍କା, ପ୍ରସବ ବେଦନାକୁ ଦୂର କରେ। ଏହାକୁ ସେବନ କଲେ ଜଳାନ୍ତକ ରୋଗରୁ ମଧ୍ୟ ଉପଶମ ମିଳିଥାଏ। ଭାଙ୍ଗକୁ ବାଟି ମୁଣ୍ଡରେ ଲେପ ଦେଲେ ଉକୁଣି, ନିଖ ମରନ୍ତି ଏବଂ କେଶ ବୃଦ୍ଧି ହୋଇଥାଏ। ଭାଙ୍ଗ ପତ୍ରକୁ ବାଟି ପାଦରେ ଲେପ ଦେଲେ ନିଦ୍ରାହୀନତା ଦୂର ହୁଏ। ଆୟୁର୍ବେଦ ଚିକିତ୍ସା ବିଜ୍ଞାନରେ ଏହି ରୋଗ ସମ୍ବନ୍ଧୀୟ ଔଷଧଗୁଡ଼ିକ- କାମେଶ୍ୱର ମୋଦକ, ଗତାବରୀ ମୋଦକ, ପୁଷ୍ପ ଧନ୍ବାବଟୀ ଆଦି ବ୍ୟବହାର କରାଯାଇଥାଏ।
ସେହିପରି ପୋସ୍ତ ଗଛ କ୍ଷୀରରୁ ଅଫିମ ପ୍ରସ୍ତୁତ ହୋଇଥାଏ। ଅଫିମକୁ ୨୧ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟକିରଣ ଏବଂ ରାତିରେ ଚନ୍ଦ୍ର କିରଣରେ ରଖିଲେ ଏହାର କୁପ୍ରଭାବ ନଷ୍ଟ ହୋଇଥାଏ। ଏହା ମଧୁମେହ, ଧାତୁ ରୋଗ, ବହୁମୂତ୍ର, ଧାତୁ ଶୀଘ୍ର କ୍ଷୟ ହେବା, ଦାନ୍ତ ବିନ୍ଧା, ପତଳା ଝାଡ଼ା, ଚର୍ମ ରୋଗ, ନାଳ ଝାଡ଼ା, ଅମ୍ଳପିତ୍ତ, ସାଇଟିକା, ଅଣ୍ଟାଧରା ଇତ୍ୟାଦିରୁ ଉପଶମ ଦେଇଥାଏ। ତା’ସହ ପଥୁରୀ, ହାର୍ଣ୍ଣିଆ ରୋଗର ଯନ୍ତ୍ରଣା ନିବାରଣ, ସ୍ବପ୍ନ ଦୋଷ, ବୀର୍ଯ୍ୟ ସ୍ଖଳନ, ଅର୍ଶ, କମ୍ପଜ୍ୱର, ମୁଣ୍ଡ ବିନ୍ଧା ନିବାରଣ ପାଇଁ ଏହାକୁ ଔଷଧ ଭାବରେ ବ୍ୟବହାର କରାଯାଇଥାଏ।
ପୋସ୍ତ ମଞ୍ଜି ବିଭିନ୍ନ ଖାଦ୍ୟର ମସଲା ରୂପେ ବ୍ୟବହାର କରାଯାଏ। ଏଥିରେ ଆଲକାଲୋଏଡସ୍‌ ମର୍ଫିନ୍‌, କୋଡାଇନ୍‌ ଏବଂ ଥିବାଇନ୍‌ ରାସାୟନିକ ତତ୍ତ୍ୱ ରହିଛି। ଏହା ଧାତୁ ବୃଦ୍ଧି କରିଥାଏ। ବଳବୀର୍ଯ୍ୟ ଓ କାନ୍ତି ବଢ଼ାଏ। ଫାଇଲେରିଆ, ନାଳ ଝାଡ଼ା, ପତଳା ଝାଡ଼ା, ମସ୍ତିଷ୍କ ରୋଗ, ବୃକକ ରୋଗ, କାଶ, ଯକ୍ଷ୍ମା ରୋଗ ପାଇଁ ଏଥିରୁ ପ୍ରସ୍ତୁତ ଔଷଧ ହିତକର ଅଟେ।
ତେବେ ଏସବୁ ଔଷଧ ବ୍ୟବହାର କରିବା ପୂର୍ବରୁ ନିଜର ସ୍ବାସ୍ଥ୍ୟ ସମସ୍ୟା ବିଷୟରେ ଅଭିଜ୍ଞ ଆୟୁର୍ବେଦୀୟ ବିଶେଷଜ୍ଞଙ୍କ ସହ ବିଶଦ ଭାବରେ ଆଲୋଚନା କରନ୍ତୁ।

ଡା. ଆଶିଷ ବାନାର୍ଜୀ
-ଆନନ୍ଦ ବଜାର
ବେତନଟୀ, ମୟୂରଭଞ୍ଜ
ମୋ: ୯୮୬୧୩୭୪୩୮୫


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?